ଆନନ୍ଦ ବଜାରରୁ ହଟିବେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀ

ପୁରୀ ଅଫିସ,୨୨ା୫: ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଏବେ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଆନନ୍ଦ ବଜାରରେ ବ୍ୟବସାୟ କରୁଥିବା ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ଉଠିଯିବାକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆନନ୍ଦବଜାରର ଏକାଧିକ ସ୍ଥାନରେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ମନଇଚ୍ଛା ଯେଉଁଠି ସେଇଠି ବସି ବ୍ୟବସାୟ କରୁଛନ୍ତି। ଫଳରେ ଶ୍ରଦ୍ଧାଳୁମାନେ ଠକାମିର ଶିକାର ହେଉଥିବାବେଳେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରଭାବିତ ହେଉଛି। ତେଣୁ ୨୨ତାରିଖ ଅର୍ଥାତ ସୋମବାର ସୁଦ୍ଧା ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ ସେମାନଙ୍କ ସ୍ଥାନ ଖାଲି କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ନୋଟିସ ଜାରି କରିଛନ୍ତି। ଏପରିକି ତନଖି ପାଇଁ ଶ୍ରୀମନ୍ଦିର ସୁପରଭାଇଜରଙ୍କ ଅଧୀନରେ ୩ଜଣ ଜେଟିପିକୁ ନେଇ ଏକ କମିଟି ଗଠନ ହୋଇଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ରକ୍ଷା ପାଇଁ ସିଂହଦ୍ୱାର ଥାନା ପୋଲିସକୁ ମୁତୟନ କରିବା ସକାଶେ ପୁରୀ ଏସ୍‌ପିଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ଜଣାପଡ଼ିଛି।
ଗତ ଶୁକ୍ରବାର ସାବିତ୍ରୀ ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଥିଲା। ତେବେ ଉତ୍ତରଦ୍ୱାରରେ ଦଲାଲ ଓ ଆନନ୍ଦବଜାରରେ ଅଣଲାଇସେନ୍ସପ୍ରାପ୍ତ ଦୋକାନୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ସୁଆର ମହାସୁଆର ନିଯୋଗ ଅବଢ଼ା ବିକ୍ରି କରି ନ ପାରି ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିଲା। ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ କିଣିବା ପାଇଁ ଭକ୍ତଙ୍କୁ ଅନୁମତି ନ ମିଳିବା ଯୋଗୁ ଏଭଳି ସ୍ଥିତି ଉପଜିଥିବା ନିଯୋଗ ଅଭିଯୋଗ କରିଛି। ପ୍ରଶାସନ ପକ୍ଷରୁ ଉତ୍ତର ଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉନଥିବାରୁ ସେମାନେ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି। ଭକ୍ତଙ୍କୁ ଅବଢ଼ାର ଦୁଇଗୁଣ ମୂଲ୍ୟ ଦେବାକୁ ପଡ଼ୁଛି। ଫଳରେ ସାବିତ୍ରୀ ଦିନ ସୁଆର ମହାସୁଆର ନିଯୋଗର ୭ଲକ୍ଷ ୬୦ ହଜାର ଟଙ୍କାର ମହାପ୍ରସାଦ କ୍ଷତି ହୋଇଥିବା ଶନିବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅଭିଯୋଗ ଅଣାଯାଇ ଏହାର ଭରଣା କରିବା ପାଇଁ ଦାବି କରାଯାଇଥିଲା। ମୁଖ୍ୟତଃ ଉତ୍ତରଦ୍ୱାର ପଟେ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ କିଣିଥାନ୍ତି। ମାତ୍ର ପ୍ରଶାସନ ଭକ୍ତଙ୍କ ଉତ୍ତରଦ୍ୱାର ଦେଇ ପ୍ରବେଶ ଉପରେ ରୋକ ଲଗାଇଛି। ଫଳରେ କିଛି ଦଲାଲ ଉତ୍ତର ଦ୍ୱାର ନିକଟରେ ରହି ଭକ୍ତଙ୍କୁ ଶୋଷଣ କରୁଛନ୍ତି। ଅପରପକ୍ଷରେ ଉତ୍ତର ଦ୍ୱାରରେ ଭକ୍ତଙ୍କ ପ୍ରବେଶ ପାଇଁ ବାରମ୍ବାର ଦାବି କରାଯାଉଥିଲେ ହେଁ ପ୍ରଶାସନ ଶୁଣୁନାହିଁ। ଏବେ ଅଣଲାଇସେନ୍ସପ୍ରାପ୍ତ ଦୋକାନୀଙ୍କୁ ହଟାଯିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଶ୍ରୀମନ୍ଦିରରେ ସବୁଦିନ କିଭଳି ଏହି ନିୟମ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଅଧିକ ଯନତ୍ବାନ ହେବାକୁ ନିଯୋଗ ଦାବି କରିଛି। ନଚେତ୍‌ ଆଗାମୀ ଦିନରେ ଙ୍କ ଆଇନଶୃଙ୍ଖଳା ସ୍ଥିତି ଉପୁଜିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?