ଅନନ୍ୟ ଆମ ସଂସ୍କୃତି

ହିନ୍ଦୁ ସଭ୍ୟତା ବିଷୟରେ ବହୁତ କିଛି ଆଲୋଚନା ହେଉଛି କିମ୍ବା କେତେକେ ଏହାକୁ ଭାରତୀୟ ସଭ୍ୟତା ବୋଲି କହିବାକୁ ପସନ୍ଦ କରନ୍ତି। ପ୍ରକୃତ କଥା ହେଉଛି ସମସ୍ତେ ଅନୁଭବକରନ୍ତି ଯେ ସେମାନଙ୍କର ସଂସ୍କୃତି ଅନନ୍ୟ ଏବଂ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ, ଏହିପରି ଚିନ୍ତାଧାରା ପଛରେ କିଛି ଅତି ଦେଶଭକ୍ତି ଅଛି। ଅବଶ୍ୟ, ଜଣେ ପଛକୁ ଫେରି ମାନବ ଇତିହାସର ବୃହତ୍‌ ଧାରାକୁ ଲକ୍ଷ୍ୟକଲେ ଦେଖିପାରିବେ ଯେ, ଭାରତର ପଶ୍ଚିମ ଏବଂ ପୂର୍ବରେ ଦୁଇଟି ଭିନ୍ନ ବିଚାରଧାରା ଅଛି, ଯାହା ଉଭୟ ଭାରତୀୟ ଚିନ୍ତାଧାରାକୁ ପ୍ରକାଶ କରନ୍ତି ନାହିଁ। ସେହି ଦୃଷ୍ଟିରୁ, ଭାରତୀୟ ବିଚାରଧାରା ଅନନ୍ୟ ବୋଲି ବିବେଚନା କରାଯାଇପାରେ।
ଆସନ୍ତୁ , ପ୍ରଥମେ ବିଶ୍ୱରେ ଅଧିକ ପରିଚିତ ପାଶ୍ଚାତ୍ୟ ଚିନ୍ତାଧାରା ଉପରେ ବିଚାରକରିବା। ଭାରତର ପଶ୍ଚିମ ଦିଗରେ ରହିଛି ମଧ୍ୟପ୍ରାଚ୍ୟ, ମଧ୍ୟଏସିଆ ଏବଂ ଏହାପରେ ୟୁରୋପ ଓ ଆମେରିକା ଅଛି। ଏହି ଅଞ୍ଚଳରୁ ସୃଷ୍ଟି ହୋଇଥିବା ମହାନ୍‌ ଚିନ୍ତାଧାରା ହେଉଛି ଖ୍ରୀଷ୍ଟିଆନ, ଇସ୍‌ଲାମ। ପରବର୍ତ୍ତୀ ସମୟରେ ଏଠାରୁ ବିଜ୍ଞାନ, ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ର ସାମ୍‌ନାକୁ ଆସିଥିଲା। ଏହିସବୁ ବିଚାରଧାରା ବିଶ୍ୱସ୍ତରୀୟ ହେବାକୁ ଚେଷ୍ଟାକରେ ଏବଂ ସମସ୍ତ ମାନବ ସମାଜ ପାଇଁ ପ୍ରଯୁଜ୍ୟ ହେଉ ବୋଲି ଚାହେଁ। ତେଣୁ ଲୋକମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଅଦ୍ୱୈତବାଦୀ ଧର୍ମକୁ ପରିବର୍ତ୍ତନ କରିବା କିମ୍ବା ବିଜ୍ଞାନ, ଯୁକ୍ତିଯୁକ୍ତତା ଏବଂ ଜଟିଳ ଚିନ୍ତାଧାରା ଭଳି ଏକ ନିର୍ଦ୍ଦିଷ୍ଟ ବିଚାରଧାରାରେ ଲୋକଙ୍କୁ ଶିକ୍ଷା ଦେବାରେ ଏହା ଅଧିକ ଆସକ୍ତ। ପାଶ୍ଚାତ୍ୟ ଚିନ୍ତାଧାରା ଖ୍ରୀଷ୍ଟିଆନ ଧର୍ମର ଦାର୍ଶନିକ ଏବଂ ଈଶ୍ବରତାତ୍ତ୍ୱିକ ଧାରଣାର ବୈଶ୍ୱିକ ପ୍ରୟୋଗ କିମ୍ବା ପ୍ରଯୁଜ୍ୟତା ଉପରେ ଗୁରୁତ୍ୱ ଦେଇଥାଏ। ଏହା କ୍ଷମତା ବା ଅଧିକାରକୁ ମଧ୍ୟ ଗୁରୁତ୍ୱ ଦେଇଥାଏ, ଯାହା ଦୁଇଟି ଗୋଷ୍ଠୀରେ ବିଭକ୍ତ। ଗୋଟିଏ ଗୋଷ୍ଠୀ ମଣିଷକୁ କ୍ଷମତା ପ୍ରଦାନ କରେ, ଯାହାକୁ ଆମେ ଏକଚ୍ଛତ୍ରବାଦୀ ଚିନ୍ତାଧାରା ବୋଲି କହିପାରିବା। ଅନ୍ୟ ଗୋଷ୍ଠୀ ବିଶ୍ୱାସ କରନ୍ତି ଯେ, କ୍ଷମତା ଜଣେ ବ୍ୟକ୍ତିଙ୍କୁ ନୁହେଁ, ବରଂ ଏକ ପ୍ରକାର ବୈଶ୍ୱିକ ନୀତି ଉପରେ ଆଧାରିତ ଅନୁଷ୍ଠାନକୁ ଦିଆଯିବା ଉଚିତ, ଯାହା ଧର୍ମୀୟ କିମ୍ବା ଧର୍ମନିରପେକ୍ଷ ହୋଇପାରେ। ତେଣୁ, ଆନୁଷ୍ଠାନିକ ମଡେଲ ସୃଷ୍ଟି ହୋଇଛି। ଆମ ପାଖରେ ଏପରି ଲୋକ ଅଛନ୍ତି, ଯେଉଁମାନେ ନିଜକୁ ଜାଗ୍ରତ ବୋଲି ଭାବନ୍ତି, ଯେଉଁମାନେ ସମୟ ଓ ପରିସ୍ଥିତି ଅନୁଯାୟୀ ପରିବର୍ତ୍ତିତ ଲିଙ୍ଗଗତ ପରିଚୟର ଧାରଣାକୁ ବିଶ୍ୱସ୍ତରୀୟ କରିବାକୁ ଚେଷ୍ଟା କରୁଛନ୍ତି। ଏହାର ସାଂସ୍କୃତିକ ଉତ୍ସଗୁଡ଼ିକ ସହ ସମ୍ପର୍କ ଥିଲେ ମଧ୍ୟ ତାହାକୁ ବିଚାରକୁ ନ ନେଇ ଏଭଳି କରୁଛନ୍ତି।
ଏବେ ପୂର୍ବ ଆଡ଼କୁ ଥିବା ଚାଇନା, କୋରିଆ, ଜାପାନ ଏବଂ ଭିଏଟ୍‌ନାମକୁ ଯିବା। ଓ୍ବାଲ୍‌ ସିଟି ବା ପାଚେରିଘେରା ସହର ପାଇଁ ଏହିସବୁ ଦେଶ ପ୍ରସିଦ୍ଧ। ଉଦାହରଣ ସ୍ବରୂପ, ଚାଇନାର ଗ୍ରେଟ୍‌ ୱାଲ୍‌, ଯାହା ଶେଷରେ ଆଧୁନିକ ଯୁଗରେ ଚାଇନାର ଫାୟାରୱାଲ ପାଲଟିଗଲା। ଏଭଳି ବିଚ୍ଛିନ୍ନ ହୋଇ ରହିବା ପଛରେ ସମସ୍ତଙ୍କର ଏକ ଇତିହାସ ଅଛି। ବିଦେଶୀମାନଙ୍କୁ ସେମାନଙ୍କ ଦେଶରେ ପ୍ରବେଶ କରିବାକୁ ନ ଦେବା ଏବଂ ଅବଶିଷ୍ଟ ପୃଥିବୀରୁ ଅଲଗା ରହିବା ଏହାର ପ୍ରମୁଖ କାରଣ। ଏହି ପୂର୍ବ ଓ ପଶ୍ଚିମାଞ୍ଚଗୁଡ଼ିକର ସବୁ ଆଡ଼େ ବିଶ୍ୱାସ ରହିଛି ଯେ, ତୁମେ କେବଳ ଥରେ ବଞ୍ଚିବ। ଅର୍ଥାତ୍‌ ଭବିଷ୍ୟତ ଜୀବନ କଥା ନ ଭାବି ଏଇ ଜୀବନରେ ଯାହା କିଛି କରିବାର ଧାରଣା ରହିଛି। ପାଶ୍ଚାତ୍ୟରେ, ତୁମେ ଠିକ୍‌ କରିବାର ଅଧିକ ଇଚ୍ଛା ଏକ ନ୍ୟାୟିକ ବ୍ୟବସ୍ଥା ଦ୍ୱାରା ପରିଚାଳିତ। ପୂର୍ବରେ ଥିବା ଅଞ୍ଚଳଗୁଡ଼ିକରେ ତୁମ ପିତୃପୁରୁଷଙ୍କୁ ଅସମ୍ମାନ ନ କରିବା ଏବଂ ଅପମାନ ନ ଦେବାକୁ କୁହାଯାଇଛି। ଏହା ବ୍ୟତୀତ ତୁମର ସମ୍ମାନ ଓ ଖ୍ୟାତି ବଜାୟ ରଖିବା ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଚାରଧାରା। ଏହି ଅଞ୍ଚଳଗୁଡ଼ିକ ମଧ୍ୟରୁ କୌଣସିଠାରେ ପୁନର୍ଜନ୍ମର ଧାରଣା ନାହିଁ। କିନ୍ତୁ ଏହି ପୁନର୍ଜନ୍ମ ଧାରଣା ହିଁ ଭାରତରେ ଅଛି।
ଭାରତୀୟ ବିଚାରଧାରାର ମୂଳ ତଥା ପ୍ରମୁଖ ଧାରଣା ପୁନର୍ଜନ୍ମ ବୌଦ୍ଧ, ଜୈନ ଏବଂ ହିନ୍ଦୁଧର୍ମରେ ଅଛି। ପୁନର୍ଜନ୍ମର କାହାଣୀ ପ୍ରାୟ ୨୫୦୦ ବର୍ଷ ପୂର୍ବେ ବିଭିନ୍ନ ରୂପରେ ପ୍ରସାରିତ ହେବାକୁ ଆରମ୍ଭ କରିଥିଲା। ଏକ ଆକାଉଣ୍ଟିଂ ମଡେଲର ଡେବିଟ୍‌ ଏବଂ କ୍ରେଡିଟ୍‌ ସହିତ ଏହାର ନିବିଡ଼ ସମ୍ପର୍କ ରହିଛି। ଧାରଣା ହେଉଛି ଯେତେବେଳେ ଭାଗ୍ୟ ଆସେ ସେତେବେଳେ ଜାଣିବ ତୁମର କ୍ରେଡିଟ୍‌ ଅଛି, ଅର୍ଥାତ୍‌ ଗୋଟିଏ ଜନ୍ମରେ ସଞ୍ଚିତ ଭଲ କର୍ମର ଫଳ ମିଳୁଛି। ଦୁର୍ଭାଗ୍ୟ ଯେତେବେଳେ ଆସିବ ଜାଣିବ ତୁମର ଡେବିଟ୍‌ ଥିବ, ଅର୍ଥାତ୍‌ କିଛି କୁକର୍ମର ଫଳ ମିଳୁଛି। ଯେତେବେଳେ ତୁମର ଡେବିଟ୍‌ କିମ୍ବା କ୍ରେଡିଟ୍‌ ନ ଥାଏ ସେତେବେଳେ ଜୀବନ ମୁକ୍ତ ହୋଇଯାଏ। ଏହି ବିଚାରଧାରା ଅନୁମାନ କରେ ଯେ, ଜୀବନରେ କୌଣସି ଚରମସୀମା ନାହିଁ, ଶେଷ ଲକ୍ଷ୍ୟ ନାହିଁ ଏବଂ ଏହା ବିଶ୍ୱସ୍ତରୀୟ ହେବାକୁ ଚାହେଁନାହିଁ, ଯାହା ଅତ୍ୟନ୍ତ ପ୍ରାସଙ୍ଗିକ। ଏହି ପରିପ୍ରେକ୍ଷୀରେ ଭାରତୀୟ ବିଚାରଧାରା ଅନନ୍ୟ।
ପୂର୍ବାଞ୍ଚଳ ସଂସ୍କୃତିଗୁଡ଼ିକର ଦ୍ୱାର ସାଧାରଣତଃ ପାଶ୍ଚାତ୍ୟ ଖ୍ରୀଷ୍ଟିଆନ ଧର୍ମର ଦାର୍ଶନିକ ଏବଂ ଈଶ୍ବରତାତ୍ତ୍ୱିକ ଧାରଣା ପାଇଁ ବନ୍ଦ। ଭାରତୀୟମାନେ ତାହା କରନ୍ତି ନାହିଁ। କିନ୍ତୁ ଭାରତୀୟମାନେ ଏକରୂପତାକୁ ବିରୋଧ କରନ୍ତି। ଏଠାରେ ଗତିଶୀଳ ବିବିଧତା ପ୍ରତି ଭଲ ପାଇବା ଅଛି। ଅନେକ ଗୋଷ୍ଠୀର ସଙ୍ଗଠନ ଅଛି, କିନ୍ତୁ ପରିଚାଳନା ଓ ନିୟନ୍ତ୍ରଣ ପାଇଁ ଏକ ବ୍ୟାପକ ମାନକ ବ୍ୟବସ୍ଥା ନାହିଁ। ପୂର୍ବ ଏବଂ ଦକ୍ଷିଣପୂର୍ବ ଏସୀୟଦେଶଗୁଡିକ ବିଦେଶୀ ସଂସ୍କୃତି ପତି ଖୋଲାଖୋଲି ଭାବେ ଘୃଣା ଭାବ ପ୍ରକାଶ କରନ୍ତି। ଭାରତରେ ଜାତିପ୍ରଥା, ରୀତିନୀତି ଶୁଦ୍ଧତାର ଚିନ୍ତାଧାରା, ଏପରିକି ଅନ୍ୟ ଲୋକଙ୍କ ଘରେ ନ ଖାଇବାର ଅହଂକାର ମାଧ୍ୟମରେ ବିଦେଶୀ ସଂସ୍କୃତି ପ୍ରତି ଘୃଣାଭାବ ପ୍ରକଟିତ ହୋଇଥାଏ।
ସମାନତା ଏବଂ ନ୍ୟାୟକୁ ଗ୍ରହଣ କରୁଥିବା ଏକ ବିଶ୍ୱ ସମସ୍ତଙ୍କ ପାଇଁ ଗ୍ରହଣୀୟ। ଆମେ ଲୋକଙ୍କୁ ମନେପକାଇବାକୁ ପଡ଼ିବ ପାଶ୍ଚାତ୍ୟଦେଶଗୁଡ଼ିକର ବିଚାରଧାରା ଯୁକ୍ତିଯୁକ୍ତ ନୁହେଁ। ଏହି ଚିନ୍ତାଧାରା ଇସ୍‌ଲାମ ଏବଂ ଖ୍ରୀଷ୍ଟିଆନ ପରି ମୁଖ୍ୟସ୍ରୋତର ରକ୍ଷଣଶୀଳ ଧର୍ମଗୁଡ଼ିକର ଉତ୍‌ଥାନକୁ ରୋକିବାରେ ବିଫଳ ହୋଇଛି। ଏହା ମଧ୍ୟ ନ୍ୟାୟ ଏବଂ ସମାନତା ଉପରେ ବିଶ୍ୱାସକରେ ବୋଲି ଦାବିକରେ ଏବଂ ଏସବୁ ଏକ ଉଚ୍ଚ ଧର୍ମୀୟ ଶାସନ ଦ୍ୱାରା ଅନୁମୋଦିତ, ଯିଏ କାହା ପାଇଁ ଉତ୍ତରଦାୟୀ ନୁହେଁ। ପାଶ୍ଚାତ୍ୟ ବୈଶ୍ୱିକ ସ୍ତରରେ ପ୍ରୟୋଗ କରିବାକୁ ଚାହୁଁଥିବା ଖ୍ରୀଷ୍ଟଧର୍ମର ଦାର୍ଶନିକ ଏବଂ ଈଶ୍ବରତାତ୍ତ୍ୱିକ ଧାରଣାକୁ ଭାରତ ଅନୁସରଣ କରେନାହିଁ କିମ୍ବା ପୂର୍ବାଞ୍ଚଳ ଦେଶଗୁଡ଼ିକ ନିଜକୁ ଅବଶିଷ୍ଟ ବିଶ୍ୱଠାରୁ ଯେଭଳି ଅଲଗା କରି ରଖୁଥିଲେ ଭାରତ ତାହା କରେନାହିଁ। ଏହାର ସ୍ବତନ୍ତ୍ରତା ହେଉଛି ନୂତନ ଚିନ୍ତାଧାରା ସହ କାର୍ଯ୍ୟ କରିବା ଏବଂ ସମୟ ସହିତ ଲଗାତର ଭାବରେ ତା’ ସ୍ବରୂପ ଓ ପରିଚୟକୁ ପରିବର୍ତ୍ତନ କରିବା। ସେଥିପାଇଁ ବୌଦ୍ଧଧର୍ମ ଓ ହିନ୍ଦୁଧର୍ମରେ ଅନେକ ବିବିଧତା ଅଛି। ଜୈନଧର୍ମରେ ଅନେକ ବିଚାରଧାରା ଅଛି। ତେବେ ବହୁ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ କେହି ବି ଗୋଟିଏ ବିଚାରଧାରକୁ ଅନ୍ୟ ଉପରେ ଲଦିଦେବାକୁ ଚେଷ୍ଟା କରନ୍ତି ନାହିଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

ଦିଗପହଣ୍ଡିରେ ବିଷ୍ଣୁ ଗୋସ୍ୱାମୀ ମହାରାଜଙ୍କ ଜନ୍ମ ମହୋତ୍ସବ: ଯୋଗଦେଲେ ବିଧାୟକ

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚୈତନ୍ୟ ଆଶ୍ରମର ଆଚାର୍ଯ୍ୟ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଗବତ ପ୍ରଚାରକ ଭକ୍ତି ବିଚାର ଶ୍ରୀ…

ଦିଗପହଣ୍ଡିର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ବିଧାୟକଙ୍କ ସମୀକ୍ଷା 

ଦିଗପହଣ୍ଡି,୧୮|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବିଭିନ୍ନ ପର୍ଯ୍ଯଟନୀସ୍ଥଳ ଗୁଡ଼ିକର ଉନ୍ନତି କରାଯିବା ନେଇ ଶୁକ୍ରବାର ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଘୋଡାହାଡ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?