Posted inଫୁରସତ

ସ୍ବାମୀ ଜୀବିତ ଥିଲେ ମଧ୍ୟ ବିଧବାଙ୍କ ଭଳି ଜୀବନ ଜିଅନ୍ତି ଏହି ସମ୍ପ୍ରଦାୟର ମହିଳା, କାରଣ ଜାଣିଲେ…

ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧାର୍ମିକ ପରମ୍ପରା, ରୀତିନୀତି ଦେଖିବାକୁ ମିଳିଥାଏ। ସେଥିରୁ କିଛି ପରମ୍ପରା ବେଶ୍‌ ଅଜବ। ହେଲେ ପୁରାତନ କାଳରୁ ଚାଲି ଆସୁଥିବାରୁ ଏହାର ମାନ୍ୟତା ଆଜି ବି ରହିଛି। ସେଭଳି ଗୋଟିଏ ହେଲା ଗଛବାହା ସମୁଦାୟଙ୍କ ପରମ୍ପରା। ଏହି ସମୁଦାୟର ମହିଳାମାନେ ସ୍ବାମୀ ଜୀବିତ ଥିବା ସତ୍ତ୍ୱେ କିଛି ମାସ ପାଇଁ ବିଧବା ମହିଳାଙ୍କ ଭଳି ଜୀବନଯାପନ କରିଥାନ୍ତି। ଦୀର୍ଘଦିନରୁ ଏହା ଚାଲି ଆସୁଛି। ତେବେ ସ୍ବାମୀଙ୍କ ଦୀର୍ଘ ଜୀବନ ଓ ସୁରକ୍ଷା ପାଇଁ ମହିଳାମାନେ ଏଭଳି କରୁଥିବା କୁହାଯାଏ।

ଉତ୍ତରପ୍ରଦେଶର ଦେବରିଆ, ଗୋରଖପୁର ଏବଂ କୁଶୀନଗର ଜିଲାରେ ଏହି ସମୁଦାୟର ଲୋକ ବାସ କରନ୍ତି। ଖଜୁରୀ ଗଛରୁ ତାଡି ପ୍ରସ୍ତୁତ କରିବା କାମ ଏମାନେ କରିଥାନ୍ତି। ବର୍ଷର ୪ ରୁ ୫ ମାସ ପର୍ଯ୍ୟନ୍ତ ଏହା ଚାଲିଥାଏ। ଏହି ସମୟରେ ବିବାହିତ ମହିଳାମାନେ ମଥାରେ ସିନ୍ଦୁର ଲଗାନ୍ତି ନାହିଁ। ସେମାନେ ବୈବାହିକ ଜୀବନର ସମସ୍ତ ଶୃଙ୍ଗାରସାମଗ୍ରୀ ଦେବରିଆଠାରୁ ୩୦ କିମି ଦୂରରେ ଥିବା ତରକୁଲହା ଦେବୀ ମନ୍ଦିରରେ ରଖିଥାନ୍ତି।

ତରକୁଲହା ଦେବୀ ଏହି ସମ୍ପ୍ରଦାୟର କୁଳଦେବୀ। ଉକ୍ତ ୫ରୁ ୬ ମାସ ମଧ୍ୟରେ ବିବାହିତ ମହିଳାମାନେ ବିଧବାଙ୍କ ଭଳି ଜୀବନ ଅତିବାହିତ କରିବା ପରେ ଶ୍ରାବଣ ମାସ ନାଗପଞ୍ଚମୀ ଦିନ ମନ୍ଦିରରେ ଏକତ୍ର ହୋଇଥାନ୍ତି। ସେହି ଦିନ ପୂଜା ସମୟରେ ସେମାନେ ପୁଣି ସିନ୍ଦୁର ଲଗାଇଥାନ୍ତି।

୫୦ ଫୁଟ ଉଚ୍ଚରେ ଥିବା ଖଜୁରୀ ଗଛରୁ ତାଡ଼ି ବାହାର କରିବା କାମ ବହୁତ କଷ୍ଟକର। ସେଠାକାର ଯୁବକମାନେ ଅପରାହ୍ନ ସମୟରେ ଗଛରେ ଚଢ଼ି ଏହାକୁ କାଢ଼ିଥାନ୍ତି। ତେବେ କେଉଁ କାରଣରୁ ଏଭଳି ପରମ୍ପରା ଚାଲିଆସୁଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହି ସମ୍ପଦାୟର ମହିଳା ଏହାକୁ ଆଜି ବି ମାନିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଧ ବୋହୁଛି କୁକୁର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳ କାରଖାନା ବନ୍ଦ ହୋଇଯିବା ପରେ ଭୋକର ଦାଉ ସମ୍ଭାଳି ନ...

ଉଚ୍ଚ ବିଚାର କିନ୍ତୁ କାର୍ଯ୍ୟ ଶୂନ

କଠଉ ପିନ୍ଧିବାକୁ ଭଲ ପାଉଥିବା ଏବଂ ସମୟ ଓ ପରିସ୍ଥିତି ପାଇଲେ ଦିନରେ କିଛି ସମୟ କଠଉକୁ ଉପଯୋଗ କରୁଥିବା ଜଣେ ଶିକ୍ଷିତ ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ...

ଭାରତ-ପାକିସ୍ତାନ ସୀମାରେ ଯବାନଙ୍କ ଭାଙ୍ଗଡ଼ା ନୃତ୍ୟ: ସାହସକୁ ସମ୍ନାନ ଜଣାଇଲେ ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୮।୭: ଭାରତ-ପାକିସ୍ତାନ ସୀମାରେ ଥିବା ଭାରତୀୟ ଯବାନଙ୍କ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ୪/୫ ଜଣ...

ବ୍ୟକ୍ତି ଜଣକ ମାଙ୍କଡ଼କୁ ଦେଖାଇଲେ ଏମିତି ଯାଦୁ, ଦେଖିକି ବୁଲାଇଲା ମୁଣ୍ଡ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଆହ୍ବାନକୁ ସାମ୍‌ନା କରିବା ଓଡ଼ିଆ ଜାତିର ଜାତୀୟ ଚରିତ୍ର

ଆଜି ବି ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରପାର୍ଶ୍ୱରେ ଦୁଇଟି ହାତୀ ରହିଛନ୍ତି। ସୁଦେହିକା ଯେଉଁ ମୁଦ୍ରାରେ ଗଜପତିଙ୍କୁ ଶୁଣ୍ଢରେ ଧରି ଉଦ୍ଧାର କରିଥିଲା, ସେଇ ମୁଦ୍ରାରେ ଶୋଭା...

ସବୁଠୁ ଦାମୀ ଫୁଲ

ଠାକୁର ପୂଜାଠୁ ଆରମ୍ଭ କରି ଉପହାର ଦେବା ହେଉ ଅବା ସାଜସଜ୍ଜା ପର୍ଯ୍ୟନ୍ତ ଫୁଲର ଆଦର ସବୁଠି ରହିଛି। ତେବେ ସାଧାରଣତଃ ସଭିଙ୍କ ବାଡ଼ି ବଗିଚାରେ...

ପ୍ରେମରେ ପଡ଼ିଲେ ବଢେ ଶରୀରର ଓଜନ

ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍‌ କୁଇନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ପ୍ରେମରେ ପଡିବା ପରେ ଉଭୟେ ଝିଅ ଓ ପୁଅଙ୍କ ଶରୀରର ଓଜନ ବୃଦ୍ଧି...

ମାନବିକତାର ପରିଚୟ ଦେଲେ ଏହି ବ୍ୟକ୍ତି: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ହରିଣକୁ

ଜଣେ ବ୍ୟକ୍ତି ପ୍ରକୃତ ମାନବିକତାର ପରିଚୟ ଦେଖାଇଛନ୍ତି। ସେ ନିଜ ଜୀବନକୁ ବାଜି ଲଗାଇ ନଦୀରେ ଫସିରହିଥିବା ଏକ ହରିଣକୁ ପଞ୍ଚାଇଛନ୍ତି। ଏହାର ଏକ ଭିଡିଓ...

Advertisement
Archives

Model This Week