Posted inଜାତୀୟ

ଜଳବାୟୁ ପରିବର୍ତ୍ତନ ରୋକିବାକୁ ତ୍ୱରିତ ପଦକ୍ଷେପ ନିଆଯାଉ

ନୂଆଦିଲ୍ଲୀ, ୭।୯(ପି.ଟି.): ଜଳବାୟୁ ପରିବର୍ତ୍ତନ ରୋକିବା ସହ ଜୈବ ବିବିଧତା ରକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଜାତିସଂଘ ସାଧାରଣ ଅଧିବେଶନ ପୂର୍ବରୁ ଲାନ୍‌ସେଟ, ନ୍ୟାଶନାଲ ମେଡିକାଲ ଜର୍ନାଲ ଅଫ୍‌ ଇଣ୍ଡିଆ ସମେତ ୨୨୦ରୁ ଊର୍ଦ୍ଧ୍ୱ ପ୍ରମୁଖ ପତ୍ରିକାରେ ଏଭଳି ସମ୍ପାଦକୀୟ ପ୍ରକାଶ ପାଇଛି। ନଭେମ୍ବରରେ ସ୍କଟଲାଣ୍ଡର ଗ୍ଲାସ୍‌ଗୋଠାରେ ସିଓପି୨୬ ଜଳବାୟୁ ସମ୍ମିଳନୀ ପୂର୍ବରୁ ଜାତିସଂଘର ସାଧାରଣ ଅଧିବେଶନ ବସିବାକୁ ଯାଉଛି। ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ତଳେ ରଖିବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ପର୍ଯ୍ୟାପ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କ୍ରମାଗତ ଭାବେ ବିଫଳ ହେଉଥିବାରୁ ଭବିଷ୍ୟତର ବିଶ୍ୱ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଥିବା ଉକ୍ତ ସମ୍ପାଦକୀୟଗୁଡ଼ିକରେ କୁହାଯାଇଛି। ନିକଟରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଅତି ଭୀଷଣ ପାଣିପାଗ ଏହାର ଉଦାହରଣ। ଏହା ଜଳବାୟୁ ପରିବର୍ତ୍ତନର ବାସ୍ତବତାକୁ ସୂଚାଉଛି ବୋଲି ନ୍ୟାଶନାଲ ମେଡିକାଲ ଜର୍ନାଲ ଅଫ୍‌ ଇଣ୍ଡିଆର ମୁଖ୍ୟ ସମ୍ପାଦକ ପେଉଶ୍‌ ସାହନି କହିଛନ୍ତି। ଏବେ ଆମକୁ ପଦକ୍ଷେପ ନେବାକୁ ହେବ, ନଚେତ ବହୁତ ବିଳମ୍ବ ହୋଇଯିବ। ଆମେ ଭବିଷ୍ୟତ ପିଢ଼ି ନିକଟରେ ଋଣୀ ହୋଇ ରହିଯିବା ବୋଲି ସେ ଉଲ୍ଲେଖ କରିଛନ୍ତି।
ନିର୍ଗମନ କମାଇବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ନିକଟରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ସ୍ବାଗତଯୋଗ୍ୟ। ତେବେ ଏହା ପର୍ଯ୍ୟାପ୍ତ ନୁହେଁ। ଆହୁରି ବିଶ୍ୱସନୀୟ ଏବଂ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରିବାକୁ ହେବ ବୋଲି ସମ୍ପାଦକମାନେ ସତର୍କ କରାଇଦେଇଛନ୍ତି। ଏଥିପାଇଁ ସମାଜ ଏବଂ ଅର୍ଥନୀତିରେ ପରିବର୍ତ୍ତନ ଆଣିବା ଲାଗି ସରକାରଗୁଡ଼ିକ ହସ୍ତକ୍ଷେପ କରିବା ପାଇଁ ସେମାନେ ଆହ୍ବାନ ଦେଇଛନ୍ତି। ପରିବହନ ବ୍ୟବସ୍ଥା, ସହର, ଖାଦ୍ୟ ଉତ୍ପାଦନ ଓ ପରିବଣ୍ଟନ, ପୁଞ୍ଜିନିବେଶ ପାଇଁ ବଜାର ଏବଂ ସ୍ବାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବାକୁ ହେଲେ ସରକାରଙ୍କ ସହାୟତା ଆବଶ୍ୟକ।
ବିଶ୍ୱବ୍ୟାପୀ ଜନକଲ୍ୟାଣକୁ ଆଗେଇନେବାକୁ ହେଲେ ଜଳବାୟୁ ସଙ୍କଟର ଜରୁରୀ ସମାଧାନ କରିବା ସବୁଠୁ ବଡ଼ ସୁଯୋଗ ବୋଲି ଲାନ୍‌ସେଟର ଏଡିଟର-ଇନ୍‌-ଚିଫ୍‌ ରିଚାର୍ଡ ହର୍ଟନ କହିଛନ୍ତି। ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ତଳେ ରଖିବା ପାଇଁ ରାଜନେତାମାନଙ୍କୁ ଉତ୍ତରଦାୟୀ କରିବାକୁ ହେବ। ଏଥିପାଇଁ ସ୍ବାସ୍ଥ୍ୟସେବା ସହ ସମ୍ପୃକ୍ତ ବ୍ୟକ୍ତିମାନେ ସ୍ବର ଉଠାଇବାକୁ ହର୍ଟନ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମାଇବା ଦିଗରେ ଧନୀ ରାଷ୍ଟ୍ରଗୁଡ଼ିକ ଅନ୍ୟମାନଙ୍କୁ ସହାୟତା ଯୋଗାଇଦେଲେ ସୁଫଳ ହାସଲ ହୋଇପାରିବ ବୋଲି ସମ୍ପାଦକୀୟଗୁଡ଼ିକରେ ଯୁକ୍ତି ଦର୍ଶାଯାଇଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଣ୍ଠିକୁ ଧନୀ ରାଷ୍ଟ୍ରଗୁଡ଼ିକର ସହାୟତା ବଢ଼ିବା ଆବଶ୍ୟକ। ସେମାନେ ବାର୍ଷିକ ୧୦୦ ବିଲିୟନ ଡଲାର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ବକେୟା ଅର୍ଥ ତୁରନ୍ତ ଭରଣା କରନ୍ତୁ। ସେମାନେ ଋଣ ବଦଳରେ ଅନୁଦାନ ଆକାରରେ ଏହି ଅର୍ଥ ପ୍ରଦାନ କରନ୍ତୁ ବୋଲି ସମ୍ପାଦକୀୟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?