ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ ଆଦିର ପ୍ରୟୋଗ ମାଧ୍ୟମରେ ଉପଚାର ବିଜ୍ଞାନସମ୍ମତ। ଜାତିର ଜନକ ମହାତ୍ମା ଗାନ୍ଧୀ ପ୍ରାକୃତିକ ଉପାୟରେ ରୋଗର ଚିକିତ୍ସା କରୁଥିଲେ। ତାଙ୍କ ଦ୍ୱାରା ଅନୁସୃତ ପ୍ରାକୃତିକ ଚିକିତ୍ସା ପଦ୍ଧତି ଓ ଅନୁଭୂତିକୁ ‘କି ଅଫ୍‌ ହେଲ୍‌ଥ’ ପୁସ୍ତକରେ ବିଶଦ୍‌ ଭାବରେ ସେ ବର୍ଣ୍ଣନା କରିଛନ୍ତି।
ମନୁଷ୍ୟ ଶରୀରର ଶତକଡ଼ା ୯୦ ଭାଗ ଜଳ। ଗାନ୍ଧିଜୀ ଜଳ ଦ୍ୱାରା ମୁଣ୍ଡବିନ୍ଧା, ନିଦ୍ରାହୀନତା, ବଦହଜମି, କୋଷ୍ଠକାଠିନ୍ୟ, ଆଣ୍ଠୁଗଣ୍ଠି ବାତ, ନିମୋନିଆ ଓ ଟାଇଫଏଡ୍‌ ଜ୍ୱରର ଚିକିତ୍ସା କରୁଥିଲେ। ସେଥିପାଇଁ ସେ ଉଭୟ ଥଣ୍ଡା ଓ ଗରମ ଜଳର ପ୍ରୟୋଗ କରୁଥିଲେ। ଜ୍ୱର, ମୁଣ୍ଡବିନ୍ଧା ଓ ନିଦ୍ରାହୀନତାର ଉପଚାର ପାଇଁ ଥଣ୍ଡା ପାଣିରେ ଭିଜା ଗାମୁଛାକୁ ମୁଣ୍ଡରେ ବାନ୍ଧି ଦେଉଥିଲେ। କୋଷ୍ଠକାଠିନ୍ୟ ଓ ବଦହଜମି ପାଇଁ ରୋଗୀକୁ କଟିସ୍ନାନ କରାଉଥିଲେ। ଏକ ବଡ଼ ମାଠିଆରେ ପାଣିକୁ ରାତିସାରା ରଖି ଥଣ୍ଡା କରୁଥିଲେ। ସକାଳୁ ଏକ ବଡ଼ ପାତ୍ରରେ ଏହି ଥଣ୍ଡା ପାଣିକୁ ଭରି ରୋଗୀକୁ ୧୫ରୁ ୩୦ ମିନିଟ ଯାଏ ନାଭି ପର୍ଯ୍ୟନ୍ତ ବୁଡ଼ାଇ ବସାଉଥିଲେ। ଏକ ଛୋଟ ତଉଲିଆ ଦ୍ୱାରା ତଳିପେଟକୁ ଘଷୁଥିଲେ। ନିଜର ଅନୁଭୂତିକୁ ବର୍ଣ୍ଣନା କରି ଗାନ୍ଧିଜୀ କହିଛନ୍ତି, ଥରେ ତାଙ୍କର ଦ୍ୱିତୀୟ ପୁତ୍ର ଟାଇଫଏଡ୍‌ ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ଶରୀରର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଲା। ଗାନ୍ଧିଜୀ ଏକ କମ୍ବଳକୁ ଥଣ୍ଡା ପାଣିରେ ଭିଜାଇ ନିଜ ପୁଅ ଶରୀରରେ ୨-୩ ପରସ୍ତ ଗୁଡ଼ାଇ ଶୁଆଇ ରଖିଥିଲେ। ଏହାଦ୍ୱାରା ଶରୀରର ତାପମାତ୍ରା କିଛି ସମୟ ପରେ ଅପସରି ଯାଉଥିଲା। ଏହିପରି ଭାବରେ ୫-୬ ଦିନ ଚିକିତ୍ସା କରିବା ଦ୍ୱାରା ଜ୍ୱର ପୁନର୍ବାର ଆସି ନ ଥିଲା। କୌଣସି ଡାକ୍ତରୀ ଔଷଧ ସେବନ ବିନା ଟାଇଫଏଡ୍‌ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇଥିଲା। ଅଗିଆବାତ, ଘିମିରି, ମିଳିମିଳା ଓ ବସନ୍ତ ଆଦି ରୋଗର ଉପଚାର ପାଇଁ ଚର୍ମ ଉପରେ ଥଣ୍ଡା ପାଣିର ପଟି ପକାଉଥିଲେ। ଗୋଡ଼ର ମାଂସପେଶୀ ଦରଜ ହେଉଥିଲେ ଥଣ୍ଡା ବରଫ ଘଷୁଥିଲେ। ଗରମ ପାଣି ଓ ବାମ୍ଫର ପ୍ରୟୋଗ ଦ୍ୱାରା ଥଣ୍ଡାଜ୍ୱର, ଗଳାବଥା, କାନବିନ୍ଧା ଓ ରୁମାଟିଜମ୍‌ ଆଦି ରୋଗର ଚିକିତ୍ସା କରୁଥିଲେ। ଅଧ ବାଲ୍ଟି ଉଷୁମ ପାଣିରେ ସୋରିଷ ଗୁଣ୍ଡ ପକାଇ ଗୋଡ଼କୁ ଆଣ୍ଠୁ ପର୍ଯ୍ୟନ୍ତ ୧୦-୧୫ ମିନିଟ୍‌ ବୁଡ଼ାଇ ରଖିବା ଦ୍ୱାରା ଗୋଡ଼ବିନ୍ଧାରୁ ଉପଶମ ମିଳୁଥିଲା। ସାଇନୋସାଇଟିସ୍‌ ପାଇଁ ଷ୍ଟିମ୍‌, ଗଳା ଦରଜ ଓ ମୁଖଗହ୍ବରର ଦୁର୍ଗନ୍ଧ ଦୂର କରିବା ପାଇଁ ଉଷୁମ ଲୁଣ ପାଣିରେ କୁଳୁକୁଞ୍ଚା କରାଉଥିଲେ। ବିଛା କାମୁଡ଼ା ସ୍ଥାନକୁ ଉଷୁମ ପାଣିରେ ବୁଡ଼ାଇ ରଖିବା ଦ୍ୱାରା ଯନ୍ତ୍ରଣାର ଉପଶମ ହେଉଥିଲା। ଲୁଗାକୁ ଗରମ ପାଣିରେ ଭିଜାଇ ଶରୀରରେ ଗୁଡ଼ାଇ ଅପସ୍ମାର ରୋଗର ଚିକିତ୍ସା କରୁଥିଲେ। ରୁମାଟିଜମ୍‌ ରୋଗର ଚିକିତ୍ସା ଷ୍ଟିମ୍‌-ବାଥ୍‌ ଦ୍ୱାରା କରାଯାଉଥିଲା। ରୋଗୀକୁ ଖୋଲା ଦେହରେ ଏକ ଦଉଡ଼ି ଖଟିଆ ଉପରେ ଶୁଆଇଦେଇ ତଳୁ ଗରମ ବାମ୍ଫ ପ୍ରୟୋଗ କରୁଥିଲେ। ରୋଗୀର ଦେହରୁ ଝାଳ ବୋହିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରଖୁଥିଲେ।
ଆମ ଶାସ୍ତ୍ରରେ ମାଟିକୁ ମାଆର ମାନ୍ୟତା ପ୍ରଦାନ କରାଯାଇଛି। ମାଆ ସନ୍ତାନର ସେବା କରିବା ପରି ମାଟି ଦ୍ୱାରା ଗାନ୍ଧିଜୀ କୋଷ୍ଠକାଠିନ୍ୟତା, ବିଭିନ୍ନ ପ୍ରକାର ଜ୍ୱର, ବଥ ଓ ବିରୁଡ଼ି ଦଂଶନରୁ ହେଉଥିବା ଯନ୍ତ୍ରଣାର ଉପଚାର କରୁଥିଲେ। ବିଭିନ୍ନ ଜ୍ୱର ଓ ମୁଣ୍ଡବିନ୍ଧା ପାଇଁ ଶରୀର ଓ ମୁଣ୍ଡରେ ମାଟିର ଲେପ ଦେଉଥିଲେ। ସାପକାମୁଡାର ଉପଚାର ପାଇଁ ସମଗ୍ର ଶରୀରକୁ ଓଦା ମାଟିରେ ଘୋଡ଼ାଇ ଦେଉଥିଲେ। ଗାନ୍ଧିଜୀଙ୍କ ସେବାଗ୍ରାମ ଆଶ୍ରମରେ ବିଛା କାମୁଡ଼ା ଏକ ନିତିଦିନିଆ ଘଟଣା ଥିଲା। ବିଛା କାମୁଡ଼ା ଜାଗାରେ ମାଟିର ଲେପ ପ୍ରଦାନ ଦ୍ୱାରା ଯନ୍ତ୍ରଣାର ଉପଶମ ହେଉଥିଲା। ତାଙ୍କ ମତରେ ମାଟି ଖାଇଲେ ତାହା ହଜମ ହୋଇ ନ ଥାଏ। ତେଣୁ ଏହା ତନ୍ତୁ ଭଳି କାମ କରିଥାଏ। ଶୁଦ୍ଧ ମାଟି ସେବନ ଦ୍ୱାରା କୋଷ୍ଠକାଠିନ୍ୟତା ଦୂର ହୋଇଥାଏ।
ଗାନ୍ଧିଜୀଙ୍କ ଭାଷାରେ ଆକାଶର ଅର୍ଥ ମନୁଷ୍ୟ ଚତୁପାର୍ଶ୍ୱରେ ଥିବା ଖାଲି ସ୍ଥାନ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆକାଶର ଅର୍ଥ ଖୋଲା ପରିବେଶ। ସୁସ୍ଥ ଜୀବନଯାପନ କରିବାକୁ ହେଲେ ମନୁଷ୍ୟ ଶରୀର ଓ ଆକାଶ ମଧ୍ୟରେ କୌଣସି ପ୍ରତିବନ୍ଧକ ରହିବା ଅନାବଶ୍ୟକ। ଏପରିକି ଘରର କାନ୍ଥ, ଘରର ଛାତ ଓ ପିନ୍ଧିଥିବା ପୋଷାକ ଯେପରି ପ୍ରତିବନ୍ଧକ ନ ହୁଏ ସେଥିପ୍ରତି ଦୃଷ୍ଟିଦେବା ଦରକାର। କୋଳାହଳମୟ ଜନବସତିଠାରୁ ଦୂରରେ ରହି ମୁକ୍ତ ବାୟୁ ଚଳାଚଳ ହେଉଥିବା ସ୍ଥାନରେ ବସବାସ ଦ୍ୱାରା ସୁସ୍ଥ ଓ ନୀରୋଗ ଜୀବନ ମିଳିଥାଏ। ଘର ଭିତରେ ବିଭିନ୍ନ ପ୍ରକାର ସାଜସଜ୍ଜା ଉପକରଣ, ଫର୍ନିଚର ଓ ଆବଶ୍ୟକତାଠାରୁ ଅଧିକ ପଦାର୍ଥ ନ ରଖିବା ପାଇଁ ସେ ପରାମର୍ଶ ଦେଉଥିଲେ। ଏଗୁଡ଼ିକ ଦ୍ୱାରା ଘର ମଧ୍ୟରେ ଖୋଲା ସ୍ଥାନର ଅଭାବ ଘଟିଥାଏ। ଏହା ବ୍ୟତୀତ ଫର୍ନିଚର ଗାଲିଚା ଓ ଅନ୍ୟାନ୍ୟ ସାଜସଜ୍ଜା ଉପକରଣ ଧୂଳିକୁ ଆମନ୍ତ୍ରଣ କରିବା ସହିତ ବିଭିନ୍ନ କୀଟ ଓ ଜୀବାଣୁଙ୍କର ବାସସ୍ଥାନ ପାଲଟିଥାଏ। ଲଜ୍ଜା ନିବାରଣ ନିମନ୍ତେ ଶରୀରକୁ ଢାଙ୍କିବା ପାଇଁ ଯେତିକି ପରିମାଣର ପୋଷାକ ଆବଶ୍ୟକ ତାହା ପିନ୍ଧିବା ଦରକାର। ସକାଳର ସୂର୍ଯ୍ୟକିରଣରେ ଖାଲି ଦେହରେ ରହିବା ଦ୍ୱାରା ଶରୀରରେ ଭିଟାମିନ୍‌-ଡି ସୃଷ୍ଟି ହୋଇଥାଏ। ଏହା ଶରୀରରୁ ଆଳସ୍ୟ ଓ ମନରୁ ଅବସାଦ ଦୂର କରିଥାଏ। ପୁରାଣରେ କଥିତ ଅଛି ଯେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅର୍କକ୍ଷେତ୍ରରେ ସୂର୍ଯ୍ୟସ୍ନାନ ଦ୍ୱାରା କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ। ମନୁଷ୍ୟ ନିଜ ଶରୀରକୁ ମୁକ୍ତ ପରିବେଶ ସହିତ ଯେତେ ଖୋଲା ରଖିବ ସେତେ ସୁସ୍ଥ ରହିବ। ଖୋଲା ଆକାଶ ତଳେ ଶୋଇରହି ମିଞ୍ଜି ମିଞ୍ଜି ତାରାଗୁଡ଼ିକୁ ଦେଖି ଦେଖି ଯେଉଁ ସୁନିଦ୍ରା ଆସେ, ତାହା ଶରୀରର କ୍ଲାନ୍ତି ମେଣ୍ଟାଇବା ସହିତ ମନ ଓ ଦେହକୁ ସୁସ୍ଥ ରଖେ। ଗାନ୍ଧିଜୀଙ୍କ ଭାଷାରେ ”He who establish contact with infinite possess nothing and yet possess everything“।
ଶୁଦ୍ଧ ବାୟୁ ବିନା ମନୁଷ୍ୟ କ୍ଷଣେ ମଧ୍ୟ ବଞ୍ଚି ରହିବା ଅସମ୍ଭବ। ନୀରୋଗ ଶରୀର ପାଇଁ ଶୁଦ୍ଧ ବାୟୁ ଏକାନ୍ତ ଆବଶ୍ୟକ। ସେଥିପାଇଁ ଖୋଲା ଜାଗାରେ ଘର କରିବା ସହିତ ଘର ମଧ୍ୟରେ ମୁକ୍ତବାୟୁ ଚଳାଚଳ ହେବା ଆବଶ୍ୟକ। ନିୟମିତ ଭାବରେ ନାକକୁ ସଫା କରି ପାଟି ବନ୍ଦ କରି ନାକବାଟେ ନିଃଶ୍ୱାସ ନେବା ଦରକାର। ଛାତି ଫୁଲାଇ ନିଃଶ୍ୱାସ ନେବା ଦ୍ୱାରା ଶରୀରକୁ ଊର୍ଦ୍ଧ୍ୱ ବାୟୁ ପ୍ରବେଶ କରିଥାଏ। ଗୁରୁପାକ ଭୋଜନଠାରୁ ଦୂରେଇ ରହି ନିୟମିତ ଉପବାସ ଦ୍ୱାରା ଶରୀରରେ ପାଚନ ଶକ୍ତି ବୃଦ୍ଧି ହେବା ସହିତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ା
ଧୈର୍ଯ୍ୟର ସହିତ ପ୍ରାକୃତିକ ପଦ୍ଧତିରେ ରୋଗର ଉପଚାର କଲେ ଯେଉଁ ସୁଫଳ ମିଳିଥାଏ ତାହା ଆଧୁନିକ ଚିକିତ୍ସା ପ୍ରଣାଳୀରୁ ମିଳେ ନାହିଁ। ଆଧୁନିକ ଚିକିତ୍ସା ପ୍ରଣାଳୀ ବ୍ୟୟବହୁଳ ଓ ପାର୍ଶ୍ୱ ପ୍ରତିକ୍ରିୟାପୂର୍ଣ୍ଣ। ତେଣୁ ପ୍ରାଚୀନ ଭାରତର ଆୟୁର୍ବେଦରେ ବର୍ଣ୍ଣନା କରାଯାଇଥିବା ବିଭିନ୍ନ ପ୍ରାକୃତିକ ଚିକିତ୍ସା ପଦ୍ଧତି ତଥା ଦିନଚର୍ଯ୍ୟାକୁ ମାନି ଚଳିବା ଫଳରେ ମନୁଷ୍ୟ ସୁସ୍ଥ ଓ ନୀରୋଗ ଜୀବନ ଅତିବାହିତ କରିପାରିବ।
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ…

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri