ଅକ୍ଷୟଙ୍କ ଫିଲ୍ମର ମଜା ଉଡାଇଲେ ଉର୍ଫି; କହିଲେ ଏହା ୩୦ ବର୍ଷ ପରେ କାହିଁକି ରିଲିଜ ହେଲା…

ବମ୍ବେ: ଗୋଟିଏ ପଟେ ବଏକଟ ଟ୍ରେଣ୍ଡ ବଲିଉଡ୍‌ ଫିଲ୍ମ ନିିର୍ମାତାମାନଙ୍କ ନିଦ ହଜାଇଥିବା ବେଳେ ଫିଲ୍ମର କାହାଣୀ ଯୋଗୁ କିଛି ଦର୍ଶକଙ୍କ ଏଥିରୁ ମୁହଁ ଫେରାଇ ନେଉଛନ୍ତି। ଏହି କ୍ରମରେ ଲଗାତାର ଭାବେ ବକ୍ସଅଫିସ୍‌ରେ ଫ୍ଲପ ହେଉଛନ୍ତି ଖିଲାଡି କିଙ୍ଗ ଅକ୍ଷୟ କୁମାର। ନିକଟରେ ରିଲିଜ ହୋଇଥିବା ତାଙ୍କ ଚଳଚ୍ଚିତ୍ର ‘ରକ୍ଷାବନ୍ଧନ’ ସେତେଟା ବ୍ୟବସାୟ କରିପାରିନାହିଁ। ଏବେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ ଅକ୍ଷୟଙ୍କୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି।

ଏକ ସାକ୍ଷାତକାରରେ ଉର୍ଫି ‘ରକ୍ଷାବନ୍ଧନ’ର କାହାଣୀ ଉପରେ ପ୍ରଶ୍ନ କରିଛନ୍ତି। ଫିଲ୍ମର ଟ୍ରେଲର ଦେଖିଲି। ଭାବିଲି ଏହି ଚଳଚ୍ଚିତ୍ର ୩୦ ବର୍ଷ ପରେ କାହିଁକି ରିଲିଜ ହୋଇଛି। ଏହାକୁ ନବେ ଦଶରେ ରିଲିଜ ହେବାର ଥିଲା। ଏ ଯୌତୁକ କ’ଣ। ଭଉଣୀ ବିବାହ କରିବାର ଅଛି। ଯୌତୁକ ପାଇଁ ଟଙ୍କା ଯୋଗାଡ଼ କରିବାକୁ ପଡ଼ିବ। କ୍ଷମା କରିବେ ଏହି ଚଳଚ୍ଚିତ୍ର ୩୦ ବର୍ଷ ପୁରୁଣା। ଆଜି ଆମକୁ ଦରକାର ଏଭଳି ଫିଲ୍ମ ଯେଉଁଥିରେ ଝିଅଟିଏ କହୁଥିବ, ଭାଇ ତୁମେ ତୁମ କାମ କର, ମୁଁ ମୋର କରୁଛି, ମୋ ବିବାହ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ମୁଁ ନିଜ କାମ କରିବି। ଟଙ୍କା ରୋଜଗାର କରିବି। ଖାଇବି, ପିଇବି। ରକ୍ଷାବନ୍ଧନ ଫିଲ୍ମରେ ଏଭଳି କିଛି ଭଉଣୀମାନଙ୍କୁ କହିବାର ଥିଲା ବୋଲି ସେ କହିଛନ୍ତି।

ଉର୍ଫି ଆମିରଙ୍କ ‘ଲାଲ ସିଂ ଚଡ୍ଢା’କୁ ନେଇ ମଧ୍ୟ ମତ ରଖିଛନ୍ତି। ଆମିର ଭଲ ଫିଲ୍ମ କରନ୍ତି। ମୁଁ ଦେଖେ। ହେଲେ ମୋତେ ଫିଲ୍ମ ଦେଖିବାକୁ ଭଲ ଲାଗୁ ନ ଥିବାରୁ ଦେଖିପାରିନାହିଁ। ଫିଲ୍ମକୁ ବଏକଟ କରୁଥିବା ଲୋକେ ପାଗଳ। ଏମାନେ ଆମିରଙ୍କ ପୁରୁଣା ବୟାନକୁ ନେଇ ବହୁତ ଲମ୍ବା କରିଛନ୍ତି। କେବଳ ଏଥିପାଇଁ ଯେ ସେ ଜଣେ ମୁସଲମାନ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?