Posted inଜାତୀୟ

ସମନ ସତ୍ତ୍ୱେ ହାଜର ହେଉ ନାହାନ୍ତି ରାହୁଲ ଗାନ୍ଧୀ, ଚେତାବନୀ ଦେଇ ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ

ଲକ୍ଷ୍ନୌ,୫।୩: ବୀର ସାଭରକରଙ୍କ ଉପରେ ମନ୍ତବ୍ୟ ଦେବା ପାଇଁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ କୋର୍ଟ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କାର ଜରିମାନା ଲଗାଇଛନ୍ତି। ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଲଗାତାର ଶୁଣାଣିରେ ଅନୁପସ୍ଥିତ ରହିବା ପାଇଁ ଏହି ଜରିମାନା ଲଗାଇଛନ୍ତି। ଏଥିସହିତ ରାହୁଲ ଗାନ୍ଧୀଙ୍କୁ ଯେକୌଣସି ପରିସ୍ଥିତିରେ ୧୪ ଏପ୍ରିଲ ୨୦୨୫ରେ ହାଜର ହେବାକୁ ପଡ଼ିବ। ଯଦି ସେ ଏହି ତାରିଖରେ ହାଜର ନ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ମଧ୍ୟ ଚେତାବନୀ ଦେଇଛନ୍ତି।

୨୦୨୨ରେ ଓକିଲ ନୃପେନ୍ଦ୍ର ପାଣ୍ଡେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟବିଧି ସଂହିତା (CRPC) ଧାରା ୧୫୬ (୩) ଅନୁଯାୟୀ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗର ଶୁଣାଣି କରିବା ସମୟରେ, କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଥିଲେ। ଓକିଲ ନୃପେନ୍ଦ୍ର ପାଣ୍ଡେ ଅଭିଯୋଗରେ ଅଭିଯୋଗରେ ଦର୍ଶାଇଥିଲେ ଯେ ରାହୁଲ ଗାନ୍ଧୀ ୨୦୨୨ ଡିସେମ୍ବର ୧୭ରେ ମହାରାଷ୍ଟ୍ରର ଆକୋଲାରେ ଏକ ଖବରଦାତା ସମ୍ମିଳନୀ ସମୟରେ ବୀର ସାଭରକରଙ୍କୁ ’ବ୍ରିଟିଶଙ୍କ ଦାସ’ ଏବଂ ’ପେନସନଭୋଗୀ’ ବୋଲି କହିଥିଲେ।

ତେବେ ସମସ୍ତ ତଥ୍ୟ ଏବଂ ପ୍ରମାଣକୁ ବିଚାର କରିବା ପରେ କୋର୍ଟ ଜାଣିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ ସମାଜରେ ଘୃଣା ଏବଂ ବିଦ୍ୱେଷ ପ୍ରସାର କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଯାହା ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩ (A) ଏବଂ ୫୦୫ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ୨୦୨୫ ମାର୍ଚ୍ଚ ୫ରେ ଶୁଣାଣି ସମୟରେ ରାହୁଲଙ୍କ ପକ୍ଷରୁ ତାଙ୍କ ଓକିଲ ପ୍ରାଂଶୁ ଅଗ୍ରୱାଲ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ ସେ ବ୍ୟକ୍ତିଗତ ଭାବରେ ହାଜର ନ ହେବାର କାରଣ ଦର୍ଶାଇଥିଲେ। ସେ ବର୍ତ୍ତମାନ ସଂସଦରେ ବିରୋଧୀ ଦଳ ନେତା। ବୁଧବାର(ମାର୍ଚ୍ଚ ୫) ତାଙ୍କର ଜଣେ ବିଦେଶୀ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ପୂର୍ବ ନିର୍ଦ୍ଧାରିତ ସାକ୍ଷାତ ଥିଲା। ଏହା ବ୍ୟତୀତ ଅନ୍ୟ ସରକାରୀ କାମରେ ବ୍ୟସ୍ତ ଥିବାରୁ ସେ କୋର୍ଟରେ ହାଜର ହୋଇପାରି ନାହାନ୍ତି। ସେ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ କରନ୍ତି ଏବଂ ଜାଣିଶୁଣି କୋର୍ଟରେ ହାଜର ହେବାକୁ ଏଡାଇବାକୁ ଚେଷ୍ଟା କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ଅକ୍ସନ ପୂର୍ବରୁ ବିବାହ କଲେ SRH ମାଲିକାଣୀ କାବ୍ୟା ମାରାନ: ଜାଣନ୍ତୁ କାହାକୁ ବାଛିଲେ ନିଜ ଜୀବନସାଥୀ

ନୂଆଦିଲ୍ଲୀ, ୧୨।୧୧: ଆଇପିଏଲ ଟିମ ସନରାଇଜର୍ସ ହାଇଦ୍ରାବାଦ (SRH)ର ମାଲିକାଣୀ କାବ୍ୟା ମାରାନ ଅନିରୁଦ୍ଧ ରବିଚନ୍ଦରଙ୍କୁ ବିବାହ କରିଛନ୍ତି। ଅନିରୁଦ୍ଧ ନିଜ ସୋସିଆଲ ମିଡିଆରେ କାବ୍ୟାଙ୍କ ସହ…

ଭାରତ ବିପକ୍ଷ ଶେଷ ଦୁଇ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ୩୧ ବର୍ଷୀୟ ଏହି ଧୁରନ୍ଧର ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧୨।୧୧: ଭାରତ ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ (ଚତୁର୍ଥ ଓ ପଞ୍ଚମ) ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଦଳ ଘୋଷଣା…

ନ୍ୟୁଜିଲାଣ୍ଡ ସିରିଜ ମଝିରେ ବଡ଼ ହଲଚଲ: ଗିଲ-ରାହୁଲ ଆଉଟ୍‌, କୋହଲି-ରୋହିତ ଖେଳିବେ କି ନାହିଁ, ଆସିଲା ଅପଡେଟ୍‌

ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଶୁକ୍ରବାର (ନଭେମ୍ବର ୧୩) ମାଉଣ୍ଟ ମାଉଙ୍ଗାନୁଇର ବେ…

ବିନା ବ୍ୟାଙ୍କ ଖାତାରେ ବି ପେମେଣ୍ଟ କରିପାରିବେ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା; ଜାଣନ୍ତୁ କେମିତି?

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ବ୍ୟାଙ୍କ ଖାତା ନାହିଁ, ତେବେ ମଧ୍ୟ ଆପଣଙ୍କୁ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ RBI…

କ୍ରିକେଟ୍ ମଇଦାନରେ ଅଜବ ଦୃଶ୍ୟ! କ୍ରୀଜ୍ ଭିତରେ ବ୍ୟାଟ୍ ରଖିବା ପରେ ମଧ୍ୟ ରନ୍ ଆଉଟ୍ ହେଲେ ଖେଳାଳି-VIDEO

ହୋବାର୍ଟ,୧୨।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍ ବ୍ୟାସ୍ ଲିଗ୍ (WBBL)ର ଏକ ମ୍ୟାଚ୍‌ରେ ଏଭଳି ଏକ ଅଜବ ରନ୍‌ ଆଉଟ୍ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଯେ…

୧୪ ବର୍ଷ ପରେ ସ୍ପେନ୍‌ରେ ଧର୍ମଘଟ

ବାର୍ସିଲୋନା, ୧୨ା୧୧:ଜାତୀୟ ନିର୍ୱାଚନର ମାତ୍ର ୩ ସପ୍ତାହ ପୂର୍ୱରୁ ଦେଶରେ ବଢ଼ିଚାଲିଥିବା ଗୃହ ସଙ୍କଟ ଏବଂ ଅତ୍ୟଧିକ ଘରଭଡ଼ା ବିରୋଧରେ ବୁଧବାର ସ୍ପେନର ଲକ୍ଷ ଲକ୍ଷ ଶ୍ରମିକ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର; ମିଳିବ ୧.୮ ଲକ୍ଷର ଲାପଟପ୍‌, ୪ ବର୍ଷ ପରେ…

ନୂଆଦିଲ୍ଲୀ,୧୨।୧୧: ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବହୁତ ବଡ଼ ଏବଂ ଖୁସିର ଖବର ଆସିଛି। କେନ୍ଦ୍ର ସରକାର ନିଜର ଅଧିକାରୀମାନଙ୍କୁ ଦିଆଯାଉଥିବା ଅଫିସ ଲାପଟପ ଏବଂ ଟାବଲେଟ…

ପୁରାଣରେ ପ୍ରଳୟର ବନ୍ୟା

ବିଭିନ୍ନ ପୌରାଣିକ ଗ୍ରନ୍ଥରେ ବନ୍ୟା ସମ୍ପର୍କରେ ଉଲ୍ଲେଖ ରହିଛି। ଏଗୁଡ଼ିକୁ ପ୍ରଳୟକୈନ୍ଦ୍ରିକ ଭାବେ ଦର୍ଶାଯାଇଛି। ବାଇବେଲ (ଖ୍ରୀଷ୍ଟପୂର୍ୱ ୫୦୦)ରେ ନୋଆ ଏବଂ ମହାବନ୍ୟା ବା ମହାପ୍ରଳୟର କାହାଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?