ଡିଭାଇଡର ନିର୍ମାଣ, ଭଙ୍ଗାରେ ଅଯଥା ଖର୍ଚ୍ଚ

ଯାଜପୁର,୪୩(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ଦଳାଛକ ନିକଟରୁ ୨୦ ନମ୍ବର ଏନ୍‌ଏଚ୍‌(ଜାତୀୟ ରାଜପଥ)ରେ ମିଶୁଥିବା ବେଣାପୁର ଛକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟରେ ଅଯଥା ଖର୍ଚ୍ଚ ହୋଇଛି। ପ୍ରଥମେ ଡିଭାଇଡର ନିର୍ମାଣ କରି ପରେ ଭାଙ୍ଗିବା ପ୍ରକ୍ରିୟାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପାଣିକୋଇଲି ଆର୍‌ ଆଣ୍ଡ ବି(ପୂର୍ତ୍ତ) ଡିଭିଜନ ପକ୍ଷରୁ ମଞ୍ଜୁର ହୋଇଥିବା ଉକ୍ତ ଅର୍ଥର କିଏ ଭରଣା କରିବ ଏବେ ସେ ନେଇ ସାଧାରଣରେ ଆଲୋଚନା ହୋଇଛି। ବିଭାଗୀୟ ଯନ୍ତ୍ରୀମାନଙ୍କ ଅଦୂରଦର୍ଶିତା ଏବଂ ଖାମଖିଆଲି ନିର୍ମାଣ କାର୍ଯ୍ୟ ଯୋଗୁ ବିପୁଳ ସରକାରୀ ଅର୍ଥ ଅଯଥାରେ ଖର୍ଚ୍ଚ ହେଉଥିବା ମତପ୍ରକାଶ ପାଇଛି।
ପ୍ରାୟ ୨ ବର୍ଷ ତଳେ ବ୍ୟାସନଗର ପୌର ପରିଷଦର ଦଳା ଛକଠାରୁ ବେଣାପୁର ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ହୋଇଥିଲା। କିନ୍ତୁ ଜବରଦଖଲ ଉଚ୍ଛେଦରେ ପାତରଅନ୍ତର ନୀତି ଯୋଗୁ ରାସ୍ତାର ଓସାର ପରିମାଣ ସବୁଠି ସମାନ ହୋଇ ନ ଥିଲା। କିଛି ଜାଗାରେ ରାସ୍ତା ସଙ୍କୁଚିତ ଭାବେ ନିର୍ମାଣ କରାଗଲା। ଏପରିକି ଉକ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ୨ ଥାକିଆ ରାସ୍ତା ପାଇଁ ମଝିରେ ଡିଭାଇଡର ନିର୍ମାଣ ହେଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲା। କିନ୍ତୁ ଯନ୍ତ୍ରୀ ଏବଂ ଏଷ୍ଟିମେଟ ମଞ୍ଜୁର କରିଥିବା ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ଏହା ସଫଳ ହୋଇପାରି ନ ଥିଲା। ଅଣଓସାରିଆ ରାସ୍ତାରେ ଡିଭାଇଡରରେ ପିଟିହୋଇ ଏକାଧିକ ଦୁର୍ଘଟଣା ଘଟିଲା। ତେଣୁ ଡିଭାଇଡର ହଟାଇବାକୁ ସହରବାସୀଙ୍କ ପକ୍ଷରୁ ଦାବି ଜୋର ଧରିଲା। ଶେଷରେ ପୂର୍ତ୍ତ ବିଭାଗ ପକ୍ଷରୁ ନିକଟରେ ଉକ୍ତ ଡିଭାଇଡରକୁ ଭାଙ୍ଗି ସେଥିରେ କଂକ୍ରିଟକରଣ କରାଯାଇଛି। ଏହି ପ୍ରକ୍ରିୟା ପାଇଁ ମଧ୍ୟ ଅଯଥାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବଢ଼ିଲା। ତେଣୁ ପୂର୍ତ୍ତ ବିଭାଗ ଅଧିକାରୀ ଓ ଯନ୍ତ୍ରୀଙ୍କ ଏପରି କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ସଂଶୟ ସୃଷ୍ଟି କରିଛି। ସରକାରଙ୍କ ଉପରୋକ୍ତ ଲକ୍ଷାଧିକ ଟଙ୍କା ଅଯଥାରେ ଖର୍ଚ୍ଚ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ଏବେ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ପାଣିକୋଇଲି ଏସ୍‌ଡିଓ ଦିଲୀପ କୁମାର ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଦୁର୍ଘଟଣା ଘଟିବାରୁ ଡିଭାଇଡର ଭଙ୍ଗାଗଲା। ଯେତେବେଳେ ରାସ୍ତା ନିର୍ମାଣ ହୋଇଥିଲା ସେତେବେଳେ ସେ ଏଠାରେ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri