Posted inଜାତୀୟ

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚିଗଲେ କେନ୍ଦ୍ର ମନ୍ତ୍ରୀ

ବେଙ୍ଗାଲୁରୁ,୨୨।୮: କର୍ନାଟକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଏ ନାରାୟଣସ୍ବାମୀ ଶହୀଦ ହୋଇଥିବା ଯବାନଙ୍କ ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚି ଯବାନଙ୍କ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଏବଂ ଜମି ଦେବା ପାଇଁ ଘୋଷଣା କରିଥିଲେ। ସ୍ଥାନୀୟ ନେତାଙ୍କ ଦ୍ୱାରା ଦିଆଯାଇଥିବା ଭୁଲ ତଥ୍ୟ ଯୋଗୁ ଏହା ଘଟିଥିଲା। ନିକଟରେ କେନ୍ଦ୍ର ସରକାରରେ ମନ୍ତ୍ରୀ ହୋଇଥିବା ନାରାୟଣସ୍ବାମୀ ତାଙ୍କ ଜନ ଆର୍ଶିବାଦ ଯାତ୍ରାର ଏକ ଅଂଶ ଭାବରେ ଗଡାଗ ଜିଲାରେ ପହଞ୍ଚିଥିଲେ। ଭାଜପା ସୂତ୍ର ଅନୁଯାୟୀ, ପୁଣେରେ ବର୍ଷେ ପୂର୍ବରୁ ଶହୀଦ ହୋଇଥିବା ଯବାନ ବାସଭରାଜ ହିରେମଠଙ୍କ ବଦଳରେ ଏବେ ଜମ୍ମୁ କଶ୍ମୀରରେ ପୋଷ୍ଟ ହୋଇଥିବା ଯବାନ ରବିକୁମାର କଟିମଣିଙ୍କ ଘରକୁ ନିଆଯାଇଥିଲା। ମନ୍ତ୍ରୀଙ୍କ ଯାତ୍ରା କାର୍ଯ୍ୟକ୍ରମ ଅନୁଯାୟୀ ସେ ମୃତ ଯବାନଙ୍କ ପରିବାରକୁ ଭେଟି ସେମାନଙ୍କୁ ସାନ୍ତ୍ୱନା ଦେବାର ଥିଲା। ସୂତ୍ରରୁ ପ୍ରକାଶ ଯେ ନାରାୟଣସ୍ବାମୀ ଏମ୍‌ପି ଶିବକୁମାର ଉଦାସୀଙ୍କ ସହ ଜିଲାର ମୁଲାଗୁଣ୍ଡରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ କାଟିମଣିଙ୍କ ବାସଭବନକୁ ନିଆଯାଇଥିଲା। ଏହାଦ୍ୱାରା ଯବାନଙ୍କ ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମନ୍ତ୍ରୀ ଯବାନଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଏବଂ ଜମି ଘୋଷଣା କରିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ନାରାୟଣସ୍ବାମୀ ତାଙ୍କ ଭୁଲ ବିଷୟରେ ଜାଣିଲେ, ସେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରି ଯବାନଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ପରିବାରକୁ ସମ୍ମାନିତ କରିଥିଲେ। ଏହା ପରେ ସେ ଏହି ଅସହଜ ପରିସ୍ଥିତି ପାଇଁ ସ୍ଥାନୀୟ ଭାଜପା ନେତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ମନ୍ତ୍ରୀ ପରେ ଶହୀଦ ଯବାନ ହିରେମଠଙ୍କ ଘରକୁ ଯାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri