ଛତିଶଗଡ଼ କଥାରେ ଖୋଲିବନି ଫାଟକ: ମନ୍ତ୍ରୀ

ଭୁବନେଶ୍ବର,୧୫ା୮(ବ୍ୟୁରୋ): ମହାନଦୀକୁ ନେଇ ଏବେ ପୁଣି ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ମହାନଦୀରେ ଜଳସ୍ତର ବଢ଼ିବା କାରଣରୁ ଛତିଶଗଡ଼ ପଟେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ହୀରାକୁଦର ଅଧିକ ଫାଟକ ଖୋଲିବା ଲାଗି ଛତିଶଗଡ଼ ସରକାର ଅନୁରୋଧ କରିଛନ୍ତି। ହେଲେ ଖୋଦ୍‌ ରାଜ୍ୟ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏ କଥାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଛତିଶଗଡ଼ କଥାରେ ଅଧିକ ଫାଟକ ଖୋଲାଯାଇପାରିବ ନାହିଁ ବୋଲି ମନ୍ତ୍ରୀ ସାହୁ ସିଧାସଳଖ ଶୁଣାଇ ଦେଇଛନ୍ତି। ତେବେ ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ମହାନଦୀକୁ ନେଇ ଆଗକୁ ଓଡ଼ିଶା ଏବଂ ଛତିଶଗଡ ମଧ୍ୟରେ ରାଜନୈତିକ ଲଢ଼େଇ ବଢ଼ିପାରେ ବୋଲି ଆକଳନ ଆରମ୍ଭ ହୋଇଛି।
ମନ୍ତ୍ରୀ ସାହୁ କହିଛନ୍ତି, ଓଡ଼ିଶା ତାହାର ଆବଶ୍ୟକତା ଅନୁଯାୟୀ ହୀରାକୁଦର ଫାଟକ ଖୋଲିବ। ଏବେ ୩୪ଟି ଫାଟକ ଖୋଲାଯାଇଛି। ଛତିଶଗଡ଼ କଥାରେ ଅଧିକ ଫାଟକ ଖୋଲାଯାଇପାରିବ ନାହିଁ। ସେଠାରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପରେ ଛତିଶଗଡ଼ ସରକାର ଏଥିରୁ ନିସ୍ତାର ପାଇବାକୁ ଓଡ଼ିଶା ସରକାରଙ୍କୁ ମହାନଦୀ ଫାଟକ ଖୋଲିବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ନଦୀଗୁଡ଼ିକରେ ବନ୍ୟା ପାଣି ପଶିବା ପରେ ଏଥିପାଇଁ ଛତିଶଗଡ଼ ସରକାରଙ୍କୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦାୟୀ କରିବା ଆଉ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଛତିଶଗଡ଼ରେ ଏବେ କଂଗ୍ରେସ ସରକାର ଥିବାବେଳେ ସୁରେଶ ରାଉତରାୟଙ୍କ ମନ୍ତବ୍ୟ ଆଗକୁ ଦଳକୁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସୁରେଶ ରାଉତରାୟ କହିଛନ୍ତି, ନୂଆ ବନ୍ୟା ପାଣି ଦେଖି ଖୁସି ଲାଗୁଛି। କିନ୍ତୁ ଯେଉଁ ପାଣି ବଢ଼ିଛି ସେଥିଲାଗି ଛତିଶଗଡ଼ ଦାୟୀ। କାହିଁକି ଛତିଶଗଡ଼ ମହାନଦୀ ଉପରେ ୧୧ଟି ବ୍ୟାରେଜ ନିର୍ମାଣ କଲା, ଯେଉଁଥିଲାଗି ବନ୍ୟାରେ ଏବେ ଉବୁଟୁବୁ ହେଉଛି। ଏବେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଛି ମହାନଦୀ ପାଣି ଛାଡ଼ିଦିଅ। ସେମାନେ ମନଇଚ୍ଛା ବ୍ୟାରେଜ କରି ମହାନଦୀକୁ ଓଡ଼ିଶାରେ ଶୁଖିଲା କରିଦେଲେ। ଏବେ ପାଣି ବଢ଼ିଲାରୁ ଦେଖିବାକୁ ଆସିଛୁ। ମୁଖ୍ୟମନ୍ତ୍ରୀ କୌଣସି ମତେ ଛତିଶଗଡ଼ କଥା ଶୁଣିବା ଠିକ୍‌ ହେବନାହିଁ। ଓଡ଼ିଶା ପାଣି ଯେପରି ଭବିଷ୍ୟତରେ ବନ୍ଧ ଦ୍ୱାରା ରହିପାରିବ ସେଥିଲାଗି ବ୍ୟବସ୍ଥା ତୁରନ୍ତ ହେବା ଜରୁରୀ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଦେଇଥିଲେ ଯେ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରି ତଳମୁଣ୍ଡରେ ବନ୍ଧ କରି ପାଣି ରଖାଯିବ, ଯେଉଁଥିରେ ଓଡ଼ିଶା ଲୋକ ପିଇବା ପାଣି ପାଇପାରିବେ। ତୁରନ୍ତ ସରକାର ଏହି କାମ ନ କଲେ ଜନଆନ୍ଦୋଳନ ହେବ ବୋଲି ସୁରେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri