ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ,୭।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନ୍‌ସନ୍‌। କ୍ୟାବିନେଟରୁ ୪୦ମନ୍ତ୍ରୀ ଇସ୍ତଫା ଦେବା ପରେ ବୋରିସ ଜନ୍‌ସନ୍‌ଙ୍କ ଇସ୍ତଫା ଦେବା ଏକପ୍ରକାର ସ୍ଥିର ହୋଇଯାଇଥିଲା। ଏଭଳି ସ୍ଥିତିରେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପଦରୁ ବୋରିସ୍‌ ଇସ୍ତଫା ଦେଇଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବୋରିସ୍‌ ଦେଶକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ଜନ୍‌ସନ୍‌ କହିଛନ୍ତି, ତାଙ୍କ କଞ୍ଜରଭେଟିଭ୍‌ ପାର୍ଟି ଜଣେ ନୂତନ ନେତା ତଥା ପ୍ରଧାନମନ୍ତ୍ରୀ ଚୟନ କରିବ। ‘ମୋର ସଫଳତା ପାଇଁ ମୁଁ ଅତ୍ୟଧିକ ଗର୍ବିତ’। ଜଣେ ନୂତନ ନେତା ନିର୍ବାଚିତ ନ ହେବା ପର୍ଯ୍ୟନ୍ତ ସେ ଏହି ପଦ ସମ୍ଭାଳିବେ ବୋଲି ବୋରିସ୍‌ କହିଛନ୍ତି। ସୂଚନା ମୁତାବକ, ଅକ୍ଟୋବରରେ କଞ୍ଜରଭେଟିଭ୍‌ ପାର୍ଟିର ଏକ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦଳର ସମ୍ମିଳନୀରେ ନେତା ନିର୍ବାଚିତ ହେବେ ବୋଲି ବୋରିସ୍‌ ସୂଚନା ଦେଇଛନ୍ତି। ଅନେକ ଦିନର ରାଜନୈତିକ ବିକାଶ ପରେ ଜନ୍‌ସନ୍‌ ଏହି ପଦକ୍ଷେପ ନେଇଛନ୍ତି। ଜନ୍‌ସନ୍‌ଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଙ୍ଗଳବାରଠାରୁ ଇସ୍ତଫା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନକୁ ଆକ୍ରମଣ କରିପାରେ ରୁଷିଆ; ଆମେରିକା ଦେଲା ଘାତକ ସହାୟତା

କ୍ୱିଭ୍‌, ୨୩ା୧: ୟୁକ୍ରେନ୍‌ ଉପରେ ରୁଷିଆ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକର ଗୋଇନ୍ଦା ସଂସ୍ଥା ବାରମ୍ବାର ଚେତାଇ...

ଦକ୍ଷିଣ କାଲିଫର୍ନିଆରେ ୭.୧ ତୀବ୍ରତାର ଭୂକମ୍ପ

କାଲିଫର୍ନିଆ,୬।୭: ଆମେରିକାର ଦକ୍ଷିଣ କାଲିଫର୍ନିଆରେ ଶୁକ୍ରବାର ରାତିରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୧। ଗୁରୁବାର ଏଠାରେ ୬.୪...

ନୂଆ ନାଗରିକତା ଆଇନ ଭେଦଭାବ ପୂର୍ଣ୍ଣ: ଜାତିସଂଘ

ଜେନେଭା,୧୪।୧୨: ଭାରତରେ ପ୍ରଣୀତ ହୋଇଥିବା ନୂଆ ନାଗରିକତା ଆଇନ ସମ୍ପୂର୍ଣ୍ଣ ଭାବେ ଭେଦଭାବ ପୂର୍ଣ୍ଣ ବୋଲି ଜାତିସଂଘର ମାନବାଧିକାର ଶାଖା ପକ୍ଷରୁ କୁହାଯାଇଛି। ଏନେଇ ଜାତିସଂଘ...

କାନ୍ଦି କାନ୍ଦି ଭିଟାମାଟି ଛାଡୁଛନ୍ତି ଲୋକେ…

କ୍ୱିଭ୍‌, ୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ଆକ୍ରମଣରେ ଜୀବନ ବିକଳରେ ଲୋକେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।...

ଭାରତ ପାଇଁ ବଡ ପଦକ୍ଷେପ ନେଲା ଆମେରିକା

ଓ୍ବାଶିଂଟନ୍‌,୧୫।୭: ଛୋଟ ଏବଂ ଦୁର୍ବଳ ପଡୋଶୀ ଦେଶ ଉପରେ ଚାଇନା କ୍ରମାଗତ ଭାବରେ ନିଜର ପ୍ରାଧାନ୍ୟ ହାସଲ କରୁଛି। ତେବେ ଚାଇନାର ବିସ୍ତାରବାଦୀ ନୀତି ଭାରତ...

ଭାରତକୁ ଶୁଭେଚ୍ଛା ଜଣାଇଲା ଡବ୍ଲୁଏଚଓ

ଜେନେଭା,୨୧ ।୧୦: ଦେଶରେ କରୋନା ମହାମାରୀ ସହ ଲଢିବାକୁ ଦିଆଯାଉଥିବା ଟିକା ଗୁରୁବାର ୧୦୦କୋଟି ଅତିକ୍ରମ କରିଛି । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର...

କରୋନା ଟୀକା ନେବାର ଅଳ୍ପ ସମୟ ପରେ ବେହୋସ ହୋଇଗଲେ ନର୍ସ: ଭିଡିଓ ଭାଇରାଲ

ଆମେରିକାର ଏକ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ମୁଖ୍ୟ ଟିଫାନି ଡୋଭର କରୋନା ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବେହୋସ ହୋଇଥିଲେ। ଫାଇଜର ବାୟୋନୋଟେକର...

ସ୍ବଦେଶ ଫେରିଲେ ବ୍ରିଟ୍‌ନି ଗ୍ରାଇନର

ଓ୍ବାଶିଂଟନ/ମସ୍କୋ,୧୦ା୧୨: ରୁଷିଆ ଜେଲରୁ ମୁକୁଳିବା ପରେ ଆମେରିକାର ବାସ୍କେଟବଲ୍‌ ଷ୍ଟାର ବ୍ରିଟ୍‌ନି ଗ୍ରାଇନର ଶୁକ୍ରବାର ସକାଳେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୧୦ ମାସ ତଳେ ଗ୍ରାଇନରଙ୍କ...

Advertisement
Archives

Model This Week