ଛତିଶଗଡ଼ କଥାରେ ଖୋଲିବନି ଫାଟକ: ମନ୍ତ୍ରୀ

ଭୁବନେଶ୍ବର,୧୫ା୮(ବ୍ୟୁରୋ): ମହାନଦୀକୁ ନେଇ ଏବେ ପୁଣି ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ମହାନଦୀରେ ଜଳସ୍ତର ବଢ଼ିବା କାରଣରୁ ଛତିଶଗଡ଼ ପଟେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ହୀରାକୁଦର ଅଧିକ ଫାଟକ ଖୋଲିବା ଲାଗି ଛତିଶଗଡ଼ ସରକାର ଅନୁରୋଧ କରିଛନ୍ତି। ହେଲେ ଖୋଦ୍‌ ରାଜ୍ୟ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏ କଥାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଛତିଶଗଡ଼ କଥାରେ ଅଧିକ ଫାଟକ ଖୋଲାଯାଇପାରିବ ନାହିଁ ବୋଲି ମନ୍ତ୍ରୀ ସାହୁ ସିଧାସଳଖ ଶୁଣାଇ ଦେଇଛନ୍ତି। ତେବେ ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ମହାନଦୀକୁ ନେଇ ଆଗକୁ ଓଡ଼ିଶା ଏବଂ ଛତିଶଗଡ ମଧ୍ୟରେ ରାଜନୈତିକ ଲଢ଼େଇ ବଢ଼ିପାରେ ବୋଲି ଆକଳନ ଆରମ୍ଭ ହୋଇଛି।
ମନ୍ତ୍ରୀ ସାହୁ କହିଛନ୍ତି, ଓଡ଼ିଶା ତାହାର ଆବଶ୍ୟକତା ଅନୁଯାୟୀ ହୀରାକୁଦର ଫାଟକ ଖୋଲିବ। ଏବେ ୩୪ଟି ଫାଟକ ଖୋଲାଯାଇଛି। ଛତିଶଗଡ଼ କଥାରେ ଅଧିକ ଫାଟକ ଖୋଲାଯାଇପାରିବ ନାହିଁ। ସେଠାରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପରେ ଛତିଶଗଡ଼ ସରକାର ଏଥିରୁ ନିସ୍ତାର ପାଇବାକୁ ଓଡ଼ିଶା ସରକାରଙ୍କୁ ମହାନଦୀ ଫାଟକ ଖୋଲିବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ନଦୀଗୁଡ଼ିକରେ ବନ୍ୟା ପାଣି ପଶିବା ପରେ ଏଥିପାଇଁ ଛତିଶଗଡ଼ ସରକାରଙ୍କୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦାୟୀ କରିବା ଆଉ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଛତିଶଗଡ଼ରେ ଏବେ କଂଗ୍ରେସ ସରକାର ଥିବାବେଳେ ସୁରେଶ ରାଉତରାୟଙ୍କ ମନ୍ତବ୍ୟ ଆଗକୁ ଦଳକୁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସୁରେଶ ରାଉତରାୟ କହିଛନ୍ତି, ନୂଆ ବନ୍ୟା ପାଣି ଦେଖି ଖୁସି ଲାଗୁଛି। କିନ୍ତୁ ଯେଉଁ ପାଣି ବଢ଼ିଛି ସେଥିଲାଗି ଛତିଶଗଡ଼ ଦାୟୀ। କାହିଁକି ଛତିଶଗଡ଼ ମହାନଦୀ ଉପରେ ୧୧ଟି ବ୍ୟାରେଜ ନିର୍ମାଣ କଲା, ଯେଉଁଥିଲାଗି ବନ୍ୟାରେ ଏବେ ଉବୁଟୁବୁ ହେଉଛି। ଏବେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଛି ମହାନଦୀ ପାଣି ଛାଡ଼ିଦିଅ। ସେମାନେ ମନଇଚ୍ଛା ବ୍ୟାରେଜ କରି ମହାନଦୀକୁ ଓଡ଼ିଶାରେ ଶୁଖିଲା କରିଦେଲେ। ଏବେ ପାଣି ବଢ଼ିଲାରୁ ଦେଖିବାକୁ ଆସିଛୁ। ମୁଖ୍ୟମନ୍ତ୍ରୀ କୌଣସି ମତେ ଛତିଶଗଡ଼ କଥା ଶୁଣିବା ଠିକ୍‌ ହେବନାହିଁ। ଓଡ଼ିଶା ପାଣି ଯେପରି ଭବିଷ୍ୟତରେ ବନ୍ଧ ଦ୍ୱାରା ରହିପାରିବ ସେଥିଲାଗି ବ୍ୟବସ୍ଥା ତୁରନ୍ତ ହେବା ଜରୁରୀ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଦେଇଥିଲେ ଯେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରି ତଳମୁଣ୍ଡରେ ବନ୍ଧ କରି ପାଣି ରଖାଯିବ, ଯେଉଁଥିରେ ଓଡ଼ିଶା ଲୋକ ପିଇବା ପାଣି ପାଇପାରିବେ। ତୁରନ୍ତ ସରକାର ଏହି କାମ ନ କଲେ ଜନଆନ୍ଦୋଳନ ହେବ ବୋଲି ସୁରେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?