ତାଲିବାନ ଶାସନରେ ୧୬୦ ମିଡ଼ିଆ ହାଉସ ବନ୍ଦ, ୨୦୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧି ବେରୋଜଗାର…

କାବୁଲ, ୨୭।୮ : ତାଲିବାନର ଶାସନକୁ ଏକ ବର୍ଷ ପୂରଣ ହୋଇ ସାରିଛି। ଏହି ସମୟ ମଧ୍ୟରେ ଆଫଗାନିସ୍ତାନର ଗଣମାଧ୍ୟମ ନିଜର ସ୍ଥିତି ବଞ୍ଚାଇ ରଖିବାକୁ ସଂଘର୍ଷ କରୁଛି। ଗଣମାଧ୍ୟମ ପ୍ରତିନିଧିମାନଙ୍କ ଅନୁସାରେ ଆଫଗାନିସ୍ତାନରେ ଗଣମାଧ୍ୟମ ପାଇଁ କୌଣସି ଆଇନ ନାହିଁ। ତାଲିବାନ ଶାସନରେ ଆଫଗାନିସ୍ତାନରେ ଗଣମାଧ୍ୟମ ଉପରେ କେବଳ ପ୍ରତିବନ୍ଧକ ହିଁ ଲଗାଯାଉଛି।

ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନର ଜାତୀୟ ଗଣମାଧ୍ୟମ ସଂଘ ସହିତ ଅନ୍ତର୍ଜାତୀୟ ଫେଡେରେସନ ଅଫ ଜର୍ନାଲିଷ୍ଟମାନେ ଏକ ସହଭାଗିତା ଗଠନ କରିଥିଲେ। ଏହାର ଏକ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ୪୦୦ଗଣମାଧ୍ୟମ ସଂଗଠନ ମଧ୍ୟରୁ ୧୬୦ ଟିକୁ ବନ୍ଦ କରିବାକୁ ପଡିଛି। ସେଥିମଧ୍ୟରୁ ପ୍ରାୟ୧୦୦ ଟି ରେଡିଓ ଷ୍ଟେଶନ ରହିଛି।

ପ୍ରକାଶିତ ଖବର ଅନୁଯାୟୀ, ଏହି ସମୟରେ ଆଫଗାନିସ୍ତାନରେ ଖୋଲାଯାଇଥିବା ମିଡିଆ ହାଉସକୁ କ’ଣ ପ୍ରସାରଣ କରାଯିବ ଏବଂ କ’ଣ ନୁହେଁ ତାହା ଉପରେ ନୂତନ ଶାସକମାନେ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମ ସଙ୍ଗଠନର ସର୍ବେକ୍ଷଣ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ୨,୦୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧି ବେରୋଜଗାର ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ମହିଳା। ମହିଳାମାନେ କାମ କରିବା ପାଇଁ ତାଲିବାନ ଶାସକ କଠୋର ନିୟମ ସ୍ଥିର କରିଛନ୍ତି। ଜୁଲାଇ ୨୦୨୧ରେ, ତିନିଜଣ ମହିଳା ଟେଲିଭିଜନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା। ଏହା ପରେ ଅଗଷ୍ଟରେ ତାଲିବାନ କ୍ଷମତାକୁ ଆସିବା ପରେ ମହିଳାମାନେ ବହୁ ସଂଖ୍ୟାରେ ଚାକିରି ଛାଡିବାକୁ ବାଧ୍ୟ ହୋଇଥିଲେ।

ଗତ ଏକ ବର୍ଷ ମଧ୍ୟରେ ଆଫଗାନିସ୍ତାନରେ ୧୨୦ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୮ ଜଣ କେବଳ କାବୁଲର ଅଛନ୍ତି। ଅଧିକାଂଶ ଖବରକାଗଜ ଆଉ ମୁଦ୍ରିତ ହେଉ ନାହିଁ ଏବଂ ପ୍ରାୟ ସମସ୍ତେ ଅନଲାଇନ ହୋଇ ଯାଇଛନ୍ତି।

ମିଡିଆ ହାଉସ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନମାନେ ଆଉ ଆମେ ନିଜର ସୂଚନା ପାଇପାରୁ ନାହିଁ। ବର୍ତ୍ତମାନ ଆମେ ପାଶ୍ଚାତ୍ୟ ଗଣମାଧ୍ୟମ ମାଧ୍ୟମରେ ଆମର ଖବର ପାଇପାରୁଛୁ। ଜାତୀୟ ଗଣମାଧ୍ୟମ ସେଲ୍ଫ-ସେନ୍ସର କରୁଛି ଏବଂ ତାଲିବାନ ସବୁକିଛି ଉପରେ ନଜର ରଖିଛି। କାବୁଲର ଅଧିକାଂଶ ଦୂତାବାସ ବନ୍ଦ ଥିବାରୁ ଅନ୍ୟ ଦେଶରୁ ଭିଜା ପାଇବା ଆଶାରେ ଶତାଧିକ ଗଣମାଧ୍ୟମ ପ୍ରତିନିଧି ପଡୋଶୀ ଦେଶ ପାକିସ୍ଥାନକୁ ପଳାଇଥିବା ରିପୋର୍ଟ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?