Posted inଜାତୀୟ

ଖାର୍ଗେଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୧୨ା୩ : ରାଜ୍ୟ ସଭାରେ ମଙ୍ଗଳବାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଣସଂସଦୀୟ ମନ୍ତବ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ତେବେ କେନ୍ଦ୍ର ସରକାର ଦେଶକୁ ଆଞ୍ଚଳିକତା ଭିତ୍ତିରେ ଭାଗ ଭାଗ କରିବାକୁ ଉଦ୍ୟମ କରୁଥିତ୍ବାରୁ ସେ ଏଭଳି ମନ୍ତବ୍ୟ ଦେଇଥିବା ସ୍ପଷ୍ଟୀକରଣରେ କହିବା ସହ ଗୃହ ଅଧ୍ୟକ୍ଷଙ୍କୁ କ୍ଷମା ମାଗିଛନ୍ତି।
ଉଚ୍ଚ ସଦନରେ ପ୍ରଶ୍ନୋତ୍ତର କାଳ ଶେଷରେ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ତାମିଲନାଡୁ ସରକାରଙ୍କ ବିରୋଧରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ବହୁ ବିରୋଧୀ ସଦସ୍ୟ ଦାବି କରିଥିଲେ। ସୋମବାର ଲୋକ ସଭାରେ ଧର୍ମେନ୍ଦ୍ର ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଅଧୀନରେ ତ୍ରିଭାଷୀ ନୀତି ଉପରେ ତାମିଲନାଡୁ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। ରାଜ୍ୟ ସରକାର ରାଜନୀତି ପାଇଁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନଷ୍ଟ କରୁଥିବା ସେ କହିଥିଲେ। ମଙ୍ଗଳବାର ଗୃହର ଉପାଧ୍ୟକ୍ଷ ହରିବଂଶ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କୁ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟ ସମ୍ପର୍କରେ ଆଲୋଚନା ଆରମ୍ଭ କରିବାକୁ ଡାକିଥିଲେ। ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଏନ୍‌ଇପିକୁ ବିରୋଧ କରି ଗୃହରେ କଳା ପୋଷାକ ପିନ୍ଧିଥିବା ଡିଏମ୍‌କେ ସଦସ୍ୟମାନେ ଛିଡ଼ାହୋଇ ଧର୍ମେନ୍ଦ୍ର ପ୍ରଥମେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ।
ହଟ୍ଟଗୋଳ ଲାଗି ରହିଥିବାବେଳେ ବିରୋଧୀ ଦଳ ନେତା ଖାର୍ଗେ ଏଥିରେ ହସ୍ତକ୍ଷେପ କରିଥିଲେ। ତେବେ ତାଙ୍କୁ ପୂର୍ବରୁ କହିବା ପାଇଁ ସୁଯୋଗ ଦିଆଯାଇଥିବାରୁ ଏବେ ଦିଗ୍‌ବିଜୟଙ୍କ ପାଳି ବୋଲି ଗୃହରେ ଅଧ୍ୟକ୍ଷତା କରୁଥିବା ହରିବଂଶ କହିବା ସତ୍ତ୍ୱେ ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଥିବା କଂଗ୍ରେସ ଅଧ୍ୟକ୍ଷ ହିନ୍ଦୀରେ କହିବା ସହ ମର୍ଯ୍ୟାଦାହାନି ହେଲାଭଳି ଶବ୍ଦ କହିଥିଲେ। ତାଙ୍କ ମନ୍ତବ୍ୟକୁ ସରକାରୀ ଦଳର ସଦସ୍ୟମାନେ ଅଣସଂସଦୀୟ କହିବା ସହ ହୋହଲ୍ଲା କରିଥିଲେ। ଗୃହର ନେତା ଜେ.ପି. ନଡ୍ଡା ହସ୍ତକ୍ଷେପ କରି କହିଥିଲେ, ଗୃହର ଅଧ୍ୟକ୍ଷଙ୍କୁ ଆକ୍ଷେପ କରି ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ନିନ୍ଦନୀୟ। ସେ କ୍ଷମା ମାଗନ୍ତୁ ଓ ନିଜ ମନ୍ତବ୍ୟକୁ ଫେରାଇ ନିଅନ୍ତୁ ବୋଲି ନଡ୍ଡା ଦାବି କରିଥିଲେ। ଖାର୍ଗେ ତୁରନ୍ତ କ୍ଷମା ମାଗିବା ସହ ସେ ଗୃହର ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ସରକାରଙ୍କ ନୀତିକୁ ନେଇ ଏଭଳି ମନ୍ତବ୍ୟ ଦେଇଥିବା କହିଥିଲେ। ସରକାରୀ ଦଳକୁ ଲକ୍ଷ୍ୟ କରି ଖାର୍ଗେ କହିଥିଲେ, ଦେଶର ଗୋଟିଏ ଭାଗ ଏବଂ ଏହାର ଲୋକମାନଙ୍କ ଆତ୍ମସମ୍ମାନକୁ ଆପଣମାନେ ଆଘାତ ଦେଇଛନ୍ତି। ସେମାନଙ୍କୁ ଅସଭ୍ୟ ଓ ଅଭଦ୍ର କହିଛନ୍ତି। ସେହି ମନ୍ତ୍ରୀ ଇସ୍ତଫା ଦେବା ଉଚିତ। ସେମାନେ ଦେଶକୁ ଭାଗ ଭାଗ କରିବା କଥା କହୁଛନ୍ତି ବୋଲି ଖାର୍ଗେ ସ୍ପଷ୍ଟୀକରଣରେ କହିଥିଲେ। ଗୃହର ଅଧ୍ୟକ୍ଷଙ୍କୁ ଖାର୍ଗେ କ୍ଷମା ମାଗିଥିବାରୁ ନଡ୍ଡା ଏହାର ପ୍ରଶଂସା କରିଥିଲେ। ତେବେ ମନ୍ତବ୍ୟ ସରକାରଙ୍କ ପ୍ରତି ହୋଇଥିଲେ ତାହା ମଧ୍ୟ ନିନ୍ଦନୀୟ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?