ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ ଶବର(୨୮) ଓ ପୁତୁରାଙ୍କ ନାମ ଟିକେମଣି ଶବର(୨୨)। ଉଭୟଙ୍କ ଘର ଧର୍ମଗଡ଼ ବ୍ଲକ ଝାରକୁଣ୍ଡାମାଲ ଗ୍ରାମରେ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଜଗବନ୍ଧୁ ଓ ଟିକେମଣି ଜୁନାଗଡ଼ ବ୍ଲକ କାଲୋପଲା ଗ୍ରାମରୁ କାମ ସାରି ସାରେ ଏକ ବାଇକ୍‌ରେ ଭବାନୀପାଟଣାକୁ ଯାଉଥିଲେ। ସନ୍ନ୍ୟାସୀକୁଣ୍ଡାମାଲ ନିକଟରେ ଏକ ଟ୍ରାକ୍ଟର ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଉଭୟ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜୁନାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ସୁସ୍ଥ ହେଲେ ୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୨: ଓଡ଼ିଶାରୁ ବୁଧବାର ୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୨୪୩ରେ ପହଞ୍ଚିଛି।...

୪ ସାଙ୍ଗଙ୍କଠାରୁ ମିଳିବ ତଥ୍ୟ

ଭୁବନେଶ୍ୱର,(ବ୍ୟୁରୋ)୨୬ା୮:ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାକୁ ୮ ଦିନ ବିତିଛି।...

ଦଣ୍ଡବତ ଯାତ୍ରାରେ ସନ୍ଥ: ବିଶ୍ୱର ମଙ୍ଗଳ ପାଇଁ ରାଜସ୍ଥାନରୁ ପୁରୀ

ନୟାଗଡ଼ ଅଫିସ,୧୧।୮: ବିଶ୍ୱର ମଙ୍ଗଳ କାମନା ସହ ଭାରତରେ ଶାନ୍ତି ପ୍ରତିଷ୍ଠା ପାଇଁ ରାମସିଂ ଭଗତ ନାମକ ଜଣେ ସନ୍ଥ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦଣ୍ଡବତ...

ବିମାନ ଚଳାଚଳ ଆରମ୍ଭ ହେଲା

ଭୁବନେଶ୍ୱର,୨୭।୫ (ବ୍ୟୁରୋ): ବାତ୍ୟାକୁ ଦୃଷ୍ଟିରେ ରଖି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୨୫ ତାରିଖ ମଙ୍ଗଳବାର ରାତି ୧୧ଟାରୁ ୨୭ତାରିଖ ଗୁରୁବାର ସକାଳ ୫ଟା...

ଅପହରଣର ୨ମାସ ପରେ ବି ନାବାଳିକାଙ୍କ ପତ୍ତା ପାଉନି ପୋଲିସ: ନ୍ୟାୟ ଦାବିରେ ଧାରଣା ଦେଲେ ମହିଳା

ପୁରୀ ଅଫିସ,୧୭-୯:ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ଅପହରଣ ଘଟଣାରେ ନାବାଳିକାଙ୍କ ପରିବାରକୁ ପୋଲିସ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ...

ଝଡ଼ ବତାସ ନେଲା ଜୀବନ

ଚିତ୍ରକୋଣ୍ଡା,୩୦।୫: ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ନାକାମାମୁଡ଼ି ପଞ୍ଚାୟତ ବାମେରିଙ୍ଗ ଗଁାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ଉକ୍ତ ଗଁାରେ ଥିବା ଏକ ନଦୀକୁ ଡଙ୍ଗାରେ...

ରାଜଧାନୀରେ ନକଲି ମୃଦୁ ପାନୀୟ କାରଖାନା: ଚଢ଼ାଉ କଲା ପୋଲିସ

ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଏକ ନକଲି କାରଖାନା ଠାବ ହୋଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ ହୋଇଥିବା ଏହି କାରଖାନା ଉପରେ ପୋଲିସ ଚଢ଼ାଉ...

Advertisement
Archives

Model This Week