ପୋଲିସବାବୁଙ୍କ ଚୌକିରେ ପରିସ୍ରା

ଛେଣ୍ଡିପଦା,୨୩।୧୨(ସ୍ବ.ପ୍ର.) ତହସିଲ ପ୍ରଶାସନ ଅଭିଯୋଗ ନ ରଖିବାରୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ପଶି ଉନ୍ମତ୍ତକାଣ୍ଡ ଭିଆଇଛନ୍ତି ଖମାର ଗଁାର ଭାସ୍କର ସାହୁ। ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ବାବୁଙ୍କ ଚୌକିରେ ପରିସ୍ରା କରିଛନ୍ତି। ପୋଲିସ ଟୋପି ଆଣି ମୁଣ୍ଡରେ ପିନ୍ଧି ବୁଲିଛନ୍ତି। ଦୀର୍ଘ ସମୟ ଧରି ଫାଣ୍ଡି ପରିସରରେ ଯୁବକଙ୍କ ଏପରି କାର୍ଯ୍ୟ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ମଧ୍ୟାହ୍ନ ୧୨ଟାରେ ଭାସ୍କର ଏକ ଶଗଡରେ ମା’ ଓ ନାତୁଣୀକୁ ଆଣି ୧୫୩-ବି ଜାତୀୟ ରାଜପଥର ବାଗଡିଆ ଫାଣ୍ଡି ସମ୍ମୁଖରେ ପହଞ୍ଚିଥିଲେ। ରାସ୍ତା ଉପରେ ଶଗଡ଼ ରଖିବା ସହ ଶୋଇ ରହି ରାଜପଥ ଅବରୋଧ କରିଥିଲେ। କିଛି ସମୟ ପରେ ଫାଣ୍ଡି ମୁଖ୍ୟ ଫାଟକ, ବୋର୍ଡ, ମୋଟର ସାଇକେଲ ଭଙ୍ଗାରୁଜା କରିଥିଲେ। ଫାଣ୍ଡିରେ ଥିବା ଜଣେ କନଷ୍ଟେବଳ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହାପରେ ଭାସ୍କର ଫାଣ୍ଡି ଅଧିକାରୀଙ୍କ ଟୋପି ଆଣି ପିନ୍ଧିଥିଲେ। ଆସବାବପତ୍ର, କାଗଜପତ୍ର ସହ ଅଧିକାରୀଙ୍କ ଚେୟାର ଉଠାଇ ରାସ୍ତାରେ ଫୋପାଡ଼ିଦେଇଥିଲେ। ଏପରି କି ତାହା ଉପରେ ପରିସ୍ରା କରିଥିଲେ। ଖବରପାଇ ଛେଣ୍ଡିପଦା ଥାନା ଏସ୍‌ଆଇ ସଂଘମିତ୍ରା ଶତପଥୀ ଓ ଫାଣ୍ଡି ଏଏସ୍‌ଆଇ ରମେଶ ପ୍ରଧାନ ପହଞ୍ଚି ତାଙ୍କୁ କାବୁ କରି ଥାନାକୁ ନେଇଥିଲେ। ଭାସ୍କର କହିଛନ୍ତି, ତାଙ୍କ ଜମି ଦେଇ କୋଇଲା ଖଣି ପାଇଁ ସର୍ଭେ କରାଯାଉଛି। କିନ୍ତୁ କମ୍ପାନୀ ପକ୍ଷରୁ ତାଙ୍କଠାରୁ ଅନୁମତି ନିଆଯାଇ ନାହିଁ। ଏ ନେଇ ମଙ୍ଗଳବାର ତହସିଲ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଯାଇଥିଲେ ହେଁ ପାଗଳ କହି ତାଙ୍କୁ ଫେରାଇ ଦିଆଯାଇଥିଲା। ତହସିଲଦାର ଡାନିଏଲ ଏକ୍କା କହିଛନ୍ତି, ସନ୍ଧ୍ୟାରେ ଭାସ୍କର ଅଫିସ ଆସି ବସିରହିଥିଲେ। ତାଙ୍କୁ ପଚରାଯାଇଥିଲେ ମଧ୍ୟ ସେ ଠିକ୍‌ ଭାବେ କିଛି କହିପାରି ନ ଥିଲେ। ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ତାଙ୍କୁ ପୋଲିସ ଜିମା ଦିଆଯାଇଥିଲା। ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ କୁମାର ବେହେରା ଓ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାସ କହିଛନ୍ତି, ଜମିଜମା ବିବାଦକୁ ନେଇ ଭାସ୍କର ମଙ୍ଗଳବାର ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ପୋଲିସ ତାଙ୍କୁ ସେଠାରୁ ଉଠାଇ ଆଣିଥିଲା। ରାତିରେ ଘରକୁ ଫେରିଥିବା ଭାସ୍କର ମଧ୍ୟାହ୍ନରେ ଫାଣ୍ଡିରେ କେହି ନ ଥିବାବେଳେ ଏପରି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ନଂ. ୫୯୫/୨୧ରେ ମାମଲା ରୁଜୁ ସହ ତାଙ୍କୁ ଅଟକ ରଖାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ସିଏଲ୍‌ ଖଣି ପରିଦର୍ଶନ କଲେ ସିଆଇଏଲ୍‌ ଅଧ୍ୟକ୍ଷ: ଉତ୍ପାଦନ ସହ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ

ତାଳଚେର,୨୮ା୨(ନି.ପ୍ର.) – ଦେଶ ଅଗ୍ରଗତି କରୁଥିବା ବେଳେ କୋଇଲାର ଚାହିଦା ଦିନକୁ ଦିନ ବଢୁଛି। ତେଣୁ କୋଇଲା ଉତ୍ପାଦନ ଓ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବ...

୨ ଘଣ୍ଟାରେ ବେପାର ସରେ

ପିଲାବେଳେ ବାପାଙ୍କୁ ଦୋକାନରେ ସହଯୋଗ କରୁଥିଲେ। ତାଙ୍କଠାରୁ ସ୍ବାଦିଷ୍ଟ ଜଳଖିଆ ତିଆରି କରିବା ଶିଖିଥିଲେ। ଟିକେ ବଡ଼ ହେବା ପରେ ନିଜେ ଏହି ବ୍ୟବସାୟ ଆରମ୍ଭ...

କାଠ ଚୋରାଚାଲାଣ ବେଳେ ରେଞ୍ଜରଙ୍କୁ ଆକ୍ରମଣ: ଜାଳିଦେଲେ ବନ ବିଭାଗ ଗାଡ଼ି

ବଇଣ୍ଡା,୨୭।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନ ଇଚ୍ଛାପୁର ଗ୍ରାମରେ ସୋମବାର ରାତିରେ ଚୋରାକାଠ ଧରପଗଡ଼ ବେଳେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ...

ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ବଅଁରପାଳ, ୨୫।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟ ପରିସରରେ ଥିବା ୫ମ ୟୁନିଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।...

କିଶୋରନଗର ବ୍ଲକ: କ୍ୱାରାଣ୍ଟାଇନରେ ରହିଲେ ୨୬

ବଇଣ୍ଡା,୧୭।୫(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ବଇଣ୍ଡା ରାମଦେଓ ହାଇସ୍କୁଲଠାରେ ହୋଇଥିବା କ୍ୱାରାଣ୍ଟାଇନ ଗୃହରେ ଶନିବାର ବିଭିନ୍ନ ଜିଲାରୁ ୨୬ ଜଣଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ୨୪...

ଉପଖଣ୍ଡରେ ନାହାନ୍ତି ୨୨ ଡାକ୍ତର

ବଇଣ୍ଡା, ୭ା୮ – ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଖାଲି ପଡ଼ିଛି ୨୨ ଡକ୍ତର ପଦବୀ। ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଶାଇ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ...

ରାଶନ ଯୋଗାଣରେ ଅବହେଳା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ଡାଲି

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- କରୋନା ବିତ୍ପତ୍ତି ଯୋଗୁ ସରକାର ରାଶନ କାର୍ଡ ହିତାଧିକାରୀଙ୍କୁ ମାଗଣା ୩ ମାସର ଚାଉଳ ଓ ଡାଲି ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଅନୁଗୋଳ...

ସର୍ଭେରେ ସୀମିତ ଧଉରାଗୋଠ ଜଳସେଚନ ପ୍ରକଳ୍ପ : ପାଣିକୁ ଅନାଇଛନ୍ତି ୨୨ ଗ୍ରାମର ବାସିନ୍ଦା

ଆଠମଲ୍ଲିକ,୨୭।୭(ଡି.ଏନ.ଏ.)- ପ୍ରକଳ୍ପ ହେବ। ଜମିକୁ ମାଡ଼ିବ ପାଣି। ଫଳିବ ସୁନାର ଫସଲ। ଏହି ଆଶାରେ ଦୀର୍ଘ ୩୬ ବର୍ଷ ହେଲା ଅପେକ୍ଷା କରିଛନ୍ତି ଆଠମଲ୍ଲିକ ଉପଖଣ୍ଡ...

Advertisement
Archives

Model This Week