ଭାବବିହ୍ବଳ ହେଲେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଗୁରୁବାର ପ୍ରଥମ ଥର ପାଇଁ ଜନ୍ମ ମାଟିକୁ ଆସିଥିବା ଦ୍ରୌପଦୀ ମୁର୍ମୁ ଭାବବିହ୍ବଳ ହୋଇ ପଡ଼ିଥିଲେ। ପିଲା ଦିନର କଥା ମନେ ପକାଇ ମା’, ବାପା ବେଶୀ ପାଠ ପଢ଼ି ନ ଥିଲେ ମଧ୍ୟ ପାଠର ଗୁରୁତ୍ୱ ବୁଝି ତାଙ୍କୁ ପଢ଼ି ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇ ଚାଲିଥିଲେ ବୋଲି କହିଥିଲେ। ଜନ୍ମ ମାଟିର ଋଣ ଶୁଝିବାକୁ କେତେ ସମୟ ଲାଗିବ ମୁଁ ଜାଣିନି, ହେଲେ ଏହି ମାଟି ନିକଟରେ ମୁଁ ଚିରଋଣୀ। ମୋ ସୁଖରେ ଆପଣମାନେ ଖୁସି ହୋଇଛନ୍ତି, ମୋ ଦୁଃଖରେ ଆପଣମାନେ ଦୁୁଃଖୀ ହୋଇଛନ୍ତି। ମଁୁ ଆଜି ଯେଉଁ ସ୍ତରରେ ପହଞ୍ଚତ୍ଛି କେବଳ ଏହି ମାଟି ପାଇଁ ବୋଲି ରାଇରଙ୍ଗପୁରଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତି କହିଥିଲେ।

ପ୍ରୋଟୋକଲ ଭାଙ୍ଗିଲେ, ଚକୋଲେଟ ବାଣ୍ଟିଲେ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବାହ୍ନ ୧୦ଟା୨୫ରେ ବାଦାମପାହାଡ଼ସ୍ଥିତ ଦିଘିଆବେଡ଼ା ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ତାଙ୍କୁ ଦେଖିବା ପାଇଁ ସେଠାରେ ହଜାର ହଜାର ଜନ ସାଧାରଣ ଭିଡ଼ ଜମାଇଥିଲେ। ରାଷ୍ଟ୍ରପତି ପ୍ରୋଟୋକଲ ଭାଙ୍ଗି ଉପସ୍ଥିତ ଜନତାଙ୍କ ପାଖକୁ ଯାଇ କରମର୍ଦ୍ଦନ କରିଥିଲେ। ସେଠାରେ ଉପସ୍ଥିତ କୁନି କୁନି ପିଲାମାନଙ୍କୁ ଚକଲେଟ ଦେଇଥିଲେ।

ବାଲୁକା ଶିଳ୍ପୀ ଭେଟି ଦେଲେ ଧାନର ମନ୍ଦିର
ରାଷ୍ଟ୍ରପତିଙ୍କୁ ପାହାଡ଼ପୁର ଅଞ୍ଚଳର ଜଣେ ବାଲୁକା ଶିଳ୍ପୀ ଧାନର ଏକ ମନ୍ଦିର ଉପହାର ଦେଇଥିଲେ। ପୁରୀରୁ ସେ ଏହି ଧାନ ମନ୍ଦିର ଆଣି ଏସ୍‌ଏଲ୍‌ଏସ୍‌ ସ୍କୁଲ ପରିସରରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।

ବାସଭବନରେ ରାତ୍ରିଯାପନ
ପ୍ରଥମ ଦିନର କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ରାଇରଙ୍ଗପୁରର ମହୁଲଡିହାସ୍ଥିତ ବାସଭବନରେ ରାତ୍ରିଯାପନ କରିଛନ୍ତି। ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ଡାକବଙ୍ଗଳାରେ ରହିବା ପାଇଁ ସ୍ଥିର ହୋଇଥିବା ବେଳେ ରାଷ୍ଟ୍ରପତି ନିଜ ଘରେ ରାତ୍ରିଯାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଜାହିରା ସ୍ଥଳରେ ପୂଜାର୍ଚ୍ଚନା:

ପାହାଡ଼ପୁରସ୍ଥିତ ଆଦିବାସୀଙ୍କ ପୂଜାସ୍ଥଳ ଗୋଷାଣି(ଜାହିରା)କୁ ଯାଇ ଆଣ୍ଠୁମାଡ଼ି ପୂଜାର୍ଚ୍ଚନା ସହ ପ୍ରଣାମ କରିଥିଲେ। ପୂର୍ବରୁ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ଗୋଷାଣୀକୁ ଆସି ପୂଜା କରିଥିଲେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଗସ୍ତରେ ଆସି ସାନ୍ତାଳୀ ସମ୍ପ୍ରଦାୟର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ମାଝୀ ପରଗାନା ବାବା ପୂଜା ନୀତି ସମ୍ପନ୍ନ କରାଇଥିଲେ।
ଆଜି ବୁଲିବେ ଶିମିଳିପାଳ
୩ ଦିନିଆ ଗସ୍ତର ଦ୍ୱିତୀୟ ଦିବସ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଯିବାର କାର୍ଯ୍ୟକ୍ରମ ରହିଛି। ହେଲିକପ୍ଟର ଯୋଗେ ଯଶିପୁର ନିକଟସ୍ଥ ଛେଳିଗୋଦଳିଠାରେ ଅବତରଣ କରି ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ବୁଲିବାକୁ ଯିବେ। ଚହଲାଠାରେ ମଧ୍ୟାହ୍ନଭୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏନେଇ ଶିମିଳିପାଳ ମଧ୍ୟରେ ରାସ୍ତା ମରାମତି କାର୍ଯ୍ୟ କରାଯାଉଛି। ଶିମିଳିପାଳ ଅଭୟାରଣ୍ୟକୁ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଆସୁଥିବାରୁ ଶିମିଳିପାଳ କର୍ତ୍ତୃପକ୍ଷ ତାଙ୍କ ସୁରକ୍ଷା, ଆତିଥ୍ୟ ସେବା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?