କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରାଘାତ: ପ୍ରସନ୍ନ

ବରଗଡ଼ ଅଫିସ୍‌/ପଦ୍ମପୁର, ୨୮।୧୧(ଡି.ଏନ.ଏ): ଚାଷୀଙ୍କୁ ବୀମା କ୍ଷତିପୂରଣ ଏବଂ ବରଗଡ଼ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳପଥ ନିର୍ମାଣ ଏବେ ପଦ୍ମପୁର ଉପନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭାଜପା ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପଦ୍ମପୁର ଆସିଥିବାବେଳେ ଏହି ଦୁଇ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟ ସରକାର ଜାଗା ଦେଉ ନ ଥିବାରୁ ରେଳପଥ ନିର୍ମାଣ ହୋଇପାରୁନାହିଁ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଥିବାବେଳେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଚାଷୀମାନେ ବୀମା କ୍ଷତିପୂରଣ ପାଇ ନ ଥିଲେ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ।
ଅନ୍ୟପକ୍ଷେ ଉଭୟ କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଇଛି ବିଜେଡି। ଦଳର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ପଦ୍ମପୁରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦୁଇ କେନ୍ଦ୍ରମନ୍ତ୍ରୀ ପଦ୍ମପୁର ଉପନିର୍ବାଚନ ପାଇଁ ଆସି ଯାହା କହିଲେ, ତାହା ସତ୍ୟ କିମ୍ବା ତଥ୍ୟଭିତ୍ତିକ ନୁହେଁ। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରାଘାତ। ଫସଲବୀମା ପ୍ରସଙ୍ଗରେ କେନ୍ଦ୍ରୀୟ ବୈଷୟିକ ଉପଦେଷ୍ଟା କମିଟି ୨ମାସରୁ ଅଧିକ କାଳ ଧରି ଚାଷୀଙ୍କ କଥାକୁ ଶୁଣିଲେ ନାହିଁ ଏବଂ ନିଷ୍ପତ୍ତି ନେବାରେ ବିଳମ୍ବ କଲେ। ଫଳରେ ଚାଷୀଙ୍କୁ ବୀମା କ୍ଷତିପୂରଣ ମିଳିବାରେ ବିଳମ୍ବ ହୋଇଥିଲା। ସେହିପରି ବରଗଡ଼-ନୂଆପଡ଼ା ରେଳପଥ ରାଜ୍ୟର ଦୀର୍ଘବର୍ଷର ଦାବି। ଏଥିପାଇଁ ଆବଶ୍ୟକ ସମସ୍ତ ଜମିର କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ବହୁପୂର୍ବରୁ କହିଆସିଛନ୍ତି। ରାଜ୍ୟ ସରକାର ଜାଗା ଦେଉ ନ ଥିବାରୁ ରେଳପଥ ନିର୍ମାଣ ହୋଇପାରୁନାହିଁ ବୋଲି କେନ୍ଦ୍ର ରେଳ ମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ। କେନ୍ଦ୍ର ଜାଗା ପାଇଁ ରାଜ୍ୟକୁ କେବେ ଚିଠି ଲେଖିଛି, ତାହା କେନ୍ଦ୍ର ରେଳ ମନ୍ତ୍ରୀ କହିବେ କି ବୋଲି ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?