କଠୋର ନିୟମରେ ହାରିଛି କରୋନା

କରୋନାର ପ୍ରଥମ ଲହରରେ ପ୍ରଥମରୁ କଡ଼ା କଟକଣା ଜାରି କରି ବିଶ୍ୱରେ ପ୍ରଶଂସା ସାଉଁଟିଥିଲା ଭାରତ। ହେଲେ ଦ୍ୱିତୀୟ ଲହର ଦେଶର ବ୍ୟବସ୍ଥାଗତ ଅପାରଗତାକୁ ପଦାରେ ପକାଇ ଦେଇଛି। ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳ କୋଭିଡ୍‌ କବ୍‌ଜାରେ। ଆଗାମୀ ଦିନରେ ଦେଶ ତୃତୀୟ ଲହର ଦେଖିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ପରେ ପରିସ୍ଥିତିର ଗମ୍ଭୀରତାକୁ ଅନୁମାନ କରିହେଉଛି। ମହାମାରୀର ନକାରାତ୍ମକ ପରିବେଶ ଭିତରେ ବିହାରରୁ ଆସିଛି ସକାରାତ୍ମକ ଖବର। କଠୋର ଅନୁଶାସନ, ସରକାରୀ ଗାଇଡ୍‌ଲାଇନ୍‌ର କଡ଼ାକଡ଼ି ପାଳନ ପରେ ଆଜି ବି ରାଜ୍ୟର ଅନେକ ଗଁାକୁ ଛୁଇଁପାରିନି ଭୂତାଣୁ।

ପାଟନା: କଠୋର ଅନୁଶାସନ, କଡ଼ା ନିୟମ, ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ପାଇଁ ବିହାରର ଖଗଡ଼ିଆ ସମେତ ୪ ଗ୍ରାମକୁ ଛୁଇଁପାରିନି କରୋନା। କୋଭିଡ୍‌-୧୯ର ପ୍ରଥମ ଲହରକୁ ସଫଳ ମୁକାବିଲା କରିଥିବା ଏହି ଗାଁ ଦ୍ୱିତୀୟ ଲହର ସମୟରେ ମଧ୍ୟ ନିଜକୁ ସୁରକ୍ଷିତ ରଖିପାରିଛି।
କରୋନା ପାଇଁ ଦେଶର ପ୍ରାୟ ସବୁସ୍ଥାନରେ କଟକଣା ଜାରି କରାଯାଇଥିବାବେଳେ ଖଗଡ଼ିଆ, ଗଢ଼ିଆ, ପାହାଡ଼ଚକ ଏବଂ ଫର୍ରେହି ଗ୍ରାମବାସୀ ସ୍ବାଭାବିକ ଜୀବନ ଜିଉଛନ୍ତି। ଭୂତାଣୁ କବଳରୁ ଜୀବନ ବଞ୍ଚାଇବା ଲାଗି ଦୀର୍ଘ ଦେଢ଼ବର୍ଷ ହେଲା ଅଞ୍ଚଳବାସୀ ଲାଗୁ କରିଛନ୍ତି କଡ଼ା ନିୟମ, ଯାହାକୁ ମାନିବାକୁ ସମସ୍ତେ ବାଧ୍ୟ। ବହିରାଗତଙ୍କ ପାଇଁ ଗ୍ରାମ ମୁଣ୍ଡରେ ରହିଛି କ୍ୱାରାଣ୍ଟାଇନ୍‌ ସେଣ୍ଟର। କୌଣସି ପ୍ରବାସୀ ଘରେ ପ୍ରବେଶ କରିବା ପୂର୍ବରୁ ଏକରୁ ଦୁଇ ସପ୍ତାହ ସେଠାରେ ରହିବାକୁ ବାଧ୍ୟ। ଏହାକୁ ବାଦ୍‌ ଦେଲେ ସମ୍ପୃକ୍ତ ଅଞ୍ଚଳବାସୀ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଗିପଡ଼ିଛନ୍ତି। ଅଧିକାଂଶ ବୟସ୍କ ଟିକାର ଦୁଇ ଡୋଜ୍‌ ନେଇସାରିଲେଣି। କହିବାକୁ ଗଲେ, ବରିଷ୍ଠମାନଙ୍କ ପରାମର୍ଶ ଏବଂ ଯୁବବର୍ଗଙ୍କ କୋଭିଡ୍‌-୧୯ ପ୍ରତି ସତର୍କତା ହିଁ ଏହିସବୁ ଗ୍ରାମକୁ କରୋନା କବଳରୁ ସୁରକ୍ଷିତ ରଖିପାରିଛି।
ଗୟା ଜିଲାରେ ଅବସ୍ଥିତ ଗଡ଼ିଆ, ପାହାଡ଼ଚକ ଗ୍ରାମର ମୋଟ ଜନସଂଖ୍ୟା ପାଖାପାଖି ୨୪୦୦। ସେହିପରି ଫର୍ରେହରେ ୩୦୦୦ ଲୋକ ବସବାସ କରନ୍ତି। ଏହି ୩ ଗ୍ରାମର ଶତାଧିକ ଲୋକ ଦିଲ୍ଲୀ, ପଞ୍ଜାବ ସମେତ ଅନ୍ୟ ରାଜ୍ୟରେ କାମ କରନ୍ତି। ଏହାସତ୍ତ୍ୱେ ଅଦ୍ୟାବଧି ଏଠାରୁ ଜଣେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଖଗଡ଼ିଆର ଶ୍ୟାମକୁମାରଙ୍କ କହିବା କଥା, ରାଜସ୍ଥାନରୁ ଫେରିବା ପରେ ତାଙ୍କୁ ସ୍ବତନ୍ତ୍ର ପ୍ରକୋଷ୍ଠରେ ରହିବାକୁ ପଡ଼ିଥିଲା। ଘରୁ ତାଙ୍କ ପାଇଁ ଖାଦ୍ୟ ଯାଉଥିଲେ ମଧ୍ୟ ସେସବୁ ଦୁଆର ମୁହଁରେ ରଖିଦିଆଯାଉଥିଲା। ଏଭଳି କଠୋର ଅନୁଶାସନ ଭିତରେ ତାଙ୍କୁ ପାଖାପାଖି ୧୪ ଦିନ ରହିବାକୁ ପଡ଼ିଲା। ବାହାରୁ ଆସୁଥିବା ପ୍ରତ୍ୟକ ବ୍ୟକ୍ତି ଏହି ନିୟମ ମାନିବାକୁ ବାଧ୍ୟ। ଲକ୍ଷଣଯୁକ୍ତ ସନ୍ଦିଗ୍ଧଙ୍କୁ ସ୍ଥାନୀୟ ସ୍କୁଲରେ ରଖାଯିବା ବ୍ୟବସ୍ଥା କରାଯାଇଛି। ଏଭଳି କାର୍ଯ୍ୟରେ ଜନପ୍ରତିନିଧିଙ୍କ ପକ୍ଷରୁ ସମସ୍ତ ସହାୟତା ମିଳୁଛି। ଛୋଟରୁ ବଡ଼ ସମସ୍ତେ ନିଜ ପାଖରେ ସାନିଟାଇଜର ରଖୁଛନ୍ତି। ଡବଲ ମାସ୍କ ପରିଧାନ କରୁଛନ୍ତି। ଭିଡ଼ ଏବଂ ସଂକ୍ରମଣ ଏଡ଼ାଇବାକୁ ଅଟୋରିକ୍ସା, ବସ୍‌ ବଦଳରେ ବାଇକ୍‌ରେ ଯାତାୟାତ କରିବାକୁ ପ୍ରାଥମିକତା ଦିଆଯାଉଛି। ବିନା ମାସ୍କରେ କାହାରିକୁ ଘରେ ପ୍ରବେଶ କରିବାକୁ ଦିଆଯାଉନାହିଁ। ଅଞ୍ଚଳର ସ୍ବନାମଧନ୍ୟ ଡାକ୍ତର ରୂପେଶ କୁମାର କୁହନ୍ତି, ପାଣିପାଗ ପରିବର୍ତ୍ତନ ସହ ଅଧିକାଂଶଙ୍କଠାରେ ଥଣ୍ଡା, ସର୍ଦ୍ଦି, କାଶ ଭଳି ସଂକ୍ରାମକ ରୋଗ ଦେଖାଦେଇଛି। ହେଲେ ଏହା ସେତେଟା ମାରାତ୍ମକ ନୁହେଁ। ଗୋଟିଏ ଦୁଇଟି ଔଷଧ ଖାଇବା ପରେ ରୋଗୀ ଆରୋଗ୍ୟ ହୋଇଯାଉଛନ୍ତି।

ବିବାହରେ ୧୧, ଶୁଦ୍ଧିକ୍ରିୟାରେ ୧୦
ବିବାହ, ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟକ୍ରମରେ ଅଧିକ ଭିଡ଼ ହେବା ସ୍ବାଭାବିକ। ହେଲେ କରୋନା ମହାମାରୀ ସମୟରେ ସଂକ୍ରମଣରୁ ରକ୍ଷା ଲାଗି ଏଥିରେ କାଟଛାଣ୍ଟ କରାଯାଉଛି। ଗୟା ଜିଲା ପ୍ରଶାସନ ପକ୍ଷରୁ ବିବାହ କାର୍ଯ୍ୟରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ହେଲେ ଖଗଡ଼ିଆରେ ମାତ୍ର ୧୧ଜଣ ବରଯାତ୍ରୀରେ ବିବାହ ସମ୍ପନ୍ନ ହେଉଥିବା ଦେଖିବାକୁ ମିଳିଛି। ସେହିପରି ଶୁଦ୍ଧିକାର୍ଯ୍ୟ ୧୦ ଜଣଙ୍କ ଭିତରେ ସୀମିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬,୬… ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଅଭିଷେକ, ୨୦ ବଲରେ କଲେ…

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ଏକ ଦମଦାର ଇନିଂସ ଖେଳିଥିଲେ। ସେ ପାକିସ୍ତାନୀ ବୋଲିଂ ଆକ୍ରମଣକୁ ଧ୍ୱସ୍ତବିଧ୍ୱସ୍ତ କରି ମାତ୍ର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଅଭିଷେକ-ତିଲକଙ୍କ ଧୂଆଁଧାର ବ୍ୟାଟିଂ: ପାକିସ୍ତାନକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା…

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?