Posted inUncategorized

ଜଣେ ନିର୍ଦ୍ଦେଶକଙ୍କ ସହ ରୋମାନ୍ସ ଉର୍ମିଳାଙ୍କ କ୍ୟାରିୟରରେ ଲଗାଇଥିଲା ଗ୍ରହଣ, ଧରିଛନ୍ତି ୯ ବର୍ଷ ସାନ ବ୍ୟକ୍ତିଙ୍କ ହାତ

ବମ୍ବେ: ନବେ ଦଶକର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଅନ୍ୟତମ। ନିଜ ଅଭିନୟକୁ ନେଇ ଏବେ ବି ସେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ୧୯୭୪ ଫେବୃୟାରୀ ୪ରେ ମୁମ୍ବାଇରେ ଅଭିନେତ୍ରୀଙ୍କ ଜନ୍ମ। ଆଜି ସେ ୫୦ ବର୍ଷର ହୋଇଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ମାତ୍ର ୩ ବର୍ଷ ବୟସରେ ଉର୍ମିଲା କରିଥିଲେ ଡେବ୍ୟୁ। ୧୯୭୭ରେ ରିଲିଜ ହୋଇଥିବା ଫିଲ୍ମ ‘କର୍ମ’ରେ ସେ ନଜର ଆସିଥିଲେ। ମାତ୍ର ୧୯୮୩ରେ ରିଲିଜ ହୋଇଥିବା ଫିଲ୍ମ ‘ମାସୁମ୍‌’ ତାଙ୍କୁ ଖ୍ୟାତି ମିଳିଥିଲା। ପରେ ନିଜର କ୍ୟାରିୟରରେ ଅନେକେ ହିଟ୍‌ ଫିଲ୍ମ ଦେଇ ବାହାବାଃ ସାଉଁଟିଥିଲେ। ସବୁକିଛି ଠିକ୍‌ ଚାଲିଥିଲା, ହେଲେ ଜଣେ ନିର୍ଦ୍ଦେଶକଙ୍କ ନିକଟତର ହେବା ପରେ ତାଙ୍କ କ୍ୟାରିୟରରେ ଗ୍ରହଣ ଲାଗିଯାଇଥିଲା।
ଉର୍ମିଲାଙ୍କୁ ରାମ ଗୋପାଳ ବର୍ମା ଭଲ ଚରିତ୍ର ଦେଉଥିଲେ। ଉଭୟ ଏକାଠି ରଙ୍ଗିଲା, ସତ୍ୟା, ଦୌଡ଼ ଏବଂ କୌନ ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମଗୁଡ଼ିକ ହିଟ୍‌ ହେବା ଯୋଗୁ ଅଭିନେତ୍ରୀଙ୍କ ଲୋକପ୍ରିୟତା ବଢ଼ିଥିଲା। ଅନ୍ୟପଟେ ରାମ ଗୋପାଳଙ୍କ ନିକଟତର ହୋଇଥିଲେ ସେ। ଉଭୟଙ୍କ ରୋମାନ୍ସ ନେଇ ଖବର ସାମ୍ନାକୁ ଆସିଥିଲା। ଏହାପରଠାରୁ ତାଙ୍କୁ କମ୍‌ କାମ ମିଳିଥିଲା। ଏକ ସାକ୍ଷାତକାରରେ ସେ ଏହା କହିଥିଲେ। ଦେଖିବାକୁ ଗଲେ ଉର୍ମିଳା ୧୫ ବର୍ଷ ହେଲାଣି କୌଣସି ବଲିଉଡ୍‌ ଫିଲ୍ମ କରିନାହାନ୍ତି। ଶେଷଥର ଲାଗି

ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ଇଏମ୍‌ଆଇ)ରେ ନଜର ଆସିଥିଲେ, ଯାହାକି ଫ୍ଲପ ହୋଇଥିଲା।
ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ, ୨୦୧୬ରେ ନିଜଠାରୁ ୯ ବର୍ଷ ସାନ ମୋହସିନ ଅଖତରଙ୍କ ହାତ ଧରିଥିଲେ ସେ। ଏବେ ସେ ତାଙ୍କ ସହ ବୈବାହିକ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri