ବଲଟିକ ସାଗରରେ ମିଥେନ ଲିକ୍‌ ନେଇ ଜାତିସଂଘର ଚିନ୍ତା ପ୍ରକଟ, ପ୍ରତିଘଣ୍ଟାରେ ୨୩ ହଜାର କିଲୋଗ୍ରାମ୍‌ ହେଉଛି ଲିକ୍‌…

ଜେନେଭା, ୧।୧୦ : ପାଇପଲାଇନ ଭାଙ୍ଗିବା ପରେ ବଲଟିକ ସାଗରରେ ମି;ଥନ ଗ୍ୟାସର ଲିକ ରେକର୍ଡ ସ୍ତରରେ ପହଞ୍ଚିଛି। ପରିବେଶବିତମାନଙ୍କ ସହିତ ମିଳିତ ଜାତିସଂଘ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଛି। ପ୍ରତି ଘଣ୍ଟାରେ ପ୍ରାୟ ୨୩ ହଜାର କିଲୋଗ୍ରାମ ମିଥେନ ଗ୍ୟାସ ଲିକ ହେଉଛି। ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନପି) କହିଛି ଯେ ବଲଟିକ ସାଗରର ନର୍ଡ ଷ୍ଟ୍ରିମ ପ୍ରାକୃତିକ ଗ୍ୟାସ ପାଇପଲାଇନ ବ୍ୟବସ୍ଥାର ଭାଙ୍ଗିବା ଯୋଗୁ କ୍ଷତିକାରକ ମିଥେନ ଲିକ ହେବାର ସବୁଠାରୁ ବଡ ଘଟଣା ପାଲଟିଛି। ଏହା ଦ୍ୱାରା ଜଳବାୟୁ ଉପରେ ପ୍ରଭାବ ଅନୁଭୁତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ୟୁଏନପି ପାଇଁ ଆଇଏମଇଓର ମୁଖ୍ୟ ମେନଫ୍ରେଡି କାଲ୍ଟାଗିରୋନ ରଏଟର୍ସ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଏହା ସଙ୍କଟ ଜନକ। ଏହା ଜଳବାୟୁ ପାଇଁ ନୂଆ ବିପଦ ସୃଷ୍ଟି କରିବ। ଆମକୁ ଶୀଘ୍ର ଲିକ ରୋକିବାକୁ ପଡିବ।

ମିଥେନ ଗ୍ୟାସ ଲିକ ଉପରେ ନଜର ରଖିବା ପାଇଁ ଉପଗ୍ରହ ବ୍ୟବହାର କରୁଥିବା ଜିଏଚଜିଏସଏଟିର ଗବେଷକମାନେ ଆକଳନ କରିଛନ୍ତି ଯେ ଚାରୋଟି ବ୍ରେକଡାଉନ ପଏଣ୍ଟରୁ ଘଣ୍ଟା ପ୍ରତି ପ୍ରାୟ ୨୨,୯୨୦ କିଲୋଗ୍ରାମ ମିଥେନ ଲିକ ହେଉଛି। ମିଥେନ ଲିକ ଯୋଗୁ ହେଉଥିବା ପ୍ରଦୂଷଣ ପ୍ରତି ଘଣ୍ଟାରେ ପ୍ରାୟ ୬,୩୦,୦୦୦ ପାଉଣ୍ଡ କୋଇଲା ଜଳାଇବା ସହିତ ସମାନ।

କାଲ୍ଟାଗିରୋନ କହିଛନ୍ତି ଯେ ଗାଜପ୍ରୋମ ନେତୃତ୍ୱାଧୀନ ପାଇପଲାଇନ ସିଷ୍ଟମରୁ ମିଥେନ ଲିକ ଡିସେମ୍ବର ମାସରେ ମେକ୍ସିକୋ ଗଲ୍ଫ ଏବଂ ଗ୍ୟାସ କ୍ଷେତ୍ରରୁ ହେଉଥିବା ଲିକ ଅତିକ୍ରମ କରିପାରେ। ସେଠାରେ ଘଣ୍ଟା ପ୍ରତି ପ୍ରାୟ ୧୦୦ ମେଟ୍ରିକ ଟନ ଲିକ ହେଉଥିଲା। ଭାଲେନ୍ସିଆର ପଲିଟେକ୍ନିକ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣା ଏବଂ ପରିବେଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପତ୍ରପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗଲ୍ଫ ଅଫ ମେକ୍ସିକୋ୧୭ ଦିନ ମଧ୍ୟରେ ପ୍ରାୟ୪୦,୦୦୦ମେଟ୍ରିକ ଟନ ମିଥେନ ଲିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?