ପୋଲିସବାବୁଙ୍କ ଚୌକିରେ ପରିସ୍ରା

ଛେଣ୍ଡିପଦା,୨୩।୧୨(ସ୍ବ.ପ୍ର.) ତହସିଲ ପ୍ରଶାସନ ଅଭିଯୋଗ ନ ରଖିବାରୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ପଶି ଉନ୍ମତ୍ତକାଣ୍ଡ ଭିଆଇଛନ୍ତି ଖମାର ଗଁାର ଭାସ୍କର ସାହୁ। ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ବାବୁଙ୍କ ଚୌକିରେ ପରିସ୍ରା କରିଛନ୍ତି। ପୋଲିସ ଟୋପି ଆଣି ମୁଣ୍ଡରେ ପିନ୍ଧି ବୁଲିଛନ୍ତି। ଦୀର୍ଘ ସମୟ ଧରି ଫାଣ୍ଡି ପରିସରରେ ଯୁବକଙ୍କ ଏପରି କାର୍ଯ୍ୟ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ମଧ୍ୟାହ୍ନ ୧୨ଟାରେ ଭାସ୍କର ଏକ ଶଗଡରେ ମା’ ଓ ନାତୁଣୀକୁ ଆଣି ୧୫୩-ବି ଜାତୀୟ ରାଜପଥର ବାଗଡିଆ ଫାଣ୍ଡି ସମ୍ମୁଖରେ ପହଞ୍ଚିଥିଲେ। ରାସ୍ତା ଉପରେ ଶଗଡ଼ ରଖିବା ସହ ଶୋଇ ରହି ରାଜପଥ ଅବରୋଧ କରିଥିଲେ। କିଛି ସମୟ ପରେ ଫାଣ୍ଡି ମୁଖ୍ୟ ଫାଟକ, ବୋର୍ଡ, ମୋଟର ସାଇକେଲ ଭଙ୍ଗାରୁଜା କରିଥିଲେ। ଫାଣ୍ଡିରେ ଥିବା ଜଣେ କନଷ୍ଟେବଳ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହାପରେ ଭାସ୍କର ଫାଣ୍ଡି ଅଧିକାରୀଙ୍କ ଟୋପି ଆଣି ପିନ୍ଧିଥିଲେ। ଆସବାବପତ୍ର, କାଗଜପତ୍ର ସହ ଅଧିକାରୀଙ୍କ ଚେୟାର ଉଠାଇ ରାସ୍ତାରେ ଫୋପାଡ଼ିଦେଇଥିଲେ। ଏପରି କି ତାହା ଉପରେ ପରିସ୍ରା କରିଥିଲେ। ଖବରପାଇ ଛେଣ୍ଡିପଦା ଥାନା ଏସ୍‌ଆଇ ସଂଘମିତ୍ରା ଶତପଥୀ ଓ ଫାଣ୍ଡି ଏଏସ୍‌ଆଇ ରମେଶ ପ୍ରଧାନ ପହଞ୍ଚି ତାଙ୍କୁ କାବୁ କରି ଥାନାକୁ ନେଇଥିଲେ। ଭାସ୍କର କହିଛନ୍ତି, ତାଙ୍କ ଜମି ଦେଇ କୋଇଲା ଖଣି ପାଇଁ ସର୍ଭେ କରାଯାଉଛି। କିନ୍ତୁ କମ୍ପାନୀ ପକ୍ଷରୁ ତାଙ୍କଠାରୁ ଅନୁମତି ନିଆଯାଇ ନାହିଁ। ଏ ନେଇ ମଙ୍ଗଳବାର ତହସିଲ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଯାଇଥିଲେ ହେଁ ପାଗଳ କହି ତାଙ୍କୁ ଫେରାଇ ଦିଆଯାଇଥିଲା। ତହସିଲଦାର ଡାନିଏଲ ଏକ୍କା କହିଛନ୍ତି, ସନ୍ଧ୍ୟାରେ ଭାସ୍କର ଅଫିସ ଆସି ବସିରହିଥିଲେ। ତାଙ୍କୁ ପଚରାଯାଇଥିଲେ ମଧ୍ୟ ସେ ଠିକ୍‌ ଭାବେ କିଛି କହିପାରି ନ ଥିଲେ। ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ତାଙ୍କୁ ପୋଲିସ ଜିମା ଦିଆଯାଇଥିଲା। ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ କୁମାର ବେହେରା ଓ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାସ କହିଛନ୍ତି, ଜମିଜମା ବିବାଦକୁ ନେଇ ଭାସ୍କର ମଙ୍ଗଳବାର ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ପୋଲିସ ତାଙ୍କୁ ସେଠାରୁ ଉଠାଇ ଆଣିଥିଲା। ରାତିରେ ଘରକୁ ଫେରିଥିବା ଭାସ୍କର ମଧ୍ୟାହ୍ନରେ ଫାଣ୍ଡିରେ କେହି ନ ଥିବାବେଳେ ଏପରି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ନଂ. ୫୯୫/୨୧ରେ ମାମଲା ରୁଜୁ ସହ ତାଙ୍କୁ ଅଟକ ରଖାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ନବରାତ୍ରୀରେ ବିରଳ ସଂଯୋଗ: ସିଂହ, ତୁଳା ସମେତ ୫ ରାଶି ଉପରେ ଧନବର୍ଷା! ମିଳିବ ବଡ଼ ଚାକିରିର ଅଫର୍‌

ଶାରଦୀୟ ନବରାତ୍ରୀର ପ୍ରତିପଦା ତିଥିରେ ସୂର୍ଯ୍ୟୋଦୟ ସମୟରେ ହସ୍ତା ନକ୍ଷତ୍ର ଏବଂ ଶୁକ୍ଳ ଯୋଗ ରହିବ। ବୃହସ୍ପତି ଓ ଚନ୍ଦ୍ରଙ୍କ ମଧ୍ୟରେ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ।…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?