ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସ ନିର୍ମାଣରେ ଅନିଶ୍ଚିତତା

ରସୁଲପୁର,୧୨ା୯(ରଞ୍ଜିତ ରାଉତ): ପ୍ରତି ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲା ରସୁଲପୁର ବ୍ଲକ ଆଦର୍ଶ ବିଦ୍ୟାଳୟ କଲଣ ଠାରେ ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହୋଇଛି। ବିଦ୍ୟାଳୟର ଶ୍ରେଣୀ ଗୃହ, ରୋଷଶାଳା, ଛାତ୍ରୀଛାତ୍ର ନିବାସ, ସାଇକେଲ ଷ୍ଟାଣ୍ଡ ଆଦି ନିର୍ମାଣ ପାଇଁ ପ୍ରସ୍ତାବ ରହଛି । ଏ ସବୁ ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ପୂର୍ତ୍ତ ବିଭାଗ ହାତରେ ଅଛି । ଏପରି କି ସବୁ ପ୍ରକଳ୍ପ ପାଇଁ ବ୍ୟୟ ବରାଦ ସରିଛି । ସେଥିମଧ୍ୟରୁ ୧ଶହ ଶର୍ଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଜୁନ୍‌ ୨୪ରେ ଉକ୍ତ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଏହି ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି  । ସୂଚନା ଫଳକ ପ୍ରସ୍ତାବିତ ସ୍ଥାନରେ ଲାଗିଛି। ହେଲେ ଶିଳାନ୍ୟାସର ଅଢେଇ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ନିର୍ମାଣ ସଂକ୍ରାନ୍ତରେ ବିଭାଗ ନିକଟରେ କୌଣସି ସୂଚନା ନାହିଁ । ଏବେ ବି ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବିଭାଗୀୟ ଅଧିକାରୀ କହିଛନ୍ତି ।

ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ୨ବର୍ଷ ବିତି ସାରିଲାଣି। ଏବେ ବି ତାର ନିଜସ୍ବ କୋଠା ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇପାରୁ ନାହିଁ । ଗୋପାଳପୁରସ୍ଥିତ ପୂର୍ତ୍ତ ବିଭାଗ ଅଧୀନ ଏହି ବିଦ୍ୟାଳୟର କୋଠା ନିର୍ମାଣ ଅବଧି ଡିସେମ୍ବରରେ ଶେଷ ହେବ । ଏବେ ସୁଧା ନିର୍ମାଣଧୀନ କୋଠା ଭୂଇଁରୁ ଉଠି ପାରୁନାହିଁ। ତେଣେ ପ୍ରସ୍ତାବିତ ଛାତ୍ରୀ ନିବାସ ନିର୍ମାଣ ଅବସ୍ଥା ତା’ଠାରୁ ବଳି ପଡିଛି । ଏହି ପ୍ରକଳ୍ପ ନିର୍ମାଣକୁ ନେଇ ହୋଇଥିବା ବ୍ୟୟବରାଦ, ଆକଳନ, ଟେଣ୍ଡର ଅର୍ଥର ପରିମାଣ, କେତେ ଶତକଡା କମ୍‌ରେ ଟେଣ୍ଡର ପାସ ହୋଇଛି, କାର୍ଯ୍ୟର ଏଜେନ୍ସି, କାର୍ଯ୍ୟ ଆରମ୍ଭ ଓ ଶେଷ ହେବାର ଅବଧି ଆଦି ଯାବତୀୟ ସୂଚନା ବିଭାଗ ନିକଟରେ ଉପଲବ୍ଧ ହୋଇପାରୁ ନାହିଁ । ପ୍ରକଳ୍ପକୁ ନେଇ ଟେଣ୍ଡର ପ୍ରକ୍ରିୟା ସରିଛି । ଏ ନେଇ ଆବଶ୍ୟକ କାଗଜପତ୍ର ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟରୁ ତଳିଆ କାର୍ଯ୍ୟାଳୟକୁ ଆସିନାହିଁ। ପ୍ରକଳ୍ପକୁ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟକୁ ଏ ନେଇ କୌଣସି ସୂଚନା ନ ଆସିବା ବିବାଦ ସୃଷ୍ଟି କରିଛି ।
ଏ ନେଇ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନରୋତ୍ତମ ଦାସଙ୍କୁ ପଚାରିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ସେ ସଂକ୍ରାନ୍ତରେ ମୁଁ କୌଣସି ସ୍ପଷ୍ଟ ସୂଚନା ଦେଇ ପାରିବି ନାହିଁ । ମୋ ପାଖରେ କୌଣସି ତଥ୍ୟ ନାହିଁ । ସମୟ ଦେଲେ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଜଣାଇବି  । ପ୍ରକଳ୍ପକୁ ନେଇ ଠିକାସଂସ୍ଥା ସହ ଚୁକ୍ତିନାମା ହେବା ସମୟରେ ମୋ ପାଖକୁ ସବିଶେଷ ତଥ୍ୟ ଆସିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri