ବ୍ୟାସନଗର ତହସିଲରେ ପୌର ପରିଷଦର ଗାଡ଼ି ପାର୍କିଂ

ଯାଜପୁର ରୋଡ୍‌,୧ା୫(ଡି.ଏନ.ଏ.): ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସର ପାଲଟିଛି ପୌର ପରିଷଦର ଗାଡ଼ି ପାର୍କିଂ ସ୍ଥଳ। ଦୀର୍ଘଦିନ ଧରି ବେଆଇନ ଭାବେ ପୌର ପରିଷଦର ବିଭିନ୍ନ ଯାନବାହନ ତହସିଲ କାର୍ଯ୍ୟାଳୟ ପରିସରରେ ପାର୍କିଂ କରାଯାଉଛି। ଫଳରେ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବାସହ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସଫେଇ ଓ ସେସପୁଲ ଗାଡ଼ିଗୁଡିକ ରଖିବା ଦ୍ୱାରା ସେଥିରୁ ଦୁର୍ଗନ୍ଧ ବାହାରି ପରିବେଶକୁ ପ୍ରଦୂଷିତ କରୁଛି। କେତେକ ଅଚଳ ଗାଡ଼ି ମଧ୍ୟ ଉକ୍ତ ପରିସରରେ ଓ ପ୍ରବେଶ ଦ୍ୱାରରେ ବହୁଦିନ ହେବ ପଡ଼ିରହିବା ଦ୍ୱାରା ତହସିଲ ପ୍ରବେଶ ଦ୍ୱାର ସଂକୁଚିତ ହୋଇଛି। ପୌରାଧ୍ୟକ୍ଷାଙ୍କ ଗାଡ଼ି ମଧ୍ୟ ଏହି ପରିସରରେ ପାର୍କିଂ କରାଯାଉଛି। ଏସବୁକୁ ତହସିଲଦାର ଦେଖି ନୀରବ ରହୁଛନ୍ତି। ଅନ୍ୟପକ୍ଷରେ ତହସିଲ କାର୍ଯ୍ୟାଳୟର ପୁରୁଣା ଘରଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ରହିଛି। ଫଳରେ ସେଠାରେ ଗୁଳ୍ମ ଗଛଲତା ପରିପୂର୍ଣ୍ଣ ହୋଇଛି। ଏହାସହ ଉକ୍ତ ଘର ସରୀସୃପଙ୍କ ବାସସ୍ଥଳୀ ପାଲିଟିଛି। ହେଲେ ତାହାକୁ ଭଙ୍ଗାଯାଉନାହିଁ। ଏସବୁକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଯାଜପୁର ଜିଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସୁଫଳ ମିଳୁନାହିଁ
୧୯୬୧ରେ ଯାଜପୁରରୋଡ୍‌ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିଲା। ପରେ ୧୯୯୩ରେ ପୌର ପରିଷଦରେ ପରିଣତ ହୋଇଛି। ହେଲେ ଅଦ୍ୟାବଧି ପୌର କାର୍ଯ୍ୟାଳୟଟି ରେଳବାଇ ଜାଗାରେ ଅଛି, ଯାହା ବଡ଼ ଦୁଃଖ ଓ ପରିତାପର ବିଷୟ। ଉକ୍ତ କାର୍ଯ୍ୟାଳୟ ପରିସରରେ ପାର୍କିଂ ସ୍ଥାନ ଅଭାବରୁ ବିଗତ କିଛି ବର୍ଷ ହେବ ପୌର ପରିଷଦ ଗାଡ଼ିଗୁଡିକ ତହସିଲ ପରିସରରେ ମନଇଚ୍ଛା ପାର୍କିଂ କରାଯାଉଛି। ଏ ସମ୍ପର୍କରେ ବହୁବାର ତହସିଲଦାର ଓ ପୌର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।
-ରବୀନ୍ଦ୍ର କୁମାର ରାଉତ, ଆଇନଜୀବୀ
ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି
କରୋନା ପୂର୍ବରୁ ପୌର ପରିଷଦ ଗାଡ଼ିଗୁଡିକ ତହସିଲ କାର୍ଯ୍ୟାଳୟ ମଧ୍ୟରେ ଅବାଧ ପାର୍କିଂ କରାଯାଉଛି। ପରିଷଦର ପାଇଖାନା ଟାଙ୍କି ସଫା କରୁଥିବା ଗାଡ଼ିଠାରୁ ଆରମ୍ଭ କରି ପୌରାଧ୍ୟକ୍ଷାଙ୍କ ପର୍ଯ୍ୟନ୍ତ ସବୁଗାଡ଼ି ଏଠାରେ ରଖାଯାଉଛି। ଫଳରେ ଖରାଦିନେ ଗାଡ଼ିଗୁଡ଼ିକ ଯିବାଆସିବା ଦ୍ୱାରା ଧୂଳି ଉଡ଼ିବା ସହ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏହାଦ୍ୱାରା ତହସିଲ ଅଫିସ ଆସୁଥିବା ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପରିସ୍ଥିତି ଯଥା ପୂର୍ବଂ ତଥା ପରମ୍‌ ରହିଛି।
-ନବକିଶୋର ସାହୁ, କାର୍ଯ୍ୟକାରୀ ସଭାପତି
କଳିଙ୍ଗନଗର ବାର୍‌ ଆସୋସିଏଶନ
ତହସିଲ ଅଫିସକୁ ଆସୁଥିବା ଲୋକେ ବାହାରେ ଗାଡ଼ି ରଖୁଛନ୍ତି
ପୂର୍ବ ଅପେକ୍ଷା ବର୍ତ୍ତମାନ ତହସିଲ କାର୍ଯ୍ୟାଳୟ ପରିସର ସଫାସୁତରା ରହୁଛି। ହେଲେ ୨ ଓ ୪ ଚକିଆ ରଖିବାର କୌଣସି ସୁବିଧାନାହିଁ। କାରଣ ମ୍ୟୁନିସିପାଲିଟି ଗାଡ଼ିଗୁଡିକ ଅଧାରୁ ଅଧିକ ସ୍ଥାନ ମାଡ଼ିବସିଛନ୍ତି। ଫଳରେ ତହସିଲ କାର୍ଯ୍ୟରେ ଆସୁଥିବା ଲୋକେ ଚୋରି ଭୟ ସତ୍ତ୍ୱେ ବାଧ୍ୟ ହୋଇ ବାହାରେ ଗାଡ଼ି ରଖି କାର୍ଯ୍ୟାଳୟକୁ ଯାଉଛନ୍ତି। ଯଦି ଗାଡ଼ି ଚୋରି ହୁଏ କିଏ ଦାୟୀ ରହିବେ ଜଣାପଡୁନାହିଁ।
-ଗୋବିନ୍ଦ ଚନ୍ଦ୍ର ସାହୁ, ସ୍ଥାନୀୟ ବାସିନ୍ଦା
ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ
ତହସିଲ ପରିସରରେ ପୌର ପରିଷଦର ଗାଡ଼ି ପାର୍କିଂ ନେଇ ବହୁ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୌର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି। ଯଦି ସେମାନେ ଏଥିରୁ ନିବୃତ୍ତ ନ ହୁଅନ୍ତି ତେବେ ଆଗକୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ।
-ଅଶୋକ କୁମାର ମାଝି, ତହସିଲଦାର, ବ୍ୟାସନଗର


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri