ଅସୁରକ୍ଷିତ ଆନନ୍ଦପୁର ବୈତରଣୀ ସେତୁ

ଆନନ୍ଦପୁର,୫।୫(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁରର ଲାଇଫଲାଇନ୍‌ କୁହାଯାଉଥିବା ବୈତରଣୀ ସେତୁ ଅସୁରକ୍ଷିତ ହୋଇପଡ଼ିଛି। ୨୦ ନଂ. ଜାତୀୟ ରାଜପଥ ଓ ୫୩ ନଂ. ରାଜ୍ୟ ରାଜପଥକୁ ଯୋଗାଯୋଗ କରିବାର ମାଧ୍ୟମ ପାଲଟିଥିବା ଏହି ସେତୁ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଆରମ୍ଭ କରି ଯାନବାହନ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଭାରିଯାନ ଚଳାଚଳ ଓ ରକ୍ଷଣାବେକ୍ଷଣ ଅଭାବରୁ ସେତୁର ବେରିଂ ଖସି ବିପଦପୂର୍ଣ୍ଣ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଏହାର ମରାମତି କରାଯାଉଥିଲେ ମଧ୍ୟ ସ୍ଥିତି ସୁଧୁରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
୧୯୮୫ ମସିହାରେ ଉକ୍ତ ସେତୁ ଲୋକାର୍ପିତ ହୋଇଥିଲା। ଏହା ପୁରୁଣା ହୋଇଯାଇଥିବା ବେଳେ ମରାମତି ଅଭାବ ଓ ଭାରିଯାନ ଚଳାଚଳ ଯୋଗୁ ୨୦୧୯ ଜୁଲାଇରେ ସେତୁର ବେରିଂ ଖସିଯାଇଥିଲା। ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ତିନୋଟି ପର୍ଯ୍ୟାୟରେ ମରାମତି ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ତଥାପି ସେତୁ ବିପଦମୁକ୍ତ ହୋଇପାରିନି। ମାତ୍ରାଧିକ ଭାରିଯାନ ଚଳାଚଳ ଯୋଗୁ ସେତୁ ଦିନକୁ ଦିନ ଦୁର୍ବଳ ହେଉଛି। ଏ ନେଇ ପ୍ରଶାସନିକ କଟକଣା ସତ୍ତ୍ୱେ ଏହା ଉପରେ ଭାରିଯାନ ଚଳାଚଳରେ ରୋକ ଲାଗିପାରୁନି। ଏପରିକି ୨୦ ନଂ. ଜାତୀୟ ରାଜପଥ ଦେଇ ଆସୁଥିବା ଲୁହାପଥର ବୋଝେଇ ଭାରିଯାନ ପରମିଟ୍‌ ନ ଥାଇ ସେତୁ ଉପର ଦେଇ ୫୩ ନଂ. ରାଜ୍ୟ ରାଜପଥରେ ଯାତାୟାତ କରୁଛି। ପ୍ରବେଶ ପଥରେ ସୁରକ୍ଷା ବାଡ଼ା ନ ଥିବାରୁ ଯାତ୍ରୀ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ସ୍ପାନ୍‌ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ୍‌ ଉଠି ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏହା ସହିତ ସେତୁର ନିର୍ଦ୍ଦିଷ୍ଟ ସ୍ଥାନରେ ବାଡ଼ା ଭାଙ୍ଗି ଯିବା ସହ ଆଲୋକୀକରଣର ବ୍ୟବସ୍ଥା ନ ଥିବାରୁ ରାତ୍ରୀକାଳରେ ବିପଦକୁ ଡାକୁଛି। ନିକଟରେ ବ୍ୟାରେଜ ଡିଭିଜନ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ, ସୁରକ୍ଷାକୁ ଦୃଷ୍ଟିରେ ରଖି ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ବ୍ୟାରେଜ ଉପରେ ଭାରିଯାନ ଚଳାଚଳ ଉପରେ ୧୪୪ ଧାରା ଜାରି କରିଥିଲେ। ମାତ୍ର ରାତିରେ ବେଧଡ଼କ ଭାବେ ଭାରିଯାନ ଚଳପ୍ରଚଳ ଚିନ୍ତାଜନକ ବିଷୟ ପାଲଟିଛି। ସ୍ଥାନୀୟ ବିଭାଗୀୟ କର୍ତ୍ତୃପକ୍ଷ ଓ ପ୍ରଶାସନିକ କ୍ଷେତ୍ରରେ ଏଥିପ୍ରତି ଦୃଷ୍ଟି ଦିଆଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିିବାକୁ ଆଇନଜୀବୀ ଭାଗୀରଥି ଦାସ, ପ୍ରେସ୍‌ କ୍ଲବ୍‌ ସଭାପତି ନାରାୟଣ ସାହୁ, ସାମାଜିକ କର୍ମୀ ଜ୍ୟୋତିରଞ୍ଜନ ଜେନାଙ୍କ ସମେତ ସ୍ଥାନୀୟବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri