ବ୍ୟାସନଗର ତହସିଲରେ ପୌର ପରିଷଦର ଗାଡ଼ି ପାର୍କିଂ

ଯାଜପୁର ରୋଡ୍‌,୧ା୫(ଡି.ଏନ.ଏ.): ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସର ପାଲଟିଛି ପୌର ପରିଷଦର ଗାଡ଼ି ପାର୍କିଂ ସ୍ଥଳ। ଦୀର୍ଘଦିନ ଧରି ବେଆଇନ ଭାବେ ପୌର ପରିଷଦର ବିଭିନ୍ନ ଯାନବାହନ ତହସିଲ କାର୍ଯ୍ୟାଳୟ ପରିସରରେ ପାର୍କିଂ କରାଯାଉଛି। ଫଳରେ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବାସହ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସଫେଇ ଓ ସେସପୁଲ ଗାଡ଼ିଗୁଡିକ ରଖିବା ଦ୍ୱାରା ସେଥିରୁ ଦୁର୍ଗନ୍ଧ ବାହାରି ପରିବେଶକୁ ପ୍ରଦୂଷିତ କରୁଛି। କେତେକ ଅଚଳ ଗାଡ଼ି ମଧ୍ୟ ଉକ୍ତ ପରିସରରେ ଓ ପ୍ରବେଶ ଦ୍ୱାରରେ ବହୁଦିନ ହେବ ପଡ଼ିରହିବା ଦ୍ୱାରା ତହସିଲ ପ୍ରବେଶ ଦ୍ୱାର ସଂକୁଚିତ ହୋଇଛି। ପୌରାଧ୍ୟକ୍ଷାଙ୍କ ଗାଡ଼ି ମଧ୍ୟ ଏହି ପରିସରରେ ପାର୍କିଂ କରାଯାଉଛି। ଏସବୁକୁ ତହସିଲଦାର ଦେଖି ନୀରବ ରହୁଛନ୍ତି। ଅନ୍ୟପକ୍ଷରେ ତହସିଲ କାର୍ଯ୍ୟାଳୟର ପୁରୁଣା ଘରଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ରହିଛି। ଫଳରେ ସେଠାରେ ଗୁଳ୍ମ ଗଛଲତା ପରିପୂର୍ଣ୍ଣ ହୋଇଛି। ଏହାସହ ଉକ୍ତ ଘର ସରୀସୃପଙ୍କ ବାସସ୍ଥଳୀ ପାଲିଟିଛି। ହେଲେ ତାହାକୁ ଭଙ୍ଗାଯାଉନାହିଁ। ଏସବୁକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଯାଜପୁର ଜିଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।

କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସୁଫଳ ମିଳୁନାହିଁ
୧୯୬୧ରେ ଯାଜପୁରରୋଡ୍‌ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିଲା। ପରେ ୧୯୯୩ରେ ପୌର ପରିଷଦରେ ପରିଣତ ହୋଇଛି। ହେଲେ ଅଦ୍ୟାବଧି ପୌର କାର୍ଯ୍ୟାଳୟଟି ରେଳବାଇ ଜାଗାରେ ଅଛି, ଯାହା ବଡ଼ ଦୁଃଖ ଓ ପରିତାପର ବିଷୟ। ଉକ୍ତ କାର୍ଯ୍ୟାଳୟ ପରିସରରେ ପାର୍କିଂ ସ୍ଥାନ ଅଭାବରୁ ବିଗତ କିଛି ବର୍ଷ ହେବ ପୌର ପରିଷଦ ଗାଡ଼ିଗୁଡିକ ତହସିଲ ପରିସରରେ ମନଇଚ୍ଛା ପାର୍କିଂ କରାଯାଉଛି। ଏ ସମ୍ପର୍କରେ ବହୁବାର ତହସିଲଦାର ଓ ପୌର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।
-ରବୀନ୍ଦ୍ର କୁମାର ରାଉତ, ଆଇନଜୀବୀ
ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି
କରୋନା ପୂର୍ବରୁ ପୌର ପରିଷଦ ଗାଡ଼ିଗୁଡିକ ତହସିଲ କାର୍ଯ୍ୟାଳୟ ମଧ୍ୟରେ ଅବାଧ ପାର୍କିଂ କରାଯାଉଛି। ପରିଷଦର ପାଇଖାନା ଟାଙ୍କି ସଫା କରୁଥିବା ଗାଡ଼ିଠାରୁ ଆରମ୍ଭ କରି ପୌରାଧ୍ୟକ୍ଷାଙ୍କ ପର୍ଯ୍ୟନ୍ତ ସବୁଗାଡ଼ି ଏଠାରେ ରଖାଯାଉଛି। ଫଳରେ ଖରାଦିନେ ଗାଡ଼ିଗୁଡ଼ିକ ଯିବାଆସିବା ଦ୍ୱାରା ଧୂଳି ଉଡ଼ିବା ସହ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଏହାଦ୍ୱାରା ତହସିଲ ଅଫିସ ଆସୁଥିବା ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପରିସ୍ଥିତି ଯଥା ପୂର୍ବଂ ତଥା ପରମ୍‌ ରହିଛି।
-ନବକିଶୋର ସାହୁ, କାର୍ଯ୍ୟକାରୀ ସଭାପତି
କଳିଙ୍ଗନଗର ବାର୍‌ ଆସୋସିଏଶନ
ତହସିଲ ଅଫିସକୁ ଆସୁଥିବା ଲୋକେ ବାହାରେ ଗାଡ଼ି ରଖୁଛନ୍ତି
ପୂର୍ବ ଅପେକ୍ଷା ବର୍ତ୍ତମାନ ତହସିଲ କାର୍ଯ୍ୟାଳୟ ପରିସର ସଫାସୁତରା ରହୁଛି। ହେଲେ ୨ ଓ ୪ ଚକିଆ ରଖିବାର କୌଣସି ସୁବିଧାନାହିଁ। କାରଣ ମ୍ୟୁନିସିପାଲିଟି ଗାଡ଼ିଗୁଡିକ ଅଧାରୁ ଅଧିକ ସ୍ଥାନ ମାଡ଼ିବସିଛନ୍ତି। ଫଳରେ ତହସିଲ କାର୍ଯ୍ୟରେ ଆସୁଥିବା ଲୋକେ ଚୋରି ଭୟ ସତ୍ତ୍ୱେ ବାଧ୍ୟ ହୋଇ ବାହାରେ ଗାଡ଼ି ରଖି କାର୍ଯ୍ୟାଳୟକୁ ଯାଉଛନ୍ତି। ଯଦି ଗାଡ଼ି ଚୋରି ହୁଏ କିଏ ଦାୟୀ ରହିବେ ଜଣାପଡୁନାହିଁ।
-ଗୋବିନ୍ଦ ଚନ୍ଦ୍ର ସାହୁ, ସ୍ଥାନୀୟ ବାସିନ୍ଦା
ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ
ତହସିଲ ପରିସରରେ ପୌର ପରିଷଦର ଗାଡ଼ି ପାର୍କିଂ ନେଇ ବହୁ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୌର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି। ଯଦି ସେମାନେ ଏଥିରୁ ନିବୃତ୍ତ ନ ହୁଅନ୍ତି ତେବେ ଆଗକୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ।
-ଅଶୋକ କୁମାର ମାଝି, ତହସିଲଦାର, ବ୍ୟାସନଗର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?