ବିକ୍ରି ହେଲାନି ଧାନ: ଆନ୍ଦୋଳନ ପାଇଁ ସଜବାଜ ଚାଷୀ

ବରଗଡ଼,୨୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ମଣ୍ଡି ଖୋଲିଛି। ଗୁରୁବାର ରାତି ସୁଦ୍ଧା ଜିଲାର ପ୍ରାୟ ୭୭ହଜାର ଚାଷୀଙ୍କ ପାଖକୁ ଧାନବିକ୍ରି ଟୋକନ ପହଞ୍ଚତ୍ଛି। ବିଭିନ୍ନ ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ମଧ୍ୟ ଆଣିଛନ୍ତି। ହେଲେ କୌଣସି ମଣ୍ଡିରୁ ବସ୍ତାଟିଏ ମଧ୍ୟ ଧାନ ବିକ୍ରି ହୋଇ ନାହିଁ। ଅନ୍ୟପଟେ ଚଳିତ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଏପର୍ଯ୍ୟନ୍ତ ମିଲର୍ସ ଏବଂ ଯୋଗାଣ ବିଭାଗ ମଧ୍ୟରେ ଚୁକ୍ତିନାମା ସୁଦ୍ଧା ହୋଇପାରି ନ ଥିବାବେଳେ ଧାନ କିଣାବିକା ପାଇଁ ରହିଥିବା ୱେବସାଇଟ୍‌ ମଧ୍ୟ ଖୋଲି ନଥିବା ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ଧାନଦରକୁ ନେଇ ମଧ୍ୟ ଚାଷୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ପୂର୍ବରୁ ବିକ୍ରି କଲେ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଉଥିଲେ। ତେବେ ଏଥର କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ୬୯ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଚାଷୀମାନେ କୁଇଣ୍ଟାଲ ପ୍ରତି ୩୧୬୯ ଟଙ୍କା ପାଇବେ ବୋଲି ମନରେ ଆଶା ବାନ୍ଧିଛନ୍ତି। ମାତ୍ର ବିଭିନ୍ନ ମଣ୍ଡି ଫଳକରେ ଲେଖାଇଥିବା ଧାନଦର କୁଇଣ୍ଟାଲ ପ୍ରତି ୩୧୬୯ଟଙ୍କାକୁ ନିଭାଇ ଦିଆଯାଇଛି। ଫଳରେ ଧାନଦର ନେଇ ମଧ୍ୟ ଚାଷୀମାନେ ସନ୍ଦୀହାନରେ ରହିଛନ୍ତି। ଆରମ୍ଭରୁ ଏଭଳି ଅଚଳାବସ୍ଥା ଧାନ ସଂଗ୍ରହ ପ୍ରକ୍ରିୟାରେ ଅବହେଳା ଏବଂ ଅଚଳାବସ୍ଥାକୁ ପଦାରେ ପକାଇ ଦେଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ତେବେ ରବିବାର ସୁଦ୍ଧା ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ନହେଲେ ସୋମବାରରୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।
ବିଗତବର୍ଷ ଗୁଡ଼ିକୁ ଦେଖିଲେ ଏଥର ବହୁ ବିଳମ୍ବରେ ମଣ୍ଡି ଖୋଲିଛି। ଅନ୍ୟବର୍ଷ ଗୁଡ଼ିକରେ ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ମଣ୍ଡି ଖୋଲୁଥିଲା। ଏଥର କିନ୍ତୁ ଜିଲାରେ ନଭେମ୍ବର ମାସ ଶେଷ ସପ୍ତାହରେ ମଣ୍ଡି ଖୋଲିଛି। ତେବେ ମଣ୍ଡି ଖୋଲିବାର ଯଥେଷ୍ଟ ପୂର୍ବରୁ ପୂର୍ବବର୍ଷରେ ଟୋକନ ମିଳୁଥିଲା। କିନ୍ତୁ ଏଥର ତାହା ମଧ୍ୟ ହୋଇପାରି ନାହିଁ। ଶୁକ୍ରବାର ମଣ୍ଡି ଖୋଲୁଥିବା ବେଳେ ଗୁରୁବାର ରାତିରେ ଧର୍ମକୁ ଆଖିଠାର ଭଳି ଟୋକନ ପ୍ରଦାନ କରାଯାଇଛି। ତେବେ ଯେଉଁମାନଙ୍କୁ ଟୋକନ ମିଳିଛି, ଅଧିକାଂଶ ଚାଷୀଙ୍କ କ୍ଷେତ୍ରରେ ବିକ୍ରି ତାରିଖ ଡିସେମ୍ବର ୧୦ତାରିଖରୁ ଉଲ୍ଲେଖ ରହିଥିବା ଚାଷୀମାନେ କହିଛନ୍ତି। ଏଭଳି ବିଳମ୍ବକୁ ନେଇ ଚାଷୀମାନେ ବାଧ୍ୟ ହୋଇ ବିଭିନ୍ନ ମଣ୍ଡିରେ ଧାନ ପୂରାଇଛନ୍ତି। ଗୋଡ଼ଭଗା ମଣ୍ଡିରେ ପ୍ରାୟ ୪୦ହଜାର, ଅତାବିରା ମଣ୍ଡିରେ ୩୦ହଜାର ଏବଂ କଲାପାଣି ମଣ୍ଡିରେ ୨୦ହଜାର ବସ୍ତା ଧାନ ଚାଷୀମାନେ ଭର୍ତ୍ତି କରି ସାରିଥିବା ସୂଚନା ମିଳିଛି। ଜିଲାର ଅନ୍ୟ କେତେକ ମଣ୍ଡି ଗୁଡ଼ିକରେ ମଧ୍ୟ ଚାଷୀମାନେ ଅନୁରୂପଭାବେ ଧାନ ପୂରାଇ ସାରିଛନ୍ତି। ଶୁକ୍ରବାର ମଣ୍ଡି ଖୋଲିବା ପରେ ମଣ୍ଡି ଗୁଡ଼ିକରେ ଧାନ ପରିମାଣ ବଢ଼ି ଚାଲିଛି। କିନ୍ତୁ ଆରମ୍ଭରୁ ଧାନବିକ୍ରିରେ ଅଚଳାବସ୍ଥା ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି।
କଲାପାଣି ଗ୍ରାମର ଜଣେ ଚାଷୀ ଏକାଦଶିଆ ସାହୁ କହିଛନ୍ତି, ସେ ୧୫/୨୦ ଏକର ଜମିରେ ଧାନ ଚାଷ କରନ୍ତି। ଧାନ ଅମଳ କରି ସାରିଲେଣି। ହେଲେ ବିକ୍ରି କରି ପାରି ନାହାନ୍ତି। ଫଳରେ ଧାନ ଅମଳ ପ୍ରକ୍ରିୟାରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ପ୍ରଦାନ ସହିତ ଅନ୍ୟ ଗୁଜୁରାଣ ମେଣ୍ଟାଇବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେହିପରି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ମଣ୍ଡି ଖୋଲିବା ବିଳମ୍ବିତ ହେବାରୁ ଅନେକ ଚାଷୀ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଏବଂ ଅନ୍ୟ ଗୁଜୁରାଣ ମେଣ୍ଟାଇବା ପାଇଁ କୁଇଣ୍ଟାଲ ପ୍ରତି ୧୫୦୦ରୁ ୧୬୦୦ ଟଙ୍କା ମଧ୍ୟରେ ବିକ୍ରି କରି ଦେଲେଣି। ସେହିପରି ଅନ୍ୟବର୍ଷ ମଣ୍ଡି ଖୋଲିବା ଦିନ ଚାଷୀଙ୍କ କ୍ଷେତ୍ରରେ ଯେଭଳି ଉତ୍ସାହ ଦେଖାଯାଇଥାଏ। ତାହା ପରିଲକ୍ଷିତ ହୋଇ ନାହିଁ। ଏ ବିଧାୟକ, ପ୍ରଶାସନିକ ଅଧିକାରୀମାନେ ମଣ୍ଡିକୁ ପହଞ୍ଚି ନଡ଼ିଆ ଭାଙ୍ଗି ଧାନକିଣାର ଶୁଭାରମ୍ଭ କରିଥାନ୍ତି। ମାତ୍ର ଏଥର ତାହା ବି ହେଲା ନାହିଁ। ମୋଟାମୋଟିଭାବେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ବିଫଳ ହୋଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଧାନ ସଂଗ୍ରହ ନୀତି ଅନୁଯାୟୀ, ନଭେମ୍ବର ମାସ ପହିଲାରୁ ମଣ୍ଡି ଖୋଲାଯାଇଥିଲେ ଏଭଳି ସମସ୍ୟା ଉପୁଜି ନଥାନ୍ତା ବୋଲି ସେ ମତବ୍ୟକ୍ତ କରିଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?