ଲୁହାପଥରର ଅହେତୁକ ମୂଲ୍ୟ ବୃଦ୍ଧି

ଯାଜପୁର ଅଫିସ,୨୫ା୩:କେନ୍ଦୁଝର ଜିଲା ଦୈତାରି ଲୁହାପଥରର ଆକାଶଛୁଆଁ ମୂଲ୍ୟବୃଦ୍ଧିର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପଡିଛି। ଏଥିଯୋଗୁ ଶିଳ୍ପ କାରଖାନା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ରହିଛି। ଶିଳ୍ପ କାରଖାନାଗୁଡିକୁ ବଞ୍ଚାଇବା ପାଇଁ ଆଗାମୀ ନିଲାମରେ ମୂଳଦର ହ୍ରାସ କରିବାକୁ କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ ଆସୋସିଏଶନ(କେଏନଆଇଏ) ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ଓଡ଼ିଶା ମାଇନିଂ କର୍ପୋରେଶନ (ଓଏମ୍‌ସି)ର ପରିଚାଳନା ନିର୍ଦ୍ଦେଶକଙ୍କୁ କେଏନଆଇଏର ସଭାପତି ପି.ଏଲ. କାଣ୍ଡୋଇ ୨୨ା୩ା୨୦୨୧ରେ ପତ୍ର ଲେଖି ଅବଗତ କରିଛନ୍ତି।
କାଣ୍ଡୋଇ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଲୁହାପଥର ହେଉଛି ଇସ୍ପାତ୍‌ ଶିଳ୍ପ ପାଇଁ ପ୍ରାଥମିକ କଞ୍ଚାମାଲ। କଳିିଙ୍ଗନଗର ଶିଳ୍ପ କାରଖାନାଗୁଡିକ ଓଏମ୍‌ସିର ଲୁହାପଥର ଉପରେ ଅଧିକ ନିର୍ଭରଶୀଳ। ସେଠାରେ ଲୁହାପଥର ଦର ଯେତେ ବୃଦ୍ଧି ହେଲେ ମଧ୍ୟ କଳିଙ୍ଗନଗର ଶିଳ୍ପ କାରଖାନା କର୍ତ୍ତୃପକ୍ଷ କିଣିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଯେତେବେଳେ ଉପତ୍ାଦିତ ସାମଗ୍ରୀ ଦର ଲୁହାପଥର ଦରଠାରୁ କମ୍‌ ହୁଏ ସେତେବେଳେ କାରଖାନାଗୁଡିକ କ୍ଷତିରେ ଚାଲି ଶେଷରେ ବନ୍ଦ ହୋଇଥାଏ। ତା୧ା୧୨ା୨୦୧୮ରିଖରେ ଆୟୋଜିତ ଲୁହାପଥର ଇ-ନିଲାମର ଏକ ଉଦାହରଣ ଦେଇ ସେ କହିଛନ୍ତି, ଉକ୍ତ ତାରିଖରେ ହୋଇଥିବା ଇ-ନିଲାମରେ ଦୈତାରି ଲୁହାପଥରର ମୂଳ ଦର ଟନ୍‌ ପିଛା ୪୧୦୦ ଟଙ୍କା ଥିଲା। କିନ୍ତୁ ଏହି ନିଲାମରେ ବିକ୍ରି ପାଇଁ ରଖାଯାଇଥିବା ଲୁହାପଥର ପରିମାଣ ଯଥେଷ୍ଟ କମ୍‌ ଥିଲା। ତେଣୁ ନିଲାମରେ ଟନ୍‌ ପିଛା ଦର ୪୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା। ଫଳରେ ନିଲାମରେ ଭାଗ ନେଇଥିବା ଅନ୍ୟ କେତେକ ଶିଳ୍ପସଂସ୍ଥା ଆବଶ୍ୟକ କରୁଥିବା ଲୁହାପଥର ଉଠାଇ ପାରି ନ ଥିଲେ, ବାଧ୍ୟ ହୋଇ ସେମାନଙ୍କ କାରଖାନା ବନ୍ଦ ହୋଇଥିଲା। ଠିକ୍‌ ଏହାର ପରବର୍ତ୍ତୀ ଇ-ନିଲାମରେ ଧାର୍ଯ୍ୟ ମୂଲ୍ୟ କାରଖାନା ଚଳାଇବା ପାଇଁ ଜରୁରୀ ହୋଇଥିବାରୁ ଏହି ଶିଳ୍ପସଂସ୍ଥାଗୁଡିକ ଆବଶ୍ୟକ କରୁଥିବା ଲୁହାପଥରର ଦୁଇଗୁଣା ଉଠାଇ ନେଇଥିଲେ।
ଲୁହାପଥର ଦରର ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ନୀଳାଚଳ ଇସ୍ପାତ୍‌ ନିଗମ ଲିଃ(ଏନଆଇଏନଏଲ), ମେସ୍କୋ, ମଇଥାନ କାରଖାନା ବନ୍ଦ ପଡିଛି। ଦୈତାରି ଲୁହାପଥର ଦର ହ୍ରାସ ହେବାର ବହୁ କାରଣ ରହିଛି। ଲୁହାପଥର ଜରିମାନା ମୂଲ୍ୟ ମେଟ୍ରିକ ଟନ୍‌ ପ୍ରତି ୧୦୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ଦୈତାରି ଲୁହାପଥରରେ ଉଚ୍ଚ ଫସ୍‌ଫରସ ରହିଛି। ଯାହା ବିଶୋଧନ ପରେ ତା’ର ପରିମାଣ ବହୁ ହ୍ରାସ ହୋଇଥାଏ। କଳିଙ୍ଗନଗର ଶିଳ୍ପ ମାଲିକମାନେ ଓଏମ୍‌ସିର କେବଳ ଗ୍ରାହକ ନୁହନ୍ତି ବରଂ ଦେଶର ପ୍ରାକୃତିକ ସମ୍ପଦକୁ ସମସ୍ତଙ୍କ ସୁବିଧା ପାଇଁ ବ୍ୟବହାର କରୁଛନ୍ତି। ଲୁହାପଥର ମୂଲ୍ୟକୁ ଟନ ପିଛା ୪୦୦୦ ଟଙ୍କା ରଖାଗଲେ ସମଗ୍ର ଇସ୍ପାତ୍‌ ଶିଳ୍ପ ଲାଭବାନ ହୋଇ ପାରନ୍ତେ ବୋଲି କେଏନଆଇଏ ପକ୍ଷରୁ ଅନୁରୋଧ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବରରେ ହୋଇଥିବା ଇ-ଅକ୍ସନରେ ଲୁହାପଥରର ମୂଳଦର ଟନ୍‌ ପିଛା ୪,୫୦୦ ଟଙ୍କା ରହିଥିଲା। କିନ୍ତୁ ଗତ ୧ା୨ା୨୦୨୧ରେ ହୋଇଥିବା ଇ-ଅକ୍ସନରେ ମୂଳଦର ଟନ୍‌ ପିଛା ୬୦୦୦ ଟଙ୍କା ରଖାଯାଇଥିବାବେଳେ ବାହାର ରାଜ୍ୟ ଶିଳ୍ପସଂସ୍ଥାଗୁଡିକ ନିଲାମରେ ଭାଗ ନେଇ ସେହି ଦରକୁ ଟନ୍‌ପିଛା ୭,୦୫୦ ଟଙ୍କାକୁ ବୃଦ୍ଧି କରିଥିଲେ। ତେଣୁ ଏହି ଲୁହାପଥର ଉପରେ ନିର୍ଭରଶୀଳ ସମସ୍ତ ଶିଳ୍ପ କାରଖାନା ବହୁ କ୍ଷତିରେ ଚାଲିଛି। ଲାଭରେ ହ୍ରାସ ଘଟୁଥିବାରୁ କମ୍ପାନୀମାନଙ୍କ ଚିନ୍ତା ବଢି ଚାଲିଥିବାବେଳେ ଏହାର ପ୍ରଭାବ ଷ୍ଟିଲ ସିଟି କଳିଙ୍ଗନଗରରେ ପଡିଛି। ବିଶେଷକରି ବର୍ତ୍ତମାନ କଳିଙ୍ଗନଗରରେ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ଭିସା ଷ୍ଟିଲ ପ୍ରମୁଖ ସେମାନଙ୍କ କ୍ଷତିକୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିସାରିଲେଣି। ଏଥିଯୋଗୁ କର୍ମଚାରୀ ଛଟେଇ ମଧ୍ୟ ବୃଦ୍ଧି ପାଇଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପ୍ରତ୍ୟାହାର କଲେ ମମତାଙ୍କ ପ୍ରାର୍ଥୀ: ଏବେ ଦିଦି କଲେ ଏମିତି ଘୋଷଣା, ସମସ୍ତେ ଆଶ୍ଚର୍ଯ୍ୟ

କୋଲକାତା,୧୮।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ବଡ଼ ରାଜନୈତିକ ମୋଡ଼ ଆସିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ (ଦେ) ନନ୍ଦୀଗ୍ରାମ ଆସନରୁ ନିଜ…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

୨୦୨୭ରେ ଶନିଙ୍କ ମହାଗୋଚର: ଏହି ରାଶି ପାଇବ ସାଢେସାତୀରୁ ମୁକ୍ତି, ଆରମ୍ଭ ହେବ ଗୋଲ୍ଡେନ ଟାଇମ, ଚାକିରିରେ ପଦୋନ୍ନତି!

କର୍ମଫଳଦାତା ଶନିଦେବ ପ୍ରାୟ ଅଢ଼େଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ, ଜ୍ୟୋତିଷ ଗଣନା ଅନୁସାରେ ୩…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?