ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସରକାର ପକ୍ଷରୁ ଚାଇନା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଚାଇନାର ୧୪ କମ୍ପାନୀକୁ ଆମେରିକା ବ୍ଲାକ୍ଲିଷ୍ଟ୍ ଘୋଷଣା କରିଛି। ଚାଇନାର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସରକାରଙ୍କ ଶାସନରେ ଉଇଗର ଏବଂ ଅନ୍ୟ ଅଳ୍ପସଂଖ୍ୟକ ମୁସଲମାନଙ୍କ ଉପରେ କରାଯାଉଥିବା ନିର୍ଯାତନାକୁ ବିରୋଧ କରି ବାଇଡେନ୍ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏସବୁ ଚାଇନା କମ୍ପାନୀଗୁଡ଼ିକୁ ଟ୍ରେଡ୍ ବ୍ଲାକ୍ଲିଷ୍ଟ୍ ତାଲିକାଭୁକ୍ତ କରାଯାଇଛି। ଏହା ଦ୍ୱାରା ଡ୍ରାଗନ୍କୁ ବଡ଼ ଝଟକ୍ା ଲାଗିଛି। ସମ୍ପୃକ୍ତ କମ୍ପାନୀଗୁଡ଼ିକ ଚାଇନାରେ ଉଇଗର ଏବଂ ଅନ୍ୟ ଅଳ୍ପସଂଖ୍ୟକ ମୁସଲମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି।