‘ଡଙ୍ଗାରେ ବିଜୁବାବୁଙ୍କ ସହ ବିତିଥିବା ମୁହୂର୍ତ୍ତ ଅଭୁଲା’

ମହାକାଳପଡ଼ା,୧୮ା୪(ଡି.ଏନ୍‌.ଏ.): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ରବିବାର ପାଳିତ ହୋଇଯାଇଛି। ହେଲେ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବି ଅନେକ ଲୋକ ତାଙ୍କୁ ଝୁରୁଛନ୍ତି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଞ୍ଚଳର ନାଉରିଆ ବିଧାନ ଅଧିକାରୀ ଅନ୍ୟତମ। ସେ ଡଙ୍ଗାରେ ବିଜୁବାବୁଙ୍କ ସହ ବିତାଇଥିବା ମୁହୂର୍ତ୍ତ ଅଭୁଲା ରହିବ ବୋଲି କହିଛନ୍ତି। ବିଧାନଙ୍କ କହିବା ମୁତାବକ, ୧୯୮୪-୮୫ ମସିହାର କଥା। ବିଜୁବାବୁ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ପ୍ରଚାର ପାଇଁ ମହାକାଳପଡ଼ା ବ୍ଲକ ଗସ୍ତରେ ଆସିଥିଲେ। ତତ୍କାଳୀନ ବିଧାୟକ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କୁ ସାଙ୍ଗରେ ଧରି ନିଜ ସପକ୍ଷରେ ଭୋଟ ଦେବାକୁ ଏକ ଲଞ୍ଚ୍‌ ଯୋଗେ ଜମ୍ବୁଘାଟରୁ ଯାତ୍ରା ଆରମ୍ଭ କରିଥିଲେ। ଜଳପଥରେ ଜମ୍ବୁ, ବତିଘର ଆଦି ଗସ୍ତ ପରେ ଖରିନାସୀ ଗଳିଆ ନଦୀରେ ଲଞ୍ଚ୍‌ ପହଞ୍ଚତ୍ଥିଲା। ନଦୀରେ ଜଳସ୍ତର କମିଯିବାରୁ ଲଞ୍ଚ୍‌ ଆଗକୁ ଯାଇ ପାରି ନ ଥିଲା। ଅନ୍ୟ ପଞ୍ଚାୟତକୁ ଯାତାୟାତ ପାଇଁ ସଡ଼କ ପଥର ସୁବିଧା ନ ଥିବାରୁ ରାମନଗର, ଖରିନାସୀ ପଞ୍ଚାୟତଗୁଡ଼ିକୁ ନଦୀପଥରେ ଯିବାକୁ ଖୋଜାପଡ଼ିଲା ଏକ ଡଙ୍ଗା ଓ ନାବିକ। ନଳିନୀବାବୁଙ୍କ ନିର୍ଦ୍ଦେଶରେ ଖରିନାସୀ ସରପଞ୍ଚ ନାରାୟଣ ହାଲ୍‌ଦାରଙ୍କୁ ଡାକି ନାଉରିଆ ଯୋଗାଡ଼ କରିବାକୁ କହିଥିଲେ। ସରପଞ୍ଚ ହାଲ୍‌ଦାର ଦୁଇ ଦକ୍ଷ ନାବିକଙ୍କୁ ଯୋଗାଡ଼ କରିଥିଲେ। ସେ ସମୟରେ ନଦୀର ଗଭୀର ଜଳସ୍ରୋତ ଓ କୁମ୍ଭୀରଭରା ନଦୀରେ ଯାତାୟାତ ପାଇଁ ଭୟ ଥାଏ। ନିଜ ଜୀବନକୁ ଖାତିର ନ କରି ଦୁଇଜଣ ଡଙ୍ଗା ମଙ୍ଗୁଆଳ ବିଧାନ ଅଧିକାରୀ ଓ ତପୁ ବିଶ୍ୱାସ ଏକ ମାଛଧରା ଡଙ୍ଗାରେ ବିଜୁବାବୁ ଏବଂ ମହାନ୍ତିଙ୍କୁ ସାଙ୍ଗରେ ଧରି ଖରିନାସୀ-ଟୁବି ଘାଟରୁ ବାହାରି ଏକ ଘଣ୍ଟା ଜଳପଥରେ ରାମନଗର ପୁରୁଣାହାଟ ଘାଟ ଅଭିମୁଖେ ଯାଇଥିଲୁ। ବାଟରେ ନାଉରିଆମାନଙ୍କ ପରିବାର ଓ ଜୀବନଜୀବିକା କଥା ପଚାରି ବୁଝିଥିଲେ। ନାଉରିଆ ବିଧାନଙ୍କୁ ବିଜୁବାବୁ ପଚାରିଥିଲେ ନିର୍ବାଚନରେ ମୁଁ ଜିତିବି ନା ନାହିଁ। ବିଧାନ ବିଜୁବାବୁଙ୍କୁ କହିଥିଲେ, ଆପଣ ବହୁ ଭୋଟରେ ଜିତିବେ। ନଦୀପଥରେ ଯାତ୍ରାବେଳେ ବିଜୁବାବୁ ବିସ୍ତୀର୍ଣ୍ଣ ହେନ୍ତାଳବଣ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁବ୍‌ ଉପଭୋଗ କରିଥିଲେ। ଡଙ୍ଗା ଯାଉଥିବା ବେଳେ ଜଗର ଜାତୀୟ ମାଛ ନଦୀ ମଧ୍ୟରୁ ଡଙ୍ଗା ଭିତରକୁ ଡେଇଁପଡ଼ୁଥିଲେ। ଏହା କି ମାଛ ବୋଲି ବିଧାନକୁ ବିଜୁବାବୁ ପଚାରିଥିଲେ। ବିଗତ ଦିନର ବିଜୁବାବୁଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତ କଥା ଭାବି ଆଜି ଭାବବିହ୍ବଳ ହୋଇପଡ଼ିଛନ୍ତି ବିଧାନ। ଯଦି ବିଜୁବାବୁ ଆଜି ଥା’ନ୍ତେ ତେବେ ଏପରି ନୂଅଁାଣିଆ ଚାଳଛପର ଘରେ ଜଳଖିଆ ଦୋକାନ କରି ଦୁଃଖକଷ୍ଟରେ ପରିବାର ପ୍ରତିପୋଷଣ କରୁ ନ ଥାନ୍ତେ ବୋଲି ଦୁଃଖର ସହ କହିଛନ୍ତି ବିଧାନ। ବିଧାନଙ୍କ କହିବା କଥା, ଆଉ ସେଦିନର ଡଙ୍ଗା ନାହିଁ କି ବିଜୁବାବୁ ନାହାନ୍ତି। କିନ୍ତୁ ନଦୀ ଭିତରେ ଆମ ସହ ବିତିଥିବା କେଇ ମୁହୂର୍ତ୍ତ କେବେ ବି ଭୁଲି ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ନୟାଗଡ଼ ଏସ୍‌ପି

ଭୁବନେଶ୍ୱର,୨୩।୧୨(ବ୍ୟୁରୋ)-ବଦଳିଲେ ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର। ପ୍ରତ୍ୟୁଷଙ୍କୁ ଏଆଇଜି ମୁଖ୍ୟାଳୟ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସିଦ୍ଧାର୍ଥ କାଟାରିଆଙ୍କୁ ଅବସ୍ଥାପିତ କରାଯାଇଛି। ଏ ନେଇ...

୪ବର୍ଷିଆ ୟୁଜି ପାଠ୍ୟକ୍ରମ ନେଇ ବିଜ୍ଞପ୍ତି

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପାଠ ପଢ଼ିବାକୁ ହେବ। ଏ ନେଇ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଘୋଷଣା କରାଯାଇଛି। ଜାତୀୟ...

ପ୍ରମାଣପତ୍ର ପାଇଁ ଭୂମିହୀନ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୧।୫: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତ ନାରାୟଣପୁର ଗ୍ରାମରେ ପ୍ରାୟ ୩୦୦ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦...

କଳାହାଣ୍ଡି ଜିଲାରେ କପିକରି ଧରାପଡ଼ିଲେ ୨୧ ପରୀକ୍ଷାର୍ଥୀ

ଭବାନୀପାଟଣା,୨୯।୨(ଡି.ଏନ୍‌.ଏ.): ମାଟ୍ରିକ୍‌ ପରୀକ୍ଷାର ବିଜ୍ଞାନ ବିଷୟରେ କଳାହାଣ୍ଡି ଜିଲାର ୨୧ ପରୀକ୍ଷାର୍ଥୀ କପିକରି ଶୁକ୍ରବାର ଧରାପଡ଼ିଛନ୍ତି। ଡିଇଓ ସ୍କ୍ବାଡ୍‌ ପକ୍ଷରୁ ମୁସ୍କୁଟି ମିଳିତ ପଞ୍ଚାୟତ ହାଇସ୍କୁଲରେ...

ନିୟମ ଉଲ୍ଲଂଘନ ନେଇ ଗ୍ରସୋରି ଦୋକାନ ସିଲ୍‌

ସଜନାଗଡ଼, ୧୧।୪(ଡି.ଏନ.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତ୍ୱ ଓ ମୁହଁରେ ମାସ୍କ ଲଗାଇବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ମାତ୍ର...

ଜଙ୍ଗଲରେ ନିଆଁ

ମାଲକାନଗିରି, ୨୧ା୪ (ସ୍ବ.ପ୍ର.)-  ମାଲକାନଗିରି ଜିଲା ବନବିଭାଗର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲରେ  ନିଆଁ ଲାଗିଛି। ବିଭାଗର ୬ଟି ରେଞ୍ଜ୍‌ର କର୍ମଚାରୀମାନେ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି।...

ବାଣ ଫୁଟି ୫ମୃତ ଘଟଣା: ଜିଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖୋର୍ଦ୍ଧା ଅଫିସ,୭।୩: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅଧୀନ ଭୂଷଣ୍ଡପୁରରେ ଦୋଳ ପୂର୍ଣ୍ଣିମା ପାଇଁ ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣରେ ସୋମବାର ୫ଜଣଙ୍କ ମୃତ୍ୟୁ ଘଟିଥିବା...

ବସ୍‌ରୁ ଓହ୍ଲାଇ ଘରକୁ ପଳାଇଲେ ପ୍ରବାସୀ

କଟକ ଅଫିସ୍‌,୧୨ା୫: ପ୍ରବାସୀ ଫେରନ୍ତାଙ୍କ ରହଣି ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ତଥାପି ଅନେକ ଫେରନ୍ତା ସରକାରୀ ନିୟମକୁ ମାନୁନାହାନ୍ତି। ବସ୍‌ରେ ଫେରିବା...

Advertisement
Archives

Model This Week