Posted inଜାତୀୟ

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ଅଭେଦ୍ୟ ଚକ୍ରବ୍ୟୁହ…

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ମାଧ୍ୟମରେ ଭାଜପା ଉତ୍ତରପ୍ରଦେଶ (ୟୁପି)ରେ ଏକ ଅଭେଦ୍ୟ ଚକ୍ରବ୍ୟୁହ ଗଠନ କରିଛି। ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବିରୋଧୀ ଦଳଗୁଡ଼ିକୁ ପଛରେ ପକାଇ କିପରି ସମ୍ପୂର୍ଣ୍ଣ ରାଜ୍ୟ ବିଜୟ କରିହେବ ସେ ନେଇ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରାଯାଇଛି। କ୍ୟାବିନେଟ୍‌ ସାମ୍ପ୍ରସାରଣରେ ରାଜ୍ୟର ୩ ଏସ୍‌ସି/ଏସ୍‌ଟି, ୩ ଓବିସି ଏବଂ ଜଣେ ବ୍ରାହ୍ମଣଙ୍କୁ ସ୍ଥାନ ମିଳିଛି। ରାଜ୍ୟରୁ ୭ ଜଣଙ୍କୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସ୍ଥାନ ମିଳିଛି। ଏହା ଦ୍ୱାରା ରାଜ୍ୟରେ ଜାତିଗତ ସମୀକରଣକୁ ଏକ ନୂଆ ରୂପ ଦେବାରେ ଭାଜପା ସକ୍ଷମ ହୋଇଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀଙ୍କୁ ମିଶାଇ ରାଜ୍ୟର ମୋଟ ୧୬ ଜଣ ସ୍ଥାନ ପାଇଛନ୍ତି। ଏହା ମୁଖ୍ୟତଃ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ରାଜ୍ୟର ୮୦ ଟି ଲୋକ ସଭା ଆସନ ଏବଂ ୭୫ ଜିଲା ରହିଛି। ରାଜ୍ୟର ୧୬ ମନ୍ତ୍ରୀଙ୍କ ମଧ୍ୟରୁ ପ୍ରତ୍ୟକଙ୍କୁ ୫ଟି ଲୋକ ସଭା ଆସନର ଦାୟିତ୍ୱ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri