Advertisement

ପ୍ରଚାର ମଇଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ

ଧାମନଗର,୨୯ା୧୦ (ଡି.ଏନ୍‌.ଏ/ସ୍ବ.ପ୍ର.): ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ରୋଡ୍‌ଶୋ’ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ପୂର୍ବାହ୍ନରେ ଯାଜପୁର ଜିଲା ବାଟେ ଆସି ଭଦ୍ରକ ଜିଲାର ପ୍ରବେଶ ଦ୍ୱାର ଷେଣ୍ଢପୁରସ୍ଥିତ ବୈତରଣୀ ନଦୀର ମୁକୁନ୍ଦଦେବ ସେତୁଠାରେ ପହଞ୍ଚିବା ପରେ ହଜାର ହଜାର ଦଳୀୟ କର୍ମୀ ସ୍ବାଗତ କରି ବିଶାଳ ବାଇକ୍‌ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ପରେ ସୋହଡ଼ା, ଖଡ଼ିପଦା, ଦୋବଲ ଓ ମୁସ୍ତାଫାପୁର ପଞ୍ଚାୟତର କାଳୀବଜାରଠାରେ ମା’ ଶ୍ୟାମାକାଳୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ। ଏହାପରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଧାମନଗର ମେଡିକାଲ ବଜାରଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ପରେ ରାଧାବଲ୍ଲଭପୁର, ବୟାଙ୍ଗଡିହ ପଞ୍ଚାୟତ ଓ କୋଠାର ହୋଇ ଅସୁରାଳି ଯାଇଥିଲେ। ଲୋକଙ୍କ ଆଶୀର୍ବାଦ ସୂରଜଙ୍କ ଭଳି ଜଣେ ଯୁବ ନେତୃତ୍ୱକୁ ମାଟି ମା’ର ସେବା କରିବାର ସୁଯୋଗ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରକାଶ କରିଥିଲେ। କଳା ଟଙ୍କା ଲୋଭର ବଶବର୍ତ୍ତୀ ନ ହୋଇ ସ୍ବାଭିମାନୀ ଧାମନଗର ଭୋଟର ସୂର୍ଯ୍ୟବଂଶୀଙ୍କୁ ଜିତାଇବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲାସୁତରାରେ ଚାଲିଛି ଦୋକାନ ଘର ଭଡ଼ା ବେପାର: ପ୍ରମାଣ ପାଉନି ପୌରପାଳିକା

ଅନୁଗୋଳ ଅଫିସ, ୨୨।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ସହରରେ ଦୋକାନ ଗୃହ ନିର୍ମାଣ କରାଯାଇ ଭଡ଼ାରେ ଲଗାଯାଇଛି। ହେଲେ ଉକ୍ତ ଘର ନେଇଥିବା ବ୍ୟବସାୟୀମାନଙ୍କ...

କଲରାପତରିଆ ବାଘର ମୃତ୍ୟୁ

ବୌଦ୍ଧ,୫।୪ (ସ୍ବ.ପ୍ର.): ବୌଦ୍ଧ ଜିଲା ମହାନଦୀ କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଲେଦେରାକେନ୍ଦୁ ତଥା ନୂଆପଡ଼ା ବିଟରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି।...

ବିଜେଡିର ମାତ୍ରାଧିକ ଆତ୍ମବିଶ୍ୱାସର ଫାଇଦା ନେଲା ଭାଜପା

ଫୁଲବାଣୀ ଅଫିସ,୨୮।୩: ଫୁଲବାଣୀ ପୌର ପରିଷଦ ଗଠନ ହେବା ପରଠାରୁ ଏହା ବିଜେଡି ହାତରେ ଥିଲାା ଚଳିତଥର ମଧ୍ୟ ବିଜେଡି ଏହାକୁ ଜିତି ହାଟ୍ରିକ କରିବ ବୋଲି...

ବନ୍ଧୁକ ମୁନରେ ଲୁଟି ନେଲେ ୩୬ହଜାର, ବାଇକ୍‌

ଜମନକିରା, ୨୬। ୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ ରେଙ୍ଗାଲବେଡ଼ା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସହଯୋଗ ଗ୍ରାହକ ସେବା...

ମାଲକାନଗିରି ଛୁଇଁଲା କରୋନା: ୨ ଚେନ୍ନାଇ ଫେରନ୍ତା ପଜିଟିଭ୍‌ ଚିହ୍ନଟ

ମାଲକାନଗିରି,୨୦।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଛୁଇଁଲା କରୋନା। ବୁଧବାର ପ୍ରଥମ ଥର ପାଇଁ ଜିଲାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଦ୍ୱୟ ଚେନ୍ନାଇ ଫେରନ୍ତା। ସେମାନଙ୍କୁ...

ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ଯୁଗ୍ମ ସଚିବ

ପୁରୀ ଅଫିସ,୧୩।୧୦: ରବିବାର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ଯୁଗ୍ମ ସଚିବ କାମିନୀ ଷଡ଼ଙ୍ଗୀ। ତାଙ୍କ ସହିତ ଓଡିଶା ମେଡିକାଲ...

୨୫ ପୀଠର ବିକାଶ ଆଶା ଉଜ୍ଜୀବିତ

ଜଗତ୍‌ସିଂହପୁର ଅଫିସ, ୩ା୩: କଳା, ସଂସ୍କୃତି, ଶିକ୍ଷା ଆଦି କ୍ଷେତ୍ରରେ ଜଗତ୍‌ସିଂହପୁରର ସ୍ବତନ୍ତ୍ରତା ରହିଛି। ଏହାବାଦ୍‌ ମା’ ଶାରଳା ମନ୍ଦିରଠାରୁ ଗୋରେଖନାଥ ପୀଠ ପର୍ଯ୍ୟନ୍ତ ଅନେକ...

୩୩୩ ଗର୍ଭବତୀଙ୍କୁ ସ୍ଥାନାନ୍ତର

ଛତ୍ରପୁର,୨୬।୯(ଡି.ଏନ୍‌.ଏ.): ସମ୍ଭାବ୍ୟ ଗୁଲାବକୁ ନେଇ ଗଞ୍ଜାମ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଜିଲାରେ ୩୩୩ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ...

Advertisement
Archives

Model This Week