ବ୍ଲକ କଲୋନୀରୁ ୫ ଶିଶୁଗଛ କଟାକୁ ନେଇ ଉତ୍ତେଜନା

ପଟ୍ଟାମୁଣ୍ଡାଇ, ୨୬ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନୀ ମଧ୍ୟରେ ମୂଲ୍ୟବାନ ଶିଶୁଗଛ କଟା ଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହାର ବିହିତ କାର୍ଯ୍ୟନୁଷ୍ଠାନ ନେବାକୁ ନଗର କଂଗ୍ରେସ ପକ୍ଷରୁ ଦାବି ହୋଇଛି। ପ୍ରାୟ ୫ଟି ମୂଲ୍ୟବାନ ଶିଶୁଗଛ କାଠ ଗଣ୍ଡି କଲୋନୀ ପରିସରରେ ମହଜୁଦ ରହିଛି। ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବ୍ଲକ କଲୋନୀ ପରିସରରେ ପ୍ରାୟ ୧୫ରୁ ଉଦ୍ଧର୍‌ବ ବିରାଟକାୟ ଶିଶୁବୃକ୍ଷ ବହୁ ବର୍ଷ ଧରି ରହିଛି। ସେଥିମଧ୍ୟରୁ ଗୋଟିଏ ଗଛ ମୂଳ ଶୁଖି ଯାଇଥିବା ବେଳେ ଶନିବାର କେହି ଦୁର୍ବୃତ୍ତ ୫ଟି ଗଛ କାଟି ଦେଇଥିବା ଜଣାପଡିଛି। ଦୀପତଳ ଅନ୍ଧାର ପରି ତହସିଲ କ୍ୱାର୍ଟର୍ସ ରହିଥିଲେ ମଧ୍ୟ କିଭଳି ଏପରି ଗଛ ସବୁ କାଟି ଦିଆଗଲା ତାହା ସମସ୍ତଙ୍କୁ ଚକିତ କରିଛି। ସରକାର କୋଭିଡ-୧୯ ସମ୍ବେଦନଶୀଳ ସମୟରେ ବୃକ୍ଷ ରୋପଣ ହିଁ ଏକାନ୍ତ ବୋଲି ସାର୍ବଜନୀନ ସଚେତନତା କରାଉଛି। ଏଠି କାହା ସ୍ବାର୍ଥରେ ଏତେ ପରିମାଣର ଗଛ କାଟି ଦିଆଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ପୌରାଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଗଛ କିଏ କାଟିଲା ଓ କାହା ପରାମର୍ଶରେ ଗଛ କଟା ହେଲା, ତା’ର ଖବର କାହା ପାଖରେ ନାହିଁ। ଏ ବାବଦରେ ବନ ବିଭାଗ କିଛି ଜାଣିନି କି ରାଜସ୍ବ ବିଭାଗ ପାଖରେ କଟା ଗଛ ସବୁର ହିସାବ ନାହିଁ। ଦିନ ଦି’ପହରେ ଏତେ ଗଛ କାଟି କିଏ କୁଆଡ଼େ ନେଲା, ତାହା ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି। ଯଦି ଗଛକଟାକୁ ନେଇ ଠିକ୍‌ କାର୍ଯ୍ୟନୁଷ୍ଠାନ ନ ନିଆଯାଏ ତାହା ହେଲେ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାଇ ଦେଇଛନ୍ତି। ଏ ସମ୍ପର୍କରେ ରେଞ୍ଜର ଚିତ୍ତରଞ୍ଜନ ବେଉରାଙ୍କୁ ପଚାରିବାରେ ଗଛକଟା ଅଭିଯୋଗ ପାଇବା ପରେ ସ୍ଥାନୀୟ ଫରେଷ୍ଟରଙ୍କୁ ପଠାଇଥିଲୁ। ସେଠାରେ ଗଛ କଟା ଯାଇଥିବା ଦେଖିବାକୁ ମିଳିଥିଲା। ଛୁଟି ଥିବାରୁ କାହାକୁ ଗଛ କାଟିବାକୁ ପରମିଶନ ଦିଆଯାଇ ନ ଥିଲା। ଯିଏ ବି ଗଛ କାଟିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri