Posted inଜାତୀୟ

ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ଶଶୂର ଘର ଗାଁ ନାମ ବଦଳାଇବାକୁ ପ୍ରସ୍ତାବ

କୋଶାମ୍ବି,୮।୭: ଉତ୍ତରପ୍ରଦେଶର କୋଶାମ୍ବିରେ ଜିଲା ପଞ୍ଚାୟତ ବୈଠକରେ ଅଫଜଲପୁରୱାରୀ ଗାଁର ନାମ ପରିବର୍ତ୍ତନ ପାଇଁ ଦାବି ହୋଇଛି। ଜିଲା ପଞ୍ଚାୟତ ସଦନର ଅନୁଷ୍ଠିତ ଏହି ବୈଠକରେ ଜିଲା ପଞ୍ଚାୟତ ସଦସ୍ୟ ତୁଫାନ ସିଂ ଯାଦବ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବିଶେଷ କଥା ହେଉଛି, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଶଶୂର ଘର ଗାଁ ହେଉଛି ଅଫଜଲପୁରୱାରୀ। ମଙ୍ଗଳବାର ଜିଲା ପଞ୍ଚାୟତ ସଦସ୍ୟ ତୋଫାନ ସିଂ ଯାଦବ ବୈଠକରେ କହିଛନ୍ତି ଯେ, ସଂସଦ ଭବନ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ଅଫଜଲଙ୍କ ନାମ ଭଳି ଅଫଜଲପୁରଓ୍ବାରୀ ଗାଁ ନାମ ପ୍ରକାଶ ପାଉଛି। ଏଭଳି ପରିସ୍ଥିତିରେ ଗାଁ ନାମକୁ ପରିବର୍ତ୍ତନ କରି ଶିବପୁର ରଖିବା ଉଚିତ୍‌ ବୋଲି ସେ କହିଛନ୍ତି। ବର୍ତ୍ତମାନ ଆଶା କରାଯାଉଛି ଯେ, ଜିଲା ପଞ୍ଚାୟତ ସଭାପତି କଳ୍ପନା ସୋନକର ଯଥାଶୀଘ୍ର ଏହି ପ୍ରସ୍ତାବ ଉପରେ କାର୍ଯ୍ୟ କରିବେ ଏବଂ ତାଙ୍କର ଶେଷ ମୋହର ଲାଗିପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ ଗାଁର ନାମ କେବେ ପରିବର୍ତ୍ତନ ହେଉଛି ତା’କୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ କଂଗ୍ରେସର ପୋଷ୍ଟର ଗର୍ଲ

ଲକ୍ଷ୍ନୌ,୨୦।୧: ଉତ୍ତରପ୍ରଦେଶ ରାଜନୀତିରେ ଭାଜପା, କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଦେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଏହି କ୍ରମରେ କଂଗ୍ରେସକୁ ଏକ...

ଅଗଷ୍ଟ ୨୪ରେ ଫ୍ଲୋର୍‌ ଟେଷ୍ଟ

ପାଟନା,୧୦।୮:ବିହାରରେ ନୂତନ ସରକାର ଗଠନ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ପ୍ରଥମ କ୍ୟାବିନେଟ ବୈଠକ...

ପରଲୋକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’

ଅହମ୍ମଦାବାଦ,୩୦।୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ୧୦୦ ବର୍ଷ ବୟସରେ ଅହମ୍ମଦାବାଦର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଏବେ ଅହମ୍ମଦାବାଦ ଅଭିମୁଖେ ବାହାରିଛନ୍ତି। ଅସୁସ୍ଥତା...

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ

ବ୍ୟାଙ୍କକ୍‌/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ...

୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କଲା ସେନା

ନୂଆଦିଲ୍ଲୀ,୧୪।୯: ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ ଶନିବାର ୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଇଷ୍ଟର୍ଣ୍ଣ କମାଣ୍ଡରେ କାର୍ଯ୍ୟରତ ଥିବା ଏହି କୁକୁର...

ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ,୩୦।୮: ଆସନ୍ତା ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଶୁକ୍ରବାର ଦିଲ୍ଲୀର ରାଉଜ...

ଥଣ୍ଡା ପାଣିରେ ଗାଧାନ୍ତୁୁ ଡାଏଟିଂର ପଡ଼ିବନି ଆବଶ୍ୟକତା…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ମେଦବହୁଳତା ଦେଖାଦେଇଥାଏ। ଏଥିରୁ ଦୂରେଇ ରହିବା ପାଇଁ କିଛି ଲୋକ ଡାଏଟିଂ କରିଥାନ୍ତି। ତେବେ ଡାଏଟିଂ...

୨୪ ଘଣ୍ଟା ଖୋଲା ରହିବ ରେଷ୍ଟୁରାଣ୍ଟ୍‌-ମଲ୍‌-ପବ୍‌: ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ମୁମ୍ବାଇ,୨୨।୧: ମୁମ୍ବାଇରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ...

Advertisement
Archives

Model This Week