ଗୋଡ଼ରେ ଆଙ୍କୁଛନ୍ତି ଅନନ୍ୟ କଳାକୃତି

ରୂପସା, ୧।୫ କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ। ଦୁଇଟି ହାତ ଅଛି ହେଲେ ଚଳୁନି। ଦୁଇଟି ଗୋଡ଼ ଅଛି ହେଲେ ସେଥିରୁ ଗୋଟିଏ ଅକାମୀ। ତଥାପି ଈଶ୍ୱରଙ୍କ ଉପରେ ଟିକେ ହେଲେ ବି ମାନ, ଅଭିମାନ ନାହିଁ। ବରଂ ତାଙ୍କର ଏହି ଦିବ୍ୟାଙ୍ଗ ଶରୀରକୁ ବିଧାତାଙ୍କ ବରଦାନ ଭାବି ନିଜ କର୍ମପଥରେ ଚାଲିଛନ୍ତି ନୀଳିମା। ହାତ ନ ହେଲା ନାହିଁ ଗୋଡ଼ରେ ଆଙ୍କି ଦେଉଛନ୍ତି ବିଶ୍ୱବିଧାତାଙ୍କ ଛବି। ନିଆରା ଚିତ୍ରଶିଳ୍ପୀ ଭାବେ ସେ ବିଭିନ୍ନ ଆକର୍ଷଣୀୟ ଚିତ୍ର ଆଙ୍କି ଖ୍ୟାତିଅର୍ଜନ କରିଥିଲେ ହେଁ ବଣମଲ୍ଲୀ ଭଳି ବଣରେ ଫୁଟି ଝଡ଼ି ପଡ଼ିବା ଭଳି ନୀଳିମାଙ୍କ ପ୍ରତି କାହାର ନଜର ନାହିଁ।
ଜିଲା ବସ୍ତା ବ୍ଲକ ମୁକୁଳିସି ପଞ୍ଚାୟତ ଅନ୍ତର୍ଗତ କୁସିଦା ଗାଁର ଶିବପ୍ରସାଦ ସିଂହଙ୍କର କନିଷ୍ଠ କନ୍ୟା ନୀଳିମା ସିଂହ। ସେ ଜନ୍ମରୁ ଦିବ୍ୟାଙ୍ଗ। ୨ଟା ଯାକ ହାତ କାମ କରେନି। କି ଗୋଟିଏ ଗୋଡ଼ ବି ଚଳେନି। ଯାହା ଗୋଟିଏ ଗୋଡ଼। ହେଲେ ସମସ୍ତଙ୍କ ପରି ସବୁ କାମ ଅତି ସହଜ ଭାବେ କରିଯାନ୍ତି। କୌଣସି କାମ ପାଇଁ ସେ କେବେ କାହାରି ଉପରେ ନିର୍ଭର କରନ୍ତି ନାହିଁ। ନିତ୍ୟକର୍ମଠାରୁ ଆରମ୍ଭ କରି ସବୁ କିଛି ଗୋଟିଏ ଗୋଡ଼ରେ ହିଁ କରିବାରେ ନୀଳିମା ସମର୍ଥ। ଗୋଡ଼ ସାହାଯ୍ୟରେ ସେ ଖାଇବା, ମୁଣ୍ଡ କୁଣ୍ଡାଇବା, ପାଣି ପିଇବା, ଡ୍ରେସ ପିନ୍ଧିବା ଆଦି କାର୍ଯ୍ୟ କରିଥାନ୍ତି। ଦୃଢ଼ ଇଛା ଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ଗୋଟିଏ ଗୋଡ଼ରେ ପଞ୍ଝା ନ ଥିବାରୁ ସେ ଠିକ୍‌ ଭାବେ ଚାଲବୁଲ କରିପାରନ୍ତି ନାହିଁ। ଫଳରେ ପାଠପଢ଼ାରେ ଡୋରି ବନ୍ଧା ହେଲା। ଦିବ୍ୟାଙ୍ଗ ହୋଇ ବି ତାଙ୍କଠାରେ ପ୍ରକାଶ ପାଇଲା ଏକ ଅନନ୍ୟ ପ୍ରତିଭା। ପିଲାବେଳୁ ଚିତ୍ରାଙ୍କନ ପ୍ରତି ତାଙ୍କର ଦୁର୍ବଳତା ଥିଲା। ଏକା ଏକା ଘରେ ବସି ଆରମ୍ଭ କରିଥିଲେ ଗୋଡ଼ରେ ଚିତ୍ରାଙ୍କନ। ବିନା ପ୍ରଶିକ୍ଷଣରେ ସେ ବନିଗଲେ ଚିତ୍ରଶିଳ୍ପୀ। ତୁଳୀ ହେଉ କି ସ୍କେଚପେନ୍‌ ହେଉ ସେ ଗୋଡ଼ ଆଙ୍ଗୁଠିରେ ଧରି ଆଙ୍କି ଦିଅନ୍ତି ବିଭିନ୍ନ ଛବି। ଯିଏବି ତାଙ୍କ ଚିତ୍ରକଳାକୁ ଦେଖିବ, ଘଡ଼ିଏ ନ ଦେଖି ରହିପାରିବ ନାହିଁ। ସବୁ ଚିତ୍ର ଜୀବନ୍ତ ଆଉ ଆକର୍ଷଣୀୟ। ୪ ଭାଇ, ଭଉଣୀଙ୍କ ମଧ୍ୟରୁ ନୀଳିମା ସବା ସାନ। ଜନ୍ମ ସମୟରେ ତାଙ୍କର ଅବସ୍ଥା ଏମିତି ଥିଲା, ସେ ବଞ୍ଚତ୍ବା ସମ୍ଭବ ନୁହେଁ ବୋଲି ଡାକ୍ତର କହିଥିଲେ। ହେଲେ ଈଶ୍ୱରଙ୍କ କୃପାରୁ ନୀଳିମା ଆଜି ୨୫ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଚିତ୍ର ବ୍ୟତୀତ ଗୋଡ଼ ମାଧ୍ୟମରେ ସୁନ୍ଦର ମେହେନ୍ଦି ଆଙ୍କି ପାରନ୍ତି। କାନ୍ଥବାଡ଼, ବିଭିନ୍ନ ପୁସ୍ତକ ତଥା ଟିଭି ପରଦାରୁ ଯେ କୌଣସି ଚିତ୍ର ଦେଖି ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ଏବଂ ଚିତ୍ରଶିଳ୍ପୀ ଜଗତରେ ଆହୁରି ଆଗକୁ ବଢ଼ିବାକୁ ନୀଳିମାଙ୍କ ଇଛା ବୋଲି ସେ କହନ୍ତି। ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ। ବାରମ୍ବାର ସରକାରୀ ବାବୁଙ୍କ ପାଖକୁ ଦୌଡ଼ି ଦୌଡ଼ି ଏବେ ମାସକୁ ମିଳୁଛି ମାତ୍ର ୫ଶହ ଟଙ୍କା ଭତ୍ତା। ନୀଳିମାଙ୍କ ପ୍ରତିଭାକୁ ଚିହ୍ନି ଯଦି ପ୍ରଶାସନ ତାଙ୍କ ପାଇଁ କିଛି ସହାୟତା ବ୍ୟବସ୍ଥା କରିପାରନ୍ତେ ତେବେ ତାଙ୍କ ଭବିଷ୍ୟତ ନେଇ କିଛି ସମ୍ଭାବନା ସୃଷ୍ଟି ହୋଇପାରନ୍ତା ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?