ଥଇଥାନ ପୂର୍ବରୁ ଉଠାଦୋକାନୀଙ୍କୁ ଉଚ୍ଛେଦ: ଲୋକଙ୍କ ପେଟପାଟଣା ପ୍ରଭାବିତ

ବରଗଡ଼,୨୨।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ଗତ କିଛିଦିନ ହେଲା ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଏଥିରେ ଅଧିକାଂଶ ଠେଲା ଦୋକାନୀ ଏବଂ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଛନ୍ତି। ରାସ୍ତାପାର୍ଶ୍ୱ ପ୍ରଶସ୍ତୀକରଣ ଏବଂ ଡ୍ରେନ ନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା କୁହାଯାଉଛି। ମାତ୍ର ଉଚ୍ଛେଦ ପରେ ଅନେକ ଗରିବ ଲୋକଙ୍କ ପେଟପାଟଣା ପ୍ରଭାବିତ ହେଉଛି। ଗୋଟିଏ ପଟେ ବାରମ୍ବାର ଦାବି ସତ୍ତ୍ୱେ ଜବରଦଖଲରେ ରହିଥିବା ଥିଲାବାଲାଙ୍କ ଘରକୁ ହାତ ପାଉ ନ ଥିବାବେଳେ ଅନ୍ୟପଟେ ଗରିବ ଶ୍ରେଣୀର ଲୋକଙ୍କ ଠେଲା ଦୋକାନକୁ ଉଚ୍ଛେଦ କରାଯିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ବର୍ଗର ଲୋକଙ୍କୁ ଆଗରୁ ଥଇଥାନ ଏବଂ ପରେ ଉଚ୍ଛେଦ କରିବାକୁ ନେଇ ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି। ଶୁକ୍ରବାର ବରଗଡ଼ ଏସ୍‌ପି ଛକଠାରୁ ମିନି ଷ୍ଟାଡ଼ିୟମ, କାଳୀ ମନ୍ଦିର ରାସ୍ତାରେ ବୁଲଡ଼ୋଜର ଲଗାଇ ଉଚ୍ଛେଦ କରାଯାଇଥିଲା। ଏଥିରେ ରାସ୍ତାପାର୍ଶ୍ୱରେ ରହିଥିବା ସେଲୁନ, ହୋଟେଲ, ସିଲେଇ ଦୋକାନ, ପାନ ଦୋକାନ ଆଦି ଧୂଳିସାତ୍‌ ହୋଇ ଯାଇଛି। ନିଜ ଉଠା ଦୋକାନ ହରାଇବା ପରେ ସେମାନେ କିଭଳି ପରିବାର ଗୁଜୁରାଣ ମେଣ୍ଟାଇବେ, ଉଠାଦୋକାନୀଙ୍କୁ ସେହି ଚିନ୍ତା ଘାରିଛି। ଅନ୍ୟପଟେ ସହରବାସୀଙ୍କ ଦୀର୍ଘବର୍ଷର ଦାବି ରହି ଆସିଥିବା ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ପୁରୁଣା ଜିରା ବ୍ରିଜ୍‌ ରାସ୍ତାପାର୍ଶ୍ୱ ଜବରଦଖଲକୁ ଏପର୍ଯ୍ୟନ୍ତ ଉଚ୍ଛେଦ କରାଯାଇ ପାରିନାହିଁ। ଉଚ୍ଛେଦ ସପକ୍ଷରେ ନ୍ୟାୟାଳୟ ବାରମ୍ବାର ରାୟ ଦେଇଛନ୍ତି। କିନ୍ତୁ ବିଭିନ୍ନ ଆଳ ଦେଖାଇ ପୌର ପ୍ରଶାସନ ସମୟ ଗଡ଼ାଇ ଚାଲିବାରୁ ଉଚ୍ଛେଦରେ ପ୍ରଭାବିତ ହେବାକୁ ଥିବା ଲୋକେ ପୁଣି ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ତାହା ନ୍ୟାୟାଳୟରେ ବିଚାରାଧୀନ ରହିଛି ଏବଂ ଥରକୁ ଥର ଶୁଣାଣି ଘୁଞ୍ଚି ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଜନ୍ତର-ମନ୍ତରରେ ଆନ୍ଦୋଳନ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର! ହେଲା ବଡ଼ ପର୍ଦ୍ଦାଫାଶ, ISI ମଡ୍ୟୁଲର ୯ ଲୋକ…

ନୂଆଦିଲ୍ଲୀ,୫।୮: ଅମୃତସର କମିଶନରେଟ ପୋଲିସ ଆଇଏସଆଇ (ISI) ସମର୍ଥିତ ଦୁଇଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିଛି ଏବଂ ଏହି ମାମଲାରେ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri