Posted inଜାତୀୟ

ୟୁପିରେ ହାଜତ ମୃତ୍ୟୁ ଅଭିଯୋଗ: ଭାଇରାଲ ଭିଡିଓ ପୋଷ୍ଟ କରି ଭାଜପାକୁ ଘେରିଲେ ଅଖିଳେଶ

ଲଖ୍‌ମୀପୁର ଖେରି,୧୧।୧: ଉତ୍ତରପ୍ରଦେଶର ଲଖ୍‌ମୀପୁରଖେରି ଅଞ୍ଚଳରେ ପୋଲିସ ବେଆଇନ ମଦ କାରବାର ଅଭିଯୋଗରେ ରାମଚନ୍ଦ୍ର ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ହାଜତରେ ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ପରିବାର ଲୋକେ ଦାବି କରିଛନ୍ତି।

ତେବେ ହାଜତ ମୃତ୍ୟୁ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି। ରାମଚନ୍ଦ୍ର ଗ୍ୟାଙ୍ଗଷ୍ଟର ଆଇନରେ ଅଭିଯୁକ୍ତ ଥିଲେ। ପୋଲିସ ଚଢ଼ାଉ ବେଳେ ସେ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ସଂଜ୍ଞାହୀନ ହୋଇପଡ଼ିଥିଲେ ବୋଲି ପୋଲିସ କହିଛି।

ତେବେ ମୃତକଙ୍କ ପରିବାର ସଦସ୍ୟଙ୍କ ସହ ଲଖ୍‌ମୀପୁରଖେରି ଡିଏସ୍‌ପି ପି.ପି. ସିଂ କଥା ହେଉଥିବାର ଏକ ଭିଡିଓ ଅନ୍‌ଲାଇନରେ ଭାଇରାଲ ହୋଇଛି। ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି। ନିଘାସାନ କିମ୍ବା ମାଝଗାଇନ୍‌ର ଏସ୍‌ଏଚ୍‌ଓଙ୍କୁ ସସ୍‌ପେଣ୍ଡ କରାଯିବ ନାହିଁ କି ତୁମେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବ ନାହିଁ ବୋଲି ଡିଏସ୍‌ପି କହିଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଉକ୍ତ ଭିଡିଓକୁ ଶେୟାର କରିବା ସହ ଶାସକ ଭାଜପାକୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଆତ୍ମହତ୍ୟା କଲେ IIC: ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ସିପି

କଟକ, ୪।୭ (ପ୍ରଭୁକଲ୍ୟାଣ ପାଲ): ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରତିକ୍ରିୟା ରଖିଛନ୍ତି।…

ବିଧାୟକ ଅଶୋକ ଦାସଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ, ସମସ୍ୟାରେ ଥିବା କହି ମାଗୁଛନ୍ତି ଟଙ୍କା

ଭୁବନେଶ୍ୱର, ୪/୭: କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ନାଁରେ ଏକ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି କିଛି ଅସାମାଜିକ ବ୍ୟକ୍ତି ଟଙ୍କା ମାଗୁଥିବା ଅଭିଯୋଗ ସାମ୍ନାକୁ ଆସିଛି।…

୨୦୦-୫୦୦ ଟଙ୍କିଆ ନୋଟ୍‌କୁ ନେଇ RBIର ବଡ଼ ଆଲର୍ଟ; ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪।୭: ବଜାରରୁ କିଣାକିଣି କରିବା ପରେ ମିଳୁଥିବା ଖୁଚୁରା ପଇସାର ଯାଞ୍ଚ ଆମେ ପ୍ରାୟତଃ ତରତରରେ କରିନଥାଉ। କିନ୍ତୁ ଜାଲ ନୋଟର ବଢୁଥିବା ଚଳନ ମଧ୍ୟରେ ଆପଣଙ୍କର…

IND vs ENG: ଶେଷ ହେବାକୁ ଯାଉଛି ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ପାଇଁ ଅପେକ୍ଷା, ମାଞ୍ଚେଷ୍ଟରରେ ମିଳିବ ସୁଯୋଗ!

ନୂଆଦିଲ୍ଲୀ,୪।୭: ସମଗ୍ର କ୍ରିକେଟ ଜଗତ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛି। ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷରେ କିମ୍ବା ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ରେ ସୁଯୋଗ…

ଘୋଡାହାଡ ଡ଼୍ୟାମରୁ ଛଡାଯିବ ପାଣି: ନଦୀ ତଟବର୍ତ୍ତିି ଗ୍ରାମକୁ ସତର୍କ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି।ଏହାର ପ୍ରଭାବରେ ଶନିବାର ଠାରୁ  ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

ଟେଲିଗ୍ରାମକୁ ନେଇ ସରକାର କଠୋର; ଫିଲ୍ମ ସହ OTT ବିଷୟବସ୍ତୁର ପାଇରେସି ରୋକିବା ପାଇଁ ପଠାଇଲେ ନୋଟିସ

ନୂଆଦିଲ୍ଲୀ,୪।୭: କେନ୍ଦ୍ର ସରକାର ଫିଲ୍ମ ଏବଂ OTT ପ୍ଲାଟଫର୍ମରୁ ବଢୁଥିବା ଅନଲାଇନ ପାଇରେସି ସମ୍ପର୍କରେ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରିପୋର୍ଟ…

ଖୋଲିଲା ମାଛକୁଣ୍ଡ ଜଳଭଣ୍ଡାରର ପ୍ରଥମ ଗେଟ୍: ନିଷ୍କାସିତ ହେଲା ବର୍ଷାଜଳ

ଲମତାପୁଟ, ୪।୭: ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଶନିବାର ଚଳିତ ବର୍ଷ ପ୍ରଥମ ଥର ପାଇଁ…

Ali Khamenei Funeral: ଆୟାତୋଲ୍ଲା ଅଲି ଖାମେନେଇଙ୍କ ସହିତ ତାଙ୍କ ୧୪ ମାସର ନାତୁଣୀଙ୍କୁ ଦିଆଯିବ ଶେଷ ବିଦାୟ; ସର୍ବୋଚ୍ଚ ନେତାଙ୍କ ପାଖରେ ରଖାଯାଇଛି ପରିବାର କଫିନ

ତେହରାନ,୪।୭: ଶୁକ୍ରବାର (ଜୁଲାଇ 3, 2026), ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ହଜାର ହଜାର ଲୋକ ଇରାନର ରାଜଧାନୀ ତେହରାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri