ଗୋଡ଼ରେ ଆଙ୍କୁଛନ୍ତି ଅନନ୍ୟ କଳାକୃତି

ରୂପସା, ୧।୫ କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ। ଦୁଇଟି ହାତ ଅଛି ହେଲେ ଚଳୁନି। ଦୁଇଟି ଗୋଡ଼ ଅଛି ହେଲେ ସେଥିରୁ ଗୋଟିଏ ଅକାମୀ। ତଥାପି ଈଶ୍ୱରଙ୍କ ଉପରେ ଟିକେ ହେଲେ ବି ମାନ, ଅଭିମାନ ନାହିଁ। ବରଂ ତାଙ୍କର ଏହି ଦିବ୍ୟାଙ୍ଗ ଶରୀରକୁ ବିଧାତାଙ୍କ ବରଦାନ ଭାବି ନିଜ କର୍ମପଥରେ ଚାଲିଛନ୍ତି ନୀଳିମା। ହାତ ନ ହେଲା ନାହିଁ ଗୋଡ଼ରେ ଆଙ୍କି ଦେଉଛନ୍ତି ବିଶ୍ୱବିଧାତାଙ୍କ ଛବି। ନିଆରା ଚିତ୍ରଶିଳ୍ପୀ ଭାବେ ସେ ବିଭିନ୍ନ ଆକର୍ଷଣୀୟ ଚିତ୍ର ଆଙ୍କି ଖ୍ୟାତିଅର୍ଜନ କରିଥିଲେ ହେଁ ବଣମଲ୍ଲୀ ଭଳି ବଣରେ ଫୁଟି ଝଡ଼ି ପଡ଼ିବା ଭଳି ନୀଳିମାଙ୍କ ପ୍ରତି କାହାର ନଜର ନାହିଁ।
ଜିଲା ବସ୍ତା ବ୍ଲକ ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ କୁସିଦା ଗାଁର ଶିବପ୍ରସାଦ ସିଂହଙ୍କର କନିଷ୍ଠ କନ୍ୟା ନୀଳିମା ସିଂହ। ସେ ଜନ୍ମରୁ ଦିବ୍ୟାଙ୍ଗ। ୨ଟା ଯାକ ହାତ କାମ କରେନି। କି ଗୋଟିଏ ଗୋଡ଼ ବି ଚଳେନି। ଯାହା ଗୋଟିଏ ଗୋଡ଼। ହେଲେ ସମସ୍ତଙ୍କ ପରି ସବୁ କାମ ଅତି ସହଜ ଭାବେ କରିଯାନ୍ତି। କୌଣସି କାମ ପାଇଁ ସେ କେବେ କାହାରି ଉପରେ ନିର୍ଭର କରନ୍ତି ନାହିଁ। ନିତ୍ୟକର୍ମଠାରୁ ଆରମ୍ଭ କରି ସବୁ କିଛି ଗୋଟିଏ ଗୋଡ଼ରେ ହିଁ କରିବାରେ ନୀଳିମା ସମର୍ଥ। ଗୋଡ଼ ସାହାଯ୍ୟରେ ସେ ଖାଇବା, ମୁଣ୍ଡ କୁଣ୍ଡାଇବା, ପାଣି ପିଇବା, ଡ୍ରେସ ପିନ୍ଧିବା ଆଦି କାର୍ଯ୍ୟ କରିଥାନ୍ତି। ଦୃଢ଼ ଇଛା ଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ଗୋଟିଏ ଗୋଡ଼ରେ ପଞ୍ଝା ନ ଥିବାରୁ ସେ ଠିକ୍‌ ଭାବେ ଚାଲବୁଲ କରିପାରନ୍ତି ନାହିଁ। ଫଳରେ ପାଠପଢ଼ାରେ ଡୋରି ବନ୍ଧା ହେଲା। ଦିବ୍ୟାଙ୍ଗ ହୋଇ ବି ତାଙ୍କଠାରେ ପ୍ରକାଶ ପାଇଲା ଏକ ଅନନ୍ୟ ପ୍ରତିଭା। ପିଲାବେଳୁ ଚିତ୍ରାଙ୍କନ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଏକା ଏକା ଘରେ ବସି ଆରମ୍ଭ କରିଥିଲେ ଗୋଡ଼ରେ ଚିତ୍ରାଙ୍କନ। ବିନା ପ୍ରଶିକ୍ଷଣରେ ସେ ବନିଗଲେ ଚିତ୍ରଶିଳ୍ପୀ। ତୁଳୀ ହେଉ କି ସ୍କେଚପେନ୍‌ ହେଉ ସେ ଗୋଡ଼ ଆଙ୍ଗୁଠିରେ ଧରି ଆଙ୍କି ଦିଅନ୍ତି ବିଭିନ୍ନ ଛବି। ଯିଏବି ତାଙ୍କ ଚିତ୍ରକଳାକୁ ଦେଖିବ, ଘଡ଼ିଏ ନ ଦେଖି ରହିପାରିବ ନାହିଁ। ସବୁ ଚିତ୍ର ଜୀବନ୍ତ ଆଉ ଆକର୍ଷଣୀୟ। ୪ ଭାଇ, ଭଉଣୀଙ୍କ ମଧ୍ୟରୁ ନୀଳିମା ସବା ସାନ। ଜନ୍ମ ସମୟରେ ତାଙ୍କର ଅବସ୍ଥା ଏମିତି ଥିଲା, ସେ ବଞ୍ଚତ୍ବା ସମ୍ଭବ ନୁହେଁ ବୋଲି ଡାକ୍ତର କହିଥିଲେ। ହେଲେ ଈଶ୍ୱରଙ୍କ କୃପାରୁ ନୀଳିମା ଆଜି ୨୫ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଚିତ୍ର ବ୍ୟତୀତ ଗୋଡ଼ ମାଧ୍ୟମରେ ସୁନ୍ଦର ମେହେନ୍ଦି ଆଙ୍କି ପାରନ୍ତି। କାନ୍ଥବାଡ଼, ବିଭିନ୍ନ ପୁସ୍ତକ ତଥା ଟିଭି ପରଦାରୁ ଯେ କୌଣସି ଚିତ୍ର ଦେଖି ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ଏବଂ ଚିତ୍ରଶିଳ୍ପୀ ଜଗତରେ ଆହୁରି ଆଗକୁ ବଢ଼ିବାକୁ ନୀଳିମାଙ୍କ ଇଛା ବୋଲି ସେ କହନ୍ତି। ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ। ବାରମ୍ବାର ସରକାରୀ ବାବୁଙ୍କ ପାଖକୁ ଦୌଡ଼ି ଦୌଡ଼ି ଏବେ ମାସକୁ ମିଳୁଛି ମାତ୍ର ୫ଶହ ଟଙ୍କା ଭତ୍ତା। ନୀଳିମାଙ୍କ ପ୍ରତିଭାକୁ ଚିହ୍ନି ଯଦି ପ୍ରଶାସନ ତାଙ୍କ ପାଇଁ କିଛି ସହାୟତା ବ୍ୟବସ୍ଥା କରିପାରନ୍ତେ ତେବେ ତାଙ୍କ ଭବିଷ୍ୟତ ନେଇ କିଛି ସମ୍ଭାବନା ସୃଷ୍ଟି ହୋଇପାରନ୍ତା ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ଘଟଣା: ବାଲେଶ୍ୱରରେ ୪ ଜଣିଆ ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୧୬ା୯: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଆଇଟିଆର ତଥ୍ୟ ବିଦେଶୀ ତଥା ଶତ୍ରୁ ପାକିସ୍ତାନକୁ ଲିକ୍‌ ଅଭିଯୋଗ ପ୍ରସଙ୍ଗରେ ତଦନ୍ତ ଜୋରଦାର ଜାରି...

ଆଜି ରାଜ୍ୟରୁ ୯ ପଜିଟିଭ୍‌ ଚିହ୍ନଟ, ୧୨,୮୮,୪୧୦ରେ ପହଞ୍ଚିଲାଣି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

୩ ପୋଲିସ କର୍ମଚାରୀ ନିଲମ୍ବିତ

ବଲାଙ୍ଗୀର ଅଫିସ,୧୮ା୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ଟିଟିଲାଗଡ଼...

ଆଜି ରାଜ୍ୟରେ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

ହାଇକୋର୍ଟଙ୍କ ସ୍ଥିତାବସ୍ଥା ବଳବତ୍ତର

କଟକ ଅଫିସ,୨୬।୧: ବଲାରପୁର ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ବିକ୍ରି ହେବାକୁ ଥତ୍ବା ଚୌଦ୍ୱାର କାଗଜକଳର ୬୦୦ ଏକର ଜାଗା ଉପରେ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ସ୍ଥିତାବସ୍ଥାକୁ...

ଦିଲ୍ଲୀରେ ମନ ଜିଣୁଛନ୍ତି ଶ୍ରୀମନ୍ତ, ନିବେଦିତା

ଖଇରା, ୩୦।୧୨(ଡି.ଏନ.ଏ.)-ଦିଲ୍ଲୀରେ ଓଡିଆ ଲୋକଙ୍କ ଯେକୌଣସି ସାଂସ୍କତିକ ହେଉ କି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ହେଉ ତାଙ୍କ କଣ୍ଠରୁ ଗୀତଟିଏ ନ ଶୁଣିବା ଯାଏ ଦର୍ଶକଙ୍କ ମନ...

୧୪ ଜିଲାରୁ ୧୭୩ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରୁ ସର୍ବାଧିକ ୬୪ ଜଣ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରୁ ଶନିବାର ଚିହ୍ନଟ ୧୭୩ କରୋନା ଆକ୍ରାନ୍ତ ୧୪ଟି ଜିଲାର। ଏମାନଙ୍କ ମଧ୍ୟରୁ ସର୍ବଧିକ ଗଞ୍ଜାମ ଜିଲାରୁ ୬୪ ଜଣ ରହିଛନ୍ତି। ସେହିପରି ଯାଜପୁରରୁ...

ଗଞ୍ଜାମ ଛୁଇଁଲା କରୋନା: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦

ଭୁବନେଶ୍ୱର,୩।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଁଚିଛି। ଆକ୍ରାନ୍ତ ୩...

Advertisement
Archives

Model This Week