ଅନିଶ୍ଚିତତାରେ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜଗତ୍‌ସିଂହପୁର ଅଫିସ,୨୪।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ଚଳିତବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ବାତିଲ କରି ଦିଆଯାଇଛି। ଆଗକୁ କେବେ ପରୀକ୍ଷା ହେବ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏହାଭିତରେ ୧୦ମ ଶ୍ରେଣୀ ରେଗୁଲାର ଛାତ୍ରୀଛାତ୍ରଙ୍କୁ ୧୦୦ ଦିନିଆ ଶିକ୍ଷାଦାନ ସହ ୪ଟି ପ୍ରାକ୍ଟିସ୍‌ ଟେଷ୍ଟ କରାଯାଇସାରିଛି। ଏହି ଟେଷ୍ଟ ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ପରିଷଦ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଏବେ ଶୁଣାଯାଉଛି ରେଗୁଲାର ଛାତ୍ରୀଛାତ୍ରଙ୍କ ପରୀକ୍ଷା ନ ହେଲେ ୪ଟି ପ୍ରାକ୍ଟିସ୍‌ ଟେଷ୍ଟ ଫଳ ଅନୁଯାୟୀ ପିଲାମାନଙ୍କୁ ମାର୍କ ଦିଆଯିବ। ଏହାର ବାସ୍ତବତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ଏକ୍ସ-ରେଗୁଲାର, ମଦ୍ରାସା, ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ଟୋଲ୍‌ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ସରକାର କିଭଳି ପଦକ୍ଷେପ ନେବେ ସେନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଏହି ଛାତ୍ରୀଛାତ୍ରମାନେ ୧୦୦ ଦିନିଆ ଶିକ୍ଷାଲାଭ କରିନାହାନ୍ତି କି ରେଗୁଲାର ପିଲାଙ୍କ ଭଳି ପ୍ରାକ୍ଟିସ୍‌ ଟେଷ୍ଟ ଦେଇନାହାନ୍ତି। ତେଣୁ ପରିଷଦ ଏନେଇ କଣ ମାନଦଣ୍ଡ ରଖିବ ସେନେଇ ଛାତ୍ରୀଛାତ୍ରଙ୍କ ଚିନ୍ତା ବଢ଼ିଯାଇଛି।
ଏ ସମ୍ପର୍କରେ ନାଉଗାଁ ହାଟ ହାଇସ୍କୁଲର ଏକ୍ସ-ରେଗୁଲାର ଛାତ୍ର ସୂର୍ଯ୍ୟକାନ୍ତ ସାହାଣୀ ଓ ଆଶିଷ ଲେଙ୍କା କୁହନ୍ତି, ସେମାନେ ରେଗୁଲାର ଛାତ୍ରଙ୍କ ଭଳି ଏକ୍ସ-ରେଗୁଲାର ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ପରୀକ୍ଷା ମେ ୩ରୁ ୧୮ ତାରିଖ ମଧ୍ୟରେ ହେବା କଥା। ଏବେ ମାଟ୍ରିକ ପରୀକ୍ଷା ବାତିଲ ହୋଇଯିବାରୁ ଉପରୋକ୍ତୋ ପିଲାଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟରେ ରହିଛି। ପରିଷଦ ପକ୍ଷରୁ ପ୍ରାକ୍ଟିସ୍‌ ଟେଷ୍ଟ କରାଯାଇ ନ ଥିତ୍ବାରୁ କେଉଁ ଆଧାରରେ ଏବେ ମୂଲ୍ୟାୟନ ହେବ ତାହା ସ୍ପଷ୍ଟ ହୋଇନାହିଁ। ଏଣୁ ସମ୍ପୃକ୍ତ ଛାତ୍ରୀଛାତ୍ରମାନେ ଦଶମ ଶ୍ରେଣୀର ପାଠ ପଢ଼ିବେ ନା ଏକାଦଶ ପାଇଁ ପ୍ରସ୍ତୁତ ହେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବିଷୟରେ ସ୍ପଷ୍ଟ କରିବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରସନ୍ନଜିତ ସାହୁ (ବେସରକାରୀ ଶିକ୍ଷକ) କହିଛନ୍ତି, ମାଟ୍ରିକ ପରୀକ୍ଷା ବନ୍ଦ ଘୋଷଣା ପରେ କେତେଜଣ ପିଲା ଖୁସି ଅନୁଭବ କରୁଥିବା ବେଳେ କଠିନ ପରିଶ୍ରମ କରି ଭଲ ନମ୍ବର ରଖିବାକୁ ଆଶା ରଖିଥିବା ଅନେକ ଛାତ୍ରୀଛାତ୍ର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବିଶେଷକରି ଏକ୍ସ-ରେଗୁଲାର ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୂଲ୍ୟାୟନର ମାଧ୍ୟମ କାଢ଼ିବାକୁ ସରକାର ଚିନ୍ତା କରନ୍ତୁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ରେଗୁଲାର ଛାତ୍ରୀଛାତ୍ରଙ୍କ ପ୍ରଥମ ପ୍ରାକ୍ଟିସ୍‌ ଟେଷ୍ଟରେ ୨୦ ନମ୍ବର ଲେଖାଏ, ୨ୟ ଟେଷ୍ଟରେ ୩୦ ନମ୍ବର ଲେଖାଏ, ୩ୟ ଓ ୪ର୍ଥ ଟେଷ୍ଟରେ ୫୦ ଓ ୩୦ ନମ୍ବର ଲେଖାଏ ଅବ୍‌ଜେକ୍ଟିଭ୍‌ ଓ ସବ୍‌ଜେକ୍ଟିଭ୍‌ ଥିଲା। ଫାଇନାଲ ପରୀକ୍ଷାରେ ମଧ୍ୟ ୫୦ ନମ୍ବର ଅବଜେକ୍ଟିଭ୍‌ ଓ ୩୦ ନମ୍ବର ସବ୍‌ଜେକ୍ଟିଭ୍‌ ରହିଥାନ୍ତା। ଯେହେତୁ ପରୀକ୍ଷା ବାତିଲ କରି ଦିଆଗଲା ଏବେ ପରିଷଦ କି ନିଷ୍ପତ୍ତି ନେବ ତାହା ସମୟ କହିବ। ଏସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ଜିଲାରେ ୧୫୨୮ଜଣ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। କିନ୍ତୁ ସେମାନେ ପ୍ରାକ୍ଟିସ୍‌ ଟେଷ୍ଟ ଦେଇ ନାହାନ୍ତି। ଏ ବାବଦରେ ପରିଷଦ ବିଚାର କରି ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ମାଳିବେଲ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri