‘ଡଙ୍ଗାରେ ବିଜୁବାବୁଙ୍କ ସହ ବିତିଥିବା ମୁହୂର୍ତ୍ତ ଅଭୁଲା’

ମହାକାଳପଡ଼ା,୧୮ା୪(ଡି.ଏନ୍‌.ଏ.): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ରବିବାର ପାଳିତ ହୋଇଯାଇଛି। ହେଲେ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବି ଅନେକ ଲୋକ ତାଙ୍କୁ ଝୁରୁଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳର ନାଉରିଆ ବିଧାନ ଅଧିକାରୀ ଅନ୍ୟତମ। ସେ ଡଙ୍ଗାରେ ବିଜୁବାବୁଙ୍କ ସହ ବିତାଇଥିବା ମୁହୂର୍ତ୍ତ ଅଭୁଲା ରହିବ ବୋଲି କହିଛନ୍ତି। ବିଧାନଙ୍କ କହିବା ମୁତାବକ, ୧୯୮୪-୮୫ ମସିହାର କଥା। ବିଜୁବାବୁ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ପ୍ରଚାର ପାଇଁ ମହାକାଳପଡ଼ା ବ୍ଲକ ଗସ୍ତରେ ଆସିଥିଲେ। ତତ୍କାଳୀନ ବିଧାୟକ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କୁ ସାଙ୍ଗରେ ଧରି ନିଜ ସପକ୍ଷରେ ଭୋଟ ଦେବାକୁ ଏକ ଲଞ୍ଚ୍‌ ଯୋଗେ ଜମ୍ବୁଘାଟରୁ ଯାତ୍ରା ଆରମ୍ଭ କରିଥିଲେ। ଜଳପଥରେ ଜମ୍ବୁ, ବତିଘର ଆଦି ଗସ୍ତ ପରେ ଖରିନାସୀ ଗଳିଆ ନଦୀରେ ଲଞ୍ଚ୍‌ ପହଞ୍ଚତ୍ଥିଲା। ନଦୀରେ ଜଳସ୍ତର କମିଯିବାରୁ ଲଞ୍ଚ୍‌ ଆଗକୁ ଯାଇ ପାରି ନ ଥିଲା। ଅନ୍ୟ ପଞ୍ଚାୟତକୁ ଯାତାୟାତ ପାଇଁ ସଡ଼କ ପଥର ସୁବିଧା ନ ଥିବାରୁ ରାମନଗର, ଖରିନାସୀ ପଞ୍ଚାୟତଗୁଡ଼ିକୁ ନଦୀପଥରେ ଯିବାକୁ ଖୋଜାପଡ଼ିଲା ଏକ ଡଙ୍ଗା ଓ ନାବିକ। ନଳିନୀବାବୁଙ୍କ ନିର୍ଦ୍ଦେଶରେ ଖରିନାସୀ ସରପଞ୍ଚ ନାରାୟଣ ହାଲ୍‌ଦାରଙ୍କୁ ଡାକି ନାଉରିଆ ଯୋଗାଡ଼ କରିବାକୁ କହିଥିଲେ। ସରପଞ୍ଚ ହାଲ୍‌ଦାର ଦୁଇ ଦକ୍ଷ ନାବିକଙ୍କୁ ଯୋଗାଡ଼ କରିଥିଲେ। ସେ ସମୟରେ ନଦୀର ଗଭୀର ଜଳସ୍ରୋତ ଓ କୁମ୍ଭୀରଭରା ନଦୀରେ ଯାତାୟାତ ପାଇଁ ଭୟ ଥାଏ। ନିଜ ଜୀବନକୁ ଖାତିର ନ କରି ଦୁଇଜଣ ଡଙ୍ଗା ମଙ୍ଗୁଆଳ ବିଧାନ ଅଧିକାରୀ ଓ ତପୁ ବିଶ୍ୱାସ ଏକ ମାଛଧରା ଡଙ୍ଗାରେ ବିଜୁବାବୁ ଏବଂ ମହାନ୍ତିଙ୍କୁ ସାଙ୍ଗରେ ଧରି ଖରିନାସୀ-ଟୁବି ଘାଟରୁ ବାହାରି ଏକ ଘଣ୍ଟା ଜଳପଥରେ ରାମନଗର ପୁରୁଣାହାଟ ଘାଟ ଅଭିମୁଖେ ଯାଇଥିଲୁ। ବାଟରେ ନାଉରିଆମାନଙ୍କ ପରିବାର ଓ ଜୀବନଜୀବିକା କଥା ପଚାରି ବୁଝିଥିଲେ। ନାଉରିଆ ବିଧାନଙ୍କୁ ବିଜୁବାବୁ ପଚାରିଥିଲେ ନିର୍ବାଚନରେ ମୁଁ ଜିତିବି ନା ନାହିଁ। ବିଧାନ ବିଜୁବାବୁଙ୍କୁ କହିଥିଲେ, ଆପଣ ବହୁ ଭୋଟରେ ଜିତିବେ। ନଦୀପଥରେ ଯାତ୍ରାବେଳେ ବିଜୁବାବୁ ବିସ୍ତୀର୍ଣ୍ଣ ହେନ୍ତାଳବଣ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁବ୍‌ ଉପଭୋଗ କରିଥିଲେ। ଡଙ୍ଗା ଯାଉଥିବା ବେଳେ ଜଗର ଜାତୀୟ ମାଛ ନଦୀ ମଧ୍ୟରୁ ଡଙ୍ଗା ଭିତରକୁ ଡେଇଁପଡ଼ୁଥିଲେ। ଏହା କି ମାଛ ବୋଲି ବିଧାନକୁ ବିଜୁବାବୁ ପଚାରିଥିଲେ। ବିଗତ ଦିନର ବିଜୁବାବୁଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତ କଥା ଭାବି ଆଜି ଭାବବିହ୍ବଳ ହୋଇପଡ଼ିଛନ୍ତି ବିଧାନ। ଯଦି ବିଜୁବାବୁ ଆଜି ଥା’ନ୍ତେ ତେବେ ଏପରି ନୂଅଁାଣିଆ ଚାଳଛପର ଘରେ ଜଳଖିଆ ଦୋକାନ କରି ଦୁଃଖକଷ୍ଟରେ ପରିବାର ପ୍ରତିପୋଷଣ କରୁ ନ ଥାନ୍ତେ ବୋଲି ଦୁଃଖର ସହ କହିଛନ୍ତି ବିଧାନ। ବିଧାନଙ୍କ କହିବା କଥା, ଆଉ ସେଦିନର ଡଙ୍ଗା ନାହିଁ କି ବିଜୁବାବୁ ନାହାନ୍ତି। କିନ୍ତୁ ନଦୀ ଭିତରେ ଆମ ସହ ବିତିଥିବା କେଇ ମୁହୂର୍ତ୍ତ କେବେ ବି ଭୁଲି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri