Posted inଜାତୀୟ

୭୫ ବର୍ଷ ବୟସରେ ୯୨ ଥର ହାରିଲେଣି ଏହି ପ୍ରାର୍ଥୀ: ତଥାପି ଛାଡିନି ଲଢିବାର ନିଶା

ଲକ୍ଷ୍ନୌ,୫।୪: ଏବେ ଦେଶରେ ଚାଲିଛି ନିର୍ବାଚନ ଋତୁ। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଉତ୍ତର ପ୍ରଦେଶରେ ପଞ୍ଚାୟନ ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଏଥରେ ୟୁପି ପଞ୍ଚାୟତ ନିର୍ବାଚନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ବିଭିନ୍ନ ପଦବୀରେ ୯୨ ଥର ନିର୍ବାଚନ ହାରିଯିବା ପରେ ମଧ୍ୟ ଆଗ୍ରାର ହସନୁରାମ ଆମ୍ବେଦକରି ଏଥର ମଧ୍ୟ ଉତ୍ସାହର ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଛିଣ୍ଡି ଯାଇଥିବା ଜୋତା, ଖଦି କୁର୍ତ୍ତା ଏବଂ ମନରେ ବିଜୟର ଆଶା ପାଇଁ ୭୫ ବର୍ଷୀୟ ହସନୁରାମ ଆମ୍ବେଦକାରି ରବିବାର ୯୩ ତମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥର ସେ ୱାର୍ଡ ୩୦ରୁ ଜିଲା ପଞ୍ଚାୟତ ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଯେକୌଣସି ନିର୍ବାଚନ ହେଉ ପ୍ରତିଥର ଜିତିବା ଆଶାରେ ହନସୁରାମ ନାମାଙ୍କନ ଦାଖଲ କରନ୍ତି। ୧୯୮୫ରୁ ସେ ଲଗାତାର ୩୬ ବର୍ଷ ହେବ ୯୨ଥର ନିର୍ବାଚନ ଲଢି ସାରିଲେଣି। କିନ୍ତୁ ଏପର୍ଯ୍ୟନ୍ତ ଥରେ ମଧ୍ୟ ସେ ବିଜୟ ମୁକୁଟ ପିନ୍ଧି ନାହାନ୍ତି। ୧୯୮୮ରେ ରାଷ୍ଟ୍ରପତି ପଦ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ଏହା ଖାରଜ ହୋଇଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri