ଅଜଣା ଉଡ଼ନ୍ତା ବସ୍ତୁ

ଟେକ୍‌ନୋଲୋଜିର ନୂତନତ୍ୱ ଗୁପ୍ତଚରଗିରିକୁ ବ୍ୟାପକ କରିିଛି। ସାଟେଲାଇଟଠାରୁ ଆରମ୍ଭକରି ମାନବରହିତ ବିମାନ କିମ୍ବା ଡ୍ରୋନ୍‌ଠାରୁ ଆରମ୍ଭକରି ବେଲୁନ୍‌ ଓ ଅଜଣା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ)ଭଳି ଟେକ୍ନୋ ସ୍ପାଏ ମାଧ୍ୟମରେ ଏବେ ଗୁପ୍ତ ତଥ୍ୟ ପାଇବା ପାଇଁ ଦୌଡ଼ ଆରମ୍ଭ ହୋଇଯାଇଛି। ଏଥିପାଇଁ ନିଜର ପ୍ରଭାବ ବିସ୍ତାର କରିବାକୁ ଦେଶଗୁଡ଼ିକ ଆକାଶ ଓ ମହାକାଶକୁ ଅନିୟନ୍ତ୍ରିତ ଭାବେ ବ୍ୟବହାର କରୁଛନ୍ତି। ସମ୍ପ୍ରତି ଗୁପ୍ତଚର ବେଲୁନ୍‌ ଓ ଅଜଣା ଉଡ଼ନ୍ତା ବସ୍ତୁକୁ ନେଇ ଅଧିକ ଚିନ୍ତା ବଢ଼ିଛି। ପ୍ରଥମେ ଚାଇନା ନିର୍ମିତ ବେଲୁନ୍‌ ପରେ ଯେଉର୍ଁ ୩ଟି ଅଜଣା ଉଡ଼ନ୍ତା ବସ୍ତୁ ଖସାଗଲାଣି, ତାହା କେଉଁଠାରୁ ଆସିଛି ଓ କେଉଁ ଦେଶରେ ନିର୍ମିତ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ। ଗୋଟିଏ ଗୋଷ୍ଠୀ ପକ୍ଷରୁ ଗଣମାଧ୍ୟମରେ କୁହାଯାଉଛି ଯେ, ଏହି ଅଜଣା ଉଡ଼ନ୍ତା ବସ୍ତୁ ଅନ୍ୟ ଗ୍ରହରୁ ଆସିଥାଇପାରେ। ଆମେରିକା ବାୟୁସେନା ତରଫରୁ ଯେଉଁ କିଞ୍ଚିତ୍‌ ତଥ୍ୟ ପ୍ରକାଶ କରାଯାଇଛି ସେଥିରୁ ବୁଝାଯାଉଛି ଯେ ଏହା ପଙ୍ଖା ବା ଜେଟ୍‌ ଲଗା ବିମାନ ନୁହେଁ, ଯେଉଁଥିପାଇଁ ସେଗୁଡ଼ିକର ଉଡ଼ିବାର ସକ୍ଷମତା ହୁଏତ ମଣିଷର ବିଜ୍ଞାନକୁ ଏପର୍ଯ୍ୟନ୍ତ ଅଜଣା ରହିଛି। ଅଜଣା ଉଡ଼ନ୍ତା ବସ୍ତୁ କେଉଁଠାରୁ ଆସୁଛି ତାହା ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ବେଲୁନ୍‌କୁ ନେଇ ଆମେରିକା ଓ ଚାଇନା ଏବେ ମୁହାଁମୁହିଁ  ସ୍ଥିତିରେ। ଜାନୁୟାରୀ ୨୦୨୨ ପରଠାରୁ ଚାଇନା ଆକାଶ ମଧ୍ୟକୁ ଆମେରିକା ୧୦ଟି ବେଲୁନ୍‌ ପଠାଇଥିବା ଚାଇନା ଅଭିଯୋଗ କରିଥିବାବେଳେ ଏହାର ଜବାବରେ ଆମେରିକା କହିଛି ଯେ, ୫ଟି ମହାଦେଶର ୪୦ଟି ଦେଶରୁ ଗୋଇନ୍ଦା ତଥ୍ୟ ହାସଲ କରିବା ଲାଗି ଚାଇନା ବେଲୁନ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଜାପାନ, ଭାରତ, ଭିଏଟ୍‌ନାମ, ତାଇୱାନ, ଫିଲିପାଇନ୍ସ ଏବଂ ଶତ୍ରୁତା ଥିବା ଅନ୍ୟ କେତେକ ଦେଶକୁ ଏଭଳି ବେଲୁନ୍‌ ପଠାଇ ଚାଇନା ସମ୍ପୃକ୍ତ ଦେଶର ସାମରିକ ଶକ୍ତି ବିଷୟରେ ସୂଚନା ସଂଗ୍ରହ କରୁଥିବା ଓ୍ବାଶିଂଟନ ପୋଷ୍ଟ୍‌ ରିପୋର୍ଟ ଦର୍ଶାଇଛି। ଏହି ସମୟରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଓ ପରମାଣୁ ଅସ୍ତ୍ର ଧମକ ଏବଂ ଦକ୍ଷିଣ ଚାଇନା ସାଗରରେ ଚାଇନାର ଦାଦାଗିରି ଯୋଗୁ ବିଶ୍ୱରେ ଉତ୍ତେଜନା ଲାଗି ରହିଛି। ଏ କ୍ଷେତ୍ରରେ ପ୍ରତ୍ୟେକଙ୍କ ପାଇଁ ଗୁପ୍ତଚରଗିରି ଅପରିହାର୍ଯ୍ୟ ହୋଇପଡ଼ି ଥିବା ଭଳି ମନେହେଉଛି।
ୟୁନିୟନ୍‌ ଅଫ୍‌ କନସର୍ନଡ୍‌ ସାଇଣ୍ଟିଷ୍ଟ (ୟୁସିଏସ୍‌) ରିପୋର୍ଟ ଅନୁଯାୟୀ ଶିକ୍ଷା, ଗବେଷଣା, ସ୍ବାସ୍ଥ୍ୟ ଓ ଉନ୍ନୟନମୂଳକ କାର୍ଯ୍ୟରେ ପାଖାପାଖି ୫,୦୦୦ ସାଟେଲାଇଟ (ଜାନୁୟାରୀ ୨୦୨୨ ସୁଦ୍ଧା) ସକ୍ରିୟ ଥିବାବେଳେ ଗୁପ୍ତଚର କାର୍ଯ୍ୟରେ ମହାକାଶରେ ୩୩୯ରୁ ୪୮୫ଟି ମିଲିଟାରି ସାଟେଲାଇଟ ମୁତୟନ ହୋଇଛି। ମିଲିଟାରି ସାଟେଲାଇଟ୍‌ଗୁଡ଼ିକ ମଧ୍ୟରେ ଅଛି ଆମେରିକାର ୧୫୪, ରୁଷିଆର ୭୧ ଓ ଚାଇନାର ୬୩ଟି। ଏହାବାଦ ଫ୍ରାନ୍ସ, ଜର୍ମାନୀ, ତୁର୍କୀ, ଭାରତ, ଇଂଲଣ୍ଡ, ଡେନ୍‌ମାର୍କ, ଜାପାନ, କଲମ୍ବିଆ ଆଦି ଦେଶ ରହିଛନ୍ତି। ଏହା ବ୍ୟତୀତ ସ୍ପାଏ ବେଲୁନ୍‌ ‘ନିୟର ସ୍ପେଶ୍‌’ ବା ୬୦,୦୦୦ ଫୁଟ ଉଚ୍ଚରେ ଉଡ଼ୁଛି। ଏହା ମହାକାଶର ନିମ୍ନ ଭାଗରେ ଯୁଦ୍ଧର ଏକ ନୂଆ ଯୁଗ ଆରମ୍ଭ କରିପାରେ। ଏହା ପରକୁ ମହାକାଶର ଅଜଣା ଉଡ଼ନ୍ତା ବସ୍ତୁ ସାମ୍ନାକୁ ଆସିଲାଣି। ବାସ୍ତବତା ହେଉଛି, ଅନ୍ତର୍ଜାତୀୟ ସ୍ତରରେ ମହାକାଶ କ୍ଷେତ୍ରକୁ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ନ ଥିବାରୁ ପ୍ରତିଯୋଗିତା ଉପରେ କୌଣସି କଟକଣା ଅଣାଯାଇ ପାରୁନାହିଁ। ସମସ୍ତେ ନିଜ ଇଚ୍ଛାରେ ମହାକାଶକୁ ବ୍ୟବହାର କରୁଛନ୍ତି। ବିଭିନ୍ନ ସରକାର ବ୍ୟତୀତ ଏବେ ସ୍ପେଶ୍‌ଏକ୍ସ, ଭର୍ଜିନ ଗାଲାକ୍‌ଟିକ ଏବଂ ବ୍ଲୁ ଅରିଜିନ ଭଳି ଘରୋଇ କମ୍ପାନୀଗୁଡ଼ିକ ମହାକାଶ ଯାତ୍ରାର ବ୍ୟବସାୟରେ ପ୍ରବେଶ କଲେଣି। ଫଳରେ ମହାକାଶରେ ସାଟେଲାଇଟ୍‌ ପ୍ରତିଯୋଗିତା ପ୍ରଦୂଷଣ ବୃଦ୍ଧି କରୁଛି। ଏହାସହ ମହାକାଶର ଠିକ୍‌ ନିମ୍ନସ୍ତରରେ ଉଡ଼ନ୍ତା ବସ୍ତୁ ଓ ବେଲୁନ୍‌ର ପ୍ରତିଯୋଗିତା ଆରମ୍ଭ ହେଲେ ତାହା ମଧ୍ୟ ପ୍ରଦୂଷିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହା ପାଣିପାଗକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ସେ ଦୃଷ୍ଟିରୁ ବିଚାର କଲେ ଏବେ ଭାରତରେ ଜି୨୦ ସମ୍ମିଳନୀରେ ଜଳବାୟୁ ସମ୍ପର୍କରେ ଚାଲିଥିବା ଆଲୋଚନାରେ ଏ ବିଷୟ ସ୍ଥାନ ପାଇବା ଜରୁରୀ। କିନ୍ତୁ ନିଜ ସ୍ବାର୍ଥ ଦୃଷ୍ଟିରୁ ଅତୀତରୁ ଏଯାବତ୍‌ ବିକଶିତ ଓ ବିକାଶଶୀଳ ଦେଶଗୁଡ଼ିକ ମହାକାଶ ନୀତିକୁ ନେଇ ପଛଘୁଞ୍ଚା ଦେଇଆସିଛନ୍ତି । ସେମାନେ ମହାକାଶ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ଅଣଦେଖା କରି କେବଳ ନିଜ ସ୍ବାର୍ଥ କଥା ଚିନ୍ତା କରୁଛନ୍ତି। ଏହା ମଣିଷ ଜାତି ପାଇଁ ଭବିଷ୍ୟତରେ ଅନେକ ବିପଦ ଟାଣିଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?