Posted inଖେଳ

୧୯ ବର୍ଷରୁ କମ୍‌ ଏସିଆ କପ୍‌ ଜିତିଲା ଭାରତ

ଦୁବାଇ,୩୧।୧୨: ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟକୁ ଜିତି ନେଇଛି ଭାରତୀୟ ଦଳ। ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଫାଇନାଲକୁ ଭାରତ ଡିଏଲ୍‌ଏସ୍‌ ନିୟମରେ ୯ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶ୍ରୀଲଙ୍କା କୌଣସି ବିଭାଗରେ ପ୍ରତିପକ୍ଷ ଭାରତକୁ ଚ୍ୟାଲେଞ୍ଜ ଦେଇ ପାରି ନ ଥିଲା।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୧୯ ବର୍ଷରୁ କମ୍‌ ଶ୍ରୀଲଙ୍କା ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରି କି ଦଳର ୬ ଜଣ ଖେଳାଳି ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଫଳରେ ୩୮ ଓଭରରେ ୯ ଉଇକେଟ ହରାଇ ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା ଶ୍ରୀଲଙ୍କା। ଭାରତ ପାଇଁ ଭିକି ଓସ୍ତଓ୍ବାଲ ୩ ଉଇକେଟ ନେଇଥିବା ବେଳେ କୌଶଲ ତାମ୍ବେ ୨ ଉଇକେଟ ହତେଇଥିଲେ। ଜବାବରେ ଭାରତ ୧ ଉଇକେଟ କ୍ଷତିରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପାଇଁ ଅଙ୍ଗକ୍ରିଶ ରଘୁବଂଶୀ ୫୬ (୭ ଚୌକା)ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ ଶେକ ରଶିଦ (୩୧ ରନ୍‌, ୨ ଚୌକା)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ସମ୍ପର୍କରେ ବଡ଼ ଖୁଲାସା କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୬।୨: ନିକଟରେ କ୍ରିକେଟର ଲମ୍ବା ଫର୍ମାଟରେ ୪୦୦ ଉଇକେଟ ପୂରଣ କରିଥିବା ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ସମ୍ପର୍କରେ ଏକ ବଡ଼ ଖୁଲାସା...

୩୬ ହଜାର କୋଟି ଆୟ କରିପାରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୩ରୁ ୨୦୨୭ ମଧ୍ୟରେ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ପ୍ରସାରଣ ଅଧିକାର ବାବଦରୁ ୫ ବିଲିୟନ...

ଇଣ୍ଡିଆନ ସୁପର ଲିଗ୍‌: ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସି

ମାରଗାଓ, ୮।୩(ପି.ଟି.)- ପୂର୍ବରୁ ୨ଥର ଟାଇଟଲ ହାସଲ କରିଥିବା ଚେନ୍ନାଇନ ଏଫ୍‌ସି ପ୍ରଥମ ଦଳ ଭାବେ ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲରେ ପ୍ରବେଶ...

ଗୋଟିଏ ବି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳି ନ ଥିବା ମୟଙ୍କ ଅଗ୍ରଓ୍ବାଲଙ୍କୁ ବିଶ୍ୱକପ୍‌ ଦଳରେ କାହିଁକି ମିଳିଲା ସ୍ଥାନ, ଜାଣନ୍ତୁ

ବର୍ମିଂହମ୍‌, ୨।୭: ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପର ବାକି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ କର୍ନାଟକ ବ୍ୟାଟ୍ସମ୍ୟାନ୍‌ ମୟଙ୍କ...

ଟି୨୦ ସିରିଜ ଜିତିଲା ଭାରତ

ସିଡ୍‌ନୀ,୬।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ ଭଳି ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ଅତି ସହଜରେ ଜିତି ପ୍ରତିଶୋଧ ନେବାରେ ସଫଳ ହୋଇଛି ଟିମ୍‌ ଇଣ୍ଡିଆ।...

ପାକିସ୍ତାନ ଖେଳୁଥିଲା ମ୍ୟାଚ୍‌, ଷ୍ଟାଡିୟମରେ ପହଞ୍ଚିଲେ କୋହଲିଙ୍କ ପ୍ରଶଂସକ

ଲାହୋର, ୧୦।୧୦:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମୟର ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୩୦ ବର୍ଷ ବୟସରେ ସେ...

ସଚିନ ତେନ୍ଦୁଲକରଙ୍କ ଝିଅଙ୍କୁ ପସନ୍ଦ କରୁଛନ୍ତି ଏହି ଅଭିନେତା

ପୂର୍ବତନ ଭାରତୀୟ କ୍ରିକେଟ ଦଳର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ତାଙ୍କ ସୁନ୍ଦର ଏବଂ ସରଳ ସ୍ବଭାବ...

ଜାତୀୟ ପାରା ଆଥଲେଟିକ୍ସ: ଓଡ଼ିଶାରୁ ଭାଗନେବେ ୧୧ ପ୍ରତିଯୋଗୀ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)-ଜାତୀୟ ପାରା ଆଥଲେଟିକ୍ସର ୧୯ତମ ସଂସ୍କରଣ ଚଳିତମାସ ୨୪ରୁ ୨୭ ପର୍ଯ୍ୟନ୍ତ ବେଙ୍ଗାଲୁରୁର କାନ୍ତିରଭା ଏବଂ ବିଦ୍ୟାନଗର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ...

Advertisement
Archives

Model This Week