Posted inଜାତୀୟ

ବଦଳିଲା ନିୟମ: ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀଙ୍କୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ

ନୂଆଦିଲ୍ଲୀ,୩୦।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହୋଇଥିବା ୧୪ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ଏଥିଯୋଗୁ ସେହି ଦେଶରୁ ଆସୁଥିବା ଯାତ୍ରୀମାନେ ବିନା ଆରଟିପିସିଆର ଟେଷ୍ଟରେ ବିମାନ ବନ୍ଦର ଛାଡ଼ିପାରିବେ ନାହିଁ। ଏଣୁ ସେମାନଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ପ୍ରାୟ ୬ ଘଣ୍ଟା ଅଧିକ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂତ୍ରରୁ ଜଣାପଡ଼ିଛି।

ଆରଟିପିସିଆର୍‌ ଟେଷ୍ଟ ଫଳାଫଳ ପାଇଁ ୪ରୁ ୬ ଘଣ୍ଟା ଲାଗିବ। ବିମାନ ବନ୍ଦରରେ ଆରଟିପିସିଆର୍‌ ଟେଷ୍ଟ କରିବା ଦାୟିତ୍ୱରେ ଥିବା କମ୍ପାନୀ ଘଣ୍ଟାକୁ ୪୦୦ରୁ ୫୦୦ ଟେଷ୍ଟ କରିପାରିବ। ଏଥିଯୋଗୁ ଯାତ୍ରୀଙ୍କୁ ସ୍ବତନ୍ତ୍ର ଅଞ୍ଚଳରେ ସାମାଜିକ ଦୂରତା ବଜାୟ ରଖି ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ହାରାହାରି ୟୁରୋପରୁ ଦିଲ୍ଲୀ ଡାଇରେକ୍ଟ ଫ୍ଲାଇଟ୍‌କୁ ସାଢ଼େ ୮ ଘଣ୍ଟା ଲାଗେ। ଫ୍ଲାଇଟ୍‌ ପୂର୍ବରୁ ଦୁଇ ଘଣ୍ଟା ଓ ଦିଲ୍ଲୀ ବିମାନବନ୍ଦରରେ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ। ଏହାବାଦ୍‌ କଷ୍ଟମ ଓ ଇମିଗ୍ରେଶନ କ୍ଲିଅର ପାଇଁ ଆଉ ଏକ ଘଣ୍ଟା ଲାଗିବ। ଫଳରେ ଯାତ୍ରୀଙ୍କୁ ଫ୍ଲାଇଟ୍‌ର ୧୭ ଘଣ୍ଟା ପୂର୍ବରୁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବାକୁ ପଡ଼ିବ।

ୟୁରୋପ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ବୋତସ୍ବାନା, ଚାଇନା, ମୌରିସିଅସ, ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ, ସିଙ୍ଗାପୁର, ହଂକଂ ଓ ଇସ୍ରାଏଲ ଆଦି ଦେଶରୁ ଆସୁଥିବା ଯାତ୍ରୀଙ୍କର ବିମାନ ବନ୍ଦରରେ ଆରଟିପିସିଆର ଟେଷ୍ଟ କରାଯିବ।

ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ଯାତ୍ରୀ ପଜିଟିଭ ଜଣାପଡ଼ିବା ପରେ ସରକାର ବିମାନ ବନ୍ଦରରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍କ୍ରିନିଂ ଓ ଟେଷ୍ଟିଂକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଦେଶରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଓମିକ୍ରନ ମାମଲା ଚିହ୍ନଟ ହୋଇ ନ ଥିବା ସରକାର ସଂସଦରେ ମଙ୍ଗଳବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ୬୯ତମ ସ୍ଥାନରେ, ୨୪ ଦେଶରେ ଭିଜା ମୁକ୍ତ ପ୍ରବେଶ…

ନୂଆଦିଲ୍ଲୀ,୧୦।୧୨ : ଆର୍ଟନ କ୍ୟାପିଟାଲ ୨୦୨୨ ରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏବଂ ଦୁର୍ବଳ ପାସପୋର୍ଟ ଥିବା ଦେଶଗୁଡିକର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ...

ମାର୍ଚ୍ଚ ୩୧ ଯାଏ ସ୍କୁଲ-କଲେଜ ବନ୍ଦ

ଚଣ୍ଡିଗଡ଼,୧୯।୩: ପୁଣି ଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଦେଶର ୬ଟି ରାଜ୍ୟରେ ଦ୍ରୁତଗତିରେ ମାମଲା ବଢ଼ୁଥିବା ନଜର ଆସୁଥିବା ବେଳେ ସେଥିରେ ପଞ୍ଜାବ ରହିଛି।...

ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର

ନୂଆଦିଲ୍ଲୀ,୧୪।୮: ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ଏହା ଭାରତର ତୃତୀୟ ସମ୍ମାନ ଜନକ ମେଡାଲ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର...

ସ୍ବଚ୍ଛତା ଅଭିଯାନ: ପାଠ ପଢ଼ିବା ପୂର୍ବରୁ ଶୌଚାଳୟ ସଫା କରନ୍ତି ଛାତ୍ରୀଛାତ୍ର

ଜବଲପୁର,୧୭।୭: ଏବେ ଦେଶବ୍ୟାପି ସ୍ବଚ୍ଛତା ଅଭିଯାନ ଜାରି ରହିଛି। ଏହି ମର୍ମରେ ମଧ୍ୟପ୍ରଦେଶର ଜବଲପୁର ସ୍ଥିତ ଶହପୁରାରେ ଥିବା ଧରତୀ କଛାର ଏବଂ ଛପରା ପ୍ରାଥମିକ...

ମଣିପୁରରେ ବାଜି ମାରିଲା ଭାଜପା

ନୂଆଦିଲ୍ଲୀ,୧୦ ।୧୧: ମଣିପୁରରେ ୫ ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ସିଂଘଟ ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭଜପା) ପ୍ରାର୍ଥୀ ବିଜୟୀ ହୋଇଥିବା ଜଣାପଡିଛି...

ଓଡ଼ିଶାରେ ସର୍ବାଧିକ କୋଭିଡ୍‌ ଅନାଥ

ନୂଆଦିଲ୍ଲୀ,୧୭ା୧ :ଘାତକ କରୋନା ଭୂତାଣୁ ସାରା ଦେଶର ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବାନ୍ଧିବା ସହ ସେମାନଙ୍କ ଶୈଶବ ମଧ୍ୟ ଉଜାଡ଼ିଦେଇଛି। ମହାମାରୀରେ ସର୍ବାଧିକ ପ୍ରଭାବିତ...

ମୁରୁଗା ମଠ ମହନ୍ତଙ୍କ ନାଁରେ ନାବାଳିକା ଯୌନ ଶୋଷଣ ଅଭିଯୋଗ, କର୍ନାଟକ ରାଜନୀତି ସରଗରମ

ବେଙ୍ଗାଲୁରୁ,୧ ।୯: କର୍ନାଟକ ମୁରୁଗା ମଠର ମହନ୍ତ ଶିବମୂର୍ତ୍ତି ମୁୁରୁଗା ସରନାରୁଙ୍କ ନାଁରେ ନାବାଳିକା ଯୌନ ଶୋଷଣ ଅଭିଯୋଗ ହୋଇଛି । ଏହାପରେ କର୍ନାଟକ ରାଜନୀତି...

୩ ସଦସ୍ୟଙ୍କ ମଧ୍ୟରେ ଚାଲିଥିଲା ମିଟିଂ: ଚା’, କଫି, ଜଳଖିଆ ବିଲ୍‌ ଆସିଲା ୧.୫ ଲକ୍ଷ ଟଙ୍କା

ନାଗପୁର, ୨୮।୬: ନାଗପୁର ବିଶ୍ୱବିଦ୍ୟାଳୟରେ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ବୈଠକରେ ସାମିଲ ଥିବା ତିନି ସଦସ୍ୟ ଚା’, କଫି ଏବଂ ଜଳଖିଆ ବିଲ୍‌ ୧.୫ ଲକ୍ଷ...

Advertisement
Archives

Model This Week