ଅସୁରକ୍ଷିତ ଆନନ୍ଦପୁର ବୈତରଣୀ ସେତୁ

ଆନନ୍ଦପୁର,୫।୫(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁରର ଲାଇଫଲାଇନ୍‌ କୁହାଯାଉଥିବା ବୈତରଣୀ ସେତୁ ଅସୁରକ୍ଷିତ ହୋଇପଡ଼ିଛି। ୨୦ ନଂ. ଜାତୀୟ ରାଜପଥ ଓ ୫୩ ନଂ. ରାଜ୍ୟ ରାଜପଥକୁ ଯୋଗାଯୋଗ କରିବାର ମାଧ୍ୟମ ପାଲଟିଥିବା ଏହି ସେତୁ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଆରମ୍ଭ କରି ଯାନବାହନ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଭାରିଯାନ ଚଳାଚଳ ଓ ରକ୍ଷଣାବେକ୍ଷଣ ଅଭାବରୁ ସେତୁର ବେରିଂ ଖସି ବିପଦପୂର୍ଣ୍ଣ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଏହାର ମରାମତି କରାଯାଉଥିଲେ ମଧ୍ୟ ସ୍ଥିତି ସୁଧୁରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
୧୯୮୫ ମସିହାରେ ଉକ୍ତ ସେତୁ ଲୋକାର୍ପିତ ହୋଇଥିଲା। ଏହା ପୁରୁଣା ହୋଇଯାଇଥିବା ବେଳେ ମରାମତି ଅଭାବ ଓ ଭାରିଯାନ ଚଳାଚଳ ଯୋଗୁ ୨୦୧୯ ଜୁଲାଇରେ ସେତୁର ବେରିଂ ଖସିଯାଇଥିଲା। ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ତିନୋଟି ପର୍ଯ୍ୟାୟରେ ମରାମତି ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ତଥାପି ସେତୁ ବିପଦମୁକ୍ତ ହୋଇପାରିନି। ମାତ୍ରାଧିକ ଭାରିଯାନ ଚଳାଚଳ ଯୋଗୁ ସେତୁ ଦିନକୁ ଦିନ ଦୁର୍ବଳ ହେଉଛି। ଏ ନେଇ ପ୍ରଶାସନିକ କଟକଣା ସତ୍ତ୍ୱେ ଏହା ଉପରେ ଭାରିଯାନ ଚଳାଚଳରେ ରୋକ ଲାଗିପାରୁନି। ଏପରିକି ୨୦ ନଂ. ଜାତୀୟ ରାଜପଥ ଦେଇ ଆସୁଥିବା ଲୁହାପଥର ବୋଝେଇ ଭାରିଯାନ ପରମିଟ୍‌ ନ ଥାଇ ସେତୁ ଉପର ଦେଇ ୫୩ ନଂ. ରାଜ୍ୟ ରାଜପଥରେ ଯାତାୟାତ କରୁଛି। ପ୍ରବେଶ ପଥରେ ସୁରକ୍ଷା ବାଡ଼ା ନ ଥିବାରୁ ଯାତ୍ରୀ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ସ୍ପାନ୍‌ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ୍‌ ଉଠି ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହା ସହିତ ସେତୁର ନିର୍ଦ୍ଦିଷ୍ଟ ସ୍ଥାନରେ ବାଡ଼ା ଭାଙ୍ଗି ଯିବା ସହ ଆଲୋକୀକରଣର ବ୍ୟବସ୍ଥା ନ ଥିବାରୁ ରାତ୍ରୀକାଳରେ ବିପଦକୁ ଡାକୁଛି। ନିକଟରେ ବ୍ୟାରେଜ ଡିଭିଜନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ସୁରକ୍ଷାକୁ ଦୃଷ୍ଟିରେ ରଖି ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ବ୍ୟାରେଜ ଉପରେ ଭାରିଯାନ ଚଳାଚଳ ଉପରେ ୧୪୪ ଧାରା ଜାରି କରିଥିଲେ। ମାତ୍ର ରାତିରେ ବେଧଡ଼କ ଭାବେ ଭାରିଯାନ ଚଳପ୍ରଚଳ ଚିନ୍ତାଜନକ ବିଷୟ ପାଲଟିଛି। ସ୍ଥାନୀୟ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ କ୍ଷେତ୍ରରେ ଏଥିପ୍ରତି ଦୃଷ୍ଟି ଦିଆଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିିବାକୁ ଆଇନଜୀବୀ ଭାଗୀରଥି ଦାସ, ପ୍ରେସ୍‌ କ୍ଲବ୍‌ ସଭାପତି ନାରାୟଣ ସାହୁ, ସାମାଜିକ କର୍ମୀ ଜ୍ୟୋତିରଞ୍ଜନ ଜେନାଙ୍କ ସମେତ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?