ନାବାଳକ ଗାଡ଼ି ଚଳାଇଲେ ରଦ୍ଦ ହେବ ରେଜିଷ୍ଟ୍ରେଶନ

କଟକ,୩୧।୭ (କାର୍ତ୍ତିକ ସାହୁ): ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ସୋମବାରଠାରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଧରପଗଡ଼ ଅଭିଯାନରେ ବିଶେଷ ସଫଳତା ମିଳିଛି। ନାବାଳକ ଚାଳକଙ୍କୁ ଗାଡ଼ି ଚାଳନାରୁ ନିବୃତ୍ତ କରିବା ପାଇଁ ଏସ୍‌ଟିଏ ଏମ୍‌ଭି ଆକ୍ଟ ୧୯୯(କ) ଧାରାକୁ ପାଳନ କରିବା ନିମନ୍ତେ କଡ଼ା କଟକଣା ଜାରି କରିଛି। ରାଜ୍ୟରେ ୩୫ଟି ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ଏବଂ ୩ଟି ଅତିରିକ୍ତ ପରିବହନ ଅଧିକାରୀ (ଏଆର୍‌ଟିଓ)ଙ୍କ ପକ୍ଷରୁ ଧରପଗଡ଼ ଅଭିଯାନ କରାଯାଇଛି। ପ୍ରଥମ ଦିନରେ ୧୫୪ ଓ ଦ୍ୱିତୀୟ ଦିନରେ ୧୮୦ ମିଶି ମୋଟ୍‌ ୩୩୪ଟି ମାମଲାରେ ଚାଲାଣ କଟାଯାଇଛି। ସେହିପରି ପ୍ରଥମ ଦିନରେ ୬୦ ଓ ଦ୍ୱିତୀୟ ଦିନରେ ୭୮ ମିଶି ମୋଟ୍‌ ୧୩୮ ଗାଡ଼ି ଜବତ ହୋଇଛି। ହେଲେ ୧୯୬ଟି ମାମଲାରେ କେବଳ ଚାଲାଣ କଟାଯାଇଥିବାବେଳେ କୌଣସି ଗାଡ଼ି ଜବତ ହୋଇପାରିନାହିଁ। ୨ ଦିନ ବ୍ୟାପୀ ରୁଜୁ ୩୩୪ ମାମଲାରେ ୮୩ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ପାଇଁ ଚାଲାଣ କଟାଯାଇଛି।
ଏସ୍‌ଟିଏ କାର୍ଯ୍ୟାଳୟରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଟିଏର ଆଡିଶନାଲ କମିଶନର ଲାଲମୋହନ ସେଠୀଙ୍କ ସୂଚନା ଅନୁସାରେ, ୧୬ ବର୍ଷରୁ କମ୍‌ ନାବାଳକ ଗାଡ଼ି ଚଳାଇଲେ ପ୍ରଥମେ ଗାଡ଼ି ଜବତ ହୋଇ ମାମଲା ରୁଜୁ ହେବ। ଗାଡ଼ିର ରେଜିଷ୍ଟ୍ରେଶନ ରଦ୍ଦ କରାଯିବ। ରାସ୍ତାରେ ଲାଗିଥିବା କ୍ୟାମେରାରେ ଧରାପଡ଼ିଲେ ବି କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନିକଟରୁ ମଙ୍ଗଳବାର ମିଳିଥିବା ୨ ଦିନର ତଥ୍ୟ ଅନୁସାରେ, ଚାଲାଣ କଟାଯାଇଥିବା ମାମଲା ସଂଖ୍ୟା ବଡ଼ବିଲ୍‌ରେ ୩, ଦେବଗଡ଼ ୪, ଅନୁଗୋଳ ୧୩, ଢେଙ୍କାନାଳ ୧୧, କେନ୍ଦୁଝର ୯, ତାଳଚେର ୬, ରାଉରକେଲା ୧୭, ସୋନପୁର ୮, ବଲାଙ୍ଗୀର ୧୨, ଝାରସୁଗୁଡ଼ା ୭, ବରଗଡ଼ ୫, ସମ୍ବଲପୁର ୯, ସୁନ୍ଦରଗଡ଼ ୪, ଭୁବନେଶ୍ୱର(୧) ୨୩, ନୟାଗଡ଼ ୧୩, ପୁରୀ ୩, କଟକ ୨୭, କେନ୍ଦ୍ରାପଡ଼ା ୩, ଭୁବନେଶ୍ୱର(୨) ୧୩, ଏଆର୍‌ଟିଓ ଖୋର୍ଦ୍ଧା ୬, ଜଗତ୍‌ସିଂହପୁର ୧, ଫୁଲବାଣୀ ୪, ଭଞ୍ଜନଗର ୫, ଗଞ୍ଜାମ ୧୪, ଗଜପତି ୪, ବୌଦ୍ଧ ୩, ଯାଜପୁର ୫, ଚଣ୍ଡିଖୋଲ ୯, ଏଆର୍‌ଟିଓ ରାଇରଙ୍ଗପୁର ୮, ବାଲେଶ୍ୱର ୧୦, ଭଦ୍ରକ ୩, ମୟୂରଭଞ୍ଜ ୬, ନୂଆପଡ଼ା ୫, କଳାହାଣ୍ଡି ୨୨, ରାୟଗଡ଼ା ୧୩, ମାଲକାନଗିରି ୨, ନବରଙ୍ଗପୁର ୧୦ ଓ କୋରାପୁଟ ୧୪ ମିଶି ମୋଟ୍‌ ୩୩୪ ହୋଇଛି। ଅପରପକ୍ଷରେ ଜବତ ହୋଇଥିବା ଗାଡ଼ି ସଂଖ୍ୟା ବଡ଼ବିଲ ୧, ଅନୁଗୋଳ ୯, ଢେଙ୍କାନାଳ ୨, ତାଳଚେର ୬, ରାଉରକେଲା ୧୭, ସୋନପୁର ୮, ବଲାଙ୍ଗୀର ୧୨, ସୁନ୍ଦରଗଡ଼ ୪, ଭୁବନେଶ୍ୱର(୧) ୪, ନୟାଗଡ଼ ୨, କଟକ ୧, ଏଆର୍‌ଟିଓ ଖୋର୍ଦ୍ଧା ୩, ଫୁଲବାଣୀ ୪, ଗଞ୍ଜାମ ୨, ଗଜପତି ୨, ବୌଦ୍ଧ ୧, ଚଣ୍ଡିଖୋଲ ୯, ଏଆର୍‌ଟିଓ ରାଇରଙ୍ଗପୁର ୨, ବାଲେଶ୍ୱର ୮, ଭଦ୍ରକ ୩, ମୟୂରଭଞ୍ଜ ୬, ନୂଆପଡ଼ା ୫, କଳାହାଣ୍ଡି ୯, ରାୟଗଡ଼ା ୧୩, ନବରଙ୍ଗପୁର ୧ ଓ କୋରାପୁଟ ୪ ମିଶି ମୋଟ୍‌ ୧୩୮ ହୋଇଛି। ସର୍ବାଧିକ ମାମଲା ସଂଖ୍ୟା ଭୁବନେଶ୍ୱର-୧ରେ ୨୩ ହୋଇଥିବାବେଳେ ଜଗତ୍‌ସିଂହପୁରରେ ସର୍ବନିମ୍ନ ୧ ରହିଛି। ତେବେ ୨ ଦିନ ବ୍ୟାପୀ ଧରପଗଡ଼ରେ ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ପୁରୀ, କେନ୍ଦ୍ରାପଡ଼ା, ଭୁବନେଶ୍ୱର(୨), ଜଗତ୍‌ସିଂହପୁର, ଭଞ୍ଜନଗର, ଯାଜପୁର, ମାଲକାନଗିରି ଆର୍‌ଟିଓ କାର୍ଯ୍ୟାଳୟ ଅଧୀନରେ କୌଣସି ଗାଡ଼ି ଜବତ ହୋଇ ନ ଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ଏମ୍‌ଭି ଆକ୍ଟ ୧୯୯(କ) ଧାରା ଅନୁଯାୟୀ ନାବାଳକମାନେ ଗାଡ଼ି ଚଳାଉଥିବା ଧରାପଡ଼ିଲେ ସେମାନଙ୍କ ମା’ବାପା ଜେଲ୍‌ ଯିବେ। ଗାଡ଼ି ଦେଇଥିବା ମା’ବାପାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଏଥିସହ ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ନ ହେବା ପର୍ଯ୍ୟନ୍ତ କୌଣସି ଡ୍ରାଇଭିଂ ଲାଇଲେନ୍ସ ପ୍ରଦାନ କରାଯିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?