Posted inଜାତୀୟ

ଜଳବାୟୁ ପରିବର୍ତ୍ତନ ରୋକିବାକୁ ତ୍ୱରିତ ପଦକ୍ଷେପ ନିଆଯାଉ

ନୂଆଦିଲ୍ଲୀ, ୭।୯(ପି.ଟି.): ଜଳବାୟୁ ପରିବର୍ତ୍ତନ ରୋକିବା ସହ ଜୈବ ବିବିଧତା ରକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଜାତିସଂଘ ସାଧାରଣ ଅଧିବେଶନ ପୂର୍ବରୁ ଲାନ୍‌ସେଟ, ନ୍ୟାଶନାଲ ମେଡିକାଲ ଜର୍ନାଲ ଅଫ୍‌ ଇଣ୍ଡିଆ ସମେତ ୨୨୦ରୁ ଊର୍ଦ୍ଧ୍ୱ ପ୍ରମୁଖ ପତ୍ରିକାରେ ଏଭଳି ସମ୍ପାଦକୀୟ ପ୍ରକାଶ ପାଇଛି। ନଭେମ୍ବରରେ ସ୍କଟଲାଣ୍ଡର ଗ୍ଲାସ୍‌ଗୋଠାରେ ସିଓପି୨୬ ଜଳବାୟୁ ସମ୍ମିଳନୀ ପୂର୍ବରୁ ଜାତିସଂଘର ସାଧାରଣ ଅଧିବେଶନ ବସିବାକୁ ଯାଉଛି। ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ତଳେ ରଖିବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ବିଶ୍ୱ ନେତାମାନେ ପର୍ଯ୍ୟାପ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କ୍ରମାଗତ ଭାବେ ବିଫଳ ହେଉଥିବାରୁ ଭବିଷ୍ୟତର ବିଶ୍ୱ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଥିବା ଉକ୍ତ ସମ୍ପାଦକୀୟଗୁଡ଼ିକରେ କୁହାଯାଇଛି। ନିକଟରେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଅତି ଭୀଷଣ ପାଣିପାଗ ଏହାର ଉଦାହରଣ। ଏହା ଜଳବାୟୁ ପରିବର୍ତ୍ତନର ବାସ୍ତବତାକୁ ସୂଚାଉଛି ବୋଲି ନ୍ୟାଶନାଲ ମେଡିକାଲ ଜର୍ନାଲ ଅଫ୍‌ ଇଣ୍ଡିଆର ମୁଖ୍ୟ ସମ୍ପାଦକ ପେଉଶ୍‌ ସାହନି କହିଛନ୍ତି। ଏବେ ଆମକୁ ପଦକ୍ଷେପ ନେବାକୁ ହେବ, ନଚେତ ବହୁତ ବିଳମ୍ବ ହୋଇଯିବ। ଆମେ ଭବିଷ୍ୟତ ପିଢ଼ି ନିକଟରେ ଋଣୀ ହୋଇ ରହିଯିବା ବୋଲି ସେ ଉଲ୍ଲେଖ କରିଛନ୍ତି।
ନିର୍ଗମନ କମାଇବା ଏବଂ ପ୍ରକୃତିର ସୁରକ୍ଷା ପାଇଁ ନିକଟରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ସ୍ବାଗତଯୋଗ୍ୟ। ତେବେ ଏହା ପର୍ଯ୍ୟାପ୍ତ ନୁହେଁ। ଆହୁରି ବିଶ୍ୱସନୀୟ ଏବଂ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରିବାକୁ ହେବ ବୋଲି ସମ୍ପାଦକମାନେ ସତର୍କ କରାଇଦେଇଛନ୍ତି। ଏଥିପାଇଁ ସମାଜ ଏବଂ ଅର୍ଥନୀତିରେ ପରିବର୍ତ୍ତନ ଆଣିବା ଲାଗି ସରକାରଗୁଡ଼ିକ ହସ୍ତକ୍ଷେପ କରିବା ପାଇଁ ସେମାନେ ଆହ୍ବାନ ଦେଇଛନ୍ତି। ପରିବହନ ବ୍ୟବସ୍ଥା, ସହର, ଖାଦ୍ୟ ଉତ୍ପାଦନ ଓ ପରିବଣ୍ଟନ, ପୁଞ୍ଜିନିବେଶ ପାଇଁ ବଜାର ଏବଂ ସ୍ବାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବାକୁ ହେଲେ ସରକାରଙ୍କ ସହାୟତା ଆବଶ୍ୟକ।
ବିଶ୍ୱବ୍ୟାପୀ ଜନକଲ୍ୟାଣକୁ ଆଗେଇନେବାକୁ ହେଲେ ଜଳବାୟୁ ସଙ୍କଟର ଜରୁରୀ ସମାଧାନ କରିବା ସବୁଠୁ ବଡ଼ ସୁଯୋଗ ବୋଲି ଲାନ୍‌ସେଟର ଏଡିଟର-ଇନ୍‌-ଚିଫ୍‌ ରିଚାର୍ଡ ହର୍ଟନ କହିଛନ୍ତି। ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ତଳେ ରଖିବା ପାଇଁ ରାଜନେତାମାନଙ୍କୁ ଉତ୍ତରଦାୟୀ କରିବାକୁ ହେବ। ଏଥିପାଇଁ ସ୍ବାସ୍ଥ୍ୟସେବା ସହ ସମ୍ପୃକ୍ତ ବ୍ୟକ୍ତିମାନେ ସ୍ବର ଉଠାଇବାକୁ ହର୍ଟନ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମାଇବା ଦିଗରେ ଧନୀ ରାଷ୍ଟ୍ରଗୁଡ଼ିକ ଅନ୍ୟମାନଙ୍କୁ ସହାୟତା ଯୋଗାଇଦେଲେ ସୁଫଳ ହାସଲ ହୋଇପାରିବ ବୋଲି ସମ୍ପାଦକୀୟଗୁଡ଼ିକରେ ଯୁକ୍ତି ଦର୍ଶାଯାଇଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଣ୍ଠିକୁ ଧନୀ ରାଷ୍ଟ୍ରଗୁଡ଼ିକର ସହାୟତା ବଢ଼ିବା ଆବଶ୍ୟକ। ସେମାନେ ବାର୍ଷିକ ୧୦୦ ବିଲିୟନ ଡଲାର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ବକେୟା ଅର୍ଥ ତୁରନ୍ତ ଭରଣା କରନ୍ତୁ। ସେମାନେ ଋଣ ବଦଳରେ ଅନୁଦାନ ଆକାରରେ ଏହି ଅର୍ଥ ପ୍ରଦାନ କରନ୍ତୁ ବୋଲି ସମ୍ପାଦକୀୟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri