ଅନିଶ୍ଚିତତାରେ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜଗତ୍‌ସିଂହପୁର ଅଫିସ,୨୪।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପକ୍ଷରୁ ଚଳିତବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷା ବାତିଲ କରି ଦିଆଯାଇଛି। ଆଗକୁ କେବେ ପରୀକ୍ଷା ହେବ ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏହାଭିତରେ ୧୦ମ ଶ୍ରେଣୀ ରେଗୁଲାର ଛାତ୍ରୀଛାତ୍ରଙ୍କୁ ୧୦୦ ଦିନିଆ ଶିକ୍ଷାଦାନ ସହ ୪ଟି ପ୍ରାକ୍ଟିସ୍‌ ଟେଷ୍ଟ କରାଯାଇସାରିଛି। ଏହି ଟେଷ୍ଟ ପାଇଁ ଆବଶ୍ୟକ ପ୍ରଶ୍ନପତ୍ର ପରିଷଦ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଏବେ ଶୁଣାଯାଉଛି ରେଗୁଲାର ଛାତ୍ରୀଛାତ୍ରଙ୍କ ପରୀକ୍ଷା ନ ହେଲେ ୪ଟି ପ୍ରାକ୍ଟିସ୍‌ ଟେଷ୍ଟ ଫଳ ଅନୁଯାୟୀ ପିଲାମାନଙ୍କୁ ମାର୍କ ଦିଆଯିବ। ଏହାର ବାସ୍ତବତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ଏକ୍ସ-ରେଗୁଲାର, ମଦ୍ରାସା, ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ଟୋଲ୍‌ ଛାତ୍ରୀଛାତ୍ରଙ୍କ କ୍ଷେତ୍ରରେ ସରକାର କିଭଳି ପଦକ୍ଷେପ ନେବେ ସେନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ଏହି ଛାତ୍ରୀଛାତ୍ରମାନେ ୧୦୦ ଦିନିଆ ଶିକ୍ଷାଲାଭ କରିନାହାନ୍ତି କି ରେଗୁଲାର ପିଲାଙ୍କ ଭଳି ପ୍ରାକ୍ଟିସ୍‌ ଟେଷ୍ଟ ଦେଇନାହାନ୍ତି। ତେଣୁ ପରିଷଦ ଏନେଇ କଣ ମାନଦଣ୍ଡ ରଖିବ ସେନେଇ ଛାତ୍ରୀଛାତ୍ରଙ୍କ ଚିନ୍ତା ବଢ଼ିଯାଇଛି।
ଏ ସମ୍ପର୍କରେ ନାଉଗାଁ ହାଟ ହାଇସ୍କୁଲର ଏକ୍ସ-ରେଗୁଲାର ଛାତ୍ର ସୂର୍ଯ୍ୟକାନ୍ତ ସାହାଣୀ ଓ ଆଶିଷ ଲେଙ୍କା କୁହନ୍ତି, ସେମାନେ ରେଗୁଲାର ଛାତ୍ରଙ୍କ ଭଳି ଏକ୍ସ-ରେଗୁଲାର ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ପରୀକ୍ଷା ମେ ୩ରୁ ୧୮ ତାରିଖ ମଧ୍ୟରେ ହେବା କଥା। ଏବେ ମାଟ୍ରିକ ପରୀକ୍ଷା ବାତିଲ ହୋଇଯିବାରୁ ଉପରୋକ୍ତୋ ପିଲାଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟରେ ରହିଛି। ପରିଷଦ ପକ୍ଷରୁ ପ୍ରାକ୍ଟିସ୍‌ ଟେଷ୍ଟ କରାଯାଇ ନ ଥିତ୍ବାରୁ କେଉଁ ଆଧାରରେ ଏବେ ମୂଲ୍ୟାୟନ ହେବ ତାହା ସ୍ପଷ୍ଟ ହୋଇନାହିଁ। ଏଣୁ ସମ୍ପୃକ୍ତ ଛାତ୍ରୀଛାତ୍ରମାନେ ଦଶମ ଶ୍ରେଣୀର ପାଠ ପଢ଼ିବେ ନା ଏକାଦଶ ପାଇଁ ପ୍ରସ୍ତୁତ ହେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବିଷୟରେ ସ୍ପଷ୍ଟ କରିବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରସନ୍ନଜିତ ସାହୁ (ବେସରକାରୀ ଶିକ୍ଷକ) କହିଛନ୍ତି, ମାଟ୍ରିକ ପରୀକ୍ଷା ବନ୍ଦ ଘୋଷଣା ପରେ କେତେଜଣ ପିଲା ଖୁସି ଅନୁଭବ କରୁଥିବା ବେଳେ କଠିନ ପରିଶ୍ରମ କରି ଭଲ ନମ୍ବର ରଖିବାକୁ ଆଶା ରଖିଥିବା ଅନେକ ଛାତ୍ରୀଛାତ୍ର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବିଶେଷକରି ଏକ୍ସ-ରେଗୁଲାର ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୂଲ୍ୟାୟନର ମାଧ୍ୟମ କାଢ଼ିବାକୁ ସରକାର ଚିନ୍ତା କରନ୍ତୁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ରେଗୁଲାର ଛାତ୍ରୀଛାତ୍ରଙ୍କ ପ୍ରଥମ ପ୍ରାକ୍ଟିସ୍‌ ଟେଷ୍ଟରେ ୨୦ ନମ୍ବର ଲେଖାଏ, ୨ୟ ଟେଷ୍ଟରେ ୩୦ ନମ୍ବର ଲେଖାଏ, ୩ୟ ଓ ୪ର୍ଥ ଟେଷ୍ଟରେ ୫୦ ଓ ୩୦ ନମ୍ବର ଲେଖାଏ ଅବ୍‌ଜେକ୍ଟିଭ୍‌ ଓ ସବ୍‌ଜେକ୍ଟିଭ୍‌ ଥିଲା। ଫାଇନାଲ ପରୀକ୍ଷାରେ ମଧ୍ୟ ୫୦ ନମ୍ବର ଅବଜେକ୍ଟିଭ୍‌ ଓ ୩୦ ନମ୍ବର ସବ୍‌ଜେକ୍ଟିଭ୍‌ ରହିଥାନ୍ତା। ଯେହେତୁ ପରୀକ୍ଷା ବାତିଲ କରି ଦିଆଗଲା ଏବେ ପରିଷଦ କି ନିଷ୍ପତ୍ତି ନେବ ତାହା ସମୟ କହିବ। ଏସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ଜିଲାରେ ୧୫୨୮ଜଣ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥାନ୍ତେ। କିନ୍ତୁ ସେମାନେ ପ୍ରାକ୍ଟିସ୍‌ ଟେଷ୍ଟ ଦେଇ ନାହାନ୍ତି। ଏ ବାବଦରେ ପରିଷଦ ବିଚାର କରି ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟାସ୍ପଞ୍ଜ ପଞ୍ଚସଖା ଫୁଟବଲ ଟୁର୍ନାମେଣ୍ଟ : ଦେଓଝର ଗ୍ରାମ ପଞ୍ଚାୟତ ଚାମ୍ପିୟନ

ଯୋଡ଼ା,୨୭।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡାବ୍ଲକ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ ଆଇରନ ଲିମିଟେଡର ଟାଟାସ୍ପଞ୍ଜ ପଞ୍ଚସଖା ପକ୍ଷରୁ ଏକ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ...

ମାଓବାଦୀ ଅଞ୍ଚଳ ପିଲାଙ୍କୁ ଶିକ୍ଷିତ ପାଇଁ ଉଦ୍ୟମ

ଭବାନୀପାଟଣା,୧୬।୧୨(ସ୍ବ.ପ୍ର.): ସମାଜରେ ଅନେକ ଶିକ୍ଷକ ଅଛନ୍ତି, ଯାହାଙ୍କୁ ଦୁଗର୍ମ ଅଞ୍ଚଳକୁ ଯଦି ବଦଳି କରାଯାଏ ତାହେଲେ ସ୍କୁଲକୁ ଯାଆନ୍ତି ନାହିଁ। ଦିନେ ଚକ ଖଡ଼ି ଧରି...

ଗାଧୋଇବାକୁ ଯାଇ ଋଷିକୁଲ୍ୟାରେ ଯୁବକଙ୍କ ଜୀବନଗଲା

ପୁରୁଷୋତ୍ତମପୁର,୧୪।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ଦେଇଯାଇଥିବା ଋଷିକୁଲ୍ୟା ନଦୀରେ ବୁଡି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଷୋତ୍ତମପୁର ବଜାର...

ପାହାଡ଼ ଉପରେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର

ସୁନ୍ଦରଗଡ,୧୮।୭(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଡିଜିଟାଲ ଇଣ୍ଡିଆର କଥା କୁହାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଆଜି ମଧ୍ୟ ମୋବାଇଲ ନେଟ୍‌ୱର୍କ ସାତସପନ ହୋଇ...

ସୋଲାର ହିଟରକୁ ମିଳିବ ମାନ୍ୟତା

ଢେଙ୍କାନାଳ ଅଫିସ୍‌,୧୪।୨: ସୌରଶକ୍ତିରେ କାର୍ଯ୍ୟକ୍ଷମ ହେବ ହିଟର। ପାରମ୍ପରିକ ବୈଦ୍ୟୁତିକ ହିଟର ଭଳି ଏହାକୁ ମଧ୍ୟ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ହେଲେ ଏଥିଲାଗି...

ସାପ କାମୁଡାରେ ନାବାଳିକାଙ୍କ ମୃତ୍ୟୁ

କାଲିମେଳା,୨୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଗମ୍ଫାକୋଣ୍ଡା ପଞ୍ଚାୟତ ଏମ୍‌ଭି-୧୦୫ ଗ୍ରାମରେ ଗୁରୁବାର ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ...

ଓଡ଼ିଶାରେ ସାମୁଦ୍ରିକ ଶୈବାଳ ଚାଷ

ପାରାଦୀପ, ୭ା୩(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪ ସ୍ଥାନରେ ସପ୍ତାହେ ହେଲା ପ୍ରଥମ କରି ସାମୁଦ୍ରିକ ଶୈବାଳ ଚାଷ ଆରମ୍ଭ ହୋଇଛି। ଅନ୍ୟ ସ୍ଥାନ ହେଲା...

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ୨ ମହିଳା ଗୁରୁତର

ଝାରସୁଗୁଡ଼ା ଅଫିସ୍‌,୪।୩: ସ୍ବାସ୍ଥ୍ୟ ବିଭାଗ ତରଫରୁ ଝାରସୁଗୁଡ଼ା ଜିଲା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲ। ଏଥିରେ ତ୍ରୁଟି ଦେଖାଦେବାରୁ ୨ଜଣ...

Advertisement
Archives

Model This Week