Posted inଖେଳ

ଦୁର୍ଦ୍ଦିନରେ ସଚିନ, କୋହଲିଙ୍କ ବ୍ୟାଟ୍‌ ପ୍ରସ୍ତୁତକାରୀ

ନୂଆଦିଲ୍ଲୀ,୨୧।୮: କେତେକ ଭାରତୀୟ ତାରକା କ୍ରିକେଟରଙ୍କ ପାଇଁ ବ୍ୟାଟ ତିଆରି କରିଥିବା ବ୍ୟକ୍ତି ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ସେ ହେଉଛନ୍ତି ଆଶ୍ରଫ୍‌ ଚୌଧୁରୀ। କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ଓ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବ୍ୟାଟ ତିଆରି କରିଥିବା ଆଶ୍ରଫ୍‌ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁପ୍ଲେସି ଓ ଓ୍ବେଷ୍ଟଇଣ୍ଡିଜ୍‌ ଧୂଆଁଧାର ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ଏବଂ କିରନ ପୋଲାର୍ଡଙ୍କ ବ୍ୟାଟ୍‌ ମରାମତି କରିଛନ୍ତି। ସେ ବ୍ୟାଟ୍ସମ୍ୟାନଙ୍କ ସପୋର୍ଟ ଷ୍ଟାଫ୍‌ ବିବେଚିତ ହେଉଥିଲେ। ଭଙ୍ଗା ବ୍ୟାଟ୍‌କୁ ସଜାଡିବା ସହ ତାହାକୁ ପୁଣିଥରେ ଖେଳିବା ପାଇଁ ସମ୍ପୂର୍ଣ୍ଣ ରୂପେ ଠିକ୍‌ କରୁଥିଲେ। ବ୍ୟାଟ୍ସମ୍ୟାନଙ୍କ ସୁବିଧା ଅନୁଯାୟୀ ସେ ବ୍ୟାଟ୍‌ଗୁଡିକର ଓଜନ କମାଇବା ସହ ହ୍ୟାଣ୍ଡଲର ମୋଟେଇ ଓ ଲମ୍ବ କମାଇ ଆଶ୍ରଫ୍‌ ବେଶ୍‌ ପ୍ରଶଂସା ସାଉଁଟିଥିଲେ।
ମୁମ୍ବାଇର ମେଟ୍ରୋ ସିନେମା ଆଗରେ ଆଶ୍ରଫ୍‌ଙ୍କ ସ୍ପୋଟର୍‌ସଗୁଡ୍‌ ଦୋକାନ ରହିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଅବସରରେ ଆଶ୍ରଫ୍‌ ଏକ ବଡ଼ କ୍ରିକେଟ କିଟ୍‌ ବ୍ୟାଗ୍‌ କାନ୍ଧରେ ପକାଇ ନିଜର ଉପସ୍ଥିତି ଜାହିର କରିଥାନ୍ତି। ଏହି କିଟ୍‌ ବ୍ୟାଗ୍‌ରେ ଏକାଧିକ ବ୍ୟାଟ୍‌ ଓ ବ୍ୟାଟ୍‌ ଗ୍ରିପ୍ସ ଦେଖିବାକୁ ମିଳିଥାଏ।
ଗତ କେତେ ସପ୍ତାହରେ ଆଶ୍ରଫ୍‌ ଅସୁସ୍ଥ ହୋଇପଡିବାରୁ ସବରବନ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ କୋଭିଡ୍‌-୧୯ ସଂକ୍ରମଣର ଶିକାର ହୋଇ ନାହାନ୍ତି। କିଡ୍‌ନୀ ଷ୍ଟୋନ୍‌ ଓ ଅନ୍ୟ କେତେକ ରୋଗର ସେ ଶିକାର ହୋଇଛନ୍ତି। ଆଶ୍ରଫ୍‌ଙ୍କୁ ଗତ ୧୫ ବର୍ଷ ଧରି ଜାଣିଥିବା ପ୍ରଶାନ୍ତ ଜେଠମାଳିନୀ ନାମକ ଜଣେ ତାଙ୍କର ଶୁଭଚିନ୍ତକ ତାଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି। ଆଶ୍ରଫ୍‌ଙ୍କ ଅବସ୍ଥା ଏବେ ଭଲ ନାହିଁ। ତାଙ୍କର କିଡ୍‌ନୀ ଷ୍ଟୋନ୍‌ ଜନିତ କେତେକ ସମସ୍ୟା ରହିଛି। କୋଭିଡ୍‌-୧୯ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଫଳରେ କ୍ରିକେଟ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି ଓ ତାଙ୍କର ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତାଙ୍କ ପାଖରେ ଯାହା ଅର୍ଥ ଥିଲା ତାହା ଶେଷ ହୋଇଛି ବୋଲି ଜେଠମାଳିନୀ କହିଛନ୍ତି। ଆମେ ୨ ଲକ୍ଷ ଟଙ୍କା ଯୋଗାଡ କରିଛୁ। ତେବେ ଭବିଷ୍ୟତ ପାଇଁ ଆଉ କିଛି ଅର୍ଥର ଆବଶ୍ୟକତା ରହିଛି।
୧୯୨୦ ତାଙ୍କ ପରିବାର ତାଙ୍କ ପରିବାର ମୁମ୍ବାଇରେ ରହିଆସୁଛନ୍ତି। ସେବେଠାରୁ ଏମ୍‌. ଆଶ୍ରଫ୍‌ ବ୍ରୋଜ୍‌ ନାମକ ଏକ ଛୋଟ ଦୋକାନର ମାଲିକ ଭାବେ ସେ ବ୍ୟବସାୟ କରିଆସୁଛନ୍ତି। ଲକ୍‌ଡାଉନ୍‌ କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଥିଲା। ଦୁଇମାସ ତଳେ ବଡ଼ଭାଇଙ୍କ ପରଲୋକ ହେବା ଫଳରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଆଶ୍ରଫ ବିନା ମୂଲ୍ୟରେ ବହୁ ଖେଳାଳିଙ୍କୁ ସାହାଯ୍ୟ କରିଥିଲେ। ୨୦୧୬ରେ ମୁମ୍ବାଇରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯାଇଥିଲା। ସମ୍ପୂର୍ଣ୍ଣ ଓ୍ବେଷ୍ଟଇଣ୍ଡିଜ ଦଳକୁ ଆଶ୍ରଫ୍‌ ୧୬ଟି ବ୍ୟାଟ୍‌ ପ୍ରଦାନ କରିଥିଲେ। ସେତେବେଳେ ଅର୍ଥ ପାଇଁ ଓ୍ବେଷ୍ଟଇଣ୍ଡିଜ ବୋର୍ଡ ଓ ଖେଳାଳିଙ୍କ ମଧ୍ୟ ମତପାର୍ଥକ୍ୟ ଦେଖାଦେଇଥିଲା। ସେ ଏହାକୁ ହୃଦୟଙ୍ଗମ କରି ବ୍ୟାଟ୍‌ ଡୋନେଟ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏବେ କ୍ରିକେଟ ଖେଳାଯାଉନି। ଆଇପିଏଲ୍‌ ବିଦେଶରେ ଖେଳାଯିବ। ତେଣୁ ଆଉ କେହି ବ୍ୟାଟ୍‌ ଖୋଜୁନାହାନ୍ତି। ତେଣୁ ଆଶ୍ରଫ୍‌ଙ୍କ ପାଖରେ ଆଉ କାମ ନାହିଁ। କିନ୍ତୁ ଏପର୍ଯ୍ୟନ୍ତ କାହାଠାରୁ ସାହାଯ୍ୟ ମାଗି ନାହାନ୍ତି। ତାଙ୍କଠାରୁ ସାହାଯ୍ୟ ପାଇଥିବା କ୍ରିକେଟରମାନେ ତାଙ୍କର ଏହି ଦୁର୍ଦ୍ଦିନରେ ସାହାଯ୍ୟ କରିବାକୁ ଆଗେଇ ଆସିବା ଦରକାର ବୋଲି ଜେଠମାଳିନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri