୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଟିକା

ଲଣ୍ଡନ,୪।୬: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏହି ସଙ୍କଟରୁ ଶୀଘ୍ର ମୁକୁଳିବା ପାଇଁ ସମଗ୍ର ଦେଶ ଟିକାକରଣକୁ ଗୁରୁତ୍ୱ ଦେଇ ଏହି ଅଭିଯାନକୁ ତ୍ୱରାନ୍ବିତ କରିଛନ୍ତି। କରୋନା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର କୁହାଯାଉଥିବା ଭାକ୍ସିନର ଟିକାଦାନ ପାଇଁ ଏବେ ସାରା ଦେଶ ଲାଗିପଡ଼ିଛି। ପୂର୍ବରୁ ୧୮ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯାଇଥିବା ବେଳେ ଏବେ ଛୋଟ ପିଲାଙ୍କୁ ଟିକା ଦେବା ପାଇଁ ଯୋଜନା କରାଯାଉଛିି। ଇତିମଧ୍ୟରେ ବ୍ରିଟେନରୁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଏଣିକି ୧୨ରୁ ୧୫ ବର୍ଷର ପିଲାଙ୍କୁ ଫାଇଜର ଟିକା ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଆମେରିକା ଫାର୍ମା କମ୍ପାନୀ ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକା ପ୍ରାପ୍ତ ବୟସ୍କଙ୍କ ଭଳି ୧୨ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ମଧ୍ୟ ଦେବା ପାଇଁ ବ୍ରିଟେନର ମେଡିକାଲ ରେଗୁଲଟର ବୋର୍ଡ ଅନୁମତି ପ୍ରଦାନ କରିଛି। ସୂଚନାଯୋଗ୍ୟ, ବେଶ ସତର୍କତାର ସହ ୧୨ରୁ ୧୫ ବର୍ଷର ପିଲାଙ୍କ ଉପରେ ଏହି ଭାକ୍ସିନର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ତେବେ ଏହି ଟ୍ରାଏଲରୁ ସ୍ପଷ୍ଟ ହୋଇଛି ଯେ, ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକା ଛୋଟ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀକୁ ହତ୍ୟାକରି ସିଝାଇଲେ

ଇସ୍‌ଲାମାବାଦ,୧୬ା୭: ପାକିସ୍ତାନର ସିନ୍ଧରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ନର୍ଗିସଙ୍କୁ ଅନୈତିକ ସମ୍ପର୍କରେ ଲିପ୍ତ ରହିବା ପାଇଁ ସ୍ବାମୀ ଆଶିକ ବାଧ୍ୟ କରୁଥିଲେ। ନର୍ଗିସ୍‌...

କେଶ ଝଡ଼ିବା ଓମିକ୍ରନ୍‌ର ନୂଆ ଲକ୍ଷଣ, ସାବଧାନ !…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୬।୧ : କେଶ ଝଡ଼ିବା ସମସ୍ୟା ଅତି ସାଧାରଣ। କିନ୍ତୁ ଏନେଇ ଏବେ ସାବଧାନ ରହିବାକୁ ପଡ଼ିବ। ଏହା କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ରେ...

କରୋନାରେ ଆଖିବୁଜିଲେ ୧୫ ବର୍ଷୀୟ ବାଳକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜ୍ୟରେ କରୋନା ପୁଣି ତା’ର କାୟା ମେଲାଇଲାଣି। ରବିବାର କରୋନା ଜଣେ ୧୫ ବର୍ଷୀୟ ବାଳକଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

କରୋନା ସଂକ୍ରମଣ ସମୟରେ ଶାରୀରିକ ସମ୍ପର୍କ କେତେ ସୁରକ୍ଷିତ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ...

ଲିବ୍ୟା ଗୃହଯୁଦ୍ଧ: ୩ ମାସରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା; ସଂଘର୍ଷ ବିରାମ ପାଇଁ ଜାତିସଂଘର ଅପିଲ୍‌

ତ୍ରିପୋଲି, ୬।୭: ଲିବ୍ୟାରେ ଜାରି ରହିଥିବା ଗୃହଯୁଦ୍ଧ ସଙ୍କଟ ଜନକ ସ୍ଥିିତିରେ ପହଞ୍ଚିଛି। ଗତ ୩ ମାସ ମଧ୍ୟରେ ଏଠାରେ ଏକ ହଜାରରୁ ଅଧିକ ଲୋକଙ୍କ...

ମଞ୍ଚେଶ୍ୱର ଅଟାକଳର ସୁପର୍‌ ସ୍ରେଡର୍‌: ୨୬ଜଣଙ୍କୁ କଲେ ସଂକ୍ରମିତ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା। ଲକ୍‌ଡାଉନ ସତ୍ତ୍ୱେ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ଭଳି ମନେ ହେଉନାହିଁ। ଏହି କ୍ରମରେ ବୁଧବାର ୯୧...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ...

ନିଃଶ୍ୱାସ ନେବା ହେବ କଷ୍ଟକର! ପୃଥିବୀରେ ୧ ପ୍ରତିଶତରୁ କମ ଶୁଦ୍ଧ ପବନ: ରିପୋର୍ଟ…

ମେଲବୋର୍ନ/ବେଜିଂ,୮।୩ : ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପୃଥିବୀରେ ଏକ ପ୍ରତିଶତରୁ ପ୍ରଦୂଷଣମୁକ୍ତ ଶୂଦ୍ଧ ବାୟୁ ରହିଛି। ଫଳରେ ଆଗାମୀ ଦିନରେ ନିଃଶ୍ୱାସ ପ୍ରଶ୍ୱାସ ନେବା...

Advertisement
Archives

Model This Week