କଠୋର ନିୟମରେ ହାରିଛି କରୋନା

କରୋନାର ପ୍ରଥମ ଲହରରେ ପ୍ରଥମରୁ କଡ଼ା କଟକଣା ଜାରି କରି ବିଶ୍ୱରେ ପ୍ରଶଂସା ସାଉଁଟିଥିଲା ଭାରତ। ହେଲେ ଦ୍ୱିତୀୟ ଲହର ଦେଶର ବ୍ୟବସ୍ଥାଗତ ଅପାରଗତାକୁ ପଦାରେ ପକାଇ ଦେଇଛି। ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳ କୋଭିଡ୍‌ କବ୍‌ଜାରେ। ଆଗାମୀ ଦିନରେ ଦେଶ ତୃତୀୟ ଲହର ଦେଖିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ପରେ ପରିସ୍ଥିତିର ଗମ୍ଭୀରତାକୁ ଅନୁମାନ କରିହେଉଛି। ମହାମାରୀର ନକାରାତ୍ମକ ପରିବେଶ ଭିତରେ ବିହାରରୁ ଆସିଛି ସକାରାତ୍ମକ ଖବର। କଠୋର ଅନୁଶାସନ, ସରକାରୀ ଗାଇଡ୍‌ଲାଇନ୍‌ର କଡ଼ାକଡ଼ି ପାଳନ ପରେ ଆଜି ବି ରାଜ୍ୟର ଅନେକ ଗଁାକୁ ଛୁଇଁପାରିନି ଭୂତାଣୁ।

ପାଟନା: କଠୋର ଅନୁଶାସନ, କଡ଼ା ନିୟମ, ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ପାଇଁ ବିହାରର ଖଗଡ଼ିଆ ସମେତ ୪ ଗ୍ରାମକୁ ଛୁଇଁପାରିନି କରୋନା। କୋଭିଡ୍‌-୧୯ର ପ୍ରଥମ ଲହରକୁ ସଫଳ ମୁକାବିଲା କରିଥିବା ଏହି ଗାଁ ଦ୍ୱିତୀୟ ଲହର ସମୟରେ ମଧ୍ୟ ନିଜକୁ ସୁରକ୍ଷିତ ରଖିପାରିଛି।
କରୋନା ପାଇଁ ଦେଶର ପ୍ରାୟ ସବୁସ୍ଥାନରେ କଟକଣା ଜାରି କରାଯାଇଥିବାବେଳେ ଖଗଡ଼ିଆ, ଗଢ଼ିଆ, ପାହାଡ଼ଚକ ଏବଂ ଫର୍ରେହି ଗ୍ରାମବାସୀ ସ୍ବାଭାବିକ ଜୀବନ ଜିଉଛନ୍ତି। ଭୂତାଣୁ କବଳରୁ ଜୀବନ ବଞ୍ଚାଇବା ଲାଗି ଦୀର୍ଘ ଦେଢ଼ବର୍ଷ ହେଲା ଅଞ୍ଚଳବାସୀ ଲାଗୁ କରିଛନ୍ତି କଡ଼ା ନିୟମ, ଯାହାକୁ ମାନିବାକୁ ସମସ୍ତେ ବାଧ୍ୟ। ବହିରାଗତଙ୍କ ପାଇଁ ଗ୍ରାମ ମୁଣ୍ଡରେ ରହିଛି କ୍ୱାରାଣ୍ଟାଇନ୍‌ ସେଣ୍ଟର। କୌଣସି ପ୍ରବାସୀ ଘରେ ପ୍ରବେଶ କରିବା ପୂର୍ବରୁ ଏକରୁ ଦୁଇ ସପ୍ତାହ ସେଠାରେ ରହିବାକୁ ବାଧ୍ୟ। ଏହାକୁ ବାଦ୍‌ ଦେଲେ ସମ୍ପୃକ୍ତ ଅଞ୍ଚଳବାସୀ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଗିପଡ଼ିଛନ୍ତି। ଅଧିକାଂଶ ବୟସ୍କ ଟିକାର ଦୁଇ ଡୋଜ୍‌ ନେଇସାରିଲେଣି। କହିବାକୁ ଗଲେ, ବରିଷ୍ଠମାନଙ୍କ ପରାମର୍ଶ ଏବଂ ଯୁବବର୍ଗଙ୍କ କୋଭିଡ୍‌-୧୯ ପ୍ରତି ସତର୍କତା ହିଁ ଏହିସବୁ ଗ୍ରାମକୁ କରୋନା କବଳରୁ ସୁରକ୍ଷିତ ରଖିପାରିଛି।
ଗୟା ଜିଲାରେ ଅବସ୍ଥିତ ଗଡ଼ିଆ, ପାହାଡ଼ଚକ ଗ୍ରାମର ମୋଟ ଜନସଂଖ୍ୟା ପାଖାପାଖି ୨୪୦୦। ସେହିପରି ଫର୍ରେହରେ ୩୦୦୦ ଲୋକ ବସବାସ କରନ୍ତି। ଏହି ୩ ଗ୍ରାମର ଶତାଧିକ ଲୋକ ଦିଲ୍ଲୀ, ପଞ୍ଜାବ ସମେତ ଅନ୍ୟ ରାଜ୍ୟରେ କାମ କରନ୍ତି। ଏହାସତ୍ତ୍ୱେ ଅଦ୍ୟାବଧି ଏଠାରୁ ଜଣେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଖଗଡ଼ିଆର ଶ୍ୟାମକୁମାରଙ୍କ କହିବା କଥା, ରାଜସ୍ଥାନରୁ ଫେରିବା ପରେ ତାଙ୍କୁ ସ୍ବତନ୍ତ୍ର ପ୍ରକୋଷ୍ଠରେ ରହିବାକୁ ପଡ଼ିଥିଲା। ଘରୁ ତାଙ୍କ ପାଇଁ ଖାଦ୍ୟ ଯାଉଥିଲେ ମଧ୍ୟ ସେସବୁ ଦୁଆର ମୁହଁରେ ରଖିଦିଆଯାଉଥିଲା। ଏଭଳି କଠୋର ଅନୁଶାସନ ଭିତରେ ତାଙ୍କୁ ପାଖାପାଖି ୧୪ ଦିନ ରହିବାକୁ ପଡ଼ିଲା। ବାହାରୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତି ଏହି ନିୟମ ମାନିବାକୁ ବାଧ୍ୟ। ଲକ୍ଷଣଯୁକ୍ତ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ସ୍କୁଲରେ ରଖାଯିବା ବ୍ୟବସ୍ଥା କରାଯାଇଛି। ଏଭଳି କାର୍ଯ୍ୟରେ ଜନପ୍ରତିନିଧିଙ୍କ ପକ୍ଷରୁ ସମସ୍ତ ସହାୟତା ମିଳୁଛି। ଛୋଟରୁ ବଡ଼ ସମସ୍ତେ ନିଜ ପାଖରେ ସାନିଟାଇଜର ରଖୁଛନ୍ତି। ଡବଲ ମାସ୍କ ପରିଧାନ କରୁଛନ୍ତି। ଭିଡ଼ ଏବଂ ସଂକ୍ରମଣ ଏଡ଼ାଇବାକୁ ଅଟୋରିକ୍ସା, ବସ୍‌ ବଦଳରେ ବାଇକ୍‌ରେ ଯାତାୟାତ କରିବାକୁ ପ୍ରାଥମିକତା ଦିଆଯାଉଛି। ବିନା ମାସ୍କରେ କାହାରିକୁ ଘରେ ପ୍ରବେଶ କରିବାକୁ ଦିଆଯାଉନାହିଁ। ଅଞ୍ଚଳର ସ୍ବନାମଧନ୍ୟ ଡାକ୍ତର ରୂପେଶ କୁମାର କୁହନ୍ତି, ପାଣିପାଗ ପରିବର୍ତ୍ତନ ସହ ଅଧିକାଂଶଙ୍କଠାରେ ଥଣ୍ଡା, ସର୍ଦ୍ଦି, କାଶ ଭଳି ସଂକ୍ରାମକ ରୋଗ ଦେଖାଦେଇଛି। ହେଲେ ଏହା ସେତେଟା ମାରାତ୍ମକ ନୁହେଁ। ଗୋଟିଏ ଦୁଇଟି ଔଷଧ ଖାଇବା ପରେ ରୋଗୀ ଆରୋଗ୍ୟ ହୋଇଯାଉଛନ୍ତି।

ବିବାହରେ ୧୧, ଶୁଦ୍ଧିକ୍ରିୟାରେ ୧୦
ବିବାହ, ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟକ୍ରମରେ ଅଧିକ ଭିଡ଼ ହେବା ସ୍ବାଭାବିକ। ହେଲେ କରୋନା ମହାମାରୀ ସମୟରେ ସଂକ୍ରମଣରୁ ରକ୍ଷା ଲାଗି ଏଥିରେ କାଟଛାଣ୍ଟ କରାଯାଉଛି। ଗୟା ଜିଲା ପ୍ରଶାସନ ପକ୍ଷରୁ ବିବାହ କାର୍ଯ୍ୟରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ହେଲେ ଖଗଡ଼ିଆରେ ମାତ୍ର ୧୧ଜଣ ବରଯାତ୍ରୀରେ ବିବାହ ସମ୍ପନ୍ନ ହେଉଥିବା ଦେଖିବାକୁ ମିଳିଛି। ସେହିପରି ଶୁଦ୍ଧିକାର୍ଯ୍ୟ ୧୦ ଜଣଙ୍କ ଭିତରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri