Posted inଖେଳ

‘ମୋତେ ବିଷ ଦିଆଯାଇଥିଲା…,’ ସଭିଙ୍କୁ ଆଶ୍ଚର୍ଯ୍ୟ କରୁଛି ଟେନିସ ତାରକାଙ୍କ ଚମକାଇବା ଭଳି ବୟାନ

ମେଲବର୍ନ,୧୦।୧: ଟେନିସ ଷ୍ଟାର ନୋଭାକ ଜୋକୋଭିଚ ଦାବି କରିଛନ୍ତି ଯେ ୨୦୨୨ ମସିହାରେ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା। ସେ ସେତେବେଳେ ମେଲବର୍ନରେ ଥିଲେ। ୨୦୨୨ ଅଷ୍ଟ୍ରେଲିଆ ଓପନ ସମୟରେ ମେଲବର୍ନରେ ତାଙ୍କ ସହିତ ସମାନ ଘଟଣା ଘଟିଥିଲା। ସେ ସେତେବେଳେ କୋଭିଡ-୧୯ ଟିକା ନେବାକୁ ମନା କରିଦେଇଥିଲେ। ଯାହା ପରେ ତାଙ୍କୁ ଦେଶ ଛାଡିବାକୁ ମଧ୍ୟ କୁହାଯାଇଥିଲା।

ସେ କହିଛନ୍ତି, ସେତେବେଳେ ମୋର କିଛି ସ୍ବାସ୍ଥ୍ୟ ସମସ୍ୟା ଥିଲା ଏବଂ ମୁଁ ଅନୁଭବ କଲି ଯେ ମେଲବର୍ନର ସେହି ହୋଟେଲରେ ମୋତେ କିଛି ବିଷାକ୍ତ ଖାଦ୍ୟ ଖୁଆଇ ଦିଆଯାଇଥିଲା। ଗୁରୁବାର ଏକ ସାକ୍ଷାତକାରରେ ୩୭ ବର୍ଷୀୟ ଜୋକୋଭିଚ କହିଥିଲେ, ଯେତେବେଳେ ମୁଁ ସର୍ବିଆ ଫେରିଲି, ମୁଁ ଏହା ଜାଣିଲି। ମୁଁ ଏହା କେବେ କାହାକୁ କହିନାହିଁ, କିନ୍ତୁ ମୁଁ ଜାଣିପାରିଲି ଯେ ମୋ ଶରୀରରେ ପ୍ରଚୁର ପରିମାଣରେ ପାରଦ ଏବଂ ସୀସା ଅଛି।
ଅଷ୍ଟ୍ରେଲିଆର ଗୃହ ବ୍ୟାପାର ମୁଖପାତ୍ର କହିଛନ୍ତି ଯେ “ଗୋପନୀୟତା କାରଣରୁ ସେ ଏହି ବିଷୟଗୁଡ଼ିକ ଉପରେ ମନ୍ତବ୍ୟ ଦେଇପାରିବେ ନାହିଁ।” ତଥାପି, ସରକାର କହୁଛନ୍ତି ଯେ ପାର୍କ ହୋଟେଲ ଯେଉଁଠାରେ ନୋଭାକଙ୍କୁ ରଖାଯାଇଥିଲା। ସେଠାରେ ସମସ୍ତଙ୍କୁ ସଦ୍ୟ ରନ୍ଧା ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଦିଆଯାଇଥିଲା।
ନୋଭାକଙ୍କୁ ହୋଟେଲରେ ରହିବା ପାଇଁ ଆଇନଗତ ଲଢ଼େଇ ଲଢ଼ିବାରୁ ତାଙ୍କୁ ହେପାଜତରେ ରଖାଯାଇଥିଲା। ସେ କୋଭିଡ -୧୯ ପରୀକ୍ଷା କରିବାକୁ ମନା କରିଦେଇଥିଲେ ଯାହା ପରେ ତାଙ୍କ ପ୍ରତି ଏପରି ମନୋଭାବ ଗ୍ରହଣ କରାଯାଉଥିଲା। ସେମାନଙ୍କୁ ଦିନ କିମ୍ବା ରାତିର ଯେକୌଣସି ସମୟରେ ବ୍ରେଡ, ନୁଡୁଲ୍ସ, ଚା’ ଏବଂ କଫି ଭଳି ଜଳଖିଆ ସାମଗ୍ରୀ ମଧ୍ୟ ଦିଆଯାଉଥିଲା। ତଥାପି, ଏଥିରେ ବିଷ ଥିଲା କି ନାହିଁ। କେବଳ ସେଠାକାର ଅଧିକାରୀମାନେ ଏହା ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଉଁଠୁ ଆରମ୍ଭ ହୋଇଥିଲା ନୀରଜ-ହିମାନୀଙ୍କ ଲଭଷ୍ଟୋରୀ, କେବେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ ସବୁ କହିଦେଲେ…

ନୂଆଦିଲ୍ଲୀ,୨୨।୧: ଦୁଇଥର ଅଲିମ୍ପିକ ପଦକ ବିଜେତା ଜାଭେଲିନ ଷ୍ଟାର ନୀରଜ ଚୋପ୍ରା ରବିବାର ଏକ ସୋସିଆଲ ମିଡିଆ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ନୀରଜ...

ଚାମ୍ପିୟନ୍ସ ଟ୍ରଫିରେ ନୂଆ ବିବାଦ, ଆଇସିସି ପାଖରେ ପହଞ୍ଚିଲା ପାକିସ୍ତାନ, କହିଲା ଏମିତି

ନୂଆଦିଲ୍ଲୀ,୨୨।୧: ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମାପ୍ତ ହୋଇନାହିଁ। ବିସିସିଆଇ ଦଳକୁ ପାକିସ୍ତାନ ପଠାଇବାକୁ ମନା କରିଦେଲା ଏବଂ ପାକିସ୍ତାନ...

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍‌

କୋଲକାତା, ୨୨।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର...

ହୃଦୟ ଜିତିଲେ ନୀରଜ, ଯୌତୁକରେ ଆଣିଲେ ମାତ୍ର ଏତିକି ଟଙ୍କା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୨।୧: ହିମାଚଳ ପ୍ରଦେଶର ସୋଲାନର କୁମାରହାଟ୍ଟି-ନାହାନ ଜାତୀୟ ରାଜପଥ-୫ ସ୍ଥିତ ଗାନ୍ଧୀଗ୍ରାମ ନିକଟରେ ଏକ ଘରୋଇ ରିସର୍ଟରେ ନୀରଜ ଚୋପ୍ରା ଏବଂ ହିମାନି ମୋର ବିବାହ...

ଚହଲ-ଧନଶ୍ରୀଙ୍କ ଛାଡପତ୍ର କନଫର୍ମ! ଖେଳାଳିଙ୍କ ଏଭଳି ପୋଷ୍ଟକୁ ନେଇ ବଢିଲା…

ମୁମ୍ବାଇ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକାଲି ତାଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୁହାଯାଉଛି...

ପାଣ୍ଡ୍ୟାଙ୍କୁ ଅଧିନାୟକ ନୁହେଁ, ଟିମ୍‌ ଇଣ୍ଡିଆରେ ମିଳିଛି ଏହି ଦାୟିତ୍ୱ; ସୂର୍ଯ୍ୟକୁମାର କହିଲେ ସତ…

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜାନୁଆରୀ ୨୨ ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ, ଟିମ...

୨୨୩ କୋଟିର ଚାକିରି ଲାଗି ଏହି ଭେଟେରାନଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ପତ୍ନୀ, ହରାଇବେ ଅଧା ସମ୍ପତ୍ତି…

ନୂଆଦିଲ୍ଲୀ,୨୧।୧: ପୂର୍ବତନ ଖେଳାଳି ତଥା ଲୋକପ୍ରିୟ ଫୁଟବଲ ମ୍ୟାନେଜର୍‌ ପେପ୍‌ ଗାର୍ଡିଓଲା ତାଙ୍କ ପତ୍ନୀ କ୍ରିଷ୍ଟିନା ସାରାଙ୍କୁ ଛାଡ଼ପତ୍ର ଦେବେ। ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ...

ଟି୨୦ରେ ୩୦୦ ରନ୍‌ କରିବୁ;ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗର୍ଜିଲେ…

ନୂଆଦିଲ୍ଲୀ,୨୧।୧: ଗତ ୨ ସିରିଜରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଥିଲେ ହେଁ ପରିବର୍ତ୍ତିତ ଫର୍ମାଟ ସହ ଏବେ ଦଳର ପ୍ରତିଟି ଖେଳାଳି ଉତ୍ସାହିତ ଅଛନ୍ତି। ଏଣୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri