ଅଧୁରା ସ୍ବପ୍ନ

ଦ୍ୱିତୀ ଚନ୍ଦ୍ର ସାହୁ

ସ୍ବପ୍ନ କାଳେ କ୍ଷଣ ସ୍ଥାୟୀ ଠିକ୍‌ କଳାହାଣ୍ଡିଆ ମେଘ ପରି ।

ଆସିବ ରାଝିଯିବ । ନ ହେଲେ ପବନ ସହ ଆଉ କୁଆଡେ ଉଡିଯିବ। ବେଶି ସମୟ ରହିପାରେ ନାହିଁ ବୋଲି ଆମେ ଦେଖୁଥିବା ସ୍ବପ୍ନ ବେଶି ସମୟ ଆମ ସ୍ମୃତିରେ ରହିପାରେନି । ଅନେକ ସ୍ବପ୍ନ ସକାଳୁ ତାଜା ହୋଇ ମନେପଡେ । ଆଉ କିଛି ଝାପ୍‌ସା ହୋଇ ସ୍ମୃୃତିରେ ରହିଥାଏ ସକାଳ ସମୟତକ । ଅଧିକ ସ୍ବପ୍ନ ଉଠିଲାପରେ ମନକୁ ଆସେ ନାହିଁ ଜମା । ଗତ ରାତିରେ ଦେଖିଥିବା ସବୁ ସୁଖଦ ସ୍ବପ୍ନଗୁଡାକୁ ଯେତେ ଚେଷ୍ଟା କଲେ ବି ମନେପଡେନି। ଏପରି କି କ’ଣ ଦେଖିଥିଲେ ତା’ର ଆଦି ଅନ୍ତ ହିଁ ଜଣାପଡେନି। ଆମେ ଚେତନା ସ୍ତରରେ ଯାହା ପରିକଳ୍ପନା କରୁ, ଈପ୍‌ସିତ ମନରେ ଯାହା ଲୁଚି ରହିଥାଏ  ସେସବୁ ଦୁର୍ବାର କାମନାଗୁଡିକ ଗଭୀର ନିଦରେ ସ୍ବପ୍ନରୂପରେ ଭିନ୍ନ ଭିନ୍ନ ପ୍ରକାରେ ମନରେ କାଳ୍ପନିକ ଦୃଶ୍ୟକ୍ରମରେ କାୟା ବିସ୍ତାର କରିବସେ। ଅବଶ୍ୟ କେବେ ଅଦ୍ଭୁତ ଖିଆଲର ସ୍ବପ୍ନ ସବୁ ବି ଦିଶେ । ସେସବୁ ସ୍ବପ୍ନର ଚରିତ୍ର, ଘଟଣାର କୌଣସି ତାଳମେଳ ବି ରହେନି । ମୁଦ୍ରିତ ଆଖିରେ ଦେଖୁଥିବା ସ୍ବପ୍ନର ବାସ୍ତବତା ଏମିତି କିଛି ଖଟାମିଠାରେ ଭରା । ସଚେତନ ଭାବେ ବି ଆମେ ଗୁଡାଏ ଅଭୀପ୍ସା ରଖୁ ଭବିଷ୍ୟତକୁ ନେଇ। ନିଜର ତଥା ପରିବାରର ବିକାଶର ଚିତ୍ରକୁ ମାନସିକସ୍ତରରେ ଅଙ୍କନ କରୁ । ସେହି ନକ୍ସାକୁ ମନରେ ଧରି ଘୂରି ବୁଲୁ । ସେସବୁକୁ ଆବଶ୍ୟକତା ଅନୁସାରେ କ୍ରମାନୁସାରେ ସଜେଇ ବି ଥାଉ ।

ବହୁତ ସ୍ବପ୍ନ ନିଜର ସାମର୍ଥ୍ୟଠାରୁ ଅଧିକ ଥାଏ । ନିଜର ପାରିବାପଣଠାରୁ ଢେର ଗୁଣରେ ବିରାଟ । ନିଜର ସ୍ଥିତିଠାରୁ ବେଶି ।

ସ୍ବପ୍ନକୁ ଦେଖିବା ଯେତିକି ସହଜ ତାକୁ ହାସଲ କରିବା ଭାରି କଷ୍ଟ ।

ଅନେକ ପରିଶ୍ରମ ଓ ଅର୍ଥ ଆବଶ୍ୟକ । ଆମେ ଦେଖୁଥିବା ବହୁତ ସ୍ବପ୍ନ ସାଧାରଣତଃ ପାର୍ଥତ୍ବ ଓ ଭୋଗ ସହ ସଂଶ୍ଲିଷ୍ଟ । ସେଥିପାଇଁ ଆମେ ନିଜର ଆଚରଣ ଓ ଉଚ୍ଚାରଣ ବଦଳେଇବାକୁ ପଡେ ଅନେକକ୍ଷେତ୍ରରେ । କେବଳ ସ୍ବପ୍ନଭୁକ ହୋଇ ନିଜର ଚିତ୍ର ଚରିତ୍ର ବି ବଦଳେଇପାରୁ ଅକ୍ଲେଶରେ। ବାଟଅବାଟ ଭୁଲିଯାଉ।

ନିୟମବେନିୟମକୁ ହେଜିପାରୁନାହୁଁ। ସବୁ ଶକ୍ତି, ସାମର୍ଥ୍ୟକୁ ଉପଯୋଗ  କରୁ । ପ୍ରାଣପଣ ଉଦ୍ୟମରେ ଅନେକ ସ୍ବପ୍ନ ହାସଲ ହୁଏ । ବହୁତ କିଛି ହୋଇପାରେନି । ଗୋଟିଏ ସ୍ବପ୍ନ ହାସଲ ପରେ ଚରମ ତୃପ୍ତିରେ ବିଭୋର ହେବା କଥା ମଣିଷ । କିନ୍ତୁ ସେମିତି କିଛି ହୋଇପାରେନି । ସ୍ବପ୍ନ ପୂରଣ ପରେ ସାମୟିକ ଖୁସିରେ ଉତ୍‌ଫୁଲ୍ଲିତ ହୁଏ ସେ । ସେ ଖୁସିକୁ ଧରି ରଖିପାରେନି ବେଶି ସମୟ । କାରଣ ଅସମ୍ଭବଭାବେ ସେଇ ସ୍ବପ୍ନ ସହ ସମ୍ପର୍କିତ ଆଉ କିଛି ସ୍ବପ୍ନ ମନକୁ ଆପଣାଛାଏଁ ଆସିଯାଏ । ସେଇଠୁ ତା’ ପଛରେ ଲାଗିପଡେ ମନ ଓ ହୃଦୟ । ଏଇକ୍ରମରେ ଦେଖିଲେ ସ୍ବପ୍ନର ଅନ୍ତ ନାହିଁ । ସ୍ବପ୍ନ ଦେଖିବା ସରେନି । ତାହା ପର୍ଯ୍ୟାୟକ୍ରମେ ହିସାବଖାତାର ଅଙ୍କ ଭଳି ଆଗର ଲାଗୁଆ ଛିଡେ, ପୁଣି ସଦ୍ୟ ନେଇଥିବା ଧାରକରଜ ଯୋଡେ। ହିସାବଖାତା ଚାଲିଥାଏ ସେମିତି ।

କାଠିପୋକର ଗଣିତ ଭଳି ଜୀବନବ୍ୟାପୀ ସ୍ବପ୍ନ ସହ ମଣିଷ ଯୋଡି ରହେ। ଅପ୍ରାପ୍ତିରେ ଦୁଃଖ ମାଡି ବସେ ।

ପ୍ରାପ୍ତିରେ ସାମୟିକ ସୁଖ ପାଏ । କିନ୍ତୁ ଅଧୁରା ସ୍ବପ୍ନ!

ଏହା କେବଳ ଏକ ଭେଳିକି ମାତ୍ର । ଅଧୁରା ସ୍ବପ୍ନ, କାନ୍ଦୁରା ସ୍ବପ୍ନ, ଦୁଃଖଦ ସ୍ବପ୍ନ, ସୁନେଲି ସ୍ବପ୍ନ, ରୂପେଲି ସ୍ବପ୍ନ ଏମିତି ଗୁଡାଏ ନାମ ଦିଆଯିବାରେ ସମସ୍ୟା ନାହିଁ । ଅଧୁରା ସ୍ବପ୍ନ କେବଳ ରାଜନୈତିକ ସ୍ଲୋଗାନ। ନେତା ପ୍ରତିଥର ଅନୁରୋଧ କରେ ନିର୍ବାଚନ ଆସିଲେ  ଅପୂରଣୀୟ ସ୍ବପ୍ନକୁ ସାକାର କରିବା ଲାଗି ଏଥର ଭୋଟ ଦିଅନ୍ତୁ ।  ଭୋଟ ପାଇଗଲେ ନିଜର ସ୍ବପ୍ନରେ ମସଗୁଲ ରୁହନ୍ତି। ପୁଣି ନିର୍ବାଚନ ଆସିଲେ ଅପୂର୍ଣ୍ଣ ସ୍ବପ୍ନମାନେ ଡିଆଁଡେଇଁ ହୁଅନ୍ତି ଭାଷଣରେ, ଇସ୍ତାହାରରେ, ପ୍ରତିଶ୍ରୁତିର ପାହାଡରେ ଏବଂ ତୁଚ୍ଛା ଶବ୍ଦରେ। ୟା ଭିତରେ ବର୍ଷିଆନ ନେତାଙ୍କ ଦେହାନ୍ତ ହୋଇଗଲେ ସେଇ ତଥାକଥିତ ସ୍ବପ୍ନର ପରିଭାଷା ବଦଳିଯାଏ ।

ନେତା କେଉଁ ସ୍ବପ୍ନ ଦେଖିଥାଏ ତାହା ପରବର୍ତ୍ତୀ ଦାୟାଦ ଓ ଅନୁଗାମୀମାନଙ୍କୁ ଜ୍ଞାତ ନ ଥିଲେ ବି ତୁରନ୍ତ ସ୍ବପ୍ନ ଅଙ୍କନ ହୁଏ । ଏଥର ନବ ପଲ୍ଲବିତ ସ୍ବପ୍ନମାନେ ତୁରନ୍ତ ପରିବର୍ତ୍ତିତ ରୂପ ନେଇ ଅଧୁରା ସ୍ବପ୍ନ ହୋଇଯାନ୍ତି । ଆଉ ଦଶକ ଦଶକ ବିତିଯାଉଥିଲେ ବି ଦିଗଂଗତ ନେତାମାନଙ୍କ ସ୍ବପ୍ନ ତଥାପି ସେମିତି ଅଧୁରା ହୋଇ ରହିଥାଏ। କେବେ ତାହା ପୂରଣ ହୁଏ ଜଣାପଡେନି। ବରଂ ଜନମନରେ ତାକୁ ସାରିବାକୁ ଦିଆଯାଏନି । ତାଜା ରଖାଯାଏ । ଅନ୍ଧ ଅନୁଗତମାନଙ୍କ ଅନୁକମ୍ପା ହାସଲ ଲାଗି ନେତାଙ୍କ ଅଧୁରା ସ୍ବପ୍ନ ନାମରେ ସମ୍ବେଦନଶୀଳତା ଉପରେ ପ୍ରହାର କରାଯାଏ । ତେବେ ସ୍ବପ୍ନ ଦେଖିବା ଉଚିତ । ସ୍ବପ୍ନ ନ ଦେଖିଲେ କାଳେ ବିକାଶ ସମ୍ଭବ ନୁହେଁ । ସମସ୍ତେ ନିଜର ବିକାଶର ରୋଡ ମ୍ୟାପ ପ୍ରସ୍ତୁତ କରିବା ଉଚିତ। ତାକୁ ନେଇ ଜୀବନର ଗତିପଥ ଆଗେଇବା ବି ଆବଶ୍ୟକ। କିନ୍ତୁ ସ୍ବପ୍ନ ସବୁବେଳେ ନିଜ ଦକ୍ଷତା ଓ କ୍ଷମତାରୁ ଅତିରିକ୍ତ ଉପରକୁ ଉଠି ବୁଣିଲେ  ବିଫଳତା  ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଫଳତା ସଫଳତାର ମାର୍ଗ ବୋଲି ବିବେଚନା କରୁଥିବା ମଣିଷମାନେ ଗୋଟିଏ ବଡ ସ୍ବପ୍ନକୁ ପୂରଣ ଲାଗି ଏକାଧିକବାର ଚେଷ୍ଟା କରି ସମୟ ଅପଚୟ କରିବା ଅପେକ୍ଷା ଛୋଟ ଛୋଟ ଗୁଡାଏ ସ୍ବପ୍ନର ସମାହାରରେ ବଡ ସ୍ବପ୍ନକୁ ହାସଲ କରିବା ବରଂ ଅଧିକ ପ୍ରଯୁଜ୍ୟ। ଏଥିରେ ସୁଖ, ଶାନ୍ତି, ଖୁସି ସହ ପ୍ରଗତି ଅହରହ ଲାଗି ରହିବା ଅଧିକ ଗ୍ୟାରେଣ୍ଟି ଥାଏ। ଅନ୍ୟପକ୍ଷରେ ଅଧୁରା ସ୍ବପ୍ନରେ ବିଭୋର କରୁଥିବା ମଣିଷମାନଙ୍କର ବାସ୍ତବରେ ସ୍ବପ୍ନ ବୋଲି ଅନ୍ୟ ପାଇଁ କିଛି ନ ଥାଏ । ଯଦି ଥାଏ ନିଜର ଖୁସି ଓ ପ୍ରାପ୍ତି । ସେଥିରେ ମଗ୍ନ ହେବା କିମ୍ବା ନିଜେ ଅଧୁରା ସ୍ବପ୍ନରେ ବୁଡି ରହିବା ପରିବର୍ତ୍ତେ ସୁନ୍ଦର ସମ୍ଭାବନା ଥିବା ତାଜା ସ୍ବପ୍ନରେ ବିଭୋର ହେବା ସର୍ବାଦୌ  ଭଲ ।

ଏହା ହିଁ ସମ୍ଭବତଃ ସବୁ ସଫଳ ଓ ଉତ୍ତମ ମଣିଷଙ୍କ ବିଚାର!

ଇନ୍ଦିରାନଗର,ଚତୁର୍ଥଗଳି,ରାୟଗଡା

ମୋ-୯୫୫୬୨୮୭୭୭୫ 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?