ମହିଳାଙ୍କ ଅବୈତନିକ କାର୍ଯ୍ୟ

ଡା. ସବିିତା ମିଶ୍ର

ଆମ ଭାରତୀୟ ସଂସ୍କୃତିରେ ମହିଳାମାନେ ସାଧାରଣତଃ ଗୃହ ଭିତରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ସେମାନେ ଜଣେ ମା’, ସ୍ତ୍ରୀ, ଝିଅ ଓ ସେବାକାରିଣୀ ଭାବରେ କାର୍ଯ୍ୟ ତୁଲାଇବା ସହିତ ଘରର ରୋଷେଇ, ପିଲାଙ୍କ ଯତ୍ନ, ପାଣି ଓ ଜାଳେଣି ସଂଗ୍ରହ, ଗୋରୁ ଯତ୍ନ, ବାଡ଼ିବଗିଚାରେ ପନିପରିବା ଉତ୍ପାଦନ ଆଦି କରିଥାନ୍ତି। ଆଉ ମଧ୍ୟ ଗ୍ରାମାଞ୍ଚଳର ମହିଳାମାନେ କୃଷିରେ ବିହନବୁଣା, ତଳିରୁଆ, ଘାସବଛା, ଫସଲକଟା, ଅମଳ ଓ ଅମଳ ପରବର୍ତ୍ତୀ ପର୍ଯ୍ୟାୟର ବିଭିନ୍ନ ଦାୟିତ୍ୱ ନେଇଥାନ୍ତି। ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଫୁର୍‌ସତ୍‌ ନ ଥାଏ। ଏହିପରି ଭାବରେ ସେମାନେ ଦିନର ୨୪ଘଣ୍ଟା ମଧ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟ ସାରିବାକୁ ବାଧ୍ୟ ହୋଇଥାନ୍ତି। ଫଳରେ ମହିଳାମାନଙ୍କୁ ଅତ୍ୟଧିକ ମାତ୍ରାରେ ଶାରୀରିକ ତଥା ମାନସିକ କ୍ଷେତ୍ରରେ କାର୍ଯ୍ୟରତ ରହିବାକୁ ପଡ଼େ ଓ ଶ୍ରମଦାନ ମଧ୍ୟ କରିବାକୁ ପଡ଼ିଥାଏ। କିନ୍ତୁ ଏହିସବୁ କାର୍ଯ୍ୟ କରିବାରେ ମହିଳାମାନଙ୍କୁ କୌଣସି ମୂଲ୍ୟ ବା ଟଙ୍କା ପଇସା ମିଳି ନ ଥାଏ। ସେମାନେ ବିନାମୂଲ୍ୟରେ ଉକ୍ତ କାର୍ଯ୍ୟମାନ କରିଥାନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଯେ, ମହିଳାମାନଙ୍କର ଏହି କାମରୁ କିଛି ରୋଜଗାର ହେଉ ନ ଥିବାରୁ ଆମ ସମାଜରେ ଅବୈତନିକ କାର୍ଯ୍ୟକୁ ଖୁବ୍‌ ହେୟ ମନାଯାଇଥାଏ। ମହିଳାମାନେ ମଧ୍ୟ ଏହିଭଳି କାର୍ଯ୍ୟରେ ଦିନର ପ୍ରାୟ ସମ୍ପୂର୍ଣ୍ଣ ସମୟ ବିତାଉଥିବାରୁ ସେମାନେ ଶ୍ରମବିନୋଦନ ପାଇଁ ଆଦୌ ସମୟ ପାଆନ୍ତି ନାହିଁ। ବିଭିନ୍ନ ପ୍ରକାର ଗଠନମୂଳକ କାର୍ଯ୍ୟ, ଶିକ୍ଷା, ମନୋରଞ୍ଜନ ଇତ୍ୟାଦିରେ ମଧ୍ୟ ସାମିଲ ହୋଇପାରନ୍ତି ନାହିଁ। ତେଣୁ ପ୍ରଶ୍ନ ଉଠେ ଯେ, ମହିଳାମାନେ ଦୈନିକ କେଉଁ କାର୍ଯ୍ୟ ପାଇଁ ହାରାହାରି କେତେ ସମୟ ଦେଇଥାନ୍ତି। ଉକ୍ତ ପ୍ରଶ୍ନର ଗୁରୁତ୍ୱକୁ ଆଧାରକରି, ଏନ୍‌ଏସ୍‌ଏସ୍‌ଓ (୨୦୨୦) ଦ୍ୱାରା ମହିଳାମାନଙ୍କ ଉପଲକ୍ଷେ ଏକ ଟାଇମ୍‌-ୟୁଜ୍‌-ଷ୍ଟଡି ହୋଇଥିଲା। ସେହି ଗବେଷଣାରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ଗ୍ରାମୀଣ ମହିଳାମାନେ ଦୈନିକ ସମସ୍ତ ପ୍ରକାର ଅବୈତନିକ କାର୍ଯ୍ୟ କରିବାରେ ପ୍ରାୟ ୩୮୧ ମିନିଟ୍‌ ଦେଉଥିବା ବେଳେ ପୁରୁଷମାନେ ମାତ୍ର ୧୨୧ ମିନିଟ୍‌ ଦେଇଥାନ୍ତି। ଏ କ୍ଷେତ୍ରରେ ମହିଳାମାନଙ୍କର କାର୍ଯ୍ୟକରିବା ସମୟ ପୁରୁଷମାନଙ୍କଠାରୁ ପ୍ରାୟ ତିନିଗୁଣ ଅଧିକ ହୋଇଥାଏ। ସେହିପରି ଖାଦ୍ୟ ପ୍ରସ୍ତୁତି କରିବାରେ ମହିଳାମାନଙ୍କର ଅବଦାନ ପୁରୁଷମାନଙ୍କଠାରୁ ପ୍ରାୟ ଦୁଇଗୁଣ ଅଧିକ।
ମହିଳାମାନେ ଖାଦ୍ୟ ପ୍ରସ୍ତୁତିରେ ୨୮୭ ମିନିଟ୍‌ ଦେଉଥିବା ବେଳେ ପୁରୁଷମାନେ ଉକ୍ତ କାର୍ଯ୍ୟରେ ମାତ୍ର ୧୪୭ ମିନିଟ୍‌ ସମୟ ଦେଇଥାନ୍ତି। ଘର ସଫେଇ କାର୍ଯ୍ୟରେ ମଧ୍ୟ ମହିଳାମାନଙ୍କର ଅବଦାନ ପୁରୁଷମାନଙ୍କଠାରୁ ଅଧିକ। ସଫେଇକାମରେ ମହିଳାମାନେ ଦୈନିକ ହାରାହାରି ୭୧ ମିନିଟ୍‌ ଓ ପୁରୁଷମାନେ ୬୪ ମିନିଟ୍‌ ଦେଇଥାନ୍ତି।
ସାମଗ୍ରିକ ଭାବରେ ପରିବାରରେ ସେବା କାର୍ଯ୍ୟରେ ମହିଳାମାନେ ଦୈନିକ ଅଧିକ ସମୟ (୧୩୫ ମିନିଟ୍‌) ଦେଇଥାନ୍ତି ଓ ପୁରୁଷମାନେ କମ୍‌ ସମୟ (୮୮ ମିନିଟ୍‌) ଦିଅନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ, ପରିବାରରେ ରହୁଥିବା ନିର୍ଭରଶୀଳ ବୟସ୍କବ୍ୟକ୍ତିମାନଙ୍କର ଯତ୍ନନେବାରେ ପୁରୁଷମାନେ ମହିଳାମାନଙ୍କଠାରୁ ଅଧିକ ସମୟ ଦେଇଥାନ୍ତି। ଏହା ପ୍ରାୟ ପୁରୁଷଙ୍କ କ୍ଷେତ୍ରରେ ୧୨୬ ମିନିଟ୍‌ ହୋଇଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୭୨ ମିନିଟ୍‌ ଦେଖାଯାଇଥାଏ। ମାତ୍ର ପିଲାମାନଙ୍କର ଯତ୍ନନେବା କଥା ବିଚାର କଲେ ଦେଖାଯାଏ, ଉଭୟ ପୁରୁଷ ଓ ସ୍ତ୍ରୀ ମାତାପିତା ହିସାବରେ ପିଲାମାନଙ୍କର ଯତ୍ନ ନେଇଥାନ୍ତି। କିନ୍ତୁ ଏଠାରେ ମହିଳାମାନେ ଅତ୍ୟଧିକ ମାତ୍ରାରେ ଅବୈତନିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ସେମାନେ ବୈତନିକ କାମ, ଶ୍ରମବିନୋଦନ ଓ ଅର୍ଥରୋଜଗାର କାର୍ଯ୍ୟ କରିବା ପାଇଁ ସମୟ ପାଇ ନ ଥାନ୍ତି। ତତ୍‌ସହିତ କୌଣସି ବିକାଶମୂଳକ କାର୍ଯ୍ୟରେ ମଧ୍ୟ ସାମିଲ ହୋଇପାରନ୍ତି ନାହିଁ। ବିଶ୍ଳେଷଣରୁ ଜଣାପଡ଼େ ଯେ, ମହିଳାମାନଙ୍କ ଦ୍ୱାରା କରାଯାଉଥିବା ଉକ୍ତ ଅବୈତନିକ କାର୍ଯ୍ୟଗୁଡ଼ିକୁ ଆମ ସମାଜରେ କେହି ପ୍ରାଧାନ୍ୟ ଦେଇ ନ ଥାନ୍ତି ବରଂ ମୂଲ୍ୟହୀନ ଗଣିଥାନ୍ତି। କିନ୍ତୁ ସାରା ପୃଥିବୀରେ ମହିଳାମାନଙ୍କ ଦ୍ୱାରା ହେଉଥିବା ଅବୈତନିକ କାର୍ଯ୍ୟକୁ ଟଙ୍କାର ମୂଲ୍ୟ ଦେଲେ, ଏହାର ମୂଲ୍ୟ ଭାରତର ଜିଡିପିର ୩.୧ପ୍ରତିଶତ (୫.୯୧ ଲକ୍ଷ କୋଟି) ହେବ। ସେଥିପାଇଁ ମହିଳାମାନଙ୍କୁ ପୁରୁଷଙ୍କ ସହିତ ସମକକ୍ଷ କରିବାକୁ ହେଲେ ସେମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ପଡ଼ିବ ଏବଂ ସର୍ବପ୍ରଥମେ ସମାଜରେ ଜନଜାଗରଣ ସୃଷ୍ଟି କରି ଗୃହର ସମସ୍ତ କାର୍ଯ୍ୟକୁ ଉଭୟ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବା ଦରକାର।
ଭୁବନେଶ୍ୱର, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri