ଲୁହାପଥରର ଅହେତୁକ ମୂଲ୍ୟ ବୃଦ୍ଧି

ଯାଜପୁର ଅଫିସ,୨୫ା୩:କେନ୍ଦୁଝର ଜିଲା ଦୈତାରି ଲୁହାପଥରର ଆକାଶଛୁଆଁ ମୂଲ୍ୟବୃଦ୍ଧିର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପଡିଛି। ଏଥିଯୋଗୁ ଶିଳ୍ପ କାରଖାନା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ରହିଛି। ଶିଳ୍ପ କାରଖାନାଗୁଡିକୁ ବଞ୍ଚାଇବା ପାଇଁ ଆଗାମୀ ନିଲାମରେ ମୂଳଦର ହ୍ରାସ କରିବାକୁ କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ ଆସୋସିଏଶନ(କେଏନଆଇଏ) ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ଓଡ଼ିଶା ମାଇନିଂ କର୍ପୋରେଶନ (ଓଏମ୍‌ସି)ର ପରିଚାଳନା ନିର୍ଦ୍ଦେଶକଙ୍କୁ କେଏନଆଇଏର ସଭାପତି ପି.ଏଲ. କାଣ୍ଡୋଇ ୨୨ା୩ା୨୦୨୧ରେ ପତ୍ର ଲେଖି ଅବଗତ କରିଛନ୍ତି।
କାଣ୍ଡୋଇ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି, ଲୁହାପଥର ହେଉଛି ଇସ୍ପାତ୍‌ ଶିଳ୍ପ ପାଇଁ ପ୍ରାଥମିକ କଞ୍ଚାମାଲ। କଳିିଙ୍ଗନଗର ଶିଳ୍ପ କାରଖାନାଗୁଡିକ ଓଏମ୍‌ସିର ଲୁହାପଥର ଉପରେ ଅଧିକ ନିର୍ଭରଶୀଳ। ସେଠାରେ ଲୁହାପଥର ଦର ଯେତେ ବୃଦ୍ଧି ହେଲେ ମଧ୍ୟ କଳିଙ୍ଗନଗର ଶିଳ୍ପ କାରଖାନା କର୍ତ୍ତୃପକ୍ଷ କିଣିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଯେତେବେଳେ ଉପତ୍ାଦିତ ସାମଗ୍ରୀ ଦର ଲୁହାପଥର ଦରଠାରୁ କମ୍‌ ହୁଏ ସେତେବେଳେ କାରଖାନାଗୁଡିକ କ୍ଷତିରେ ଚାଲି ଶେଷରେ ବନ୍ଦ ହୋଇଥାଏ। ତା୧ା୧୨ା୨୦୧୮ରିଖରେ ଆୟୋଜିତ ଲୁହାପଥର ଇ-ନିଲାମର ଏକ ଉଦାହରଣ ଦେଇ ସେ କହିଛନ୍ତି, ଉକ୍ତ ତାରିଖରେ ହୋଇଥିବା ଇ-ନିଲାମରେ ଦୈତାରି ଲୁହାପଥରର ମୂଳ ଦର ଟନ୍‌ ପିଛା ୪୧୦୦ ଟଙ୍କା ଥିଲା। କିନ୍ତୁ ଏହି ନିଲାମରେ ବିକ୍ରି ପାଇଁ ରଖାଯାଇଥିବା ଲୁହାପଥର ପରିମାଣ ଯଥେଷ୍ଟ କମ୍‌ ଥିଲା। ତେଣୁ ନିଲାମରେ ଟନ୍‌ ପିଛା ଦର ୪୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା। ଫଳରେ ନିଲାମରେ ଭାଗ ନେଇଥିବା ଅନ୍ୟ କେତେକ ଶିଳ୍ପସଂସ୍ଥା ଆବଶ୍ୟକ କରୁଥିବା ଲୁହାପଥର ଉଠାଇ ପାରି ନ ଥିଲେ, ବାଧ୍ୟ ହୋଇ ସେମାନଙ୍କ କାରଖାନା ବନ୍ଦ ହୋଇଥିଲା। ଠିକ୍‌ ଏହାର ପରବର୍ତ୍ତୀ ଇ-ନିଲାମରେ ଧାର୍ଯ୍ୟ ମୂଲ୍ୟ କାରଖାନା ଚଳାଇବା ପାଇଁ ଜରୁରୀ ହୋଇଥିବାରୁ ଏହି ଶିଳ୍ପସଂସ୍ଥାଗୁଡିକ ଆବଶ୍ୟକ କରୁଥିବା ଲୁହାପଥରର ଦୁଇଗୁଣା ଉଠାଇ ନେଇଥିଲେ।
ଲୁହାପଥର ଦରର ଅହେତୁକ ମୂଲ୍ୟ ବୃଦ୍ଧି କାରଣରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ନୀଳାଚଳ ଇସ୍ପାତ୍‌ ନିଗମ ଲିଃ(ଏନଆଇଏନଏଲ), ମେସ୍କୋ, ମଇଥାନ କାରଖାନା ବନ୍ଦ ପଡିଛି। ଦୈତାରି ଲୁହାପଥର ଦର ହ୍ରାସ ହେବାର ବହୁ କାରଣ ରହିଛି। ଲୁହାପଥର ଜରିମାନା ମୂଲ୍ୟ ମେଟ୍ରିକ ଟନ୍‌ ପ୍ରତି ୧୦୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ଦୈତାରି ଲୁହାପଥରରେ ଉଚ୍ଚ ଫସ୍‌ଫରସ ରହିଛି। ଯାହା ବିଶୋଧନ ପରେ ତା’ର ପରିମାଣ ବହୁ ହ୍ରାସ ହୋଇଥାଏ। କଳିଙ୍ଗନଗର ଶିଳ୍ପ ମାଲିକମାନେ ଓଏମ୍‌ସିର କେବଳ ଗ୍ରାହକ ନୁହନ୍ତି ବରଂ ଦେଶର ପ୍ରାକୃତିକ ସମ୍ପଦକୁ ସମସ୍ତଙ୍କ ସୁବିଧା ପାଇଁ ବ୍ୟବହାର କରୁଛନ୍ତି। ଲୁହାପଥର ମୂଲ୍ୟକୁ ଟନ ପିଛା ୪୦୦୦ ଟଙ୍କା ରଖାଗଲେ ସମଗ୍ର ଇସ୍ପାତ୍‌ ଶିଳ୍ପ ଲାଭବାନ ହୋଇ ପାରନ୍ତେ ବୋଲି କେଏନଆଇଏ ପକ୍ଷରୁ ଅନୁରୋଧ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବରରେ ହୋଇଥିବା ଇ-ଅକ୍ସନରେ ଲୁହାପଥରର ମୂଳଦର ଟନ୍‌ ପିଛା ୪,୫୦୦ ଟଙ୍କା ରହିଥିଲା। କିନ୍ତୁ ଗତ ୧ା୨ା୨୦୨୧ରେ ହୋଇଥିବା ଇ-ଅକ୍ସନରେ ମୂଳଦର ଟନ୍‌ ପିଛା ୬୦୦୦ ଟଙ୍କା ରଖାଯାଇଥିବାବେଳେ ବାହାର ରାଜ୍ୟ ଶିଳ୍ପସଂସ୍ଥାଗୁଡିକ ନିଲାମରେ ଭାଗ ନେଇ ସେହି ଦରକୁ ଟନ୍‌ପିଛା ୭,୦୫୦ ଟଙ୍କାକୁ ବୃଦ୍ଧି କରିଥିଲେ। ତେଣୁ ଏହି ଲୁହାପଥର ଉପରେ ନିର୍ଭରଶୀଳ ସମସ୍ତ ଶିଳ୍ପ କାରଖାନା ବହୁ କ୍ଷତିରେ ଚାଲିଛି। ଲାଭରେ ହ୍ରାସ ଘଟୁଥିବାରୁ କମ୍ପାନୀମାନଙ୍କ ଚିନ୍ତା ବଢି ଚାଲିଥିବାବେଳେ ଏହାର ପ୍ରଭାବ ଷ୍ଟିଲ ସିଟି କଳିଙ୍ଗନଗରରେ ପଡିଛି। ବିଶେଷକରି ବର୍ତ୍ତମାନ କଳିଙ୍ଗନଗରରେ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ଭିସା ଷ୍ଟିଲ ପ୍ରମୁଖ ସେମାନଙ୍କ କ୍ଷତିକୁ ବଞ୍ଚାଇବା ପାଇଁ ଚେଷ୍ଟା ଆରମ୍ଭ କରିସାରିଲେଣି। ଏଥିଯୋଗୁ କର୍ମଚାରୀ ଛଟେଇ ମଧ୍ୟ ବୃଦ୍ଧି ପାଇଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri