Posted inଖେଳ

ମୁମ୍ବାଇ ବିଜୟରେ ବ୍ରେକ୍‌ ଲଗାଇଲା ୟୁପି

ବେଙ୍ଗାଲୁରୁ, ୨୯।୨: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ବୁଧବାର ଅନୁଷ୍ଠିତ ଏକ ମ୍ୟାଚରେ ୟୁପି ଓ୍ବାରିଅର୍ଜ ୭ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ହିଲି ମାଥ୍ୟୁସଙ୍କ ଅର୍ଦ୍ଧଶତକ ସହାୟତାରେ ମୁମ୍ବାଇ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୬୧ ରନ କରିଥିଲା। ଜବାବରେ କିରନ ନଭଗିରେଙ୍କ ଅର୍ଦ୍ଧଶତକ ସହାୟତାରେ ୟୁପି ୧୬.୩ ଓଭରରେ ୩ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରି ନେଇଥିଲା। ବିଜୟ ସହ ୟୁପି ଦଳ ମୁମ୍ବାଇର କ୍ରମାଗତ ୩ ବିଜୟରେ ବ୍ରେକ୍‌ ଲଗାଇଛି। ଏହା ପୂର୍ବରୁ ୨ଟି ମ୍ୟାଚରେ ମୁମ୍ବାଇ ବିଜୟୀ ହୋଇଥିଲା। ହରମନପ୍ରୀତ କୌର ଆହତ ଥିବାରୁ ତାଙ୍କ ସ୍ଥାନରେ ନାଟ୍‌ ସ୍କିଭର ବ୍ରଣ୍ଟ ୟୁପି ବିପକ୍ଷ ମ୍ୟାଚରେ ମୁମ୍ବାଇ ପକ୍ଷରୁ ଅଧିନାୟିକା ଦାୟିତ୍ୱ ତୁଲାଇଥିଲେ। ୟୁପି ପକ୍ଷରୁ ନଭଗିରେ ୩୧ ବଲ୍‌ରୁ ସର୍ବାଧିକ ୫୭ ରନ କରିଥିବାବେଳେ ଗ୍ରେସ ହାରିସ ୧୭ ବଲ୍‌ରୁ ୩୮ ରନରେ ଅପରାଜିତ ରହିଥିଲେ।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଓପନିଂ ଯୋଡ଼ିରେ ୫୦ ରନ ଯୋଗକରି ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା। ୟାସ୍ତିକା ଭାଟିଆ ୨୬ ରନ କରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। କାମଚଳା ଅଧିନାୟିକା ବ୍ରଣ୍ଟ ୧୪ ବଲ୍‌ରୁ ୧୯ ରନକରି ରନ୍‌ଆଉଟ ହେବା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ଓପନର ହିଲି ମାଥ୍ୟୁସ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଦଳ ପକ୍ଷରୁ ସର୍ବାଧିକ ୫୫ ରନ ସ୍କୋର କରିଥିଲେ। ୟୁପିର ୩ ମ୍ୟାଚରୁ ଏହାଥିଲା ପ୍ରଥମ ବିଜୟ।

ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୧/୬ (ହିଲି ମାଥ୍ୟୁସ-୫୫, ୟାସ୍ତିକା ଭାଟିଆ-୨୬, ଅଞ୍ଜଳି ସର୍ଭାନି-୧/୩୮, ଗ୍ରେସ ହାରିସ-୧/୨୦, ସୋଫି ଏକଲେଷ୍ଟୋନ-୧/୨୫, ଦୀପ୍ତି ଶର୍ମା-୧/୪୦, ରାଜେଶ୍ୱରୀ ଗାଏକ୍ୱାଡ୍‌-୧/୩୮)। ୟୁପି ଓ୍ବାରିଅର୍ଜ ୧୬.୩ ଓଭରରେ ୧୬୩/୩ (କିରନ ନଭଗିରେ-୫୭, ଗ୍ରେସ ହାରିସ-୩୮*, ଆଲିସା ହିଲି-୩୩, ଇସି ଓ୍ବଙ୍ଗ-୨/୩୦, ଆମେଲିଆ କେର-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri