Odisha Elections 2024

ହମାସ ଆକ୍ରମଣ ପାଇଁ ଆମେରିକା ଦାୟୀ, ଇରାନକୁ ମିଳିଥିବା ୬ ବିଲିୟନ ପାଣ୍ଠି ନେଇ ଉଠିଲା ପ୍ରଶ୍ନ…

ଓ୍ବାଶିଂଟନ,୮।୧୦ : ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଦ୍ୱାରା କରାଯାଇଛି। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ବହୁ ଜଣଙ୍କର ମୃତ୍ୟୁ ହୋଇଛି। ଭାରତ, ୟୁରୋପ ଏବଂ ଆମେରିକା ସମେତ ଅନେକ ଦେଶ ମଧ୍ୟ ଇସ୍ରାଏଲ ସହିତ ଏକତା ଦେଖାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଇସ୍ରାଏଲକୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିଛନ୍ତି।

କିନ୍ତୁ ବର୍ତ୍ତମାନ ହାମାସଙ୍କ ଏହି ଆତଙ୍କବାଦୀ ଆକ୍ରମଣ ପରେ ବାଇଡେନ ସମାଲୋଚକଙ୍କ ଟାର୍ଗେଟରେ ଆସିଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି ତାଙ୍କ ପ୍ରଶାସନ କଏଦୀଙ୍କ ଆଦାନ ପ୍ରଦାନ ଚୁକ୍ତିରେ ଇରାନ ପାଇଁ ୬ ବିଲିୟନ ଡଲାର ପାଣ୍ଠି କାହିଁକି ଅନୁମୋଦନ କରିଥିଲେ। ଇସ୍ରାଏଲ ଏକ ଘନିଷ୍ଠ ସହଯୋଗୀ ହୋଇଥିବାବେଳେ ଆମେରିକାର ଇରାନ ସହିତ ଏଭଳି ଚୁକ୍ତି ଦ୍ୱାରା ସମାସ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ ହୋଇ ପାରିଥିବା କୁହାଯାଉଛି।

ଇରାନ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ଫ୍ରିଜ ହୋଇଯାଇଥିଲା କିନ୍ତୁ ଏହା ସତ୍ତ୍ୱେ ଏହାକୁ ପ୍ରିଜନର ସ୍ବାପରେ ଅନୁମୋଦନ କରାଯାଇଥିଲା। ରିପବ୍ଲିକାନ ପାର୍ଟିରୁ ବର୍ତ୍ତମାନ ୨୦୨୪ ରାଷ୍ଟ୍ରପତି ନିର୍ବାଚନରୁ ବାଇଡେନଙ୍କୁ ବହିଷ୍କାର କରିବାକୁ ଦାବି ଉଠିଛି। ରିପବ୍ଲିକାନମାନେ ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବାଇଡେନଙ୍କ କାର୍ଯ୍ୟକାରିତାକୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

ଫ୍ଲୋରିଡା ରାଜ୍ୟପାଳ ରୋନ ଡିସାଣ୍ଟିସ କହିଛନ୍ତି, ଇରାନ ଇସ୍ରାଏଲ ବିରୋଧରେ ଏହି ଯୁଦ୍ଧକୁ ପାଣ୍ଠି ଯୋଗାଇବାରେ ସାହାଯ୍ୟ କରିଛି ଏବଂ ଜୋ ବାଇଡେନଙ୍କ ବୈଦେଶିକ ନୀତି ଇରାନର ରାଜକୋଷକୁ ପୂରଣ କରିଛି।’ ରୋନ ହେଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଯିଏ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି।ସେ କହିଛନ୍ତି ଇରାନ ପାଇଁ ବାଇଡେନଙ୍କ ନୀତି ସହଜ ଥିଲା। ମାତ୍ର ଏବେ ବର୍ତ୍ତମାନ ଇସ୍ରାଏଲକୁ ସେହି ନୀତିର ମୂଲ୍ୟ ଦେବାକୁ ପଡୁଛି।

ସେପ୍ଟେମ୍ବରରେ ଇରାନ ସହିତ ବନ୍ଦୀ ଅଦଳବଦଳ ଏହି ଡିଲର ଏକ ଅଂଶ ଥିଲା। ଏହି ଡିଲ ବିଷୟରେ ସୂଚନା ପ୍ରଥମେ ଅଗଷ୍ଟରେ ପ୍ରକାଶ ପାଇଥିଲା । ଏହି ଚୁକ୍ତିନାମା ଅନୁଯାୟୀ, ଦକ୍ଷିଣ କୋରିଆରୁ କତାରକୁ ୬ ବିଲିୟନ ଡଲାର ମୂଲ୍ୟର ଇରାନ ପାଣ୍ଠି ହସ୍ତାନ୍ତର କରିବାକୁ ମଞ୍ଜୁରୀ ମିଳିଥିଲା। ଆମେରିକୀୟ-ଇରାନ ବନ୍ଦୀମାନଙ୍କ ଆଦାନପ୍ରଦାନ ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିଲା। ବାଇଡେନ ପ୍ରଶାସନର ଜଣେ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ସୁଦ୍ଧ ୬ବିଲିଅନ ଡଲାର ମଧ୍ୟରୁ ଗୋଟିଏ ବି ଡଲାର ଖର୍ଚ୍ଚ ହୋଇନାହିଁ । ଏହି ଅର୍ଥ କେବଳ ମାନବିକ ଉଦ୍ଦେଶ୍ୟ ପାଇଁ ଅଟେ ।

ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଆଡ୍ରିଏନେ ୱାଟସନ କହିଛନ୍ତି, ହ୍ୟାଚ ଆକ୍ଟ ଯୋଗୁ ମୁଁ ୨୦୨୪ ବର୍ଷ ଉପରେ କ କୌଣସି ମନ୍ତବ୍ୟ ଦେଇ ପାରିବି ନାହିଁ। କିନ୍ତୁ ମୁଁ ତଥ୍ୟଗୁଡିକ ସ୍ପଷ୍ଟ କରିପାରିବି। ଏହି ପାଣ୍ଠିର ଗୋଟିଏ ବି ଶତକଡ଼ା ଖର୍ଚ୍ଚ ହୋଇନାହିଁ ଏବଂ ଯେତେବେଳେ ଏହା ଖର୍ଚ୍ଚ ହୁଏ, ସେତେବେଳେ ଏହା କେବଳ ଇରାନୀୟମାନଙ୍କ ପାଇଁ ଖାଦ୍ୟ ଏବଂ ଔଷଧ ଭଳି ଜିନିଷରେ ଖର୍ଚ୍ଚ ହୋଇପାରିବ। ହ୍ୟାଚ ଆକ୍ଟ ହ୍ବାଇଟ ହାଉସର ଅଧିକାରୀମାନଙ୍କୁ ରାଜନୈତିକ କାର୍ଯ୍ୟରେ ଲିପ୍ତ ରହିବାକୁ ବାରଣ କରିଥାଏ।

ଅପରପକ୍ଷରେ ଟ୍ରେଜେରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବ୍ରାଏନ ନେଲସନ କହିଛନ୍ତି ସୀମିତ ଆକାଉଣ୍ଟରେ ରଖାଯାଇଥିବା ସମସ୍ତ ଟଙ୍କା ସେପ୍ଟେମ୍ବରରେ ପାଞ୍ଚ ଜଣ ଆମେରିକୀୟଙ୍କ ମୁକ୍ତି ପାଇଁ ବ୍ୟବସ୍ଥାର ଅଂଶ ଭାବରେ ଦୋହାରେ ରହିବ ବୋଲି କୁହାଯାଇଥିଲା। ଆମେରିକା-ଇସ୍ରାଏଲ-ସାଉଦି ସମ୍ପର୍କକୁ ସ୍ବାଭାବିକ କରିବା ପାଇଁ ଆଲୋଚନା ଉପରେ ହାମାସ ଆକ୍ରମଣର ପ୍ରଭାବ ଅସ୍ପଷ୍ଟ।

କିନ୍ତୁ ଜଣେ ଆମେରିକୀୟ ଅଧିକାରୀଙ୍କ କହିବାନୁସାରେ, ହମାସ କାରଣରୁ ଆମେରିକା ଆଲୋଚନାକୁ ଅଧିକ କରିବାକୁ ଦେବ ନାହିଁ। କୌଣସି ଚୁକ୍ତିରେ ପାଲେଷ୍ଟାଇନୀୟମାନେ ଇସ୍ରାଏଲରୁ କିଛି ରିହାତି ପାଇବା ଉଚିତ ବୋଲି ଆମେରିକା ଜିଦ ଧରିଛି। କିନ୍ତୁ କ’ଣ ହେବ ତାହା ଆଲୋଚନାର ବିଷୟ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ସଂସଦରେ ହାତାହାତି ହେଲେ ଶାସକ-ବିରୋଧୀ

କାଠମାଣ୍ଡୁ,୧୭।୫: ସହଯୋଗୀ ଜାଲିଆତି ମାମଲାରେ ନେପାଳର ଗୃହମନ୍ତ୍ରୀ ରବି ଲାମିଚାନେଙ୍କ ବିରୋଧରେ ତଦନ୍ତ କମିଟି ଗଠନ ନେଇ ନେପାଳ ସଂସଦର ନିମ୍ନ ଗୃହରେ ବିରୋଧୀ ଏବଂ...

ଭାରତୀୟ ମସଲା ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ, ଯାଞ୍ଚ ଆରମ୍ଭ

କାଠମାଣ୍ଡୁ,୧୭।୫: ନେପାଳ ଦୁଇଟି ଭାରତୀୟ ବ୍ରାଣ୍ଡର ମସଲା – ଏମଡିଏଚ ଏବଂ ଏଭରେଷ୍ଟର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ମସଲାରେ...

ରୁଷିଆ ଚାଇନା ସବୁବେଳେ ଏକାଠି ଅଛନ୍ତି, ବେଜିଂ ଗସ୍ତ ସମୟରେ ୭୫ ବର୍ଷ ପୁରୁଣା ଗୀତ ମନେପକାଇଲେ ପୁଟିନ

ବେଜିଂ,୧୭।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ଗସ୍ତରେ ଅଛନ୍ତି। ଗାଜା ଏବଂ ୟୁକ୍ରେନକୁ ନେଇ ତିକ୍ତତା ମଧ୍ୟରେ ଏକ ବର୍ଷ ମଧ୍ୟରେ ରୁଷିଆର ରାଷ୍ଟ୍ରପତି...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

୨୬ ବର୍ଷ ତଳେ ଅପହୃତ, ପଡ଼ୋଶୀଙ୍କ ଘରୁ ଉଦ୍ଧାର

ଜେଲ୍‌ଫା, ୧୭।୫:୧୯୯୮ରେ ଆଲଜେରିଆର ଜେଲ୍‌ଫା ସହର ବାସିନ୍ଦା ଓମାର ବିନ୍‌ ଓମରାନଙ୍କୁ ୧୯ ବର୍ଷ ହୋଇଥିଲା। ସେତେବେଳେ ସେ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ...

ବନ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ବନ୍ଦ କରିବାକୁ କରାଯାଉଛି କ୍ଲାଉଡ ସିଡିଂର ପ୍ରୟୋଗ

ଜାକର୍ତ୍ତା,୧୬।୫: ବର୍ଷା କରିବା ପାଇଁ ଆପଣ କ୍ଲାଉଡ ସିଡିଂ ବ୍ୟବହାର କରିବା ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଧିକ ବର୍ଷା...

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ...

ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର

ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri