ରୁଷିଆ-ୟୁକ୍ରେନ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ: ଭୋଟିଂରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୨୮ ।୨: ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଚାଲିଥିବା ଆକ୍ରମଣକୁ ନେଇ ରବିବାର ବିଳମ୍ବିତ ରାତି ଅର୍ଥାତ୍ ରାତି ପ୍ରାୟ ୧ଟା ୩୦ ମିନିଟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ର ଜରୁରୀ ବୈଠକ ଡକାଯିବ କି ନା ଭୋଟ ମାଧ୍ୟମରେ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଭାରତ ୟୁଏନଏସସିର ପ୍ରକ୍ରିୟାଗତ ଭୋଟଠାରୁ ଦୂରେଇ ରହିଛି । କିନ୍ତୁ ଜାତିସଂଘର ସାଧାରଣ ସଭାରେ ୟୁକ୍ରେନ୍ ଯୁଦ୍ଧ ଉପରେ ଜରୁରୀ ବୈଠକ ଡାକିବା ସପକ୍ଷରେ ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣ ମତ ଦେଇଛନ୍ତି । ୧୧ ଜଣ ସଦସ୍ୟ ସପକ୍ଷରେ ମତ ଦେବା ପରେ ୟୁଏନଜିଏରେ ଜରୁରୀକାଳିନ ଅଧିବେଶନ ଡାକିବା ପାଇଁ ବାଟ ଫିଟି ଯାଇଛି ।
ସୂଚନାଯୋଗ୍ୟ, ଭାରତ, ଚାଇନା ଓ ୟୁଏଇ ଏହି ମତଦାନରୁ ବିରତ ରହିଛନ୍ତି । ୟୁଏନଏସସିର ବିଶେଷ ବୈଠକରେ ୫ ସ୍ଥାୟୀ ସଦସ୍ୟଙ୍କ ସହ ୧୦ ଅସ୍ଥାୟୀ ସଦସ୍ୟ ସାମିଲ ହୋଇଥିଲେ । ରୁଷିଆ ଏହା ବିରୋଧରେ ମତଦାନ କରିଥିଲା । ଭାରତର ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି କରିଛନ୍ତି ପରିସ୍ଥିତିକୁ ଦେଖି ଭାରତ ଭୋଟିଂ କଲା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପିଓକେ ଯିବେ ଇମ୍ରାନ୍‌

ଇସ୍‌ଲାମାବାଦ,୧୩-୯(ପି.ଟି.): ପିଓକେକୁ ନେଇ ଛାନିଆ ହୋଇଯାଇଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ସେଠାକାର ରାଜଧାନୀ ମୁଜାଫରାବାଦ ଗସ୍ତ କରିବେ। ସେ ସେଠାରେ ସମ୍ବୋଧନ ବେଳେ...

ଗାନ୍ଧୀ ବାଦୀ ବିଚାରଧାରା ପ୍ରତି ହୋଇଛି ବିଶ୍ୱାସଘାତ: ଆମେରିକା ସାଂସଦ…

ଓ୍ବାଶିଂଟନ,୨୫।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କଚ ଦଣ୍ଡାଦେଶ ଏବଂ ପରେ ଲୋକସଭା ସଦସ୍ୟତା ହରାଇବା ପ୍ରସଙ୍ଗରେ, ଭାରତରେ ସମଗ୍ର ବିରୋଧୀ ଦଳ ଏକଜୁଟ ହୋଇଛନ୍ତି।...

ପାକିସ୍ତାନୀ ପାଇଲଟ ଆକାଶରେ ଦେଖିଲେ ଅଜବ ଦୃଶ୍ୟ: ଏହାକୁ ନେଇ ହେଉଛି ବିଭିନ୍ନ ଚର୍ଚ୍ଚା

ଇସଲାମାବାଦ୍‌,୨୮।୧: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏକ ଅଜବ ଦୃଶ୍ୟ ଦେଖିଥିବା କହିଛନ୍ତି। ସେ ଏଲିଅନଙ୍କୁ ଦେଖିଥିବା ଜୋର୍‌ ଦେଇ କୁହନ୍ତି। ଏହି ଖବର ପାକିସ୍ତାନୀ...

ବାଇଡେନ୍‌ଙ୍କ ସ୍ତ୍ରୀ-ଝିଅଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ…

ମସ୍କୋ, ୨୮।୬ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତୟୀ ଏବଂ ଝିଅଙ୍କ ପ୍ରବେଶ ଉପରେ ରୁଷିଆ ପ୍ରତିବନ୍ଧକ ଲଗାଇଛି। ସେମାନେ ଏଣିକି ରୁଷିଆରେ ପ୍ରବେଶ...

ମସଜିଦ୍‌ରେ ବିସ୍ଫୋରଣ: ୧୮ ମୃତ

କାବୁଲ,୨୧।୪: ଆଫଗାନିସ୍ତାନର ଏକ ମସଜିଦ୍‌ରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ହୋଇଛି। ମଜାର-ଇ-ସରିଫ ମସଜିଦରେ ୪ଟି ବିସ୍ଫୋରଣ ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା...

ପାକିସ୍ତାନ କ୍ରିକେଟ୍‌ ଦଳକୁ ଟ୍ରୋଲ୍‌ କଲେ ଜିମ୍ବାଓ୍ବେ ରାଷ୍ଟ୍ରପତି

ପର୍ଥ,୨୮।୧୦: ଟି-୨୦ ବିଶ୍ୱକପ ୨୦୨୨ର ବହୁତ ରୋମାଞ୍ଚକର ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନ୍‌ରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି। ଏହି...

ରାଷ୍ଟ୍ରପତି ଦୌଡ଼ରେ ଗଦ୍ଦାଫିଙ୍କ ପୁଅ

ତ୍ରିପୋଲି,୧୫।୧୧: ଲିବ୍ୟାର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ମୁଆମାର ଅଲ୍‌-ଗଦ୍ଦାଫିଙ୍କ ବଡ଼ପୁଅ ସୈଫ୍‌-ଅଲ୍‌-ଅସ୍‌ଲମ ଅଲ୍‌-ଗଦ୍ଦାଫି ଦେଶର ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨୪ରେ ହେବାକୁ...

ବାଂଲାଦେଶରେ ବନ୍ୟାବିତ୍ପାତ: ୧୨୨ ବର୍ଷରେ ସବୁଠୁ ଭୟଙ୍କର

ଢାକା, ୨୩।୬: ଆସାମ ରାଜ୍ୟ ସହ ସୀମା ବାଣ୍ଟୁଥିବା ପଡ଼ୋଶୀ ବାଂଲାଦେଶରେ ଚଳିତ ବର୍ଷ ଭୟଙ୍କର ବନ୍ୟାବିତ୍ପତ୍ତି ୯୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିସ୍ଥାପିତ କରିବା...

Advertisement
Archives

Model This Week