ମାନପୁର-ଆରଡ଼ି ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ରାଜକନିକା, ୧୯ା୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ରାଜକନିକା ବ୍ଲକର ବାରାହାଦୋମଣ୍ଡା ପଞ୍ଚାୟତ। ଏହି ପଞ୍ଚାୟତର ମାନପୁର, ବାରାହା ଦୋମଣ୍ଡା, କାଏମା ଦୋମଣ୍ଡା, ବାରାହା କନପୁର, କାଏମା କନପୁର ଓ ଗୁଣ୍ଠଳ ଆଦି ୬ଟି ଗଁା ରହିଛି। ତେବେ ଦୈନିକ ଏହି ଅଞ୍ଚଳର ଲୋକେ ବୈତରଣୀ ନଦୀର ମାନପୁର ଘାଟ ପାର ହୋଇ ଭଦ୍ରକ ଜିଲାର ଆରଡ଼ିକୁ ଯିବା ଆସିବା କରିଥାନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଦୈନିକ ଶହ ଶହ ଭକ୍ତ ଭଦ୍ରକ ଜିଲା ଆରଡ଼ିରେ ଥିବା ଆଖଣ୍ଡଳମଣି ଠାକୁରଙ୍କ ଦର୍ଶନ ପାଇଁ ଆସିଥାନ୍ତି। ସେହିପରି ବର୍ଷାଦିନେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କାଉଡିଆ ଗାଡ଼ିରେ ଆସି ମାନପୁର ଘାଟ ପାର ହେବା ପାଇଁ ଭିଡ଼ ଜମାଇଥାନ୍ତି। ତେବେ ମାନପୁର ଘାଟରେ ହୁଲିଡଙ୍ଗା ହିଁ ଏକମାତ୍ର ସାହା ଭରସା। ପୁଣି ସେହି ଡଙ୍ଗାରେ ଜ୍ୟାକେଟ ବ୍ୟବସ୍ଥା ନାହିଁ। ପ୍ରଶାସନର ଏଥିପ୍ରତି ମଧ୍ୟ ଦୃଷ୍ଟି ନାହିଁ। ଏଠାରେ ଭିତରକନିକାରୁ ଶତାଧିକ କୁମ୍ଭୀର ଆସି ଯାତାୟାତ କରିଥାନ୍ତି। ଏହି ନଦୀ ଜୁଆରିଆ, ପଙ୍କୁଆ ସହ ଅତି ଗଭୀର। ଯଦି ଏଠାରେ ଡଙ୍ଗା ବୁଡିଯାଏ ତେବେ ଲୋକେ କୁମ୍ଭୀର ହାବୁଡ଼ରେ ପଡ଼ିଥାନ୍ତି। ଏଠାରେ ବୈତରଣୀ ନଦୀରେ ପୋଲ ନିର୍ମାଣ ପାଇଁ ଆଜକୁ ୫୦ ବର୍ଷ ହେଲା ବହୁ ବିଧାୟକ ଓ ସାଂସଦଙ୍କ ନିକଟରେ ସ୍ଥାନୀୟ ଲୋକେ ଦାବିକରି ଆସୁଛନ୍ତି। ଭୋଟ ସମୟରେ ରାଜନେତାମାନେ ଲୋକଙ୍କୁ ପ୍ରଭାବିତ କରି ଭୋଟ ନିଅନ୍ତି। ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି। ପରେ ସବୁ ଭୁଲିଯାଆନ୍ତି। ଆଖଣ୍ଡଳମଣି ମନ୍ଦିର ପରିସର ହେଉଛି କନିକା ରାଜାଙ୍କ ସମ୍ପତ୍ତି। ତାଙ୍କ ପୂର୍ବପୁରୁଷ ଏହି ମନ୍ଦିର ନିର୍ମାଣ କରାଇ ଥିଲେ। ପଣ୍ଡାମାନଙ୍କୁ ଏଠାରେ ସମ୍ପତ୍ତିବାଡ଼ି ଦେଇଥିଲେ। ପୁରୁଷ ପୁରୁଷ ଧରି ପଣ୍ଡାମାନେ ଏହି ସମ୍ପତ୍ତିବାଡ଼ି ଭୋଗ ଦଖଲ କରିଆସୁଛନ୍ତି। ୨୦୨୧ ଡିସେମ୍ବରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଆଳି ବିଧାୟକ ପ୍ରତାପ କେଶରୀ ଦେବ ଓଳାଭରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନପୁର ପୋଲ ପାଇଁ ୭୯ କୋଟି ଓ ବଳିତରଘାଟ ପୋଲ ଲାଗି ୧୦୮ କୋଟି ମଞ୍ଜୁର କରିଛନ୍ତି ବୋଲି କହିଥିଲେ। ତେବେ ଆଜକୁ ୪୦ ବର୍ଷ ତଳେ ଏହି ପୋଲ ପାଇଁ ୧୦ କୋଟି ଅଟକଳ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ୨୦ କୋଟି ହୋଇଥିଲା। ପୋଲ ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଯାଜପୁର ରୋଡ୍‌ରୁ ନଦୀରେ ଧାମରା ବନ୍ଦରକୁ କଞ୍ଚାମାଲ ପରିବହନ ପାଇଁ ସ୍ଥିର କଲେ। ଓଡ଼ିଶା ସରକାର କେନ୍ଦ୍ରୀୟ ପରିବହନ ମନ୍ତ୍ରଣାଳୟକୁ ପୋଲ ନିର୍ମାଣ ନିମନ୍ତେ ମଞ୍ଜୁର ପାଇଁ ୨ ବର୍ଷ ହେବ ପଠାଇଛନ୍ତି। ହେଲେ ଏହାକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ମିଳିନାହିଁ। ତେବେ ବର୍ତ୍ତମାନ ଏହି ପୋଲର ଅଟକଳ ୧୦ କୋଟିରୁ ୭୯ କୋଟିରେ ପହଞ୍ଚତ୍ଛି। ହେଲେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ। କେବେ କାମ ଆରମ୍ଭ ହୋଇ ସରିବ ଏହାକୁ ନେଇ ସ୍ଥାନୀୟ ଲୋକେ ସନ୍ଦେହଘେରରେ ରହିଛନ୍ତି। ତେଣୁ ତୁରନ୍ତ ଏହି ପୋଲ ନିର୍ମାଣ ଆରମ୍ଭ କରିବାକୁ ବାରାହା ଦୋମଣ୍ଡା ସରପଞ୍ଚ ପ୍ରସନ୍ନ ମଳିକ, ପୂର୍ବତନ ସରପଞ୍ଚ ପ୍ରଦୀପ୍ତ ବେଉରିଆ, ଦାମୋଦର ନାୟକ, ପ୍ରାକ୍ତନ ସରପଞ୍ଚ ବୀରସେନ ବାରିକ, ପୂର୍ବତନ ସରପଞ୍ଚ ବୀରଭଦ୍ର ମଳିକ ଓ ସାମାଜିକ କର୍ମୀ ନିରଞ୍ଜନ ମଳିକ ପ୍ରମୁଖ ଆଳି ବିଧାୟକ ଦେବଙ୍କ ସମେତ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ପୋଲ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ବିଭିନ୍ନ ଜିଲାର ପର୍ଯ୍ୟଟକ ଆଖଣ୍ଡଳମଣିଙ୍କୁ ଦର୍ଶନ ସହ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲା ମଧ୍ୟରେ ଯୋଗାଯୋଗ ସମ୍ଭବ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?