ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନ୍‌ସନ୍‌। କ୍ୟାବିନେଟରୁ ୪୦ମନ୍ତ୍ରୀ ଇସ୍ତଫା ଦେବା ପରେ ବୋରିସ ଜନ୍‌ସନ୍‌ଙ୍କ ଇସ୍ତଫା ଦେବା ଏକପ୍ରକାର ସ୍ଥିର ହୋଇଯାଇଥିଲା। ଏଭଳି ସ୍ଥିତିରେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍‌ ଇସ୍ତଫା ଦେଇଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବୋରିସ୍‌ ଦେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ଜନ୍‌ସନ୍‌ କହିଛନ୍ତି, ତାଙ୍କ କଞ୍ଜରଭେଟିଭ୍‌ ପାର୍ଟି ଜଣେ ନୂତନ ନେତା ତଥା ପ୍ରଧାନମନ୍ତ୍ରୀ ଚୟନ କରିବ। ‘ମୋର ସଫଳତା ପାଇଁ ମୁଁ ଅତ୍ୟଧିକ ଗର୍ବିତ’। ଜଣେ ନୂତନ ନେତା ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ସେ ଏହି ପଦ ସମ୍ଭାଳିବେ ବୋଲି ବୋରିସ୍‌ କହିଛନ୍ତି। ସୂଚନା ମୁତାବକ, ଅକ୍ଟୋବରରେ କଞ୍ଜରଭେଟିଭ୍‌ ପାର୍ଟିର ଏକ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦଳର ସମ୍ମିଳନୀରେ ନେତା ନିର୍ବାଚିତ ହେବେ ବୋଲି ବୋରିସ୍‌ ସୂଚନା ଦେଇଛନ୍ତି। ଅନେକ ଦିନର ରାଜନୈତିକ ବିକାଶ ପରେ ଜନ୍‌ସନ୍‌ ଏହି ପଦକ୍ଷେପ ନେଇଛନ୍ତି। ଜନ୍‌ସନ୍‌ଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଙ୍ଗଳବାରଠାରୁ ଇସ୍ତଫା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ମାରିଦେବ AI!

ଓ୍ବାଶିଂଟନ,୧୪ା୯: କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ହୋଇପାରେ ବୋଲି ଆନ୍ଥ୍ରୋପିକ୍‌ ସିଇଓ ଡାରିଓ ଆମୋଦେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଏଆଇର କ୍ଷମତା ବୃଦ୍ଧି ହାର କମାଇବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?