ଜବରଦଖଲରେ ସହରାଞ୍ଚଳ ଜଳପଥ, ଜଳଧାରଣ କ୍ଷମତା ହରାଇଛି ଗୋବରୀ

କେନ୍ଦ୍ରାପଡ଼ା,୨୦ା୧୧ (ଜଗନ୍ନାଥ ଧଳ): ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଜଳ ମଧ୍ୟ ଜହର ପାଲଟିଛି। ନଦୀ ମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ ଜଳ ଯୋଗାଇ ହେଉନାହିଁ। ଏ ନେଇ ସ୍ଥାନୀୟ ଅଧିବାସୀ ବାରମ୍ବାର ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେହିପରି ୨୦୨୧ ମସିହାରେ ଜିଲା ଜଳ ସମ୍ପଦ ବିଭାଗ ପକ୍ଷରୁ ହୋଇଥିବା ଜଳ ପରୀକ୍ଷଣରେ ବିଷାକ୍ତ ପଦାର୍ଥ ଅତ୍ୟଧିକ ଥିବା ରିପୋର୍ଟକୁ ଅଣଦେଖା କରାଯାଉଥିବା ସ୍ଥାନୀୟ ଅଧିବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜଳସମ୍ପଦ ବିଭାଗ ଆକଳନ ଅନୁଯାୟୀ, ଗୋବରୀର ୧୩୮ କିଲୋମିଟର ଲମ୍ବର ଉଭୟ କୂଳରେ ୭,୬୧୬ ହେକ୍ଟର ଆୟାକଟ୍‌ରେ ଜଳସେଚନ ହୋଇଥାଏ। ସେହିପରି ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ମାଳିବସା, ତନ୍ତିଆପାଳ, ବେଣାକନ୍ଦା ଓ ବିଜୟନଗରଠାରେ କ୍ରିକ୍‌ ବନ୍ଧ ଯୋଜନା ପରେ ୪ ହଜାର ହେକ୍ଟର ଜମିରେ ଚାଷ ହୁଏ। ଏଠାରୁ ପାଣି ଆସି ରବି ଫସଲ ୩୨୦୦ ହେକ୍ଟର, ବାଦାମ ୬୦୦ ହେକ୍ଟର କ୍ଷେତରେ ଚାଷ ହୁଏ। ଜିଲାର ୮୦ ହଜାରରୁ ଊର୍ଦ୍ଧ୍ୱ ଅଧିବାସୀ ଏହି ପାଣିକୁ ଉପଯୋଗ କରିଥାନ୍ତି। ଏହି ଉତ୍ସକୁ ୩୦ ହଜାର ହେକ୍ଟର ଜମିକୁ ଚାଷ ପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିନିଯୋଗ କରାଯାଏ ବୋଲି ବିଭାଗୀୟ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି।
ଏ ସମ୍ପର୍କରେ ସହରର ସେକ୍‌ ଅମଜାନ, ଫୋରଡ ଗ୍ରାମର ଟୁନା ସାହୁ, କଂସାରର ନୀଳମାଧବ ମହାପାତ୍ର, ନିରଞ୍ଜନ ପରିଡା ପ୍ରମୁଖ କହିଛନ୍ତି, ଜିଲାରେ ଥିବା ୭ ନଦୀର ଜଳ ଜୀବନଜୀବିକାକୁ ସମୃଦ୍ଧ କରୁଛି। ଏଥିରେ ଗୋବରୀ ନଦୀର ଅବଦାନ ଅଧିକ। ୫ ଦଶନ୍ଧି ପୂର୍ବରୁ ସଡ଼କପଥ ସୁବିଧା ନ ଥିବାରୁ ଗୋବରୀର ଜଳପଥ ପଣ୍ୟଦ୍ରବ୍ୟ ବ୍ୟବସାୟରେ ମୁଖ୍ୟ ମାଧ୍ୟମ ଥିଲା। ସମୁଦ୍ରରୁ ଜମ୍ବୁ ଦେଇ ଗୋବରୀ ମହାନଦୀ ଜଳପଥରେ କଟକ ପର୍ଯ୍ୟନ୍ତ ପଣ୍ୟଦ୍ରବ୍ୟ କାରବାର ସହ ଯାତାୟାତ ହେଉଥିଲା। ସ୍ବାଧୀନତା ପରବର୍ତ୍ତୀ କାଳରେ ଏହାର ଉନ୍ନତୀକରଣ କରାଯାଇ ନଦୀଜଳକୁ ଚାଷରେ ବ୍ୟବହାର ହେଲା। ଏହା ବ୍ୟତୀତ ବିଭିନ୍ନ ପୁରାଣରୁ ମଧୁସାଗରର ଜନ୍ମ ସହ ଗୋବରୀ ନଦୀର କାହାଣୀ ଲୋକ ମୁଖରେ ପ୍ରଚଳିତ ଅଛି। ତେବେ ଏହି ନଦୀ ଏବେ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ଏଥିରେ ଭାରିମାତ୍ରାରେ କାଡମିୟମ, କ୍ରେମିୟମ ଓ ପଟାସିୟମ ରହିଥିବା ପରୀକ୍ଷଣରୁ ଜଣାପଡିଛି। ଏହି ଜଳକୁ ବ୍ୟବହାର ଦ୍ୱାରା ଚର୍ମ ରୋଗ ସହ ଜଳବାହିତ ରୋଗ ଦେଖାଦେଉଛି। ଗ୍ରାମାଞ୍ଚଳ ଅପେକ୍ଷା ସହର ମଧ୍ୟରେ ଏହାର ଜଳପଥକୁ ସର୍ବାଧିକ ଜବରଦଖଲ କରାଯାଇଛି। ନିକଟରେ ଦୁଇଟି ସାଇଫନ ଦ୍ୱାରା ସହରର ଅଳିଆ ଆବର୍ଜନା ପାଣି ନଦୀକୁ ଛଡାଯାଇଛି। ସେହିପରି ନଦୀକୂଳବାସୀଙ୍କ ଶୌଚାଳୟର ଦ୍ୱାର ନଦୀ ମଧ୍ୟକୁ ଅଛି। ଯାହାଫଳରେ ନଦୀ ଜଳ ପ୍ରଦୂଷିତ ହେବା ସହ ଜବରଦଖଲକାରୀ ନଦୀପଥକୁ ସଙ୍କୁଚିତ କରିଛନ୍ତି। ଉନ୍ନତୀକରଣ ନ ହେବାରୁ ନଦୀରେ ବିଲାତି ଦଳ ଭର୍ତ୍ତି ହୋଇଛି। ଯାହା ପାଇଁ କ୍ଷେତକୁ ପାଣି ଯାଇପାରୁନାହିଁ। ତେବେ ପ୍ରଶାସନ ପକ୍ଷରୁ ଜଳକର ଆଦାୟ ହେଉଛି। ଗୋବରୀର ଉନ୍ନତୀକରଣରେ ଜିଲାର ଆର୍ଥିକ ସ୍ଥିତି ସୁଧାର ଆସିବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଏହାର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହାର ସୁଫଳ ମିଳିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri